Posted inRasifala

ରାଶିଫଳ: ରବିବାର, ଡିସେମ୍ବର ୩ ତାରିଖ – Daily Horoscope

ମେଷ
ଆଜି ଆତ୍ମୀୟଙ୍କ ଉପରେ ଭୁଲ୍‌ ବୁଝାମଣା ହେତୁ ପାରିବାରିକ ସମସ୍ୟା ବଢ଼ିପାରେ। ପିଲାଙ୍କ କଥାକୁ କେନ୍ଦ୍ରକରି ମଧ୍ୟାହ୍ନେ ମନରେ ବିରକ୍ତିଭାବ ସୃଷ୍ଟି ହେବ। ସମୟ ସୁବିଧା ନେଇ ବନ୍ଧୁଙ୍କ ପାଖରେ ଦୁଃଖ ଜଣାନ୍ତୁ; ଅବଶ୍ୟ ଉପକୃତ ହେବେ। ପରକଥାରେ ପଡ଼ି ଭୁଲ୍‌ ମାର୍ଗର ଅନୁସରଣ କରିବେ।
ବୃଷ
ବୃଷ
ସ୍ଥଗିତ ଥିବା କାମଟି ବନ୍ଧୁଙ୍କ ସାହାଯ୍ୟରୁ ପୁନଃ ଆରମ୍ଭ କରିବାକୁ ମନସ୍ଥ କରିବେ। ବନ୍ଧୁ ପରିଜନମାନଙ୍କ ସମ୍ବନ୍ଧରେ କୌଣସି ଶୁଭ ସମ୍ବାଦ ଶୁଣି ଖୁସି ହେବେ। ଦିନସାରା କଠୋର ପରିଶ୍ରମ ଜନିତ ରାତ୍ରିରେ ଅନିଦ୍ରାଜନିତ ପୀଡ଼ା ଅନୁଭବ କରିପାରନ୍ତି। ଯାତ୍ରାରେ କୌଣସି ଜିନିଷ ନେବାକୁ ଭୁଲି ଯାଇପାରନ୍ତି।
ମିଥୁନ
ମିଥୁନ
କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ବୁଝାମଣା ଭିତ୍ତିରେ କିମ୍ବା ସହମତିରେ କାମ କଲେ ଉପକୃତ ହେବେ। ପୁନଶ୍ଚ ଏହା ସାଙ୍ଗକୁ ପରିବାରରେ ମଧ୍ୟ ସ୍ତ୍ରୀଙ୍କ ପ୍ରେରଣାରୁ ଉପକୃତ ହୋଇପାରନ୍ତି। ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଲାଭବାନ୍‌ ହେବେ। ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସୁବିଧାରେ କାମ ହାସଲ କଷ୍ଟକର ହୋଇପଡ଼ିବ।
କର୍କଟ
କର୍କଟ
ଅତୀତର ସମସ୍ୟାଗୁଡ଼ିକର ସମୀକ୍ଷା କରି କାର୍ଯ୍ୟପନ୍ଥା ସ୍ଥିର କରିପାରନ୍ତି। ନିର୍ମାଣାଧୀନ ଗୃହ କିମ୍ବା ଘରଭଡ଼ାକୁ କେନ୍ଦ୍ର କରି ବିତର୍କର ଆଶଙ୍କା ରହିଛି। ବନ୍ଧୁଙ୍କ ମନରେ ବିଶ୍ୱାସ ହେଲା ଭଳି କାମ କରି ନିଜର ଲକ୍ଷ୍ୟ ହାସଲରେ ସମର୍ଥ ହେବେ। ଯାନବାହନରେ ସତର୍କତା ବିଧେୟ। ଅନ୍ୟଥା ଯାନ୍ତ୍ରିକ ତ୍ରୁଟି ସାମୟିକ ଯାତ୍ରାରେ ପ୍ରତିବନ୍ଧକ ସାଜିବ।
ସି˚ହ
ସି˚ହ
ଆଜି ଯେମିତି ଚାହୁଁଛନ୍ତି ସେହିଭଳି କାମ ସମ୍ପନ୍ନ ହେବାରେ ଅସୁବିଧା ହେବନାହିଁ। ଶ୍ରମଜୀବୀମାନେ କଠିନ ପରିଶ୍ରମ କରି ଉଚିତ ପାରିଶ୍ରମିକ ପାଇବେ। ସାମାନ୍ୟ ବଚସାରୁ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ। ପିଲାମାନଙ୍କର କନ୍ଦଳକୁ କେନ୍ଦ୍ରକରି ଏକ ମାମୁଲି ଘଟଣାରେ ଉଚ୍ଚବାଚ ଘଟିପାରେ।
କନ୍ୟା
ସମସ୍ୟା ମଧ୍ୟରେ ଗତି କରୁଥିବାରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ଆନୁସଙ୍ଗିକ ସୁବିଧା ସୁଯୋଗ ପାଇ ପଡ଼ୋଶୀଙ୍କଠାରୁ କାମ ହାସଲ କରିବେ। ପାରସ୍ପରିକ ମତଭେଦ କାରଣରୁ ଅପରାହ୍ନେ ସ୍ତ୍ରୀଙ୍କ ସହ ମତ ପାର୍ଥକ୍ୟ ଘଟିପାରେ। ସାହିତ୍ୟ, କଳା ଓ ରଚନାତ୍ମକ କାମରେ ସମସ୍ୟା ସମାଧାନ ହେବା ସାଙ୍ଗକୁ ଉଚ୍ଚ ପ୍ରଶଂସା ମଧ୍ୟ ପାଇବେ।
ତୁଳା
ତୁଳା
ମନକୁ ପାଇଲା ଭଳି ଜିନିଷମାନ କିଣିବାର ସୁଯୋଗ ପାଇବେ। ସଭାସମିତି କିମ୍ବା ଆଲୋଚନା କ୍ଷେତ୍ରରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବେ। ବ୍ୟବସାୟରେ ମନାନ୍ତର ଦେଖାଦେଇପାରେ, କିନ୍ତୁ ବିଶେଷ କ୍ଷତି ହେବ ନାହିଁ। ମାଲିମକଦ୍ଦମାରେ ନିଜ ପକ୍ଷ ସବଳ ରହିବା ହେତୁ ସାମୟିକ ଆଶ୍ୱସ୍ତି ଲାଭ କରିବେ।
ବିଛା
ବିଛା
ଆଜିର କର୍ମକ୍ଷେତ୍ର ଓ ପାରିବାରିକ ପରିସ୍ଥିତି ପ୍ରାୟତଃ ସ୍ବାଭାବିକ ରହିବ। ପ୍ରତ୍ୟେକ କଥାରେ ପଡ଼ୋଶୀଙ୍କ କଥାକୁ ବିଶ୍ୱାସ କରି ହଇରାଣରେ ପଡ଼ିପାରନ୍ତି। ନୂଆ ଯୋଜନାକୁ ବାସ୍ତବ ରୂପ ଦେବାର ଯୋଜନା କଲେ ଅବଶ୍ୟ ସଫଳ ହେବେ। ସମସ୍ୟାର ସରଳ ସମାଧାନ କରି ପରୋକ୍ଷ ଭାବରେ ପ୍ରଶଂସିତ ହେବେ।
ଧନୁ
ଧନୁ
ସହକର୍ମୀଙ୍କ ସାମ୍ନାରେ ମନର ଭାବକୁ ପ୍ରକାଶ କରିବାରେ ପଛେଇ ଯିବେ। କର୍ମକ୍ଷେତ୍ରରେ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି। କିନ୍ତୁ ପାରିବାରିକ କ୍ଷେତ୍ରରେ ସମ୍ପର୍କୀୟମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହୋଇପାରନ୍ତି। ଆଗାମୀ ମାଙ୍ଗଳିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିବାର ମଉକା ପାଇପାରିବେ।
ମକର
ମକର
ଆଜି ସକାଳୁ ଇଚ୍ଛା କରିଥିବା ଜିନିଷଟି ନ ପାଇବାରୁ ମାନସିକ ଶାନ୍ତି ବ୍ୟାହତ ହୋଇପାରେ। ବନ୍ଧୁଙ୍କ ଅନାଦର ଭାବ ଯୋଗୁଁ ସାମୟିକ ମନ ଦୁଃଖ ଘଟିବ। କର୍ମକ୍ଷେତ୍ରରେ ସରକାରୀ ସ୍ତରରେ ମଉଳି ଯାଇଥିବା ଆଶା ପୁଣି କଅଁଳି ଉଠିବାର ସୂଚନା ମିଳିପାରେ। ଯାତ୍ରା ସମୟରେ ସତର୍କତା ଅଭାବରୁ ହାତ କିମ୍ବା ଗୋଡ଼ରେ ଆଘାତ ଲାଗିପାରେ।
କୁମ୍ଭ
କୁମ୍ଭ
ଦୀର୍ଘଦିନରୁ ଅଟକି ରହିଥିବା କାମଟିକୁ ଆରମ୍ଭ କରିବାକୁ ମନ ବଳାଇବେ। କର୍ମକ୍ଷେତ୍ରରେ ନୀଚବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇ ପାରନ୍ତି। ନିଜ ଚତୁଃପାର୍ଶ୍ୱରେ ବିରୋଧ ମନୋଭାବ ପୋଷଣ କରୁଥିବା ଲୋକମାନେ ଶତ୍ରୁତା ଆଚରଣ କରିବେ। ତଥାପି ସ୍ତ୍ରୀଙ୍କ ସାହାଯ୍ୟ ଓ ଦୂରଦର୍ଶିତା ଗୁଣରୁ ମନୋବଳ ବୃଦ୍ଧି ପାଇବ।
ମୀନମୀନ

କୌଣସି ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରିବେ। ସାମାଜିକ ସ୍ତରରେ ଗଠନମୂଳକ କାର୍ଯ୍ୟରେ ନେତୃତ୍ୱ ଗ୍ରହଣ କରି ଉଚ୍ଚ ପ୍ରଶଂସିତ ହେବେ। ବିବାଦୀୟ ଘଟଣାରେ ଟେନ୍‌ସନ ଲାଗି ରହିଥିଲେ ମଧ୍ୟ କଚେରି ମାମଲାର ଶୁଣାଣି ବିଳମ୍ବରେ ଘଟିବ। କାର୍ଯ୍ୟବ୍ୟସ୍ତତା ଯୋଗୁ ଖାଦ୍ୟପେୟ ଠିକ୍‌ ରହିନପାରେ, ଫଳତଃ ସ୍ବାସ୍ଥ୍ୟହାନିର ସମ୍ଭାବନା ରହଛିି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଫେବୃଆରୀ ୧୫ ତାରିଖ – Daily Horoscope

ମେଷ ଆଜିର କର୍ମଭାବସ୍ଥ ଚନ୍ଦ୍ରମଙ୍ଗଳଯାଗ ଆପଣଙ୍କୁ ଧୈର୍ଯ୍ୟର ସହ କାମ ହାସଲ ଦିଗରେ ସାହାଯ୍ୟ କରିବ। ସାଧାରଣ ବ୍ୟତିକ୍ରମ ରହିଲେ ମଧ୍ୟ ପାରିବାରିକ ଜୀବନରେ ଶାନ୍ତି ଅବ୍ୟାହତ…

ରାଶିଫଳ: ଶନିବାର, ଫେବୃଆରୀ ୧୪ ତାରିଖ – Daily Horoscope

ମେଷ ଆଜି ଆର୍ଥିକ, ମାନସିକ ଏବଂ ସାମାଜିକ ସ୍ଥିତି ଭଲ ରହିବ। ଆନୁଷ୍ଠାନିକ କାମରେ ବନ୍ଧୁମିଳନ ସହିତ କିଛି ସମୟ ଅତିବାହିତ କରିବାକୁ ପଡ଼ିପାରେ। ବନ୍ଧୁଙ୍କ ସହାୟତାରେ…

ରାଶିଫଳ: ଶୁକ୍ରବାର, ଫେବୃଆରୀ ୧୩ ତାରିଖ – Daily Horoscope

ମେଷ ଆଜିର ନବମସ୍ଥ ଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି, ବନ୍ଧୁ ସମ୍ପର୍କ ଏବଂ କାର୍ଯ୍ୟସିଦ୍ଧି କରାଇବ। କୌଣସି ବନ୍ଧୁଙ୍କୁ ଟଙ୍କା ପଇସା ଦେଇ ଫେରି ପାଇବାରେ କମ୍‍ ସମ୍ଭାବନାକୁ…

ରାଶିଫଳ: ଗୁରୁବାର, ଫେବୃଆରୀ ୧୨ ତାରିଖ – Daily Horoscope

ମେଷ ଆଜି ତ୍ୟାଗସ୍ବୀକାର ପୂର୍ବକ କୌଣସି ସାହାଯ୍ୟପ୍ରାର୍ଥୀଙ୍କୁ ସହାନୁଭୂତି ପ୍ରଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ପରିବହନରେ ପ୍ରତିବନ୍ଧକ ଦୂରେଇଯିବ। ସନ୍ତାନଙ୍କ ସ୍ବାସ୍ଥ୍ୟ, ସମ୍ପର୍କୀୟଙ୍କ…

ରାଶିଫଳ: ବୁଧବାର, ଫେବୃଆରୀ ୧୧ ତାରିଖ – Daily Horoscope

ମେଷ ଆଜି ରବିଙ୍କ ସହ ମଙ୍ଗଳଙ୍କ ସଂଯୋଗ ଦୈହିକ ସୁସ୍ଥତା, ପାରିବାରିକ ଶାନ୍ତି ଏବଂ ଆଲୋଚନା ସକାଶେ ଅନୁକୂଳ ରହିବ। ବିଶିଷ୍ଟବ୍ୟକ୍ତିଙ୍କ ଗହଣରେ ସମ୍ବର୍ଦ୍ଧିତ ହେବାର ସୌଭାଗ୍ୟ…

ରାଶିଫଳ: ମଙ୍ଗଳବାର, ଫେବୃଆରୀ ୧୦ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ବନ୍ଧୁ ଓ ପରିଜନଙ୍କ ସହ ଦୂରଯାତ୍ରା କରି ଖୁସି ମନେଇବେ। ପାରସ୍ପରିକ ଆଲୋଚନା କ୍ରମରେ ଘରର କେତେକ କାମକୁ ସମ୍ପନ୍ନ କରିବା…

ରାଶିଫଳ: ସୋମବାର, ଫେବୃଆରୀ ୯ ତାରିଖ – Daily Horoscope

ମେଷ ଆଗାମୀ ମାଙ୍ଗଳିକ କାର୍ଯ୍ୟ ପରିପ୍ରେକ୍ଷୀରେ ପାରିବାରିକ ବନ୍ଧୁମିଳନର ସୂଚନା ରହିଛି। ମାନସିକ ଅସ୍ଥିରତା ଲାଗିରହିଲେ ମଧ୍ୟ ଶାରୀରିକ ସ୍ବାସ୍ଥ୍ୟ ଭଲ ରହିବ ଏବଂ କୌଣସି କାମ…

ରାଶିଫଳ: ରବିବାର, ଫେବୃଆରୀ ୮ ତାରିଖ – Daily Horoscope

ମେଷ ଆଜି କର୍ମକ୍ଷେତ୍ରରେ ବିବାଦୀୟ ମନ୍ତବ୍ୟ ଦେଇ ସମାଲୋଚିତ ହେବେ। ଏକାଦଶସ୍ଥ ଗ୍ରହ ପ୍ରଭାବରେ ଯାତ୍ରା, କାର୍ଯ୍ୟସାଧନ ସାଙ୍ଗକୁ ପାରିବାରିକ ସମସ୍ୟା ସୁଧାରି ନେଇପାରନ୍ତି। ଆବଶ୍ୟକତା ପୂରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri