Posted inRasifala

ରାଶିଫଳ: ରବିବାର, ଜୁଲାଇ ୦୪ ତାରିଖ – Daily Horoscope

ମେଷ
ଆଜି ଶ୍ରୀଚନ୍ଦ୍ର ପ୍ରଭାବରୁ ଗତକାଲିର ଅସମ୍ପୂର୍ଣ୍ଣ କାମଟିକୁ ଆଜି ଶେଷ କରିବାରେ ସମର୍ଥ ହେବେ। ପାରିବାରିକ ସମସ୍ୟା, ପରିବହନରେ ଝଗଡ଼ା, ଯାନବାହନରେ କ୍ଷତିର ସମ୍ଭାବନା ହେତୁ ସତର୍କତା ରକ୍ଷା କରିବା ଭଲ। କେତେକ କ୍ଷେତ୍ରରେ ହାତରୁ ଖାଇ ପର ପାଇଁ ଖଟିବାକୁ ପଡ଼ିପାରେ। ବନ୍ଧୁ ଗହଣରେ ସମ୍ପର୍କୀୟଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ।
ବୃଷ
ବୃଷ
ଆଜି ଶୁକ୍ରମଙ୍ଗଳଙ୍କ ହେତୁ ନିଜର ଯୁକ୍ତି ବଳରେ ସମସ୍ୟାର ସମାଧାନ କରିବେ। ଯାତ୍ରାରେ ଅଭିଳଷିତ ଫଳ ପାଇବେ, କିନ୍ତୁ ଅଯଥା କଥା କଟାକଟି କାରଣରୁ ମନଟା ବିଗିଡ଼ି ଯାଇପାରେ। ବ୍ୟବସାୟ ଓ ପରିବହନ, ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ପ୍ରଶଂସିତ ହେବେ। ଆନୁଷ୍ଠାନିକ କାମ ସକାଶେ ଘର ସଜ୍ଜାରେ ସମୟ ଅତିବାହିତ କରିପାରନ୍ତି।
ମିଥୁନ
ମିଥୁନ
ରୁଯୁକ୍ତ ବୁଧଙ୍କ ଯୋଗୁ ବିଭିନ୍ନ କାର୍ଯ୍ୟବ୍ୟସ୍ତତା କାରଣରୁ ମନ ମଧ୍ୟ ଭଲ ରହିବ ନାହିଁ। ବେପରୁଆ ଭାବରେ ନ ଚଳି ସ୍ବାସ୍ଥ୍ୟ ପ୍ରତି ସତର୍କ ରହି କାମ କରିବା ଭଲ ହେବ। ଗୃହ, ଭୂମି, ଗାଡ଼ିମୋଟର ସମ୍ପର୍କୀୟ ଦୁଶ୍ଚିନ୍ତା ଆସିପାରେ। ପାରିବାରିକ ସମସ୍ୟାକୁ ନେଇ ବିରସ ମନରେ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି।
କର୍କଟ
କର୍କଟ
କର୍ମକ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ। ସ୍ଥିରୀକୃତ ଯୋଜନା ବଦଳାଇବା ପାଇଁ କଷ୍ଟ ସ୍ବୀକାର କରିବାକୁ ପଡ଼ିବ। ଅର୍ଥ ସମସ୍ୟା, ଯାନବାହନ, ନିର୍ମାଣ, ସଭା ସମିତି ଓ ମାଙ୍ଗଳିକ କାର୍ଯ୍ୟରେ ବାଧା ଉପୁଜିପାରେ। ଅଶ୍ଳେଷା ନକ୍ଷତ୍ର ଆଶା କରୁଥିବା ବନ୍ଧୁ୍‌କ ସହ ଦେଖା କରିବାର ସୁଯୋଗ ପାଇ ଖୁସି ହେବେ।
ସି˚ହ
ସି˚ହ
ଶୁକ୍ର ଷଷ୍ଠାଧିପଙ୍କ ଦୃଷ୍ଟିରେ ଥିବାରୁ ବନ୍ଧୁଙ୍କ କାମରେ ଭଲ କରିବାକୁ ଯାଇ ସମସ୍ୟାକୁ ନିମନ୍ତ୍ରଣ କରିବେ। ବିଭିନ୍ନ କ୍ଷେତ୍ରରୁ ଅଭିଯୋଗ ଆସି ସମସ୍ୟା ବୃଦ୍ଧି କରିବାରେ ସହାୟକ ହେବ। ପଡ଼ୋଶୀଙ୍କ ନିକଟରୁ କେବଳ ସହାନୁଭୂତି ବ୍ୟତୀତ କିଛି ଲାଭ ହେବନି। କେତେକ କାମ ହାସଲ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟହେବେ।
କନ୍ୟା
ପରୋକ୍ଷ ଶତ୍ରୁତା କାରଣରୁ ପରିବାରର ବିଭିନ୍ନ ବ୍ୟତିକ୍ରମର ଚିନ୍ତା ମନକୁ ଆନ୍ଦୋଳିତ କରିପାରେ। ଏହାସାଙ୍ଗକୁ କେତୁଙ୍କ କୁପ୍ରଭାବରୁ ପଡ଼ୋଶୀଙ୍କ ଅସଂଯତ କାର୍ଯ୍ୟକଳାପ ସମସ୍ୟାକୁ ବଢ଼ାଇ ଦେବ। ଧର୍ମାନୁଷ୍ଠାନ କିମ୍ବା ସାଙ୍ଗଠନିକ କାର୍ଯ୍ୟର ନେତୃତ୍ୱ ନେବେ। ନୂତନବସ୍ତ୍ର ଓ ଆଳଙ୍କାରିକ ଜିନିଷ କ୍ରୟ ଲାଗି ମନ ବଳାଇ ପାରନ୍ତି।
ତୁଳା
ତୁଳା
କର୍ମସ୍ଥାନ ଶନିଙ୍କ ଦୃଷ୍ଟିରେ ରହିଥିବାରୁ ସବୁ କାମ ଡେରିରେ ହେଉଥିବାରୁ ମନ ଭଲ ଲାଗିବ ନାହିଁ। ଖଳ ଲୋକଙ୍କ କଥାକୁ ବିଶ୍ୱାସ କରି ନିଜ ଲୋକଙ୍କ ଚକ୍ଷୁଶୂଳ ହେବାକୁ ପଡ଼ିବ। ଘର ସାଜସଜ୍ଜା କିମ୍ବା ମରାମତି କାମରେ ସମୟ ଅତିବାହିତ କରିବେ। ଅର୍ଥ ସଙ୍କଟ ପୂର୍ବପରି ଲାଗି ରହିବା କାରଣରୁ କେତେକ କାମ ଅଟକି ରହିବ।
ବିଛା
ବିଛା
କାର୍ଯ୍ୟହାନି ସାଙ୍ଗକୁ ବନ୍ଧୁଙ୍କ ସହ ଭୁଲ୍‌ ବୁଝାମଣାରୁ ମନ ବିଚଳିତ ରହିବ। ପ୍ରଶାସନ, ରାଜନୀତି, ଯାତ୍ରା ଓ କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ। ଅଜଣା ବ୍ୟକ୍ତି ପ୍ରତି ସତର୍କ ରୁହନ୍ତୁ ନତୁବା ଆକସ୍ମିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଅଷ୍ଟମସ୍ଥ ରବିଙ୍କ ଯୋଗୁ କର୍ମକ୍ଷେତ୍ରରେ ସଫଳତା ବିଳମ୍ବରେ ପାଇବେ।
ଧନୁ
ଧନୁ
ପରିବାରର ଖର୍ଚ୍ଚ ପରିମାଣ ବଢ଼ିବା କାରଣରୁ ମାନସିକ ସ୍ଥିତି ବିଗିଡ଼ି ଯାଇପାରେ। ନିଜ ଲୋକଟି ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ସେହି ବ୍ୟକ୍ତି କାମ କରିବେ ନାହିଁ। ମୂଳା ନକ୍ଷତ୍ର ମିଥ୍ୟା ପ୍ରତିଶ୍ରୁତି ଦେଇ ବନ୍ଧୁଙ୍କ ମନରେ ବିଶ୍ୱାସ ହେଲା ଭଳି କାମ କରିପାରନ୍ତି। ବ୍ୟବସାୟ, ପରିବହନରେ ସମସ୍ୟାକୁ ଚତୁରତାର ସହ ସମାଧାନ କରିବେ।
ମକର
ମକର
ଦ୍ୱିତୀୟସ୍ଥ ଗୁରୁଙ୍କ ଯୋଗୁ ସକାଳୁ କୌଣସି ଶୁଭ ଖବର ମନକୁ ଆହ୍ଲାଦିତ କରିବ। ବନ୍ଧୁଙ୍କ ରୁଗ୍‌ଣ ସ୍ବାସ୍ଥ୍ୟରେ ଉନ୍ନତି ହେବାରୁ ଖୁସି ଅନୁଭବ କରିବେ। ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧି ପାଉଥିବାରୁ ଆର୍ଥିକ ଅନଟନର ସମ୍ମୁଖୀନ ହେବାକୁ ପଡ଼ିପାରେ। ବିପଦପୂର୍ଣ୍ଣ ପରିସ୍ଥିତିରେ ପଦସ୍ଥ ବ୍ୟକ୍ତିଙ୍କ ପରାମର୍ଶରୁ ଉପକୃତ ହେବେ।
କୁମ୍ଭ
କୁମ୍ଭ
ନିଷ୍ଠାପର କାର୍ଯ୍ୟ ଓ ଦାୟିତ୍ୱବୋଧ ପ୍ରଭାବରେ କର୍ମକ୍ଷେତ୍ର, ପରିବାର, ଯାନବାହନ, ବନ୍ଧୁ ସମ୍ପର୍କକୁ ଦୃଢ଼ୀଭୂତ କରିପାରିବେ। ନିର୍ମାଣ, ପ୍ରଶାସନ, ଆଇନ, ପରିବହନ, ବ୍ୟବସାୟରେ ସମସ୍ୟାକୁ ପ୍ରତିହତ କରିପାରିବେ। ପୂର୍ବଭାଦ୍ରବ ନକ୍ଷତ୍ରର ହାତ, ପାଦ କିମ୍ବା ଆଣ୍ଠୁଗଣ୍ଠିରେ ପୀଡ଼ା ଲାଗିପାରେ।
ମୀନମୀନ
ଚତୁର୍ଥସ୍ଥ ରବିଙ୍କ ସ୍ଥିତିରୁ ପରିବାର ଭିତରେ ସାଧାରଣ କଥାରୁ ବିବାଦ ବଢ଼ିପାରେ। କିନ୍ତୁ ଆକସ୍ମିକ ଭାବରେ ବନ୍ଧୁଙ୍କଠାରୁ ଅଯାଚିତ ସହାୟତା ପାଇବେ। କର୍ମକ୍ଷେତ୍ରରେ ଅଧସ୍ତନ କର୍ମଚାରୀଙ୍କୁ ଅସହ୍ୟ କଟୁକଥା ପ୍ରୟୋଗ କରି ଅପମାନିତ ହେବେ। ପରିବହନ, ବାଣିଜ୍ୟ, ବ୍ୟବସାୟରେ ଆଶାନୁରୂପ ସୁଫଳ ପାଇବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଅକ୍ଟୋବର ୧୦ ତାରିଖ – Daily Horoscope

