Posted inRasifala

ରାଶିଫଳ: ରବିବାର, ଜୁଲାଇ ୦୪ ତାରିଖ – Daily Horoscope

ମେଷ
ଆଜି ଶ୍ରୀଚନ୍ଦ୍ର ପ୍ରଭାବରୁ ଗତକାଲିର ଅସମ୍ପୂର୍ଣ୍ଣ କାମଟିକୁ ଆଜି ଶେଷ କରିବାରେ ସମର୍ଥ ହେବେ। ପାରିବାରିକ ସମସ୍ୟା, ପରିବହନରେ ଝଗଡ଼ା, ଯାନବାହନରେ କ୍ଷତିର ସମ୍ଭାବନା ହେତୁ ସତର୍କତା ରକ୍ଷା କରିବା ଭଲ। କେତେକ କ୍ଷେତ୍ରରେ ହାତରୁ ଖାଇ ପର ପାଇଁ ଖଟିବାକୁ ପଡ଼ିପାରେ। ବନ୍ଧୁ ଗହଣରେ ସମ୍ପର୍କୀୟଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ।
ବୃଷ
ବୃଷ
ଆଜି ଶୁକ୍ରମଙ୍ଗଳଙ୍କ ହେତୁ ନିଜର ଯୁକ୍ତି ବଳରେ ସମସ୍ୟାର ସମାଧାନ କରିବେ। ଯାତ୍ରାରେ ଅଭିଳଷିତ ଫଳ ପାଇବେ, କିନ୍ତୁ ଅଯଥା କଥା କଟାକଟି କାରଣରୁ ମନଟା ବିଗିଡ଼ି ଯାଇପାରେ। ବ୍ୟବସାୟ ଓ ପରିବହନ, ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ପ୍ରଶଂସିତ ହେବେ। ଆନୁଷ୍ଠାନିକ କାମ ସକାଶେ ଘର ସଜ୍ଜାରେ ସମୟ ଅତିବାହିତ କରିପାରନ୍ତି।
ମିଥୁନ
ମିଥୁନ
ରୁଯୁକ୍ତ ବୁଧଙ୍କ ଯୋଗୁ ବିଭିନ୍ନ କାର୍ଯ୍ୟବ୍ୟସ୍ତତା କାରଣରୁ ମନ ମଧ୍ୟ ଭଲ ରହିବ ନାହିଁ। ବେପରୁଆ ଭାବରେ ନ ଚଳି ସ୍ବାସ୍ଥ୍ୟ ପ୍ରତି ସତର୍କ ରହି କାମ କରିବା ଭଲ ହେବ। ଗୃହ, ଭୂମି, ଗାଡ଼ିମୋଟର ସମ୍ପର୍କୀୟ ଦୁଶ୍ଚିନ୍ତା ଆସିପାରେ। ପାରିବାରିକ ସମସ୍ୟାକୁ ନେଇ ବିରସ ମନରେ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି।
କର୍କଟ
କର୍କଟ
କର୍ମକ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ। ସ୍ଥିରୀକୃତ ଯୋଜନା ବଦଳାଇବା ପାଇଁ କଷ୍ଟ ସ୍ବୀକାର କରିବାକୁ ପଡ଼ିବ। ଅର୍ଥ ସମସ୍ୟା, ଯାନବାହନ, ନିର୍ମାଣ, ସଭା ସମିତି ଓ ମାଙ୍ଗଳିକ କାର୍ଯ୍ୟରେ ବାଧା ଉପୁଜିପାରେ। ଅଶ୍ଳେଷା ନକ୍ଷତ୍ର ଆଶା କରୁଥିବା ବନ୍ଧୁ୍‌କ ସହ ଦେଖା କରିବାର ସୁଯୋଗ ପାଇ ଖୁସି ହେବେ।
ସି˚ହ
ସି˚ହ
ଶୁକ୍ର ଷଷ୍ଠାଧିପଙ୍କ ଦୃଷ୍ଟିରେ ଥିବାରୁ ବନ୍ଧୁଙ୍କ କାମରେ ଭଲ କରିବାକୁ ଯାଇ ସମସ୍ୟାକୁ ନିମନ୍ତ୍ରଣ କରିବେ। ବିଭିନ୍ନ କ୍ଷେତ୍ରରୁ ଅଭିଯୋଗ ଆସି ସମସ୍ୟା ବୃଦ୍ଧି କରିବାରେ ସହାୟକ ହେବ। ପଡ଼ୋଶୀଙ୍କ ନିକଟରୁ କେବଳ ସହାନୁଭୂତି ବ୍ୟତୀତ କିଛି ଲାଭ ହେବନି। କେତେକ କାମ ହାସଲ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟହେବେ।
କନ୍ୟା
ପରୋକ୍ଷ ଶତ୍ରୁତା କାରଣରୁ ପରିବାରର ବିଭିନ୍ନ ବ୍ୟତିକ୍ରମର ଚିନ୍ତା ମନକୁ ଆନ୍ଦୋଳିତ କରିପାରେ। ଏହାସାଙ୍ଗକୁ କେତୁଙ୍କ କୁପ୍ରଭାବରୁ ପଡ଼ୋଶୀଙ୍କ ଅସଂଯତ କାର୍ଯ୍ୟକଳାପ ସମସ୍ୟାକୁ ବଢ଼ାଇ ଦେବ। ଧର୍ମାନୁଷ୍ଠାନ କିମ୍ବା ସାଙ୍ଗଠନିକ କାର୍ଯ୍ୟର ନେତୃତ୍ୱ ନେବେ। ନୂତନବସ୍ତ୍ର ଓ ଆଳଙ୍କାରିକ ଜିନିଷ କ୍ରୟ ଲାଗି ମନ ବଳାଇ ପାରନ୍ତି।
ତୁଳା
ତୁଳା
କର୍ମସ୍ଥାନ ଶନିଙ୍କ ଦୃଷ୍ଟିରେ ରହିଥିବାରୁ ସବୁ କାମ ଡେରିରେ ହେଉଥିବାରୁ ମନ ଭଲ ଲାଗିବ ନାହିଁ। ଖଳ ଲୋକଙ୍କ କଥାକୁ ବିଶ୍ୱାସ କରି ନିଜ ଲୋକଙ୍କ ଚକ୍ଷୁଶୂଳ ହେବାକୁ ପଡ଼ିବ। ଘର ସାଜସଜ୍ଜା କିମ୍ବା ମରାମତି କାମରେ ସମୟ ଅତିବାହିତ କରିବେ। ଅର୍ଥ ସଙ୍କଟ ପୂର୍ବପରି ଲାଗି ରହିବା କାରଣରୁ କେତେକ କାମ ଅଟକି ରହିବ।
ବିଛା
ବିଛା
କାର୍ଯ୍ୟହାନି ସାଙ୍ଗକୁ ବନ୍ଧୁଙ୍କ ସହ ଭୁଲ୍‌ ବୁଝାମଣାରୁ ମନ ବିଚଳିତ ରହିବ। ପ୍ରଶାସନ, ରାଜନୀତି, ଯାତ୍ରା ଓ କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ। ଅଜଣା ବ୍ୟକ୍ତି ପ୍ରତି ସତର୍କ ରୁହନ୍ତୁ ନତୁବା ଆକସ୍ମିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଅଷ୍ଟମସ୍ଥ ରବିଙ୍କ ଯୋଗୁ କର୍ମକ୍ଷେତ୍ରରେ ସଫଳତା ବିଳମ୍ବରେ ପାଇବେ।
ଧନୁ
ଧନୁ
ପରିବାରର ଖର୍ଚ୍ଚ ପରିମାଣ ବଢ଼ିବା କାରଣରୁ ମାନସିକ ସ୍ଥିତି ବିଗିଡ଼ି ଯାଇପାରେ। ନିଜ ଲୋକଟି ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ସେହି ବ୍ୟକ୍ତି କାମ କରିବେ ନାହିଁ। ମୂଳା ନକ୍ଷତ୍ର ମିଥ୍ୟା ପ୍ରତିଶ୍ରୁତି ଦେଇ ବନ୍ଧୁଙ୍କ ମନରେ ବିଶ୍ୱାସ ହେଲା ଭଳି କାମ କରିପାରନ୍ତି। ବ୍ୟବସାୟ, ପରିବହନରେ ସମସ୍ୟାକୁ ଚତୁରତାର ସହ ସମାଧାନ କରିବେ।
ମକର
ମକର
ଦ୍ୱିତୀୟସ୍ଥ ଗୁରୁଙ୍କ ଯୋଗୁ ସକାଳୁ କୌଣସି ଶୁଭ ଖବର ମନକୁ ଆହ୍ଲାଦିତ କରିବ। ବନ୍ଧୁଙ୍କ ରୁଗ୍‌ଣ ସ୍ବାସ୍ଥ୍ୟରେ ଉନ୍ନତି ହେବାରୁ ଖୁସି ଅନୁଭବ କରିବେ। ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧି ପାଉଥିବାରୁ ଆର୍ଥିକ ଅନଟନର ସମ୍ମୁଖୀନ ହେବାକୁ ପଡ଼ିପାରେ। ବିପଦପୂର୍ଣ୍ଣ ପରିସ୍ଥିତିରେ ପଦସ୍ଥ ବ୍ୟକ୍ତିଙ୍କ ପରାମର୍ଶରୁ ଉପକୃତ ହେବେ।
କୁମ୍ଭ
କୁମ୍ଭ
ନିଷ୍ଠାପର କାର୍ଯ୍ୟ ଓ ଦାୟିତ୍ୱବୋଧ ପ୍ରଭାବରେ କର୍ମକ୍ଷେତ୍ର, ପରିବାର, ଯାନବାହନ, ବନ୍ଧୁ ସମ୍ପର୍କକୁ ଦୃଢ଼ୀଭୂତ କରିପାରିବେ। ନିର୍ମାଣ, ପ୍ରଶାସନ, ଆଇନ, ପରିବହନ, ବ୍ୟବସାୟରେ ସମସ୍ୟାକୁ ପ୍ରତିହତ କରିପାରିବେ। ପୂର୍ବଭାଦ୍ରବ ନକ୍ଷତ୍ରର ହାତ, ପାଦ କିମ୍ବା ଆଣ୍ଠୁଗଣ୍ଠିରେ ପୀଡ଼ା ଲାଗିପାରେ।
ମୀନମୀନ
ଚତୁର୍ଥସ୍ଥ ରବିଙ୍କ ସ୍ଥିତିରୁ ପରିବାର ଭିତରେ ସାଧାରଣ କଥାରୁ ବିବାଦ ବଢ଼ିପାରେ। କିନ୍ତୁ ଆକସ୍ମିକ ଭାବରେ ବନ୍ଧୁଙ୍କଠାରୁ ଅଯାଚିତ ସହାୟତା ପାଇବେ। କର୍ମକ୍ଷେତ୍ରରେ ଅଧସ୍ତନ କର୍ମଚାରୀଙ୍କୁ ଅସହ୍ୟ କଟୁକଥା ପ୍ରୟୋଗ କରି ଅପମାନିତ ହେବେ। ପରିବହନ, ବାଣିଜ୍ୟ, ବ୍ୟବସାୟରେ ଆଶାନୁରୂପ ସୁଫଳ ପାଇବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ର ନୀଚରାଶିରେ ଅଷ୍ଟମସ୍ଥ ହୋଇଥିବାରୁ ଆର୍ଥିକ ଉନ୍ନତି ସହ ମାନସିକ ଅସ୍ଥିରତା ଲାଗି ରହିବ। ପର୍ଯ୍ୟଟନ, ପରିଭ୍ରମଣ, ଦୂରଯାତ୍ରା ସକାଶେ ବହୁତ ଖର୍ଚ୍ଚାନ୍ତ...

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜି ମଙ୍ଗଳ ସହ ଶନିଙ୍କ ସଂଯୋଗ ହେତୁ ସ୍ବାସ୍ଥ୍ୟ ଭଲ ରହି ନ ପାରେ। ବ୍ୟବସାୟ,ବାଣିଜ୍ୟ, ପରିବହନ, ଆନୁଷ୍ଠାନିକ କାମ ସାଧନ ପାଇଁ କୌଣସି...

ରାଶିଫଳ: ଗୁରୁବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ନିଜ ପରିବେଶରେ ବନ୍ଧୁମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ଭୁଲ୍‌ ନିଷ୍ପତ୍ତି ନେଇପାରନ୍ତି। ଅର୍ଥନୈତିକ ଅଭିବୃଦ୍ଧିଜନିତ ବୈଷୟିକ ସୁଖ, ସମୃଦ୍ଧି ପାଇପାରିବେ। ଆଲୋଚନା ସଭାରେ ଅନ୍ୟମାନଙ୍କ...

ରାଶିଫଳ: ବୁଧବାର, ମାର୍ଚ୍ଚ ୨୭ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମନକୁ ସୁହାଇଲା ଭଳି କଥାରୁ ପ୍ରଶଂସିତ ହେବେ। ଶିକ୍ଷା କ୍ଷେତ୍ରରେ ସୁନାମ, ପିଲାଙ୍କ ସଫଳତା, ଉନ୍ନତ ମାନର ଆଲୋଚନା କାରଣରୁ ଖୁସି...

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୨୬ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଯୁକ୍ତ କେତୁ କାରଣରୁ ମାନସିକ ସ୍ବାସ୍ଥ୍ୟହାନି ଅଶାନ୍ତ ରହିପାରନ୍ତି। ପାରିବାରିକ କ୍ଷେତ୍ରରେ ସୁସମ୍ପର୍କ ଅଭାବଜନିତ ଦୁଶ୍ଚିନ୍ତା ସୃଷ୍ଟିହୋଇପାରେ। କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ...

ରାଶିଫଳ: ସୋମବାର, ମାର୍ଚ୍ଚ ୨୫ ତାରିଖ – Daily Horoscope

ମେଷ ଆପଣଙ୍କ ରାଶିରେ ମଙ୍ଗଳ ସ୍ବାସ୍ଥ୍ୟକୁ ନିୟନ୍ତ୍ରଣ ମଧ୍ୟରେ ରଖିବ। ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରଖିବା ସକାଶେ ଚେଷ୍ଟା କରି ବିଫଳ...

ରାଶିଫଳ: ରବିବାର, ମାର୍ଚ୍ଚ ୨୪ ତାରିଖ – Daily Horoscope

ମେଷ ଆଜି ପାରିବାରିକ ଓ ସାମାଜିକ ସ୍ତରରେ ନିଜର ପ୍ରାଧାନ୍ୟ ବୃଦ୍ଧି କରିପାରିବେ। କର୍ମକ୍ଷେତ୍ର, ଆନୁଷ୍ଠାନିକ କାମ, ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶା...

ରାଶିଫଳ: ଶନିବାର , ମାର୍ଚ୍ଚ ୨୩ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ କାମକୁ ତ୍ୱରାନ୍ବିତ କରିବାରେ ସହାୟ ହେବ। ଖାଦ୍ୟପେୟର ଅନିୟମିତତା କାରଣରୁ ସ୍ବାସ୍ଥ୍ୟରେ ବ୍ୟତିକ୍ରମ ଦେଖାଦେବ। ଆର୍ଥିକ ସ୍ବଚ୍ଛଳତା ଫେରିପାଇବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri