ପ୍ରେଗ୍ନେସି ସମୟର କଷ୍ଟ ବଖାଣିଲେ ବିପାଶା

ମୁମ୍ବାଇ: ଗର୍ଭାବସ୍ଥାର ପ୍ରଥମ କିଛି ମାସ ଅନେକଙ୍କ ପାଇଁ ବହୁତ କଠିନ ଥାଏ । ଏହି ଲିଷ୍ଟରେ କେବଳ ସାଧାରଣ ମହିଳା ନୁହେଁ ସେଲିବ୍ରିଟି ବିପାଶା ବସୁ ବି ସାମିଲ ହୋଇଛନ୍ତି । ତାଙ୍କ ସହ ବି ଏମିତି କିଛି ହୋଇଥିବା ନିକଟରେ ସେ ଏକ ମାଗାଜିନକୁ ଦେଇଥିବା ଇଣ୍ଟରଭ୍ୟୁରେ କହିଛନ୍ତି । ଗର୍ଭାବସ୍ଥାରେ ସେ କ’ଣ କ’ଣ ଅନୁଭବ କରିଛନ୍ତି ତାହା ଖୋଲା ଖୋଲି କଥା ହୋଇଛନ୍ତି ବିପାଶା । ସେ କହିଛନ୍ତି ବହୁ କଷ୍ଟରେ ମୁଁ କିଛି ଖାଇ ପିଇ ପାରୁଥିଲି । ମୋର ଓଜନ ବହୁତ କମି ଯାଇଥିଲା । ହୁଏତ ବେବିକୁ ମିଠା ପସନ୍ଦ ନୁହେଁ ସେଥିପାଇଁ ମିଠାକୁ ମୁଁ ଭଲପାଉଥିଲେ ବି ଏବେ ମିଠା ଦେଖି ପାରୁ ନ ଥିଲି ଖାଇବା କଥା ତ ଦୂରରେ ।
ସୂଚନାଯୋଗ୍ୟ, ଖୁବଶୀଘ୍ର ବିପାଶ ଓ ତାଙ୍କ ସ୍ୱାମୀ କରଣ ସିଂ ଗ୍ରୋଭର ପ୍ୟାରେଣ୍ଟସ ହେବାକୁ ଯାଉଛନ୍ତି । ଇନଷ୍ଟାଗ୍ରାମରେ ପୋଷ୍ଟ ଶେୟାର କରି ସେ ଏହି ଖୁସି ଖବର ସମସ୍ତଙ୍କୁ ଦେଇଥିଲେ । ‘ହାରପର୍ସ ବାଜାର’କୁ ଦେଇଥିବା ଇଣ୍ଟରଭ୍ୟୁରେ ସେ କହିଛନ୍ତି ମୋ ସାମ୍ନାରେ ଯାହା ଆସିଲା ତାହା ପାଇଁ ପୂର୍ବ ପ୍ରସ୍ତୁତି କିଛି କାମ ଦେଲାନାହିଁ । ମୋ ଗର୍ଭାବସ୍ଥାର କିଛିମାସ ବହୁତ କଠିନ ଥିଲା । ଅନ୍ୟମାନେ ମଣ୍ଣିଂ ସିକ୍‌ନେସ କଥା କୁହନ୍ତି ହେଲେ ମୁଁ ପୁରାଦିନ ରୋଗିଣା ରହୁଥିଲି । ସବୁବେଳେ ଶୋଇ ରହୁଥିଲି । କିଛିମାସ ପରେ ଏହା ଧୀରେ ଧୀରେ ଠିକ ହୋଇଥିଲା ।
ଖାଦ୍ୟ ପ୍ରତି ଥିବା ଆଗ୍ରହକୁ ନେଇ ବିପାଶା କହିଥିଲେ ମୋର ସେମିତି କିଛି ଖାଦ୍ୟ ପ୍ରତି ଆଗ୍ରହ ନ ଥିଲା । ହଁ ବେଳେ ବେଳେ ନମକିନ ଖାଇବାକୁ ଇଚ୍ଛା ହେଉଥିଲା । କିନ୍ତୁ ପ୍ରକୃତରେ ମୋତେ ମିଠା ପସନ୍ଦ । କିନ୍ତୁ ବେବିକୁ ବୋଧହୁଏ ମିଠା ପସନ୍ଦ ନୁହେଁ ସେଥିପାଇଁ ଗର୍ଭାବସ୍ଥାରେ ମୋତେ ମିଠା ଆଦୌ ଭଲ ଲାଗୁନି ।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାରେ ଜୋତା ପଲିଶ୍‌ କରୁଥିବା ସନି ଏବେ ଇଣ୍ଡିଆନ ଆଇଡଲ୍‌-୧୧ର ବିଜେତା

ମୁମ୍ବାଇ: ଦିନ ଥିଲା ରାସ୍ତାକଡ଼ରେ ବସି ଏହି ଯୁବକ ଜୋତା ପଲିଶ୍‌ କରୁଥିଲେ। ହେଲେ ଆଜି ସେ ଇଣ୍ଡିଆନ ଆଇଡଲ ସିଜିନ-୧୧ର ବିଜେତା। ସେ ଆଉ...

ବାପାଙ୍କୁ ହରାଇଲେ ଏହି ଲୋକପ୍ରିୟ ଅଭିନେତ୍ରୀ, ଶୋକରେ ବୁଡ଼ିଲା…

ବମ୍ବେ: ବାପାଙ୍କୁ ହରାଇଛନ୍ତି ଲୋକପ୍ରିୟ ଟେଲିିଭିଜନ ଅଭିନେତ୍ରୀ ହିନା ଖାନ୍‌। ମୁମ୍ବାଇ ସ୍ଥିତ ତାଙ୍କ ବାସଭବନରେ ହୃଦ୍‌ଘାତ ହେବା ଯୋଗୁ ମଙ୍ଗଳବାର ହିନାଙ୍କ ବାପାଙ୍କ ନିଧନ...

ସୋନୁଙ୍କ ବିରୋଧରେ ୨୦ କୋଟି ଆୟକର ଫାଙ୍କିବା ଅଭିଯୋଗ …

ମୁମ୍ବାଇ,୧୮।୯: ବଲିଉଡ୍‌ ଅଭିନେତା ସୋନୁସୁଦ୍‌ଙ୍କ ବିରୋଧରେ ଆୟକର ବିଭାଗ ପକ୍ଷରୁ ଅଭିଯୋଗ ଅଣାଯାଇଛି। ସୋନୁ ୨୦ କୋଟି ଟଙ୍କାର ଆୟକର ଫାଙ୍କିଥିବା କୁହାଯାଉଛି। ନିଜ ଆୟ...

ଖୁବ୍‌ ଲମ୍ବା ସୁସ୍ମିତାଙ୍କ ପ୍ରେମ କାହାଣୀ: ବିନା ବିବାହରେ ୨ ସନ୍ତାନର ମା’

ମୁମ୍ବାଇ: ବଲିଉଡ୍‌ର ସିଙ୍ଗଲ ମଦର ଭାବେ ପରିଚିତ ସୁସ୍ମିତା ସେନ୍‌ ୪୪ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୯୪ରେ ମିସ୍‌ ୟୁନିଭର୍ସ ଟାଇଟଲ ଜିତିବା ପରେ ବଲିଉଡ୍‌ରେ...

ଅଭିନେତା ରିଓ କାପାଡିଆଙ୍କ ପରଲୋକ

ଭେଟେରାନ ଅଭିନେତା ରିଓ କାପାଡିଆ ଆଉ ନାହାଁନ୍ତି। ସୁପରହିଟ ଫିଲ୍ମ ‘ଦିଲ ଚାହତା ହୈ’ ଏବଂ ‘ଚକ ଦେ ଇଣ୍ଡିଆ’ ଭଳି ସୁପରହିଟ୍‌ ଫିଲ୍ମରେ ଅଭିନୟ...

କେବଳ ରାନୁ ନୁହନ୍ତି, ମେକଅପ୍‌ ଯୋଗୁ ଟ୍ରୋଲ ହୋଇଛନ୍ତି ଏସବୁ ଅଭିନେତ୍ରୀ

ବମ୍ବେ: ନିକଟରେ ଏକ ଫ୍ୟାଶନ ଶୋ’ରେ ଇଣ୍ଟରନେଟ୍‌ ସେନସେଶନ ରାନୁ ମଣ୍ଡଳଙ୍କ ର଼୍ୟାମ୍ପ ଓ୍ବାକ୍‌ ଚର୍ଚ୍ଚାର ପରିସରକୁ ଆସିଥିଲା। ଏସବୁରେ ରାନୁଙ୍କ ମେକ୍‌ଅପ୍‌କୁ ନେଇ ସୋସିଆଲ...

ସ୍ତ୍ରୀଙ୍କ ଜନ୍ମଦିନରେ ଭଗବାନଙ୍କୁ ଧନ୍ୟବାଦ ଦେଲେ କୋହଲି

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଆଜି ତାଙ୍କର ୩୪ ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ସ୍ବାମୀ ବିରାଟ କୋହଲି ତାଙ୍କୁ ଏକ ବିଶେଷ...

ଟୁଇଟରରେ ଟ୍ରେଣ୍ଡ କରୁଛି ‘ବୟକଟ ରାଧେ ’

ମୁମ୍ବାଇ,୧୪।୫ : ବହୁ ପ୍ରତିକ୍ଷୀତ ସଲମାନ ଖାନଙ୍କ ଫିଲ୍ମ ‘ ରାଧେ : ୟୋର ମୋଷ୍ଟ ଓ୍ବାଣ୍ଟେଡ୍‌ ଭାଇ ’ ଗୁରୁବାର ଓଟିଟି ପ୍ଲାଟଫର୍ମରେ ରିଲିଜ...

Advertisement
Archives

Model This Week