ମେଷ ଆଜି ରାଶ୍ୟାଧିପତିଙ୍କ ନକ୍ଷତ୍ରସ୍ଥ ଚନ୍ଦ୍ର ସାହସିକତାର ପଦକ୍ଷେପ ନେଇ ପାରିବାରିକ ଏବଂ କର୍ମକ୍ଷେତ୍ରର ସମସ୍ୟା ସମାଧାନ କରିବେ। ଆବଶ୍ୟକତା ପୂରଣ ସକାଶେ ଅର୍ଥର ଅଭାବ ରହିବ…

ରାଶିଫଳ: ଶୁକ୍ରବାର, ଅକ୍ଟୋବର ୯ ତାରିଖ – Daily Horoscope

ମେଷ ଆଜି ଋଣ ପରିଶୋଧ, ବିବାଦୀୟ ଘଟଣା, ଦୂରଯାତ୍ରା କିମ୍ବା ଶତ୍ରୁତା କରୁଥିବା ବ୍ୟକ୍ତି ବିଷୟରେ ଚିନ୍ତା କରିବେ। ସାଧାରଣ କଥାରେ ବନ୍ଧୁ ସମ୍ପର୍କ ଫିକା ପଡିଯିବାରୁ…

ରାଶିଫଳ: ଗୁରୁବାର, ଅକ୍ଟୋବର ୮ ତାରିଖ – Daily Horoscope

ମେଷ ଆଜି ଜମିଜମା କାରବାରକୁ ନେଇ ମତାନ୍ତର ଉପୁଜିବ। ବନ୍ଧୁ ଏବଂ ପରିଜନଙ୍କ ସହିତ ପ୍ରତ୍ୟୁଷ ଯାତ୍ରା ମନକୁ ଆନନ୍ଦ ପ୍ରଦାନ କରିପାରେ। କୃତ୍ତିକା ନକ୍ଷତ୍ରର ମନରେ…

ରାଶିଫଳ: ବୁଧବାର, ଅକ୍ଟୋବର ୭ ତାରିଖ – Daily Horoscope

ମେଷ ଆଜିର ପାପଗ୍ରହ ମଧ୍ୟସ୍ଥ ଚନ୍ଦ୍ରଙ୍କ ଯୋଗୁ ମାନସିକ ଅସ୍ଥିରତା ଭିତରେ ଦିନଟି କଟିବ। ଶିଳ୍ପ, ବାଣିଜ୍ୟ, ପରିବହନ ଏବଂ ଆନୁଷ୍ଠାନିକ କ୍ଷେତ୍ରରେ ଆଶାଜନକ ଫଳ ପ୍ରାପ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?