Posted inRasifala

ରାଶିଫଳ: ସୋମବାର, ଡିସେମ୍ବର ୪ ତାରିଖ – Daily Horoscope

ମେଷ
ଆଜି ଦିନଟିରେ ତରବର ନ ହୋଇ ଧୀର ସ୍ଥିର ପଦକ୍ଷେପ ନେଲେ ଉପକୃତ ହେବେ। ଦୂରଯାତ୍ରାର ସୁଯୋଗ ପାଇବେ, ମାତ୍ର ରାସ୍ତାରେ କୌଣସି ବ୍ୟକ୍ତିଙ୍କ ସହ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି। ଆଜି ହିଁ ସମ୍ପନ୍ନ କରିବାକୁ ଭାବୁଥିବା କାମଟିକୁ ଶେଷ କରିପାରିବେନି। ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳପ୍ରାପ୍ତି ହୋଇପାରେ।
ବୃଷ
ବୃଷ
ପ୍ରତ୍ୟେକ କ୍ଷେତ୍ରରେ ବିନୟପୂର୍ଣ୍ଣ କଥା କହି ପରିସ୍ଥିତିକୁ ହାଲୁକା କରିବେ। ପରିଜନ ସହ ଅର୍ଥ, ଭୋଗବିଳାସ ମଧ୍ୟରେ ସମୟଟି ଭଲରେ କଟିବ। ପାରିବାରିକ କ୍ଷେତ୍ରରେ ସୁଯୋଗ ପାଇବା ସାଙ୍ଗକୁ ସାଙ୍ଗଠନିକ କାର୍ଯ୍ୟରେ ପ୍ରଶଂସିତ ହେବେ। ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ପଦକ୍ଷେପ ଗ୍ରହଣ କରିବେ।
ମିଥୁନ
ମିଥୁନ
ଚିନ୍ତା ନ କରି ନିର୍ଭୟରେ ଆଗକୁ ମାଡ଼ି ଚାଲନ୍ତୁ, ଦେଖିବେ ଚେଷ୍ଟା ନିଶ୍ଚିତ ଫଳବତୀ ହେବ। ସନ୍ଧ୍ୟାରେ ହଠାତ୍‌ ସାଧାରଣ କଥାକୁ କେନ୍ଦ୍ର କରି ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ। ଅପ୍ରିୟ ସତ୍ୟ ଭାଷଣରୁ ଦୂରେଇ ରହନ୍ତୁ ଅନ୍ୟଥା ତାହା ହିଁ ସମସ୍ୟାର କେନ୍ଦ୍ରବିନ୍ଦୁ ହୋଇପଡ଼ିବ। କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ।
କର୍କଟ
କର୍କଟ
କର୍ମକ୍ଷେତ୍ରରେ ମଉଜିଆ କଥା କହି ଅନ୍ୟମାନଙ୍କୁ ନିଜର କରିବାରେ ସକ୍ଷମ ହେବେ। ଅତି ନିକଟରେ ରହୁଥିବା ମିତ୍ରମାନେ କିଛି ପାଇବା ଆଶାରେ ପ୍ରଶଂସା ଗାଇ ବୁଲିବେ। କ୍ରୀଡ଼ା, କଳା, ସାହିତ୍ୟ, ସାମ୍ବାଦିକତା ତଥା ରଚନାତ୍ମକ କାର୍ଯ୍ୟରେ ଅଗ୍ରଗତି ଘଟିବ। ସନ୍ତାନଙ୍କ ଗୌରବରେ ଗୌରବାନ୍ବିତ ହୋଇପାରନ୍ତି।
ସି˚ହ
ସି˚ହ
ଅତୀତ ଘଟଣାର ସମୀକ୍ଷା କରି ଭାବବିହ୍ବଳ ହେବା ସାଙ୍ଗକୁ କୌଣସି ଅସୁବିଧା ନ ଥାଇ ମଧ୍ୟ ମନଟି ଭଲ ଲାଗିବ ନାହିଁ। ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ଋଣ ସୂତ୍ରରେ ଅର୍ଥଲାଭ କରିବେ ଏବଂ ବାଣିଜ୍ୟ, ବ୍ୟବସାୟରେ ଉନ୍ନତି ଘଟିବ। ପାରିବାରିକ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ।
କନ୍ୟା
ଭାବୁଥିବା କାମଟି ବିଧିବଦ୍ଧ ଭାବରେ କରିପାରିବେ ନାହିଁ । ଫଳରେ ସୁଯୋଗ ହାତଛଡ଼ା ହୋଇପାରେ। ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାର କରିପାରନ୍ତି। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବା କାରଣରୁ ସାମୟିକ ଖୁସି ରହିବେ। ଉପରିସ୍ଥଙ୍କ ଅନୁକମ୍ପାରୁ କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ହାତକୁ ନେଇପାରନ୍ତି।
ତୁଳା
ତୁଳା
ସମ୍ପର୍କୀୟଙ୍କ ଶତ୍ରୁତା ଯୋଗୁ ବିଚଳିତବୋଧ କରିବାକୁ ପଡ଼ିବ। କୌଣସି କ୍ଷେତ୍ରରେ ପ୍ରତିକ୍ରିୟା ହଠାତ୍‌ ପ୍ରକାଶ କରନ୍ତୁ ନାହିଁ। ପାରିବାରିକ ସଦ୍‌ଭାବ ଅକ୍ଷୁଣ୍ଣ ରହିବ ମାତ୍ର ନିଜକୁ ଟିକିଏ ନରମି କହିବାକୁ ପଡ଼ିପାରେ। ନିର୍ମାଣ କିମ୍ବା କୌଣସି ଗୁରୁତ୍ୱପୂର୍ଣ୍ଣ କାମ ସକାଶେ ପରିସ୍ଥିତି ଗମ୍ଭୀର ରହିବ ଏବଂ ଟଙ୍କା, ପଇସାର ଘୋର ଅଭାବ ପରିଲକ୍ଷିତ ହେବ।
ବିଛା
ବିଛା
ଲୋକସମ୍ପର୍କ ବୃଦ୍ଧି ପାଇବାରେ ନିଜ ଲୋକମାନେ ହିଁ ପ୍ରତିବନ୍ଧକ ସୃଷ୍ଟି କରିବେ। ବନ୍ଧୁମାନଙ୍କ ବିଷୟରେ କୌଣସି ଖବର ପାଇ ବିସ୍ମୟ ପ୍ରକାଶ କରିବେ। ମାତ୍ର କର୍ମକ୍ଷେତ୍ରରେ ସରକାରୀ କାମ ଓ ପଦସ୍ଥ ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରୁ ଉପକୃତ ହେବ। ଶତ୍ରୁ ଉପଦ୍ରବ ସମ୍ପୂର୍ଣ୍ଣ ଭାବେ କମିଯାଇପାରେ।
ଧନୁ
ଧନୁ
କର୍ମକ୍ଷେତ୍ରରେ କୌଶଳ ପ୍ରୟୋଗ କରି ପ୍ରତିଷ୍ଠିତ ହେବାର ସମ୍ଭାବନା ରହିଛି। ବନ୍ଧୁମାନଙ୍କ ଆହ୍ବାନକ୍ରମେ କୌଣସି ଶୁଭକାର୍ଯ୍ୟରେ ଯୋଗଦେଇପାରନ୍ତି। ରାଜନୀତି, ପ୍ରକାଶନ, ପ୍ରଶାସନ, ଗବେଷଣା ଓ ଆନୁଷ୍ଠାନିକ କାର୍ଯ୍ୟ ପାଇଁ ଦିନଟି ବହୁତ ଭଲ। ସାହିତ୍ୟ, ସାମ୍ବାଦିକତା, ସଂଗଠନ ଓ ସଭା ସମିତିରେ ସୁନାମ ଅର୍ଜନ କରିବେ।
ମକର
ମକର
ପ୍ରତ୍ୟେକ କ୍ଷେତ୍ରରେ ମନର ବଳ ଖୁବ୍‌ ଟାଣ ରହିବ ଏବଂ ନିଜ ଜିଦ୍‌ରେ ଅଟଳ ରହିବେ। ଆଶା ପୂରଣ ହେବାରେ ଜଣେ ବାଲ୍ୟବନ୍ଧୁ ସାହାଯ୍ୟ କରିବେ। ପରିସ୍ଥିତି ମଧ୍ୟରେ ଅଧିକାଂଶ କ୍ଷେତ୍ରରେ ଆମତ୍ନିର୍ଭରଶୀଳ ହୋଇପାରନ୍ତି। ଏଣେ କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ।
କୁମ୍ଭ
କୁମ୍ଭ
ଗତକାଲି ସମସ୍ୟା ସମାଧାନରେ ରାସ୍ତା ଖୋଜି ପାଇବାରେ ସମର୍ଥ ହେବେ। ଭୁଲ୍‌ ବୁଝାମଣା ଓ ସନ୍ଦେହ ବୃଦ୍ଧି ପାଇବା କାରଣରୁ ପରିବାରରେ ବିଶୃଙ୍ଖଳା ଦେଖା ଦେଇପାରେ। ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରହନ୍ତୁ ଅନ୍ୟଥା ଅଦଳବଦଳ ହୋଇଯାଇପାରେ। ଘର କଥା କହି ବନ୍ଧୁଙ୍କ ମନରେ ବିଶ୍ୱାସ ହେଲା ଭଳି କାମ କରିବେ।
ମୀନମୀନ

ପ୍ରତ୍ୟେକ ବିଷମ ପରିସ୍ଥିତିରେ ମଧ୍ୟ ସାହସିକତାର ପରିଚୟ ଦେଇ ପ୍ରଶଂସିତ ହେବେ। ନିଜେ କଷ୍ଟ ସ୍ବୀକାର କଲେ ମଧ୍ୟ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ। ସ୍ବାର୍ଥ ସାଧନର ମସୁଧା କରି ଭଲ ସମ୍ପର୍କ ଥିବା ବନ୍ଧୁ ଅସୁବିଧାରେ ପକାଇପାରନ୍ତି। ଅଧିକାଂଶ ସମୟରେ ଭାବପ୍ରବଣତା ଯୋଗ ମନୋବଳ କ୍ରମଶଃ ହ୍ରାସ ପାଇବ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର , ସେପ୍ଟେମ୍ବର ୨୯ ତାରିଖ – Daily Horoscope

ମେଷ ଅସୁସ୍ଥ ପାରିବେଶିକ କୁପ୍ରଭାବ, ମାନସିକ ଓ ଶାରୀରିକ ଦିଗ ପାଇଁ ଅନୁକୂଳ ହେବ ନାହିଁ। ତଥାପି ଆର୍ଥିକ ଅଭିବୃଦ୍ଧି, ଧର୍ମୀୟ ଭାବନା, ବନ୍ଧୁମିଳନରୁ ଖୁସି ରହିବେ।…

ରାଶିଫଳ: ସୋମବାର, ସେପ୍ଟେମ୍ବର ୨୮ ତାରିଖ – Daily Horoscope

ମେଷ ଅଟକି ରହିଯାଇଥିବା ସବୁ କାମ ସୁବିଧାରେ ହେବା ଦୁରୂହ ହୋଇପଡିବ। ପରିସ୍ଥିତି ପ୍ରତି ଦୃଷ୍ଟି ରଖି କାମ କରନ୍ତୁ ଅନ୍ୟଥା ପରୋକ୍ଷ ଶତ୍ରୁତା ସାମୟିକ ବାଧା…

ରାଶିଫଳ: ରବିବାର, ସେପ୍ଟେମ୍ବର 2୭ ତାରିଖ – Daily Horoscope

ମେଷ ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ପରିବାରରେ ଅବସ୍ଥା ଦେଖି ବ୍ୟବସ୍ଥା ନ କଲେ ପରେ ଅନୁତାପ କରିବାକୁ…

ରାଶିଫଳ: ଶନିବାର , ସେପ୍ଟେମ୍ବର ୨୬ ତାରିଖ – Daily Horoscope

ମେଷ ଅଭାବ ଦୂରୀକରଣ ପାଇଁ ବନ୍ଧୁଙ୍କୁ ସାହାଯ୍ୟ କରିବା ସକାଶେ ଅନୁରୋଧ କରିପାରନ୍ତି। ରାହୁଙ୍କ ଦୃଷ୍ଟିରେ ଶୁକ୍ର ଅବସ୍ଥାନ କରିଥିବାରୁ ବିଶେଷ ଭ୍ରମଣଜନିତ ଶାରୀରିକ କ୍ଳାନ୍ତି ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?