ଦଶହରାରେ ଶ୍ରଦ୍ଧାଳୁଙ୍କୁ ଦିଆଯିବ ଦହିପଖାଳ, ଶାଗଭଜା

ଭଦ୍ରକ ଅଫିସ,୨।୧୦: ଶାରଦୀୟ ଦୁର୍ଗାପୂଜା ପାଇଁ ସବୁଠି ଉତ୍ସବମୁଖର। କୋଭିଡ୍‌ ପାଇଁ ଦୁଇବର୍ଷ ଧରି ବନ୍ଦ ରହିବା ପରେ ଏଥର ପୂଜା ଧୁମ୍‌ଧାମ୍‌ରେ ପାଳନକୁ ନେଇ ସମସ୍ତେ ବେଶ୍‌ ଉତ୍ସାହ ଅଛନ୍ତି। ଭଦ୍ରକ ସହରର ସାଳନ୍ଦୀ ବାଇପାସ୍‌ଠାରେ ସାର୍ବଜନୀନ ଦୁର୍ଗାପୂଜା ଚଳିତବର୍ଷ ୧୪ ବର୍ଷରେ ପଦାର୍ପଣ କରିଛି। ରବିବାର ସକାଳ ୬ ଟା୩୦ରେ ସାଳନ୍ଦୀ ଘାଟରୁ ଘଟୋତ୍ତଳନ କରାଯାଇ ମଣ୍ଡପରେ ସପ୍ତମୀ ପୂଜା ଆରମ୍ଭ ହୋଇଛି। ମୁଖ୍ୟ ପୂଜକ ପରମାନନ୍ଦ ପଣ୍ଡା ଓ ଭରତ କୁମାର ଦାଶଙ୍କ ଦ୍ୱାରା କଳସ ଯାତ୍ରା, ଘଟ ନବପତ୍ରିକା ପ୍ରବେଶ, ନ୍ୟାସ, ସ୍ନାନ ଉପଚାର, କୁଷ୍ମାଣ୍ଡ ବଳି, ଅଷ୍ଟମୀରେ ସନ୍ଧିପୂଜା, ହୋମ ଓ ଷୋଡ଼ଷ ଉପଚାର ପୂଜା ସହ ଚଣ୍ଡୀପାଠ ଆଦି ରହିଛି। ପଶ୍ଚିମବଙ୍ଗ କାରିଗରଙ୍କ ଦ୍ୱାରା ୧୦ ଫୁଟ ଉଚ୍ଚର ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ସାଙ୍ଗକୁ ଗଣେଶ, କାର୍ତ୍ତିକ, ଲକ୍ଷ୍ମୀ ଓ ସରସ୍ବତୀଙ୍କ ମୂର୍ତ୍ତି ଆକର୍ଷଣୀୟ ହୋଇଛି। ବାଇପାସ୍‌ର ସମଗ୍ର ଅଞ୍ଚଳକୁ ରଙ୍ଗୀନ ଆଲୋକମାଳାରେ ସାଜସଜ୍ଜା କରାଯିବା ସହ ଲାଇଟ ଗେଟ୍‌ କରାଯାଇଛି। ରଙ୍ଗୀନ ଆଲୋକମାଳାରେ ବାଇପାସ୍‌ ବଜାର ଝଲସୁଛି। ସନ୍ଧ୍ୟାରେ ନୃତ୍ୟ ସଙ୍ଗୀତ କାର୍ଯ୍ୟକ୍ରମ ଓ ମା’ଙ୍କ ଦର୍ଶନ ପାଇଁ ରବିବାରଠାରୁ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଲାଗିଛି। ନବମୀ ଓ ଦଶମୀ ସନ୍ଧ୍ୟାରେ ଭଜନ ସନ୍ଧ୍ୟା ଓ କୁନି ପିଲାମାନଙ୍କ ମଧ୍ୟରେ ନୃତ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ କୁହାଯାଇଛି। ଦଶହରାରେ ଦହି ପଖାଳ ଓ ଶାଗଭଜା ଏହି ପୂଜା ମଣ୍ଡପର ଅନ୍ୟ ଏକ ବିଶେଷତ୍ୱ। ହଜାର ହଜାର ଶ୍ରଦ୍ଧାଳୁ ଦହିପଖାଳ ଖାଇବା ପାଇଁ ଦଶହରାରେ ଭିଡ଼ ଲଗାଇଥାନ୍ତି।
୨୦୦୯ରେ ସ୍ଥାନୀୟ କେତେଜଣ ବରିଷ୍ଠ ନାଗରିକ ଏଠାରେ ପୂଜା ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ସାଳନ୍ଦୀ ନଗର, ଗୋପବନ୍ଧୁ ନଗର ଓ କାନ୍ତକବି ୩ କଲୋନୀର ବାସିନ୍ଦା, ରାଜଘାଟ ପୋଲଠାରୁ ଡାହାଣୀଗଡ଼ିଆ ପର୍ଯ୍ୟନ୍ତ ଥିବା ଦୋକାନର ବ୍ୟବସାୟୀମାନଙ୍କ ସହଯୋଗରେ ପୂଜାର କଳେବର ବୃଦ୍ଧି ହୋଇଛି। କୋଭିଡ୍‌ କଟକଣା ପରେ ଚଳିତବର୍ଷ ପୂଜାକୁ ନେଇ ୩କଲୋନୀର ବାସିନ୍ଦା ଓ ବ୍ୟବସାୟୀମାନେ ଉତ୍ସାହିତ ଅଛନ୍ତି। ପୂଜା କମିଟି ସଭାପତି ଗୋପାଳ ପ୍ରସାଦ ନାୟକ, ସମ୍ପାଦକ ଭବତୋଷ ଦାଶ, ଉପସଭାପତି ଅଶୋକ ଦ୍ୱିବେଦୀ, ସୂର୍ଯ୍ୟନାରାୟଣ ମହାନ୍ତି, ବିଶ୍ୱନାଥ ବାରିକଙ୍କ ନେତୃତ୍ୱରେ ପୂଜା ଆୟୋଜନ କରାଯାଇଛି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଟାଉନ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

ଆଦିଶକ୍ତି ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୨୩/୪(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଆରାଧ୍ୟ ଇଷ୍ଟଦେବୀ ମା ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ଉଦ୍‌ଯାପନ ହୋଇଛି। ମଙ୍ଗଳବାର ସାଙ୍ଗକୁ ପୂର୍ଣ୍ଣିମା ପଡିଥିବାରୁୁ ମା’ଙ୍କ...

ଆଗାମୀ ନିର୍ବାଚନରେ ଡବଲ ଇଞ୍ଜିନ ସରକାର ହେବ ଗଠନ:ସୀତାଂଶୁ

ଭଦ୍ରକ,୨୩।୪(ସନାତନ ରାଉତ)- ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀରେ ଭାଜପା ତାର ସ୍ଥିତି ମଜଭୁତ କରୁଛି। ଯୁବ ଚେହରା ସୀତାଂଶୁ ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri