Posted inRasifala

ରାଶିଫଳ: ବୁଧବାର, ସେପ୍ଟେମ୍ବର ୨୮ ତାରିଖ – Daily Horoscope

ମେଷ
ଆଜିର ଚନ୍ଦ୍ର ପାପଗ୍ରହ କବଳରେ ଅବସ୍ଥାନ କରୁଥିବାରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ଅଟକି ରହିଥିବା ସବୁ କାମ ସୁବିଧାରେ ହେବା ଦୁରୂହ ହେବ । ପରିସ୍ଥିତି ପ୍ରତି ଦୃଷ୍ଟି ରଖି କାମ କରନ୍ତୁ ଅନ୍ୟଥା ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିପାରେ। ଦ୍ୱିଜା ନକ୍ଷତ୍ରର ବ୍ୟବସାୟ, ବାଣିଜ୍ୟ ଓ ପରିବହନରେ ଶିଥିଳତା ଦେଖାଦେବ।
ବୃଷ
ବୃଷ
କର୍ମକ୍ଷେତ୍ରରେ ବାରମ୍ବାର ଅସଫଳତା ମନରେ ଲଘୁ କ୍ରୋଧ ସୃଷ୍ଟି କରିପାରେ। ସଭାସମିତିରେ, ଆଲୋଚନା କ୍ଷେତ୍ରରେ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ। ଦୁର୍ବଳ ରବିଙ୍କ କୁପ୍ରଭାବରୁ ସମ୍ପତ୍ତିକୁ କେନ୍ଦ୍ରକରି ଟଣାଓଟରା ଦେଖାଦେଇପାରେ। ରୋହିଣୀ ନକ୍ଷତ୍ର ପୁରୁଣା ସମ୍ପର୍କ, ଜମିଜମା, ଗାଡି ମୋଟରରୁ ଭଲ ଲାଭ ପାଇବେ।
ମିଥୁନ
ମିଥୁନ
ସାଧାରଣ ଘଟଣାରେ ଝଗଡ଼ା ଲାଗିଥିବା ଗତକାଲିର ଘଟଣାବଳୀ ମନକୁ ବିବ୍ରତ କରିପାରେ। ତଥାପି ବୃହସ୍ପତିଙ୍କ ଶୁଭ ସଂସ୍ଥାନରୁ ଆଜି ନୂତନ କର୍ମସସ୍ଥାନ ପାଇଁ ମନ ବଳିବ। ଶିଳ୍ପ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ଆଶାନୁରୂପ ଫଳ ପ୍ରାପ୍ତି ହୋଇପାରେ। ପାରିବାରିକ କ୍ଷେତ୍ରରେ ଖଳ ଲୋକ କଳହକୁ ବଢ଼ାଇଦେଇ ପାରନ୍ତି ।
କର୍କଟ
କର୍କଟ
ଆଜି ଯାହା କଲେ ସଫଳତା ନିଶ୍ଚିତ ପାଇବେ, କିନ୍ତୁ ଶନିଙ୍କ ପ୍ରଭାବରୁ ବିଳମ୍ବ ହେବ। ଦୂରଯାତ୍ରା ଓ ବନ୍ଧୁ ମିଳନରୁ ଆନନ୍ଦ ଅନୁଭବ କରିବେ । ଦୀର୍ଘଦିନର ଆଶା ଫଳବତୀ ହେବ କିନ୍ତୁ ଏଥି ସକାଶେ ଆପଣଙ୍କୁ କିଛି ଖର୍ଚ୍ଚାନ୍ତ ହେବାକୁ ପଡିପାରେ। ପୁଷ୍ୟା ନକ୍ଷତ୍ର ବ୍ୟବସାୟ, ପରିବହନ ଓ ବାଣିଜ୍ୟରେ ପ୍ରତିବନ୍ଧକର ସମ୍ମୁଖୀନ ହୋଇପାରନ୍ତି।
ସି˚ହ
ସି˚ହ
ବହୁତ ଦିନର ସୁଚିନ୍ତିତ ଯୋଜନାକୁ ବାସ୍ତବ ରୂପ ଦେବା ଦିଗରେ ଚେଷ୍ଟା କରି ସଫଳ ହେବେ। ପାରିବାରିକ କ୍ଷେତ୍ରରେ ସମସ୍ୟା ଲାଗି ରହିଲେ ମଧ୍ୟ ଚେଷ୍ଟାରୁ ବିରତ ହେବେ ନାହିଁ। ବନ୍ଧୁଗହଣରେ ଆଲୋଚନା ପରିସରରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି । ମଘା ନକ୍ଷତ୍ର ସକାଶେ ସହକର୍ମୀମାନେ ଆବଶ୍ୟକ ସହଯୋଗ କରିବେ।
କନ୍ୟା
ଶୁକ୍ରଙ୍କ ପ୍ରଭାବରୁ କଳା, ସଙ୍ଗୀତ, କ୍ରୀଡ଼ା, ଚଳଚ୍ଚିତ୍ର, ସାହିତ୍ୟ, ସାମ୍ବାଦିକତାରେ ପ୍ରଶଂସିତ ହେବେ। ହସ୍ତା ନକ୍ଷତ୍ର କର୍ମକ୍ଷେତ୍ରରେ ସହମତିରେ କାମ କଲେ ସଫଳତା ପାଇପାରନ୍ତି। ରୋଗ, ଋଣ ଓ ପରୋକ୍ଷ ଶତ୍ରୁତା ଯୋଗୁ ବ୍ୟସ୍ତତା ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି।
ତୁଳା
ତୁଳା
ଶନିଙ୍କ ସୁପ୍ରଭାବରୁ ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ମିଳିବ। ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ। ପରିବାରର ବ୍ୟୟ ବୃଦ୍ଧି ଯୋଗୁ କିମ୍ବା ପରିବହନରେ ସମସ୍ୟା ନେଇ ବ୍ୟସ୍ତ ହେବେ। ସ୍ବାତୀ ନକ୍ଷତ୍ର କଳା, ଚଳଚ୍ଚିତ୍ର ଓ ସଙ୍ଗୀତ କ୍ଷେତ୍ରରୁ ସୁନାମ ଅର୍ଜନ କରିବେ।
ବିଛା
ବିଛା
ମଙ୍ଗଳଙ୍କ ମଙ୍ଗଳମୟ ସୁଦୃଷ୍ଟିରୁ ଶାରୀରିକ ସୁସ୍ଥତା ମାନସିକ ସୁସ୍ଥତାକୁ ବୃଦ୍ଧି କରିବ। ଆଜିର କର୍ମକ୍ଷେତ୍ରରେ ଏକ ପ୍ରକାର ସମସ୍ୟା ସମାଧାନ ହେତୁ ଆଶ୍ୱସ୍ତି ଅନୁଭବ କରିବେ। ବନ୍ଧୁଙ୍କ ଅସଂଯତ କାର୍ଯ୍ୟକଳାପ ନିଜ ସକାଶେ ସମସ୍ୟାକୁ ବଢ଼ାଇଦେବ। ଯିବା ଆସିବା ସମୟରେ ଅନ୍ୟମନସ୍କତା କାରଣରୁ କେତେକ ଭୁଲ୍‌ କରିପାରନ୍ତି।
ଧନୁ
ଧନୁ
ପ୍ରତ୍ୟେକ କ୍ଷେତ୍ରର ପରିସ୍ଥିତି ଆପଣଙ୍କ ପାଇଁ ଅନୁକୂଳ ହୋଇ ନ ପାରେ । ମନୋରଞ୍ଜନ କାର୍ଯ୍ୟରେ ସାମିଲ୍‌ ହୋଇପାରନ୍ତି, କିନ୍ତୁ ପୂର୍ଣ୍ଣ ଉପଭୋଗ୍ୟ ହୋଇପାରିବ ନାହିଁ । ସ୍ବାସ୍ଥ୍ୟ ସମସ୍ୟା ଲାଗି ରହିବା କାରଣରୁ ମାନସିକ ଅବସାଦ ଯୋଗୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ପରିବହନରେ ଅପରାହ୍ନରେ ସମସ୍ୟାର ସମାଧାନ ହୋଇଯିବ।
ମକର
ମକର
ଯେତେ ସତର୍କରେ ଚଳିଲେ ମଧ୍ୟ ଅନ୍ୟର ଶ୍ରଦ୍ଧାଭାଜନ ହୋଇପାରିବେ ନାହିଁ। ଘରେ ବସି ରହିଥିଲେ ମଧ୍ୟ ବିଭିନ୍ନ ପ୍ରକାରର ମିଥ୍ୟା ଅଭିଯୋଗ ଆପଣଙ୍କ ଉପରକୁ ଆସିପାରେ। ରାହୁଙ୍କ କୁପ୍ରଭାବରୁ ପରିବାରରେ ଭୁଲ୍‌ ବୁଝାମଣାରୁ ଅଶାନ୍ତିକର ପରିବେଶ ସୃଷ୍ଟି ହେବ। ବନ୍ଧୁମାନଙ୍କ ଗହଣରେ ଆଳାପ ଆଲୋଚନାରେ ସମୟ କଟାଇବେ ।
କୁମ୍ଭ
କୁମ୍ଭ
ସମସ୍ୟା ମଧ୍ୟରେ ଯୋଜନା ବିଗିଡି ଯାଉଥିବାରୁ ପ୍ରତ୍ୟେକ କାମରେ କିଛି ଅଭାବ ଅସୁବିଧା ରହିଥିବା ଅନୁଭବ କରିବେ। କେତୁଙ୍କ କୁପ୍ରଭାବରୁ କର୍ମକ୍ଷେତ୍ର ପ୍ରତି ଉଦାସୀନ ହେବେ, ଯଦ୍ଦ୍ବାରାକି ଆପଣଙ୍କୁ କଟୁକ୍ତି ଶୁଣିବାକୁ ପଡ଼ିପାରେ। ଆନୁଷ୍ଠାନିକ କ୍ଷେତ୍ରରେ ନୀଚ ବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇପାରନ୍ତି।
ମୀନମୀନ
ବନ୍ଧୁମାନଙ୍କ ପରାମର୍ଶ ଅନୁସାରେ ସମସ୍ୟା ସମାଧାନ ହେବା ଦିଗରେ ଚେଷ୍ଟା କରିପାରନ୍ତି। ନିଜ ଲୋକମାନଙ୍କ ଈର୍ଷାପରାୟଣତା କାରଣରୁ ହଠାତ୍‌ ବିରୋଧୀ ପକ୍ଷ ସକ୍ରିୟ ହୋଇଉଠିବେ। ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ପୂର୍ବଭାଦ୍ରବ ନକ୍ଷତ୍ର ସୌଖୀନ ଦ୍ରବ୍ୟ ବ୍ୟବସାୟରୁ ଲାଭବାନ ହେବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଅକ୍ଟୋବର ୧୨ ତାରିଖ – Daily Horoscope

ମେଷ ଆପଣଙ୍କ କଠୋରକ୍ତି ଫଳରେ ମୁହଁ ସାମ୍ନାରେ କଥା କହିବାକୁ ଅନ୍ୟମାନେ ପଛେଇ ରହିବେ। ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହିବେ। ଅଶ୍ୱିନୀ…

ରାଶିଫଳ: ରବିବାର, ଅକ୍ଟୋବର ୧୧ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ନୀଚାରୋହୀ ଶନିଙ୍କ ଦୃଷ୍ଟିରେ ରହିଥିବାରୁ ମାନସିକ ସ୍ଥିତି ଭଲ ରହିବନାହିଁ। କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଅନେକାଂଶରେ ଅସ୍ବାସ୍ଥ୍ୟକର ରହିପାରେ। ବିବାଦୀୟ କ୍ଷେତ୍ରରେ…

ରାଶିଫଳ: ଶନିବାର, ଅକ୍ଟୋବର ୧୦ ତାରିଖ – Daily Horoscope

ମେଷ ଆଜି ରାଶ୍ୟାଧିପତିଙ୍କ ନକ୍ଷତ୍ରସ୍ଥ ଚନ୍ଦ୍ର ସାହସିକତାର ପଦକ୍ଷେପ ନେଇ ପାରିବାରିକ ଏବଂ କର୍ମକ୍ଷେତ୍ରର ସମସ୍ୟା ସମାଧାନ କରିବେ। ଆବଶ୍ୟକତା ପୂରଣ ସକାଶେ ଅର୍ଥର ଅଭାବ ରହିବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?