Posted inRasifala

ରାଶିଫଳ: ସୋମବାର, ଜାନୁୟାରୀ ୩୧ ତାରିଖ – Daily Horoscope

ମେଷ
ଅତୀତ ଘଟଣା ମନରେ ବାରମ୍ବାର ଆଲୋଡ଼ନ ସୃଷ୍ଟି କରିବା କାରଣରୁ କୌଣସି କାମ ପ୍ରତି ଉତ୍ସାହ ରହିବ ନାହିଁ। କିନ୍ତୁ ପ୍ରିୟଜନମାନଙ୍କ ସହ ନୂତନ ସ୍ଥାନକୁ ବୁଲିଯିବାର ସୁଯୋଗ ମିଳିବା ସାମାଜିକ ସ୍ତରରେ ଆଶଙ୍କା କରୁଥିବା ଘଟଣା ସେମିତି କିଛି ହେବ ନାହିଁ। ଈର୍ଷା ପରାୟଣ ବ୍ୟକ୍ତିମାନେ କଟୁ ମନ୍ତବ୍ୟ ଦେଇ ପରିବେଶକୁ କଳୁଷିତ କରିପାରନ୍ତି।
ବୃଷ
ବୃଷ
ବିଳମ୍ବରେ କାମଗୁଡ଼ିକ ଠିକ୍‌ ଭାବରେ ସମ୍ପନ୍ନ ହେବ, ମାତ୍ର ମାନସିକ ସ୍ତରରେ ସନ୍ତୁଷ୍ଟ ହୋଇପାରିବେ ନାହିଁ। ବ୍ୟବସାୟ, ପରିବହନ ଓ ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ। ହାତ ସବୁବେଳେ ଖାଲି ରହିବା ଫଳରେ ନିଜ ପ୍ରିୟବ୍ୟକ୍ତିମାନେ ପାଖ ମାଡ଼ିବେ ନାହିଁ। ସଭାସମିତି ଓ ସାହିତ୍ୟ, ସାମ୍ବାଦିକତା, ଏଜେନ୍‌ଶିପ୍‌ରୁ ପ୍ରଶଂସିତ ହେବେ।
ମିଥୁନ
ମିଥୁନ
ଆଜିର କର୍ମକ୍ଷେତ୍ରରେ ଭଲ କରିବାକୁ ଯାଇ ଅପଦସ୍ଥ ହେବେ। ଏଣୁ ଯାହା କିଛି କହିବେ ଭାବିଚିନ୍ତି କହନ୍ତୁ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ସାମୟିକ ମନ ହାଲୁକା ରହିପାରେ। ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ କରିବା କଷ୍ଟ ହୋଇଯିବ। ପାରିବାରିକ ତିକ୍ତତା ବୃଦ୍ଧି ପାଇବାକୁ ନେଇ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି।
କର୍କଟ
କର୍କଟ
ଖାଇବା ପିଇବାରେ ଅବହେଳା କରି ସ୍ବାସ୍ଥ୍ୟ ପାଇଁ ନିଜେ ହିଁ ବାଧକ ସାଜିବେ। ନୂତନ କାର୍ଯ୍ୟରେ ହାତ ଦେଇ କୃତକାର୍ଯ୍ୟ ହେବେ, ମାତ୍ର ଭୋଗବିଳାସରେ ବାଧାବିଘ୍ନ ଘଟିପାରେ। ଅଶ୍ଳେଷା ନକ୍ଷତ୍ରର ମନର ବଳ ଟାଣ ରହିବ ଏବଂ ଜିଦ୍‌ରେ ଅଟଳ ରହି କାର୍ଯ୍ୟ ସାଧନ କରିପାରନ୍ତି। କଚେରି ମାମଲା, ଘରୋଇ କଳହ କ୍ଷେତ୍ରରେ ଟେନସନ୍‌ ଦୂର ହେବ।
ସି˚ହ
ସି˚ହ
ଆଜି ସକାଳୁ ହଠାତ୍‌ ବନ୍ଧୁ ଡାକରା ପାଇ ଦୂରଯାତ୍ରା କରିବେ। ପାରିବାରିକ ସ୍ତରରେ ଆବଶ୍ୟକତା ପୂରଣ ଦିଗରେ ବହୁତ ଖର୍ଚ୍ଚାନ୍ତ ହେବେ। କର୍ମକ୍ଷେତ୍ରରେ ବିବାଦୀୟ ପୃଷ୍ଠଭୂମିରେ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ସମର୍ଥ ହେବେ। ପରିବାରରେ କୌଣସି ସଦସ୍ୟଙ୍କ ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସ୍ତରରେ ବିଚଳିତ ରହିପାରନ୍ତି।
କନ୍ୟା
ସମସ୍ୟାର ସରଳ ସମାଧାନ ପୂର୍ବକ ପ୍ରତ୍ୟେକ କାର୍ଯ୍ୟକୁ ଯଥା ସମୟରେ ସମ୍ପନ୍ନ କରିବେ। ବନ୍ଧୁ କଥା ରଖି ଯଥା ସମୟରେ ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚତ୍ବେ। ପରିବାରରେ ପରୋକ୍ଷ ସମାଲୋଚନା କାରଣରୁ ସ୍ତ୍ରୀଙ୍କ ସହ ମତପାର୍ଥକ୍ୟ ଦେଖା ଦେଇପାରେ। ସାହିତ୍ୟ, କଳା, ସଙ୍ଗୀତ, ଚଳଚ୍ଚିତ୍ର ଓ ରଚନାମତ୍କ କାମରେ ଉଚ୍ଚ ପ୍ରଶଂସା ପାଇବେ।
ତୁଳା
ତୁଳା
ବିଶେଷ କିଛି ଅସୁବିଧା ନ ଥିଲେ ମଧ୍ୟ କର୍ମକ୍ଷେତ୍ରରେ କିଛିନା କିଛି କାରଣରୁ ଟେନ୍‌ସନ ଲାଗିରହିବ। ଆଖି ନ ଦେଖା କଥାକୁ ବିଶ୍ୱାସ କଲେ ଅସୁବିଧାରେ ପଡ଼ିବେ। ବ୍ୟବସାୟିକ କ୍ଷେତ୍ର ବିଶେଷ ଭଲ ନ ହେଲେ ମଧ୍ୟ ପ୍ରାୟତଃ ମନ୍ଦ ହେବନି। ସାହିତ୍ୟ, ରାଜନୀତି, ସାମ୍ବାଦିକତା ଆଇନ ଓ ଅଦାଲତ ତଥା ଲେଖାପଢ଼ାରୁ ଶୁଭଫଳ ପାଇବେ।
ବିଛା
ବିଛା
ନିଜର ଅବହେଳା କାରଣରୁ ଦ୍ରବ୍ୟ ନଷ୍ଟ କିମ୍ବା ଧନ ହାନି ଘଟିପାରେ। କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ସ୍ତ୍ରୀଙ୍କ ପ୍ରେରଣା ଲାଭକରି ଉପକୃତ ହେବେ। ରାଜନୀତି, ଅଧ୍ୟୟନ ଓ ଅଧ୍ୟାପନା ତଥା ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠା ବଢ଼ିବ। ସାହିତ୍ୟ, ସଙ୍ଗୀତ, ପ୍ରବଚନ, କଳା, ଚଳଚ୍ଚିତ୍ରରେ ସୁନାମ ଅର୍ଜନ କରିବେ। ସନ୍ତାନହେତୁକ ଚିନ୍ତା ଦୂର ହେବ।
ଧନୁ
ଧନୁ
କର୍ମକ୍ଷେତ୍ରରେ ସମସ୍ୟା ଲାଗି ରହିଥିଲେ ମଧ୍ୟ କାମରେ ଅଣହେଳା କରିପାରିବେ ନାହିଁ। ମନ ଭଲ ନ ରହିଲେ ସୁଦ୍ଧା ବନ୍ଧୁଙ୍କ ଅନୁରୋଧ ରକ୍ଷା କରି ତାହାଙ୍କ ସଙ୍ଗରେ ଯିବାକୁ ବାଧ୍ୟ ହେବେ। ପାରିବାରିିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିବାର ଆଶଙ୍କା ରହିଛି। ସାମାଜିକ ସ୍ତରରେ ଗଠନମୂଳକ ପ୍ରସ୍ତାବ ନେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ।
ମକର
ମକର
ଦୃଢ଼ ପଦକ୍ଷେପ ନେଇ ପ୍ରତ୍ୟେକ କାମକୁ ସହଜରେ ସମାପନ କରିବାରେ ସଫଳତା ହାସଲ କରିପାରିବେ। ବନ୍ଧୁଙ୍କ ପାଖରେ ବହୁତ ଦିନରୁ ରହିଯାଇଥିବା ବାକି ଟଙ୍କା ଆଜି ଅପରାହ୍ନରେ ପାଇବେ। ଦେହ ଭଲ ରହିଲେ ମଧ୍ୟ ସାମୟିକ ପେଟ ଓ ମୁଣ୍ଡ ରୋଗରେ କଷ୍ଟ ପାଇବେ। ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବ।
କୁମ୍ଭ
କୁମ୍ଭ
ନିଜର ଦୂରଦର୍ଶିତା ଓ ସମୟୋଚିତ ପଦକ୍ଷେପ କାରଣରୁ ପରିବାରରେ ସୁଖ ଶାନ୍ତି ଫେରି ଆସିବ। ପୁରାତନ ରୋଗର ପ୍ରାଦୁର୍ଭାବ ବୃଦ୍ଧି ପାଇବ, ଯାହାକି ମୁଣ୍ଡବ୍ୟଥାର କାରଣ ହୋଇପାରେ। ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃଷ୍ଟି କରିପାରେ। ବିବାଦୀୟ ଘଟଣାରେ ଚିହ୍ନାପଡ଼ିବା ଠିକ୍‌ ହେବନାହିଁ।
ମୀନମୀନ
ଆଜି ହଠାତ୍‌ ଆବଶ୍ୟକତା ପୂରଣ କରିବା ସକାଶେ ଧାର କରିବାକୁ ପଡିବ। କୌଣସି କାମ ହାସଲ କ୍ଷେତ୍ରରେ ବନ୍ଧୁଙ୍କ ପ୍ରତିଶ୍ରୁତି ପାଇ ଆଶ୍ୱସ୍ତି ଅନୁଭବ କରିପାରନ୍ତି। ଜମିଜମା କିଣାବିକା କ୍ଷେତ୍ରରେ ବାଦବିବାଦ କ୍ରମେ ଜଟିଳ ହେବ ଓ ସଫଳତା ହାସଲ କରିବେ। ବନ୍ଧୁଙ୍କ ସହ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଏପ୍ରିଲ ୨୦ ତାରିଖ – Daily Horoscope

ମେଷ ନିଜ ରାଶିରେ ରବି ଓ ବୃହସ୍ପତି ଥିବାରୁ କର୍ମାରମ୍ଭ ପ୍ରୀତିପ୍ରଦ ରହିବ। ଚନ୍ଦ୍ର ପ୍ରଭାବରୁ ପରିବହନ, ବାଣିଜ୍ୟ, ଶିଳ୍ପ କ୍ଷେତ୍ରରେ ଶିଥିଳତା ଦେଖାଦେଇପାରେ। ସମସ୍ୟା...

ରାଶିଫଳ: ଶୁକ୍ରବାର, ଏପ୍ରିଲ ୧୯ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଶୁଭସଂସ୍ଥିତି ପ୍ରଭାବରେ ପାରିବାରିକ ଶାନ୍ତି ଓ ସ୍ଥିରତା ସଙ୍ଗକୁ ବୈଷୟିକ ଅଭିବୃଦ୍ଧି ଘଟିବ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବ ଏବଂ ସମ୍ପର୍କୀୟଙ୍କ ସହାନୁଭୂତି ଲାଭ...

ରାଶିଫଳ: ଗୁରୁବାର, ଏପ୍ରିଲ ୧୮ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ର ପ୍ରଭାବରୁ କୌଣସି ନୂତନ କର୍ମାରମ୍ଭ ସକାଶେ ଯୋଜନା ପ୍ରସ୍ତୁତ କରିବେ। ପାରିବାରିକ ସମସ୍ୟା ସମାଧାନ ହେବା କ୍ଷେତ୍ରରେ ଜଣେ ପ୍ରିୟବନ୍ଧୁ ସାହାଯ୍ୟ କରିପାରନ୍ତି।...

ରାଶିଫଳ: ବୁଧବାର, ଏପ୍ରିଲ ୧୭ ତାରିଖ – Daily Horoscope

ମେଷ ଆଜି ଅଶ୍ଳେଷା ନକ୍ଷତ୍ର ବ୍ୟତୀତ ଅନ୍ୟ ନକ୍ଷତ୍ର ପାଇଁ ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଉନ୍ନତି ହେବ। ଶତ୍ରୁମାନେ ସୁଯୋଗ ଅପେକ୍ଷାରେ ରହିବେ। ପ୍ରଶାସନ,...

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୧୬ ତାରିଖ – Daily Horoscope

ମେଷ ଆଜି ଚତୁର୍ଥ କେନ୍ଦ୍ରସ୍ଥ ଚନ୍ଦ୍ରଙ୍କ ଯୋଗୁ ଆପଣ ଫଳପ୍ରଦ ଯାତ୍ରା ସାଙ୍ଗକୁ ସାମୟିକ ପାରିବେଶିକ ଆନନ୍ଦ ଅନୁଭବ କରିବେ। କିନ୍ତୁ ନୀଚସ୍ଥ ବୁଧଙ୍କ ସ୍ଥିତି...

ରାଶିଫଳ: ସୋମବାର, ଏପ୍ରିଲ ୧୫ ତାରିଖ – Daily Horoscope

ମେଷ ଆଜି ପ୍ରଶାସନିକ ସଫଳତା, ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ ସହ ସମ୍ମାନଜନକ ସ୍ଥିତିରେ ରହିବେ। କୃତିକା ନକ୍ଷତ୍ର ବନ୍ଧୁଙ୍କ ଅନୁରୋଧରେ ନୂତନ ସ୍ଥାନ ବୁଲିଯିବାର...

ରାଶିଫଳ: ରବିବାର, ଏପ୍ରିଲ ୧୪ ତାରିଖ – Daily Horoscope

ମେଷ ଆଜି ଗୁର୍ବାଦିତ୍ୟ ଯୋଗ ପ୍ରଭାବରୁ ବିଶିଷ୍ଟ ବ୍ୟକ୍ତିମାନଙ୍କ ସାନ୍ନିଧ୍ୟରୁ ସମ୍ମାନିତ ହେବେ। ବନ୍ଧୁ ପରିଜନଙ୍କ ସହ ଆଲୋଚନାରେ ସମୟ ଅତିବାହିତ କରିପାରନ୍ତି। ଉପସ୍ଥିତ ସମସ୍ୟାର...

ରାଶିଫଳ: ଶନିବାର , ଏପ୍ରିଲ ୧୩ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି କାରଣରୁ ଆପଣଙ୍କ ଆକର୍ଷଣୀୟ ବ୍ୟବହାର ସମସ୍ୟା ସମାଧାନରେ ସହାୟକ ହେବ। ଲୋକସମ୍ପର୍କ ବୃଦ୍ଧି, ପାରିବାରିକ ସହଯୋଗ ଏବଂ ବିଶିଷ୍ଟ ବ୍ୟକ୍ତିଙ୍କ ସହାୟତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri