Posted inଫୁରସତ

ପ୍ରଥମ ରୋଜଗାର ଟଙ୍କାରେ ବହି ଓ ପତ୍ରିକା କିଣିଥିଲି: ଗାଳ୍ପିକ ତପନ ମହାପାତ୍ର

ପ୍ରଥମ ରୋଜଗାର କଥା ଭାବି ଦେବାବେଳେ ଗୋଟେ ଜହ୍ନ ଜହ୍ନ ରାତି ଯେମିତି ମୋ ଚାରିପଟେ ଫିଟି ପଡୁଛି। ହଁ, ମୁଁ ‘ଜହ୍ନମାମୁଁ’ ପତ୍ରିକା କଥା କହୁଛି। ପିଲା ଆଖିରେ, ପ୍ରଥମ ଦେଖାରେ କେତେ ନିଜର ଲାଗୁଥିଲା ସେ! ତା’ର ପ୍ରଚ୍ଛଦ, ପୃଷ୍ଠା ସବୁକୁ ଦେଖିଲେ ଖୁସି ଲାଗୁଥିଲା। ପଢିଲେ ମନ ପୁରି ଯାଉଥିଲା। ରାଜା, ରାଣୀ, ବେତାଳ, ଅସୁର, ଜନ, ମହାଜନ ସମସ୍ତଙ୍କର କଥା ଥିଲା ସେଥିରେ। ତେବେ ‘ଜହ୍ନମାମୁଁ’ ପତ୍ରିକାର ଯେଉଁ ପୃଷ୍ଠାଟି ମୋତେ ବେଶି ଆକୃଷ୍ଟ କରୁଥିଲା ତାହା ଥିଲା ପତ୍ରିକା ଶେଷ ଆଡ଼କୁ ଥିବା ଚିତ୍ର ପ୍ରତିଯୋଗିତା। ଏହି ପୃଷ୍ଠାରେ ଥାଏ ଦୁଇଟି ଅଲଗା ଅଲଗା ଚିତ୍ର। ସେ ଚିତ୍ରକୁ ମେଳ କରି ଦୁଇ ଧାଡିରେ ଗୀତ ଲେଖି ପଠାଇବାକୁ ହୁଏ। ମନୋନୀତ ଲେଖା ପରବର୍ତ୍ତୀ ସଂଖ୍ୟାରେ ବିଜେତାଙ୍କ ନାଁ ସହିତ ପ୍ରକାଶିତ ହୁଏ। ପୁରସ୍କାର ବି ଦିଆଯାଏ। ଥରେ ଗୋଟେ ସଂଖ୍ୟା ଜହ୍ନମାମଁୁରେ ପ୍ରକାଶ ପାଇଥିବା ଦୁଇଟି ଚିତ୍ର ମୋ ମନକୁ ବେଶ୍‌ ଛୁଇଁଗଲା। ପ୍ରଥମ ଚିତ୍ରରେ; ଜଣେ ଲୋକ ଝାଳ ସରସର ହୋଇ କୋଦାଳରେ ମାଟି ହାଣୁଥିଲା ଏବଂ ଅନ୍ୟ ଚିତ୍ରରେ; ଜଣେ କୁମ୍ଭାର ଚକି ଧରି ବସି କିଛି ଗଢୁଥିଲା। ଲେଖି ଦେଲି ଗୀତ ପଦେ। ଏହା ଥିଲା ୧୯୮୨/୮୩ ମସିହାର କଥା; ସେତେବେଳେ ଅଷ୍ଟମ କି ନବମରେ ମୁଁ ପଢୁଥାଏ। ସେ ସମୟରେ ଜହ୍ନମାମୁଁ ପତ୍ରିକାର ମୂଲ୍ୟ ଏକ ଟଙ୍କା ପଞ୍ଚସ୍ତରୀ କିମ୍ବା ୨ ଟଙ୍କା ଥାଏ, ହେଲେ ଚିତ୍ର ପ୍ରତିଯୋଗିତା ବିଜୟୀଙ୍କୁ ପୁରସ୍କାର ମିଳୁଥାଏ ୨୫ କି ୫୦ ଟଙ୍କା। ସେତିକି ଟଙ୍କା ବି ସେତେବେଳେ ଖୁବ୍‌ ବହୁତ ଲାଗିଥିଲା। ଖର୍ଚ୍ଚ କ’ଣ କରିବି, ବରଂ ତାକୁ ବହୁ ଦିନ ଯାଏଁ ପାଖରେ ରଖିଲି। ପରେ ସେ ଟଙ୍କାରେ କେତୋଟି ବହି ଓ ପତ୍ରିକା କିଣିଥିଲି। ତେବେ ଲେଖିଥିବା ସେ ପଦେ ଗୀତକୁ ମୁଁ ଆଜିଯାଏଁ ବି ମନେ ରଖିଛି। ଚିତ୍ର ଦୁଇଟିକୁ ଦେଖୁ ଦେଖୁ କେମିତି କେଜାଣି ମୁଁ ହଠାତ୍‌ ଲେଖି ଦେଇଥିଲି, ‘ସହିବି ତୁମର ଆଘାତ ଯେତେ, ସତେ କି ସୁନ୍ଦର କରୁଛ ମୋତେ’। ସତରେ; ସୃଜନ ଯାତ୍ରାର ଏ ଦୀର୍ଘ ପଥରେ; ଗପଟିଏ ଲାଗି ଗୋଟିଏ ଲେଖାକୁ ବାରମ୍ବାର କାଟିଲାବେଳେ ସେ ଚିତ୍ର ଦୁଇଟିର କଥା ମନକୁ ଆସି ଯାଇଛି। ମୁଁ କେବଳ ମାଟି ହାଣି ଗଦା କରିଛି ଅବା ଦ୍ୱିତୀୟ ଚିତ୍ର ପରି କିଛି ଗଢିବାକୁ ବସିଛି। କୋଉ ଗଢି ପାରିଲି କିଛି!!! ଯଦିବା ୟା’ ଭିତରେ ମୋର ‘ଛବି ମଣିଷ’, ‘କାଉଁରି ପାନିଆ’, ‘ବିସ୍ମୟ ଏକ ବିନ୍ଦୁ’, ‘ଏଠି ପ୍ରଜାପତି ନାହିଁ’, ‘ଝିଅଠାରୁ ଉଧାର ଆଣି’, ‘ଯେତେ ଯାଏଁ ଆଖି ସେତେ ଯାଏଁ ଆକାଶ’, ‘ଫୁଲ ଦିଆନିଆ’ ଗଳ୍ପ ପୁସ୍ତକ; ‘ମୋ ଗପରେ ଗୀତର ଗାୟକ’, ‘ଅଧାରୁ ଆରମ୍ଭ ଅଧାରେ ଶେଷ’ ଜୀବନୀ ପୁସ୍ତକ ପ୍ରକାଶିତ ହୋଇଛି। କେତେକ ପୁସ୍ତକ ସମ୍ଭାବନା ବି କରିଛି। ଖୋର୍ଦ୍ଧା ଜିଲା କଲ୍ୟାଣପୁରରେ ଜନ୍ମ ହୋଇ ପତିତପାବନ ହାଇସ୍କୁଲ୍‌, ଗୁଡୁମ୍‌ରୁ ମାଟ୍ରିକ୍‌ ଏବଂ ପି.ଏନ୍‌. କଲେଜରୁ ଯୁକ୍ତ ତିନି ପଢାସାରି ଜୁନିୟର୍‌ କ୍ଲର୍କ ଭାବେ ଚାକିରି ଜୀବନ ଆରମ୍ଭ କରି ଏବେ ଉପ ବିଭାଗ ଅଧିକାରୀ ରୂପେ ଦାୟିତ୍ୱ ନିର୍ବାହ କରୁଛି। ତେବେ ଚାକିରି ଜୀବନର ରୋଜଗାର ଅପେକ୍ଷା ସୃଜନ ଯାତ୍ରାର ଏହି ପ୍ରଥମ ରୋଜଗାର ଯେଉଁ ପ୍ରଥମ ଆତ୍ମସନ୍ତୋଷ ଦେଇଥିଲା ତାହା ଭୁଲି ହେଉନାହିଁ।

-ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

ଅବପାତରେ ପରିଣତ ହେଲା ଲଘୁଚାପ: ଆହୁରି ୪ଦିନ ଭୀଷଣ ବର୍ଷା, ୧୩ ଜିଲାକୁ ଓ୍ବାର୍ନିଂ

ଭୁୁବନେଶ୍ୱର, ୧୩ା୮(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଗୁରୁବାର ସକାଳ ୮ଟା ୩୦ରେ ପଶ୍ଚିମବଙ୍ଗ ଉପକୂଳରେ ଅବପାତରେ ପରିଣତ…

ମହିଳା ଜନପ୍ରତିନିଧିଙ୍କୁ ବ୍ଲାକ୍‌ମେଲ କରି ବନ୍ଧା ହେଲେ ଯୁବକ

ଧରାକୋଟ,୧୩ା୮(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଫେକ୍‌ ଆଇଡି ଖୋଲି ଜଣେ ମହିଳା ଜନ ପ୍ରତିନିଧିଙ୍କୁ ବ୍ଲାକମେଲ କରିବା ସହ ଧମକ ଦେବା ଓ ଫଟୋ ଏଡିଟ୍‌ କରି ଭାଇରାଲ…

ଜେଲ ଗଲେ ମୁଖ୍ୟ ଜିଲା କୃଷି ଅଧିକାରୀ

ବ୍ରହ୍ମପୁର,୧୩ା୮(ସୁବାସ ଚନ୍ଦ୍ର ପାଢ଼ୀ): ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ସବ୍‌ସିଡି କରାଇଦେବା ପାଇଁ ୧୫ ହଜାର ଟଙ୍କା ଲାଞ୍ଚ ନେଇ ବ୍ରହ୍ମପୁରର ମୁଖ୍ୟ ଜିଲା କୃଷି ଅଧିକାରୀ…

ନିଷ୍ପତ୍ତିକୁ ବଦଳାଇଲା ବାର କାଉନସିଲ; ସିଜେଆଇଙ୍କୁ ବିରୋଧ କରୁଥିବା ଆଇନ ସ୍ନାତକଙ୍କ ଉପରୁ ହଟାଇଲା ପ୍ରତିବନ୍ଧକ

ନୂଆଦିଲ୍ଲୀ,୧୩।୮: ଗୁରୁବାର (ଅଗଷ୍ଟ ୧୩) , ହାଇଦ୍ରାବାଦର ନ୍ୟାସନାଲ ଏକାଡେମୀ ଅଫ ଲିଗାଲ ଷ୍ଟଡିଜ ଆଣ୍ଡ ରିସର୍ଚ୍ଚ (NALSAR) ର ଛାତ୍ରମାନଙ୍କୁ ଓକିଲ ଭାବରେ ନାମ ଲେଖାରୁ…

ପନ୍ଦର ଦିନ ବିତିଗଲେ ବି ସରିଲାନି ଘାଇ ମରାମତି: ଆନନ୍ଦପୁର ସହର ଭିତରକୁ ପୁଣି ପଶିଲା ବନ୍ୟାଜଳ, ଆତଙ୍କିତ…

ବଞ୍ଚୋ,୧୩।୮(ପ୍ରଦୋଷ ବିଶ୍ୱାଳ): ପନ୍ଦର ଦିନ ବିତିଯାଇଥିଲେ ମଧ୍ୟ ଆନନ୍ଦପୁର ରିଙ୍ଗ ରୋଡ୍‌ର ଘାଇ ମରାମତି କାମ ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଏହାରି ମଧ୍ୟରେ ପୁଣି ଥରେ ରିଙ୍ଗ…

ମନ୍ତ୍ରୀଙ୍କ ଅପେକ୍ଷାରେ ଠିଆ ହୋଇଥିଲେ, ହଠାତ ବେହୋସ୍‌ ହେଲେ ଛାତ୍ରୀ

ମୁମ୍ବାଇ,୧୩।୮: ସିଙ୍ଗରାଉଲି ଜିଲାର ଚିତ୍ରାଙ୍ଗୀ ତହସିଲରେ ଜାତିର ଗର୍ବ ଏବଂ ସମ୍ମାନର ପ୍ରତୀକ ସ୍ବରୂପ ଏକ ‘ତ୍ରିରଙ୍ଗା ଯାତ୍ରା’ (ତ୍ରିରଙ୍ଗା ଶୋଭାଯାତ୍ରା) ଆୟୋଜନ କରାଯାଇଥିଲା; କିନ୍ତୁ, ଯେତେବେଳେ…

ବିଦ୍ୟାଳୟ ରାସ୍ତାରେ ଗଛ ପକାଇ ଅବରୋଧ: ରାସ୍ତା ଉପରେ ପାଠ ପଢ଼ିଲେ ଛାତ୍ରଛାତ୍ରୀ, ୪ ଘଣ୍ଟା ପରେ…

ଡୁଙ୍ଗୁରିପାଲି ୧୩।୮(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ନାଇକେନପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଯିବା ରାସ୍ତାରେ ଜଣେ ବ୍ୟକ୍ତି ଗଛ ପକାଇ ଅବରୋଧ କରିବାର…

ନର୍ସ ମୃତ୍ୟୁ ମାମଲା: ଆକ୍ସନରେ ସରକାର…

କୋଲକାତା, ୧୩।୮: କୋଲକାତାର ପ୍ରମୁଖ ନୀଳରତନ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲ(ଏନ୍‌ଆର୍‌ଏସ୍‌) ଶୌଚାଳୟରୁ ଜଣେ ୩୦ ବର୍ଷୀୟା ଷ୍ଟାଫ ନର୍ସଙ୍କ ମୃତଦେହ ଉଦ୍ଧାର ହୋଇଛି। ଶୌଚାଳୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri