Posted inRasifala

ରାଶିଫଳ: ମଙ୍ଗଳବାର, ଅକ୍ଟୋବର ୫ ତାରିଖ – Daily Horoscope

ମେଷ
କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟିହୋଇ ଆପଣଙ୍କୁ ତାହା ନିରୁତ୍ସାହିତ କରିପାରେ। ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ ରହିବା ହେତୁ ମାନସିକ ଅସ୍ଥିରତା ଦୂର ହୋଇପାରେ । ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ଆଶା ରହିଛି। ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣାଧୀନ ରହିବ ଓ ଆର୍ଥିକ ଉନ୍ନତି ଘଟିବ।
ବୃଷ
ବୃଷ
କର୍ମକ୍ଷେତ୍ରରେ ମିଥ୍ୟାରୋପଜନିତ ବିବାଦୀୟ ପରିସ୍ଥିତି ସୃଷ୍ଟିିହେବା ସୂଚନା ରହିଛି। ବ୍ୟବସାୟ, ବାଣିଜ୍ୟ, ଯାତ୍ରା, ପ୍ରତିଦ୍ୱନ୍ଦ୍ୱିତା ପ୍ରଭୃତି ପ୍ରତ୍ୟେକ କ୍ଷେତ୍ରରେ କିଛିଟା ଅନ୍ତର୍ଦ୍ୱନ୍ଦ୍ୱ ଲାଗି ରହିବ। ଆଗାମୀ ଦିନ ସକାଶେ କେତେକ ନୂତନ କାମର ପରିକଳ୍ପନା କରିବେ। ଘରକୁ ବହୁ ଦିନରୁ ଇଚ୍ଛା କରି ମଧ୍ୟ ଆଣି ପାରି ନ ଥିବା ଜିନିଷଟି ଆଜି ଆଣିପାରନ୍ତି।
ମିଥୁନ
ମିଥୁନ
ଘରକାମ ସାଙ୍ଗକୁ ବନ୍ଧୁଙ୍କ କାମକୁ ଅଗ୍ରାଧିକାର ଦେଇପାରନ୍ତି। ସହକର୍ମୀଙ୍କ ସହ ବିଭିନ୍ନ ଦିଗରୁ ଆଲୋଚନା କରିବାକୁ ପଡ଼ିପାରେ। ଆଜିର ଯାତ୍ରାରେ ସଫଳତା ପାଇବେ, କିନ୍ତୁ ସମସ୍ୟା ଭିତର ଦେଇ ଯିବାକୁ ହେବ। ଉପରିସ୍ଥଙ୍କ ଆଦେଶ ପ୍ରାପ୍ତ ହୋଇ କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ହାତକୁ ନେବାର ସୁଯୋଗ ପାଇପାରନ୍ତି।
କର୍କଟ
କର୍କଟ
ନୂତନ ସ୍ଥାନ ଓ ଅଜଣା ଲୋକଙ୍କ ସଂସ୍ପର୍ଶରେ ଆସି ବ୍ୟସ୍ତତା ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ ଫାଇଲ୍‌ କାମ, ଯାନ୍ତ୍ରିକ ତ୍ରୁଟି, ମିଟିଂ ପ୍ରଭୃତିରେ ଜଞ୍ଜାଳ ବଢ଼ିଯାଇପାରେ। ପରିବାର ପ୍ରତି ବିମୁଖ ଲାଗି ସମାଲୋଚିତ ହୋଇପାରନ୍ତି। ବିଭିନ୍ନ ପ୍ରତିବନ୍ଧକ କାରଣରୁ ବାଣିଜ୍ୟ, ବ୍ୟବସାୟ ,ପରିବହନ, ବାଧାପ୍ରାପ୍ତ ହୋଇପାରେ।
ସି˚ହ
ସି˚ହ
ଆପଣଙ୍କ କାର୍ଯ୍ୟଶୈଳୀରେ ଅସନ୍ତୁଷ୍ଟ ହୋଇ ଅନ୍ୟମାନେ ପଛରେ ବିଭିନ୍ନ ପ୍ରକାର ସମାଲୋଚନା କରିପାରନ୍ତି। କେତେକ ପରିସ୍ଥିତିରେ ଆପଣଙ୍କ ମନ କଥା ଅପ୍ରକାଶ୍ୟ ରହିଯିବ। ତଥାପି ଧୈର୍ଯ୍ୟ ଓ ଯୁକ୍ତିଯୁକ୍ତ କଥା ପରିସ୍ଥିତିକୁ ସମ୍ଭାଳିବାରେ ସାହାଯ୍ୟ କରିବ। ନିଜର ବ୍ୟବହାର୍ଯ୍ୟ ଜିନିଷ ପରକୁ ଦେଇ ଅପଦସ୍ଥ ହୋଇପାରନ୍ତି।
କନ୍ୟା
ସତର୍କରେ ନ ଚଳିଲେ ମରୀଚିକା ପଛରେ ଗୋଡ଼ାଇ ହତାଶ ହେବେ। ଭାବୁଥିବା କାମଟିକୁ ଶେଷ କରିପାରିବା କ୍ଷେତ୍ରରେ ବିଭିନ୍ନ ସମସ୍ୟା ସାମ୍‌ନା କରିବାକୁ ପଡ଼ିବ। ପାରସ୍ପରିକ ବିବାଦ କାରଣରୁ ପରିବହନରେ ପ୍ରତିବନ୍ଧକ ଦେଖାଦେଇପାରେ; ଯାହା ବିଷୟରେ ଆଲୋଚନା କରୁଥିବେ ତାଙ୍କୁ ହଠାତ୍‌ ଅତି ନିକଟରେ ଦେଖି ହଡ଼ବଡ଼େଇ ଯାଇପାରନ୍ତି।
ତୁଳା
ତୁଳା
ଘର ଲୋକଙ୍କ ବ୍ୟସ୍ତ ଓ ବିବ୍ରତତାକୁ ଲକ୍ଷ୍ୟକରି ମନ ଅଶାନ୍ତ ରହିବ। କର୍ମକ୍ଷେତ୍ରରେ ବନ୍ଧୁଙ୍କ ପ୍ରତି ଅତିରିକ୍ତ ଆନ୍ତରିକତା ନିଜ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିବ। ରାଜନୀତି, ନିର୍ମାଣ ଓ କଳା କ୍ଷେତ୍ରରେ ସୁନାମକୁ ନେଇ ନିକଟସ୍ଥ ବ୍ୟକ୍ତିମାନେ ଈର୍ଷାନ୍ବିତ ହେବେ। ଆନୁଷ୍ଠାନିକ କାମ ସକାଶେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ।
ବିଛା
ବିଛା
ଆଜି କୌଣସି କଥାକୁ ଭଲ ଭାବେ ନ ବୁଝି ସରଳ ବିଶ୍ୱାସକରି ଠକିଯାଇପାରନ୍ତି। ନିଜ ପରିସରର ଲୋକ ଅପଯଶ ଗାଇ ବୁଲିବେ, ଯଦ୍ଦ୍ବାରା ଆପଣଙ୍କ ମନୋବଳ ହ୍ରାସ ପାଇବ। କେତେକ କ୍ଷେତ୍ରରେ ଶୀଘ୍ର ନିଷ୍ପତ୍ତି ନେବାକୁ ବାଧ୍ୟହୋଇ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି। ଦ୍ରବ୍ୟଲାଭ, ଭ୍ରମଣ ଓ କାର୍ଯ୍ୟସିଦ୍ଧି ଯୋଗୁ ମନ ଖୁସି ରହିପାରେ।
ଧନୁ
ଧନୁ
ପ୍ରତ୍ୟେକ କ୍ଷେତ୍ରରେ ସତର୍କତା ରକ୍ଷା ନ କଲେ ଅର୍ଥହାନି ଓ ଶରୀର ପୀଡ଼ାରୁ କଷ୍ଟ ପାଇବେ। ଆଗାମୀ ଦିନର ମାଙ୍ଗଳିକ କିମ୍ବା ଆନୁଷ୍ଠାନିକ କାର୍ଯ୍ୟ ସକାଶେ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି। ଅଫିସ୍‌ କାମରେ ସହକର୍ମୀ କଡ଼ା ଭାଷାରେ ଦି’ପଦ ଶୁଣାଇ କାମଟି ଶେଷରେ କରିଦେବେ। ମାଲି ମକଦ୍ଦମା ରାୟ ଆପଣଙ୍କ ସପକ୍ଷରେ ଯିବ।
ମକର
ମକର
ଉପରିସ୍ଥଙ୍କ ଆଦେଶପ୍ରାପ୍ତ ହୋଇ କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ହାତକୁ ନେବେ। ବନ୍ଧୁଙ୍କ ଆମନ୍ତ୍ରଣ କ୍ରମେ ମନୋରଞ୍ଜନ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରିପାରନ୍ତି। ଆର୍ଥିକ ସ୍ଥିତି ଭଲ ନ ଥିବାରୁ ଧାର କରି କାମ କରିବାକୁ ବାଧ୍ୟ ହେବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସମସ୍ୟା ଦେଖାଦେବା ଆଶଙ୍କାକୁ ଏଡ଼ିହେବ ନାହିଁ।
କୁମ୍ଭ
କୁମ୍ଭ
ଆପଣଙ୍କ ସକାଶେ ଆଜି ବିଭିନ୍ନ ସମସ୍ୟା ଆସିବା ଆଭାସ ପାଇପାରନ୍ତି। ଶିଳ୍ପ,ବାଣିଜ୍ୟ,ଶେୟାର ବଜାର କ୍ଷେତ୍ରରେ ସମସ୍ୟା ଦୂରହୋଇପାରେ। ପରିବାରରେ ନିଜ ନିଜ ଭିତରେ ସମ୍ପତ୍ତିକୁ କେନ୍ଦ୍ରକରି ଟଣାଓଟରା ଦେଖାଦେଇପାରେ। ପଡ଼ୋଶୀଙ୍କ ସହ ସମ୍ପର୍କ ବୃଦ୍ଧି ପାଇବାରୁ ସମ୍ଭାବ୍ୟ ସହଯୋଗର ଆଶା କରିପାରନ୍ତି ।
ମୀନମୀନ
ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ଅବଶ୍ୟ ପାଇବେ। କର୍ମକ୍ଷେତ୍ରରେ ସମସ୍ୟାଗୁଡ଼ିକ ଆପଣାଛାଏଁ ସୁଧୁରିଯିବ। କିନ୍ତୁ ଶାରୀରିକ ସୁସ୍ଥତା ନ ଥିବାରୁ ଉପଭୋଗ୍ୟ ହେବନାହିଁ। ଅନ୍ୟମାନଙ୍କୁ ମନେଇ କିମ୍ବା ପିଠି ଥାପୁଡ଼େଇ କାମ ହାସଲ କରିବେ। କଳା, ସାହିତ୍ୟ ପ୍ରତି ଅନୁରାଗ ବଢ଼ିବ ଓ ପ୍ରଶଂସିତ ମଧ୍ୟ ହେବେ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri