Posted inRasifala

ରାଶିଫଳ: ମଙ୍ଗଳବାର, ମେ ୩ ତାରିଖ – Daily Horoscope

ମେଷ
ଉଚ୍ଚସ୍ଥ ଚନ୍ଦ୍ର ଆପଣଙ୍କୁ ସାମାଜିକ ସମ୍ମାନ ଓ ଉଚ୍ଚ ପଦପଦବୀ ପ୍ରଦାନ କରିବେ। ଚେଷ୍ଟା କରୁଥିବା କାମଗୁଡ଼ିକ ସୁବିଧାରେ ଓ ସୁରୁଖୁରୁରେ ହୋଇଯିବ। ଘରେ ବନ୍ଧୁମିଳନ ସହ ଖୁସିର ଆସର ଜମିପାରେ। ବାଣିଜ୍ୟ, ବ୍ୟବସାୟ ଦିଗଟି ସନ୍ତୋଷଜନକ ରହିବ।
ବୃଷ
ବୃଷ
ବନ୍ଧୁମାନଙ୍କ ସହ ଘରକାମ ଛାଡ଼ି ବାହାର କାମରେ ବେଶି ସମୟ କଟାଇବାକୁ ପଡ଼ିପାରେ । ରୋହିଣୀ ନକ୍ଷତ୍ରର ଆନୁଷ୍ଠାନିକ କିମ୍ବା ମାଙ୍ଗଳିକ କାର୍ଯ୍ୟ ସକାଶେ ତପତ୍ରତା ବଢ଼ିଯିବ । କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ। ସାଧାରଣ ଘଟଣାକୁ ଦୁର୍ଘଟଣା ମନେକରି ଚିନ୍ତିତ ରହିପାରନ୍ତି ।
ମିଥୁନ
ମିଥୁନ
କାର୍ଯ୍ୟଦକ୍ଷତା ଓ ସମୟାନୁବର୍ତ୍ତିତା କାରଣରୁ କର୍ମକ୍ଷେତ୍ରରେ ଉନ୍ନତ ଫଳ ପାଇବେ। ଖୋଜୁଥିବା ଜିନିଷ, ଦରକାରୀ କାଗଜପତ୍ର କିମ୍ବା ସରକାରୀ ସୁବିଧା ସହଜରେ ପାଇଯିବେ। ପୁନର୍ବସୁ ନକ୍ଷତ୍ରର ମନୋରଞ୍ଜନ ପ୍ରୀତିପ୍ରଦ ହେବ। ରଚନାମତ୍କ କାର୍ଯ୍ୟରେ ଅଗ୍ରଗତି ଘଟିବା ଯୋଗୁ ସାମାଜିକ ଜୀବନରେ ପ୍ରଶଂସାର ପାତ୍ର ହେବେ ।
କର୍କଟ
କର୍କଟ
ଉଦ୍ଦେଶ୍ୟ ପ୍ରଣୋଦିତ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତ ହୋଇପାରନ୍ତି। ଋଣ ସୂତ୍ରରେ ଅର୍ଥଲାଭ କରିବେ ଏବଂ କୌଣସି କର୍ମାରମ୍ଭ କରିପାରନ୍ତି। ଅଶ୍ଳେଷା ନକ୍ଷତ୍ରର ନୂତନ ଗୃହୋପଯୋଗୀ ଜମିଜମା ସମ୍ପର୍କିତ କଥାରେ ଅଗ୍ରଗତି ଘଟିବ। ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସାହିତ୍ୟ, କଳା, ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହୋଇପାରନ୍ତି।
ସି˚ହ
ସି˚ହ
ଅନ୍ୟ କଥାରେ ପ୍ରଭାବିତ ହୋଇ ଭଲ ସମ୍ପର୍କ ଥିବା ବ୍ୟକ୍ତିଟି ଭୁଲ୍‌ ଧାରଣା ପୋଷଣ କରିପାରେ । ମଘା ନକ୍ଷତ୍ରର ପାରିବାରିକ ସ୍ତରରେ କିଛିନା କିଛି ଅସୁବିଧା ସୃଷ୍ଟି ହେବ। କର୍ମକ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ ଓ ଶିଳ୍ପ,ବାଣିଜ୍ୟ ଏବଂ ଏଜେନ୍ସିପରୁ ଖୁସି ରହିବେ। ଭଲ କଥା କହିଲେ ମଧ୍ୟ ବନ୍ଧୁ ଭୁଲ୍‌ ବୁଝିବେ।
କନ୍ୟା
ଦୀର୍ଘଦିନରୁ କର୍ମକ୍ଷେତ୍ରରେ ରହି ଆସିଥିବା ସମସ୍ୟାର ସମାଧାନ ଆଜି ହିଁ ହୋଇଯିବ। ଆର୍ଥିକ ଅନଟନ କାରଣରୁ ମାନସିକ ସ୍ଥିତି ଠିକ୍‌ ରହି ନ ପାରେ। ସମ୍ପର୍କୀୟଙ୍କ ସନ୍ଦେହଜନକ କାର୍ଯ୍ୟକଳାପ ହେତୁ ଅନ୍ୟକୁ ସହଜରେ ବିଶ୍ୱାସ କରିପାରିବେ ନାହିଁ। ଚିତ୍ରା ନକ୍ଷତ୍ରର ଭଲ ଓ ମନ୍ଦ ମଧ୍ୟରେ ପାରିବାରିକ ସଦ୍‌ଭାବ ଅକ୍ଷୁଣ୍ଣ ରହିବ।
ତୁଳା
ତୁଳା
ଆଜି ଗୁଡ଼ିଏ କାମ ହାତକୁ ନେଇ ବିଶ୍ରାମହୀନ କାମ କରିବାକୁ ପଡ଼ିପାରେ । ପରିବାରର ଆବଶ୍ୟକତାକୁ ଉପଲବ୍ଧିକରି ମୂଲ୍ୟବାନ୍‌ ଜିନିଷ କିଣିବା ସକାଶେ ମନ ବଳାଇପାରନ୍ତି । ସ୍ବାତୀ ନକ୍ଷତ୍ର ସରକାରୀ ସ୍ତରରେ କୌଣସି ଖବର ପାଇ ବିସ୍ମୟ ପ୍ରକାଶ କରିବେ। ପଦସ୍ଥ ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରୁ ଉପକୃତ ହେବ।
ବିଛା
ବିଛା
ତରବରିଆ କୌଣସି କାମ କଲେ ସବୁ ଓଲଟପାଲଟ ହୋଇଯିବ। ଅନୁରାଧା ନକ୍ଷତ୍ର ବାରମ୍ବାର ବିଫଳତା ପରେ ଚେଷ୍ଟା କରୁଥିବା କାମରେ ସଫଳତା ପାଇବେ। ଅନ୍ୟମନସ୍କତା କିମ୍ବା ଅସାବଧାନତା ହେତୁ ସାମୟିକ ଯାତ୍ରାରେ ଅସୁବିଧା ଘଟିପାରେ । ଆଜିର ଅଧିକାଂଶ ସମୟ ବନ୍ଧୁମାନଙ୍କ ସହ ଆଳାପ ଆଲୋଚନାରେ କଟାଇବେ ।
ଧନୁ
ଧନୁ
ପ୍ରତ୍ୟେକ କ୍ଷେତ୍ରରେ ସତର୍କତାର ସହ କାମ କରନ୍ତୁ, ଜାଣିଶୁଣି କେତେଜଣ ବ୍ୟକ୍ତି ସମସ୍ୟା ସୃଷ୍ଟି କରିପାରନ୍ତି। ମୂଳା ନକ୍ଷତ୍ର ସକାଶେ ଅଫିସିଆଲି କାମରେ ଟେନ୍‌ସନ କିଛିମାତ୍ରାରେ ବଢ଼ିଯିବ। ଆଶା ପୂରଣ ହେବାରେ ଜଣେ ବନ୍ଧୁ ସାହାଯ୍ୟ କରିବେ। ଭୁଲ୍‌ ବୁଝାମଣା କାରଣରୁ ପରିବାର ଓ ପରିବହନରେ ସମସ୍ୟା ଦେଖାଦେବ।
ମକର
ମକର
ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରହନ୍ତୁ ଏବଂ ମାଙ୍ଗଳିକ କାମରୁ ଖୁସି ରହିବେ । ବନ୍ଧୁ କରୁଥିବା କାର୍ଯ୍ୟର ବିଳମ୍ବତାକୁ ଲକ୍ଷ୍ୟକରି ବ୍ୟସ୍ତ ହୋଇପଡ଼ିବେ। ଶ୍ରବଣା ନକ୍ଷତ୍ରର ଜ୍ୱରଜନିତ ପୀଡ଼ା ବୃଦ୍ଧି ଘଟିବା ଆଶଙ୍କା ରହିଛି। ଘରକଥା କହି ବନ୍ଧୁଙ୍କ ମନରେ ବିଶ୍ୱାସ ହେଲା ଭଳି କାମ କରି ପରକ୍ଷଣରେ ଅନୁତପ୍ତ ହେବେ ।
କୁମ୍ଭ
କୁମ୍ଭ
ପୂର୍ବଭାଦ୍ରପଦ ନକ୍ଷତ୍ର ଦୁଃସାହସିକ ପଦକ୍ଷେପ ନେଇ ସମସ୍ୟାକୁ ସୁଧାରିନେବେ। ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ଭଲ ସମ୍ପର୍କ ଥିବା ବନ୍ଧୁ ଅସୁବିଧାରେ ପକାଇପାରନ୍ତି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପ୍ରଶାସନ କ୍ଷେତ୍ରରେ ସଫଳତା ହାସଲ କରିବେ। ବନ୍ଧୁଙ୍କ ଜରିଆରେ ମୂଲ୍ୟବାନ୍‌ ଦ୍ରବ୍ୟଲାଭରୁ ଖୁସି ହେବେ।
ମୀନମୀନ
ବିଭିନ୍ନ କାମରେ କ୍ଷତିର ସାମ୍ନାକରି ଅନ୍ୟମାନଙ୍କୁ ବିଶ୍ୱାସ କରିପାରିବେନାହିଁ। ଉତ୍ତର ଭାଦ୍ରପଦ ନକ୍ଷତ୍ର କୌଣସି କ୍ଷେତ୍ରରେ ତରବରିଆ ପଦକ୍ଷେପ ନେବା ଠିକ୍‌ ହେବ ନାହିଁ। ବନ୍ଧୁଙ୍କ ନିମନ୍ତ୍ରଣକ୍ରମେ ଦୂରଯାତ୍ରା ସୁଯୋଗ ପାଇବେ। ଆଲୋଚନା କ୍ଷେତ୍ରରେ ସତ କହି ବିରୋଧୀ ହେବା ସହ ଶତ୍ରୁତାକୁ ନିମନ୍ତ୍ରଣ କରିବେ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଅକ୍ଟୋବର ୮ ତାରିଖ – Daily Horoscope

ମେଷ ଆଜି ଜମିଜମା କାରବାରକୁ ନେଇ ମତାନ୍ତର ଉପୁଜିବ। ବନ୍ଧୁ ଏବଂ ପରିଜନଙ୍କ ସହିତ ପ୍ରତ୍ୟୁଷ ଯାତ୍ରା ମନକୁ ଆନନ୍ଦ ପ୍ରଦାନ କରିପାରେ। କୃତ୍ତିକା ନକ୍ଷତ୍ରର ମନରେ…

ରାଶିଫଳ: ବୁଧବାର, ଅକ୍ଟୋବର ୭ ତାରିଖ – Daily Horoscope

ମେଷ ଆଜିର ପାପଗ୍ରହ ମଧ୍ୟସ୍ଥ ଚନ୍ଦ୍ରଙ୍କ ଯୋଗୁ ମାନସିକ ଅସ୍ଥିରତା ଭିତରେ ଦିନଟି କଟିବ। ଶିଳ୍ପ, ବାଣିଜ୍ୟ, ପରିବହନ ଏବଂ ଆନୁଷ୍ଠାନିକ କ୍ଷେତ୍ରରେ ଆଶାଜନକ ଫଳ ପ୍ରାପ୍ତି…

ରାଶିଫଳ: ମଙ୍ଗଳବାର , ଅକ୍ଟୋବର ୬ ତାରିଖ – Daily Horoscope

ମେଷ ଚତୁର୍ଥକେନ୍ଦ୍ରରେ ଶୁଭଗ୍ରହଙ୍କ ସମାବେଶ ପାରିବାରିକ, ସାମାଜିକ ଏବଂ କର୍ମକ୍ଷେତ୍ରକୁ ଋଦ୍ଧିମନ୍ତ କରିବ। ଭିତିରିଆ ଉଦ୍ଦେଶ୍ୟ ସାଧନ ପରିପ୍ରେକ୍ଷୀରେ ବନ୍ଧୁ ସାହାଯ୍ୟର ହାତ ବଢ଼ାଇବେ। ମନ ବୁଝିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?