Posted inRasifala

ରାଶିଫଳ: ସୋମବାର, ଜାନୁୟାରୀ ୩ ତାରିଖ – Daily Horoscope

ମେଷ
ଆଜି ଆପଣଙ୍କୁ ଆଶାନୁଯାୟୀ ଅର୍ଥଲାଭ,ବ୍ୟବସାୟିକ ସଫଳତା ମିଳିବ। ପରିବହନରେ ସମସ୍ୟା ସମାଧାନ ଓ କଚେରି ମାମଲାରେ ବିଜୟୀ ହେବା ନିଶ୍ଚିତ। ବନ୍ଧୁଙ୍କ ସୁପରାମର୍ଶ ଅନୁଯାୟୀ କାମ କଲେ ଉଚ୍ଚ ପ୍ରଶଂସିତ ହେବେ। ପାଖ ପଡ଼ୋଶୀ କିମ୍ବା ନିଜର ଆତ୍ମୀୟଙ୍କ ଅସହଯୋଗରୁ କାମଗୁଡ଼ିକ ଅଧାରେ ଅଟକି ଯାଇପାରେ।
ବୃଷ
ବୃଷ
ଅଟକି ରହିଥିବା କାମଟିକୁ ପୁନଃ ଆରମ୍ଭ କରିବାକୁ ମନସ୍ଥ କରିପାରନ୍ତି। ବ୍ୟବସାୟ, ନିର୍ମାଣ, ଶିଳ୍ପ, ବାଣିଜ୍ୟ, ଏଜେନ୍‌ଶିପ୍‌, ବୀମା, ଶେୟାର ବଜାରରେ ସଫଳତା ହାସଲ କରିବେ। ଅନ୍ୟକୁ ସାହାଯ୍ୟର ପ୍ରତିଶ୍ରୁତି ଦେଇ ନିଜେ ହଇରାଣରେ ପଡ଼ିପାରନ୍ତି। ପରୋକ୍ଷ ଶତ୍ରୁତାର କୁପରିଣାମ ସ୍ବରୂପ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ।
ମିଥୁନ
ମିଥୁନ
ଭୁଲ୍‌ ବୁଝାମଣା କାରଣରୁ ପାରିବାରିକ ସମସ୍ୟାର ସମାଧାନ କଷ୍ଟକର ହେବ। ସହକର୍ମୀ ସାହାଯ୍ୟର ପ୍ରତିଶ୍ରୁତି ଦେଇ ଶେଷ ସମୟରେ ନାସ୍ତିବାଣୀ ଶୁଣାଇ ପାରନ୍ତି। କଳା, ସାହିତ୍ୟ, ସଙ୍ଗୀତ, ଚଳଚ୍ଚିତ୍ର ତଥା ରାଜନୀତି, ସଙ୍ଗଠନ କ୍ଷେତ୍ରରେ ଉନ୍ନତ ଫଳ ପାଇବେ। ମାଲିମକଦ୍ଦମା ହେତୁ ମାନସିକ ସ୍ଥିତି ଠିକ୍‌ ରହିନପାରେ।
କର୍କଟ
କର୍କଟ
କର୍ମକ୍ଷେତ୍ରରେ କଠିନ ଶ୍ରମ, ଅତ୍ୟଧିକ ମାନସିକ ଚାପଜନିତ ସ୍ବାସ୍ଥ୍ୟ ଭଲ ରହିନପାରେ। ଅତ୍ୟଧିକ ଭାବ ପ୍ରବଣତା ହେତୁ କେତେକ ଆକସ୍ମିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ। ସମ୍ପର୍କ ଯୋଡ଼ିବା କ୍ଷେତ୍ରରେ ମରୀଚିକା ପଛରେ ଦୌଡ଼ିବାକୁ ପଡ଼ିପାରେ। ଅଫିସରେ ବାକ୍‌ ଅସଂଯମତା ଯୋଗୁ ସହକର୍ମୀଙ୍କ ସହ ସୁସମ୍ପର୍କ ବ୍ୟାହତ ଆଶଙ୍କା ରହିଛି।
ସି˚ହ
ସି˚ହ
ମତଭେଦ କାରଣରୁ ପରିବାର ମଧ୍ୟରେ ଅଟକି ରହିଥିବା କାର୍ଯ୍ୟ ସକାଶେ ଅନୁତାପ କରିବେ। କର୍ମକ୍ଷେତ୍ରରେ ଅକାରଣ ଅଭିଯୋଗ ସକାଶେ ଅନ୍ତରଙ୍ଗ ବନ୍ଧୁଟି ଉପରେ ସନ୍ଦେହ ଘନୀଭୂତ ହୋଇପାରେ। ବ୍ୟବସାୟ, ପରିବହନ, ନିର୍ମାଣାଦିରେ ଉନ୍ନତି ଘଟିବ। ସମ୍ପର୍କୀୟଙ୍କ ପରୋକ୍ଷ ଶତ୍ରୁତା ପ୍ରଗତିରେ ଅନ୍ତରାୟ ସୃଷ୍ଟି କରିପାରେ।
କନ୍ୟା
ସମସ୍ତ ପ୍ରକାରର ସୁବିଧା ଥାଇ ମଧ୍ୟ କାମଟି ଅଟକି ରହିବା କାରଣରୁ କ୍ଷୋଭ ପ୍ରକାଶ କରିବେ। ବହୁତ ଦିନରୁ ପ୍ରତୀକ୍ଷା କରିଥିବା ସରକାରୀ ସ୍ତରରୁ ହଠାତ୍‌ କୌଣସି ଖବର ପାଇ ବିସ୍ମୟ ପ୍ରକାଶ କରିବେ। କ୍ରୀଡ଼ା, ଚଳଚ୍ଚିତ୍ର, ସାହିତ୍ୟ, କଳା, କାରିଗରି କ୍ଷେତ୍ରରୁ ପ୍ରଶଂସିତ ହେବେ। ଆର୍ଥିକ ସ୍ଥିତି ଖରାପ ହେବା କାରଣରୁ ମନ ଅସ୍ଥିର ରହିବ।
ତୁଳା
ତୁଳା
ନିଜ ମନ ଅନୁଯାୟୀ କୌଣସି କାମ ସମ୍ପନ୍ନ ନ ହେବା କାରଣରୁ ମାନସିକ ଅସ୍ଥିରତା ସୃଷ୍ଟି ହେବ। ବିଶେଷ ଗୁରୁତର ନ ହେଲେ ମଧ୍ୟ ପରିବାରରେ ସାଧାରଣ କଥାରୁ କଳହ ସୃଷ୍ଟି ହୋଇପାରେ। ବନ୍ଧୁଙ୍କ ଅସମୟରେ ସାହାଯ୍ୟ କରିବା କାରଣରୁ ପ୍ରଶଂସିତ ହେବେ। ସହାନୁଭୂତିଶୀଳ ମନୋଭାବ ପୋଷଣରୁ ପଦମର୍ଯ୍ୟାଦା ବୃଦ୍ଧି ପାଇବ।
ବିଛା
ବିଛା
କର୍ମକ୍ଷେତ୍ରରେ ପ୍ରତିବନ୍ଧକ ଉପୁଜିବା ଜନିତ କେତେକ ଗୁରୁତ୍ୱପୂର୍ଣ୍ଣ କାମ ସମ୍ପନ୍ନ କରିପାରିବେ ନାହିଁ। ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ମନାନ୍ତରର ଆଶଙ୍କା ରହିଛି। ଅଫିସିଆଲି କାମରେ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ। ଅବହେଳା କାରଣରୁ ପୁରାତନ ରୋଗର ପ୍ରାଦୁର୍ଭାବ ଦୈହିକ ଅସୁସ୍ଥତା ସୃଷ୍ଟି କରିବ।
ଧନୁ
ଧନୁ
ଅନିଷ୍ଟ ଚିନ୍ତା ନ କରୁଥିଲେ ମଧ୍ୟ ଆମତ୍ୀୟମାନେ ଭୁଲ୍‌ ବୁଝି ଦୂରେଇ ଯାଉଥିବାର ଅନୁଭବ କରିପାରନ୍ତି। ସମ୍ପର୍କୀୟଙ୍କ ପ୍ରତାରଣାପୂର୍ଣ୍ଣ କଥାକୁ ବିଶ୍ୱାସ କରି ସ୍ତ୍ରୀଙ୍କ ସହ ମତ ପାର୍ଥକ୍ୟ ଦେଖା ଦେଇପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ଆଶାତୀତ ସଫଳତା ହାସଲ କରିବେ।
ମକର
ମକର
କୈାଣସି ବିବାଦୀୟ ଘଟଣାବଳୀ ମନକୁ ଭାରାକ୍ରାନ୍ତ କରିପାରେ। ନୂତନ ଭାବେ ଆରମ୍ଭ କରିବାକୁ ମନସ୍ଥ କରିଥିବା କାମଟି ଆଦୈା ଅଟକିବ ନାହିଁ। କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିପାରେ,କିନ୍ତୁ କିଛି ଅସୁବିଧା ହେବ ନାହିଁ। ସଭା ସମିତି, ନିର୍ମାଣ ଓ ପରିବହନ ସକାଶେ ଦିନଟି ଅନୁକୂଳ ରହିବ।
କୁମ୍ଭ
କୁମ୍ଭ
ଆଜି ପ୍ରତିଯୋଗୀତା, ପ୍ରତିଦ୍ୱନ୍ଦିତା, ମାଲିମକଦ୍ଦମା, ପ୍ରଭୃତିରେ ଆପଣଙ୍କ ସପକ୍ଷରେ ଅନୁକୂଳ ରହିବ। ସାମାଜିକ ସ୍ତରରେ, ଆଲୋଚନା କ୍ଷେତ୍ରରେ, ବନ୍ଧୁଗହଣରେ ଆପଣଙ୍କ ମତ ଓ ମନ୍ତବ୍ୟର ପ୍ରାଧାନ୍ୟତା ବଢିଯିବ। ବ୍ୟବସାୟ ଓ ବାଣିଜ୍ୟ,ଅର୍ଥ ସମ୍ପର୍କୀତ ଆଲୋଚନା କ୍ଷେତ୍ରରେ ସମସ୍ୟା ଦୂରେଇ ଯିବ।
ମୀନମୀନ
କର୍ମକ୍ଷେତ୍ରରେ ମତାନ୍ତର, ଶତ୍ରୁତା ଓ ଶିକ୍ଷା,ସନ୍ତାନ କ୍ଷେତ୍ରରେ ପ୍ରତିକୂଳତା ସୃଷ୍ଟି କରିବେ। ଆପଣଙ୍କ ସମ୍ମୁଖରେ ମିଠା କଥା କହୁଥିବା ବ୍ୟକ୍ତିଙ୍କ ଅଭିସନ୍ଧିମୂଳକ କାର୍ଯ୍ୟକଳାପ ପ୍ରତି ସଜାଗ ରହି କାମ କରିବା ଭଲ ହେବ। ରପ୍ରାନୀ ବାଣିଜ୍ୟ, ପ୍ଲଟିଂ କାରବାର, ଧାତୁ ଅଳଙ୍କାର.କୁଟୀରଶିଳ୍ପ ବ୍ୟବସାୟୀ ମାନଙ୍କ ପାଇଁ ଦିନଟି ବହୁତ ଭଲ ରହିବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଡିସେମ୍ବର ୨୨ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସହ ମଙ୍ଗଳଙ୍କ ମିଳନ ପାରିବାରିକ ଜୀବନକୁ ସରସ,ସୁନ୍ଦର କରିବ। ତଥାପି ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ଟଣାଓଟରା...

ରାଶିଫଳ: ରବିବାର, ଡିସେମ୍ବର ୨୧ ତାରିଖ – Daily Horoscope

ମେଷ ଭାଗ୍ୟସ୍ଥାନରେ ଚତୁଃଗ୍ରହ ଯୋଗରୁ ଆଜିର କର୍ମକ୍ଷେତ୍ର, ପାରିବାରିକ ସ୍ଥିତି ସାଙ୍ଗକୁ ଜୀବନଚର୍ଯ୍ୟା ପ୍ରୀତିପ୍ରଦ ରହିବ। ସକାଳୁ ପ୍ରତୀକ୍ଷା କରିଥିବା ଶୁଭ ଖବର ପାଇ ଖୁସି...

ରାଶିଫଳ: ଶନିବାର, ଡିସେମ୍ବର ୨୦ ତାରିଖ – Daily Horoscope

ମେଷ ଘରର ଅସଜଡା ପରିସ୍ଥିତିକୁ ସଜାଡ଼ିବାକୁ ଯାଇ ମାନସିକ ସ୍ଥିତି ବିକ୍ଷିପ୍ତ ରହିବ। ଦ୍ୱିଜା ନକ୍ଷତ୍ରର ଗତକାଲିର ଟେନ୍‌ସନ ଆଜି କମିଯାଇପାରେ। ଜମିଜମା, ପୁରାତନ ଗାଡ଼ି...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୧୯ ତାରିଖ – Daily Horoscope

ମେଷ ସହକର୍ମୀଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ ପ୍ରଶଂସିତ ହେବେ। ପ୍ରତ୍ୟାବର୍ତ୍ତନ ପଥରେ ଦୀର୍ଘ ସମୟ ଅପେକ୍ଷାନ୍ତେ ବନ୍ଧୁଙ୍କୁ ଭେଟିପାରନ୍ତି। ସାଧାରଣ କଥାକୁ ନେଇ ପାରିବାରିକ...

ରାଶିଫଳ: ଗୁରୁବାର, ଡିସେମ୍ବର ୧୮ ତାରିଖ – Daily Horoscope

ମେଷ ମାନସିକ ଅସ୍ଥିରତାରୁ ଆପଣ ସାଧାରଣ କଥାରେ ଉତ୍ତେଜିତ ହୋଇପାରନ୍ତି। ପ୍ରତ୍ୟେକ ସ୍ତରରେ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିପାରିବେ।...

ରାଶିଫଳ: ବୁଧବାର, ଡିସେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ କୋଣ ସ୍ଥାନରେ ବୃହସ୍ପତି ଅବସ୍ଥାନ କରୁଥିବାରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ନୂଆ ଯୋଜନା ସକାଶେ ମନ...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ସପ୍ତମ ଚନ୍ଦ୍ର ପ୍ରଭାବରେ ବନ୍ଧୁଙ୍କ ସହ ଯାତ୍ରାରମ୍ଭ କରି ଖୁସି ମନେଇବେ। ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ।...

ରାଶିଫଳ: ସୋମବାର , ଡିସେମ୍ବର ୧୫ ତାରିଖ – Daily Horoscope

ମେଷ ଆଜିର ସପ୍ତମସ୍ଥ ଚନ୍ଦ୍ର ଏବଂ ଉଚ୍ଚାରୋହୀ ରାଶ୍ୟାଧିପତିଙ୍କ କାରଣରୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। କେତୁଙ୍କ କୁପ୍ରଭାବରୁ ସନ୍ତାନ ହେତୁକ ସମସ୍ୟା ବିବ୍ରତ କରିପାରେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri