Posted inRasifala

ରାଶିଫଳ: ସୋମବାର, ଅକ୍ଟୋବର ୩ ତାରିଖ – Daily Horoscope

ମେଷ
ଆଜି ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଅର୍ଜନ କରିବେ। କେତେକ ଅସହିଷ୍ଣୁ ମନୋଭାବର ପରଶ୍ରୀକାତର ବନ୍ଧୁଙ୍କ ଅସମ୍ମାନଜନକ କଥାରୁ କଳହ ସମ୍ଭାବନା ରହିଛି। ଆନୁଷ୍ଠାନିକ କାମ, ବିବାଦୀୟ ଘଟଣା ଓ ସଭାସମିତି ତଥା ଅର୍ଥ ସମ୍ପର୍କ କ୍ଷେତ୍ରରୁ ଉପକୃତ ହେବେ। ଅଶ୍ୱିନୀ ନକ୍ଷତ୍ର ବନ୍ଧୁଙ୍କ ପ୍ରେରଣାରେ ଆନୁଷ୍ଠାନିକ କାର୍ଯ୍ୟ ପ୍ରତି ମନ ବଳାଇବେ।
ବୃଷ
ବୃଷ
ନୂଆ ଯୋଜନା ପ୍ରସ୍ତୁତି ପଥରେ ଥିବା କାମଗୁଡ଼ିକ ସମ୍ପନ୍ନ ହେବା କଷ୍ଟକର ହୋଇପଡ଼ିବ। ବନ୍ଧୁ ଗହଣରେ ସତ୍ୟ କଥା ପ୍ରକାଶ କରି ମଧ୍ୟ ଅପମାନିତ ହୋଇପାରନ୍ତି। ମୃଗଶିରା ପାରିବାରିକ ସ୍ତରରେ ସନ୍ତାନ ହେତୁକ ଦ୍ୱନ୍ଦ୍ୱର ସମ୍ମୁଖୀନ ହେବେ। ଆଜି କୈାଣସି କାମରେ ମଧ୍ୟସ୍ଥତା କଲେ ଅପମାନିତ ହେବାକୁ ପଡ଼ିବ।
ମିଥୁନ
ମିଥୁନ
ପାରିବାରିକ ସମସ୍ୟା ଓ ଅର୍ଥର ବୋଝ ମନକୁ ବିଚଳିତ କରିପାରେ। କର୍ମକ୍ଷେତ୍ରରେ କାୈଣସି ଖବର ପାଇ ଖୁସି ହେବେ। ଶିଳ୍ପ,ବାଣିଜ୍ୟ ଓ ପରିବହନ ପାଇଁ କିଛି ଅସୁବିଧା ହେବ ନାହିଁ। ଆରଦ୍ରା ନକ୍ଷତ୍ର ଭଲ କାମ କଲେ ମଧ୍ୟ ପ୍ରଶଂସା ବଦଳରେ ନିନ୍ଦା ଶୁଣିପାରନ୍ତି।
କର୍କଟ
କର୍କଟ
ଦିନଟି ସାମଗ୍ରିକ ଦୃଷ୍ଟିକୋଣରୁ ବିଶେଷ ଆନନ୍ଦ ପ୍ରଦାନ କରିବ। ଭାଇ, ବନ୍ଧୁ, ସହକର୍ମୀମାନଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ସମର୍ଥ ହେବେ। ଯାତ୍ରାକାଳୀନ ବନ୍ଧୁଙ୍କ ସହ ମତାନ୍ତର ସୃଷ୍ଟି ହୋଇ ଅଶାନ୍ତି ଉପୁଜିପାରେ। ଘରର ବରାଦ ଅନୁଯାୟୀ ମନୋରଞ୍ଜନ ଜିନିଷ କ୍ରୟ କରିପାରନ୍ତି ।
ସି˚ହ
ସି˚ହ
ଆଜି ଅନ୍ୟମନସ୍କତା କିମ୍ବା ଅସାବଧାନତାବଶତଃ ଧନ ହାନି ଯୋଗ ମଧ୍ୟ ରହିଛି। କର୍ମକ୍ଷେତ୍ରରେ କିଛି ନୂତନ ପଦକ୍ଷେପ ନେବା ପୂର୍ବରୁ ଭଲଭାବରେ ଚିନ୍ତା କରିବା ଉଚିତ ହେବ। ନିଜ ଲୋକଙ୍କଠାରୁ ଯାହା ଓ ଯେତିକି ପରିମାଣରେ ପାଇବା କଥା ତାହା ପାଇବା କଷ୍ଟକର ହେବ । ଜମିଜମା, ଆଲୋଚନା, ସଭାସମିତିରେ ବ୍ୟସ୍ତତା ବୃଦ୍ଧି ପାଇବ।
କନ୍ୟା
ଆବଶ୍ୟକ ଅର୍ଥର ଅଭାବ ହେତୁ ମାନସିକ ସ୍ଥିରତା ରହିବ ନାହିଁ। ଯାହା କରିବା କଥା ଶୀଘ୍ର ଶୀଘ୍ର ଶେଷ କରିବା ଭଲ ହେବ,ଅନ୍ୟଥା ପରକ୍ଷଣରେ ସମସ୍ତ ପରିସ୍ଥିତି ବଦଳିଯିବ। ପରିବାରରେ ସମସ୍ୟା ସମାଧାନରେ ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ। ସତ୍‌ସଙ୍ଗ କିମ୍ବା ପୂଜାପାର୍ବଣରେ ନିଜକୁ ହଜାଇ ଦେଇପାରନ୍ତି।
ତୁଳା
ତୁଳା
ପୂର୍ବପରିକଳ୍ପିତ କାମଗୁଡ଼ିକୁ ସମ୍ପନ୍ନ କରିବାରେ ବିଶେଷ କୈାଣସି ଅସୁବିଧା ହେବ ନାହିଁ। ଆଜି ଆପଣ ଯାହା କରିବେ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇ କାଯର୍‌ୟ ହାସଲ କରିବେ । ଆନୁଷ୍ଠାନିକ କ୍ଷେତ୍ରରେ,ସଭା ସମିତିରେ,କଚେରି ମାମଲାରେ ତଥା ସାମାଜିକ ସ୍ତରରେ ସମ୍ମାନ ଲାଭ କରିିବେ।
ବିଛା
ବିଛା
ଆଜି ପାରିବାରିକ ସ୍ଥିତିରେ କିଛିଟା ଉନ୍ନତି ପରିଲକ୍ଷିତ ହୋଇପାରେ । ଭୁଲ୍‌ ବୁଝାମଣା ଯୋଗୁ କର୍ମକ୍ଷେତ୍ରରେ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସମସ୍ୟା ଲାଗି ରହିବା ଯୋଗୁ ବ୍ୟସ୍ତ ହେବେ। ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ।
ଧନୁ
ଧନୁ
ସଭାସମିତିରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ କାମ କଲେ ଅପେକ୍ଷାକୃତ ସଫଳତା ପାଇପାରନ୍ତି । ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇ ଯିବେ। ବିବାଦ ଓ ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ହୋଇପାରେ। ବ୍ୟବସାୟରେ ଭଲ କାରବାର ହେବ, ଯାହାକି ଆପଣଙ୍କୁ କେତେକାଂଶରେ ଆମତ୍ସନ୍ତୋଷ ମିଳିବ।
ମକର
ମକର
କର୍ମକ୍ଷେତ୍ରରେ କେତେକ ଅହେଳିତ କାମ ସକାଶେ ଚିନ୍ତା କରିପାରନ୍ତି। ପଡ଼ୋଶୀ କିମ୍ବା ସହକର୍ମୀ ଫାଇଦା ହାସଲ କରିବା ସକାଶେ ଅତି ନିଜର ଭଳି ବ୍ୟବହାର କରିପାରନ୍ତି । ଯେତେପ୍ରକାର କାମ କଲେ ମଧ୍ୟ ପ୍ରତିବନ୍ଧକ ଯୋଗୁ ପ୍ରଗତିରେ ଅଗ୍ରଗତି ହୋଇପାରିବ ନାହିଁ। ବନ୍ଧୁମାନଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି।
କୁମ୍ଭ
କୁମ୍ଭ
ପୂର୍ବ ଯୋଜନା ଅନୁଯାୟୀ କର୍ମକ୍ଷେତ୍ରରେ ଆଗୁଆ ହୋଇ ସଫଳତା ହାସଲ କରିବେ। ପାରିବାରିିକ କ୍ଷେତ୍ର ବୁଝାମଣାରେ ଶୃଙ୍ଖଳିତ ହେବ। ନିଜର ଆତ୍ମୀୟମାନେ ହଠାତ୍‌ ଶତ୍ରୁତା କରିବେ। ଯାତ୍ରାରେ ସାମାନ୍ୟ ବିଘ୍ନ ଆସିଲେ ମଧ୍ୟ କିଛି ଅସୁବିଧା ହେବ ନାହିଁ।
ମୀନମୀନ
ଆଜିର ପ୍ରତ୍ୟୁଷ ଯାତ୍ରା ସଫଳତା ଆଣିଦେବ। ମାଲିମକଦ୍ଦମାରେ ସଫଳତା ହାସଲ କରିବେ। ବାଣିଜ୍ୟ, ପରିବହନ, ଆନୁଷ୍ଠାନିକ କାମ ଓ ସଭା ସମିତିରେ ଗୈାରବାର୍ଜନ କରିପାରନ୍ତି। କଳା, ସାହିତ୍ୟ, ପ୍ରକାଶନ ଓ ପ୍ରଶାସନିକ ସ୍ତରରେ ସମସ୍ୟାର ସରଳ ସମାଧାନ କରିବାରେ ସଫଳ ହେବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୭ ତାରିଖ – Daily Horoscope

ମେଷ ଶୁଭଗ୍ରହ ତୃତୀୟସ୍ଥ ଯୋଗୁ ବନ୍ଧୁଙ୍କ ମାଧ୍ୟମରେ ପାରିବାରିକ ଅସଙ୍ଗତୀ ଦୂର କରିବାରେ ସାହାଯ୍ୟ କରିବେ। ଆଜିର ଯାତ୍ରା, ସରକାରୀ କର୍ମଚାରୀଙ୍କୁ ସାକ୍ଷାତ, ବାଣିଜ୍ୟ ପାଇଁ ଦିନଟି…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୨୬ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ଭାଗ୍ୟସ୍ଥାନ ପ୍ରତି ଦୁଷ୍ଟିସମ୍ବନ୍ଧ ଯୋଗୁ ନୂତନ କର୍ମାରମ୍ଭ ସହ ପାରିବାରିକ ସୁଖଶାନ୍ତି ଅନୁଭବ କରିବେ। ସକାଳୁ ବନ୍ଧୁଙ୍କ ସହ ସୁଖଭ୍ରମଣ ଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri