Posted inRasifala

ରାଶିଫଳ: ରବିବାର, ମେ ୨୯ ତାରିଖ – Daily Horoscope

ମେଷ
ଯାତ୍ରା, ବାଣିଜ୍ୟ, ବ୍ୟବସାୟ, ଅଧ୍ୟୟନ, ଅଧ୍ୟାପନା ଓ ଗବେଷଣାଦି ଉନ୍ନତ ମାନର ରହିବ। ଆନୁଷ୍ଠାନିକ କାମରେ କଳା, ସାହିତ୍ୟ ଓ ରଚନାମତ୍କ କାମରେ ପ୍ରଶଂସିତ ହେବେ। ପାରିବାରିକ ସ୍ତରରେ ପିଲାଙ୍କ କଥାକୁ ନେଇ ମାନସିକ ସ୍ଥିତି ବିପନ୍ନ ହୋଇପାରେ। ନୂତନ ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ପଦକ୍ଷେପ ଗ୍ରହଣ କରିପାରନ୍ତି।
ବୃଷ
ବୃଷ
ଆପଣଙ୍କ ଭୁଲ୍‌ ନିଷ୍ପତ୍ତି କାମରେ ଦ୍ୱନ୍ଦ୍ୱ, ପରିବାରରେ ଅଶାନ୍ତି ଓ ଅର୍ଥପ୍ରାପ୍ତିରେ ସମସ୍ୟା ସୃଷ୍ଟି କରିବ। ଇଚ୍ଛା ନ ଥିଲେ ମଧ୍ୟ ଆଜି ଘର କାମ ଛାଡ଼ି ବାହାର କାମରେ ବେଶି ସମୟ କଟାଇବାକୁ ପଡ଼ିପାରେ। ଅପ୍ରିୟ ସତ୍ୟ ଭାଷଣରୁ ବିରତ ରହିବା ଭଲ ହେବ। କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ।
ମିଥୁନ
ମିଥୁନ
ଆର୍ଦ୍ରା ନକ୍ଷତ୍ରର ସ୍ବାସ୍ଥ୍ୟ ସମସ୍ୟା ଦୁଶ୍ଚିନ୍ତାର କାରଣ ହୋଇପାରେ। ପାରିବାରିକ କଳହ କାରଣରୁ ବିଭିନ୍ନ ପ୍ରକାରର ଦୁଶ୍ଚିନ୍ତାରେ ମନ ଊଣା ରହିବ। ଆଜିର ମନୋରଞ୍ଜନ ପ୍ରୀତିପ୍ରଦ ହେବା ସାଙ୍ଗକୁ ମିତ୍ରମାନେ ପ୍ରଶଂସା ଗାଇ ବୁଲିବେ। ସାମାଜିକ ସ୍ତରରେ ପରିସ୍ଥିତିକୁ ଦେଖି ସବୁ ଜାଣିଶୁଣି ସୁଦ୍ଧା ଚୁପ୍‌ ରହିବାକୁ ବାଧ୍ୟ ହେବେ।
କର୍କଟ
କର୍କଟ
ବିଭିନ୍ନ ପ୍ରକାରର ନକାରାତ୍ମକ ଭାବନା ମନକୁ ବିଷାକ୍ତ କରିବାର ସୂଚନା ରହିଛି। ବହୁ ପୂର୍ବରୁ ଚିନ୍ତା କରିଥିବା ଯୋଜନା ଠିକ୍‌ ଭାବରେ ବଦଳାଇବା ପାଇଁ କଷ୍ଟକର ହେବ। କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ଆକସ୍ମିକ ଆବଶ୍ୟକତା ପୂରଣ ସକାଶେ ଋଣ ସୂତ୍ରରେ ଅର୍ଥଲାଭ କରିବେ।
ସି˚ହ
ସି˚ହ
ପରିସ୍ଥିତିର ଭାରସାମ୍ୟ ରକ୍ଷା କରିବାକୁ ମିଥ୍ୟାଳାପ କରିବାକୁ ପଡିପାରେ। ଖଳ ଲୋକଙ୍କ କଥାରେ ଭଲ ସମ୍ପର୍କ ଥିବା ବ୍ୟକ୍ତିଟି ଭୁଲ୍‌ ଧାରଣା ପୋଷଣ କରିବ। କର୍ମକ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ ଓ ଶିଳ୍ପ, ଏଜେନ୍‌ଶିପ୍‌, ସାମ୍ବାଦିକତାରୁ ଖୁସି ରହିବେ। ବାଣିଜ୍ୟ ଓ ପରିବହନରେ କ୍ଷେତ୍ରରେ ସମସ୍ୟା ବଢ଼ିଯାଇପାରେ।
କନ୍ୟା
ସକାଳୁ ବନ୍ଧୁଙ୍କ ନିକଟରୁ ଶୁଭଖବର ପାଇ ମନ ଖୁସି ହୋଇଯିବ। ଅଟକି ରହିଥିବା ଗୁରୁତ୍ୱପୂର୍ଣ୍ଣ ସମସ୍ୟା ସମାଧାନ ହୋଇଯିବାର ଆଶା ରହିଛି। ଆର୍ଥିକ ଅନଟନ ଲାଗି ରହିବା କାରଣରୁ ସାମୟିକ ମାନସିକ ଅସ୍ଥିରତା ଦେଖାଦେବ। ସମ୍ପର୍କୀୟମାନେ ସମ୍ମୁଖରେ ଭଲ ଭଲ କଥା କହି ପରୋକ୍ଷ ଶତ୍ରୁତା କରିବା ଯୋଗୁଁ ବିଚଳିତବୋଧ କରିବେ।
ତୁଳା
ତୁଳା
ଆଜି ଆପଣଙ୍କ ସକାଶେ ଏକ ସ୍ମରଣୀୟ ଦିବସ କହିଲେ ଅତ୍ୟୁକ୍ତି ହେବ ନାହିଁ। ଯଦି କିଛି ଅସୁବିଧା ପରିଲକ୍ଷିତ ହୁଏ, ତାହା ନିଜ ଦୋଷରୁହିଁ ହେବାର ଆଶଙ୍କା ରହିଛି। ଘର ପାଇଁ ମୂଲ୍ୟବାନ୍‌ ଜିନିଷ କିଣିବା ସକାଶେ ମନ ବଳାଇ ପାରନ୍ତି। ସରକାରୀ କାମ ଓ ପଦସ୍ଥ ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରୁ ଉପକୃତ ହେବ।
ବିଛା
ବିଛା
ଆଜି ଆକସ୍ମିକ ଭାବରେ ଦୂରଯାତ୍ରା କରିବାକୁ ବାଧ୍ୟ ହେବେ। କିନ୍ତୁ ତରବରିଆ ଭାବେ କୌଣସି କାମ କଲେ ସବୁ ଓଲଟପାଲଟ ହୋଇଯାଇପାରେ। କର୍ମକ୍ଷେତ୍ରରେ ଚେଷ୍ଟା ଅବ୍ୟାହତ ରଖିବା ଫଳରେ ବିଳମ୍ବରେ ସଫଳତା ପାଇବେ। ସେବା ଓ ପରୋପକାର ହେତୁ ନିଜ ପରିସରରେ ପ୍ରତିଷ୍ଠିତ ହେବେ। ସନ୍ତାନହେତୁକ ଚିନ୍ତା ଦୂର ହେବ।
ଧନୁ
ଧନୁ
ଦିନଭରି ମନ ପ୍ରଫୁଲ୍ଲ ରହିବ ଓ ଯେମିତି ଯାହା ଚାହୁଁଛନ୍ତି ତାହା ପାଇବାରେ ଅସୁବିଧା ହେବ ନାହିଁ। ଜାଣିଶୁଣି କେତେକ ବ୍ୟକ୍ତି ସମସ୍ୟା ସୃଷ୍ଟିରେ ସହାୟକ ହୋଇପାରନ୍ତି। ମତାନ୍ତର ଜନିତ ପାରିବାରିକ ସ୍ତରରେ ଟେନ୍‌ସନ୍‌ କିଛି ମାତ୍ରାରେ ବଢ଼ିଯିବାର ସୂଚନା ରହିଛି। କର୍ମକ୍ଷେତ୍ରରେ ମନର ବଳ ଖୁବ୍‌ ଟାଣ ରହିବ ଏବଂ ଜିଦ୍‌ରେ ଅଟଳ ରହିବେ।
ମକର
ମକର
ଆଜିର କର୍ମକ୍ଷେତ୍ର ଓ ପାରିବାରିକ ସ୍ଥିତି ପ୍ରାୟତଃ ସ୍ବାଭାବିକ ରହିବ। କୌଣସି ପରିସ୍ଥିତିରେ ମଧ୍ୟ ତରବରିଆ ପଦକ୍ଷେପ ନିଅନ୍ତୁ ନାହିଁ, ଅସୁବିଧାରେ ପଡ଼ିପାରନ୍ତି। ବନ୍ଧୁମାନଙ୍କ ସହ ଭୁଲ୍‌ ବୁଝାମଣା କାରଣରୁ ସମ୍ପର୍କ ହାନି ଘଟିପାରେ। ନୂତନ ନିଯୁକ୍ତିର ସୂଚନା ବନ୍ଧୁଙ୍କ ନିକଟରୁ ପାଇବାର ଆଶା ରହିଛି।
କୁମ୍ଭ
କୁମ୍ଭ
ବନ୍ଧୁଙ୍କୁ ସାହାଯ୍ୟ କରି ଆତ୍ମତୃପ୍ତି ଲାଭ କରିପାରନ୍ତି। ସଭା ସମିତି, ବନ୍ଧୁ ଗହଣରେ ଗାମ୍ଭୀର୍ଯ୍ୟ ରକ୍ଷାକଲେ ତାହା ବ୍ୟକ୍ତିତ୍ୱ ବିକାଶରେ ସହାୟକ ହୋଇପାରିବ। ନିଜେ କଷ୍ଟ ଅନୁଭବ କଲେ ମଧ୍ୟ କର୍ମକ୍ଷେତ୍ରରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ। ନିଜର ଫାଇଦା ହାସଲ ସକାଶେ ଭଲ ସମ୍ପର୍କ ଥିବା ବନ୍ଧୁ ଅସୁବିଧାରେ ପକାଇପାରନ୍ତି।
ମୀନମୀନ
ଆଜି କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମରେ ବନ୍ଧୁମାନଙ୍କୁ ଆପ୍ୟାୟିତ କରି ପ୍ରଶଂସିତ ହେବେ। ସ୍ବାସ୍ଥ୍ୟ ଭଲ ରହିବ ନ ପାରେ ଏବଂ ମାନସିକ ସ୍ତରରେ ଦୁର୍ଭାବନା ବଢ଼ିଚାଲିବ। କର୍ମକ୍ଷେତ୍ରରେ ଅନ୍ୟମାନଙ୍କୁ ସହଜରେ ବିଶ୍ୱାସ କରି ପାରିବେ ନାହିଁ। ପରିଜନଙ୍କ ସହ ଆକସ୍ମିକ ଭାବରେ ଦୂରଯାତ୍ରାର ସୁଯୋଗ ପାଇବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଅକ୍ଟୋବର ୧୦ ତାରିଖ – Daily Horoscope

ମେଷ ଆଜି ରାଶ୍ୟାଧିପତିଙ୍କ ନକ୍ଷତ୍ରସ୍ଥ ଚନ୍ଦ୍ର ସାହସିକତାର ପଦକ୍ଷେପ ନେଇ ପାରିବାରିକ ଏବଂ କର୍ମକ୍ଷେତ୍ରର ସମସ୍ୟା ସମାଧାନ କରିବେ। ଆବଶ୍ୟକତା ପୂରଣ ସକାଶେ ଅର୍ଥର ଅଭାବ ରହିବ…

ରାଶିଫଳ: ଶୁକ୍ରବାର, ଅକ୍ଟୋବର ୯ ତାରିଖ – Daily Horoscope

ମେଷ ଆଜି ଋଣ ପରିଶୋଧ, ବିବାଦୀୟ ଘଟଣା, ଦୂରଯାତ୍ରା କିମ୍ବା ଶତ୍ରୁତା କରୁଥିବା ବ୍ୟକ୍ତି ବିଷୟରେ ଚିନ୍ତା କରିବେ। ସାଧାରଣ କଥାରେ ବନ୍ଧୁ ସମ୍ପର୍କ ଫିକା ପଡିଯିବାରୁ…

ରାଶିଫଳ: ଗୁରୁବାର, ଅକ୍ଟୋବର ୮ ତାରିଖ – Daily Horoscope

ମେଷ ଆଜି ଜମିଜମା କାରବାରକୁ ନେଇ ମତାନ୍ତର ଉପୁଜିବ। ବନ୍ଧୁ ଏବଂ ପରିଜନଙ୍କ ସହିତ ପ୍ରତ୍ୟୁଷ ଯାତ୍ରା ମନକୁ ଆନନ୍ଦ ପ୍ରଦାନ କରିପାରେ। କୃତ୍ତିକା ନକ୍ଷତ୍ରର ମନରେ…

ରାଶିଫଳ: ବୁଧବାର, ଅକ୍ଟୋବର ୭ ତାରିଖ – Daily Horoscope

ମେଷ ଆଜିର ପାପଗ୍ରହ ମଧ୍ୟସ୍ଥ ଚନ୍ଦ୍ରଙ୍କ ଯୋଗୁ ମାନସିକ ଅସ୍ଥିରତା ଭିତରେ ଦିନଟି କଟିବ। ଶିଳ୍ପ, ବାଣିଜ୍ୟ, ପରିବହନ ଏବଂ ଆନୁଷ୍ଠାନିକ କ୍ଷେତ୍ରରେ ଆଶାଜନକ ଫଳ ପ୍ରାପ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?