ପ୍ରେଗ୍ନେସି ସମୟର କଷ୍ଟ ବଖାଣିଲେ ବିପାଶା

ମୁମ୍ବାଇ: ଗର୍ଭାବସ୍ଥାର ପ୍ରଥମ କିଛି ମାସ ଅନେକଙ୍କ ପାଇଁ ବହୁତ କଠିନ ଥାଏ । ଏହି ଲିଷ୍ଟରେ କେବଳ ସାଧାରଣ ମହିଳା ନୁହେଁ ସେଲିବ୍ରିଟି ବିପାଶା ବସୁ ବି ସାମିଲ ହୋଇଛନ୍ତି । ତାଙ୍କ ସହ ବି ଏମିତି କିଛି ହୋଇଥିବା ନିକଟରେ ସେ ଏକ ମାଗାଜିନକୁ ଦେଇଥିବା ଇଣ୍ଟରଭ୍ୟୁରେ କହିଛନ୍ତି । ଗର୍ଭାବସ୍ଥାରେ ସେ କ’ଣ କ’ଣ ଅନୁଭବ କରିଛନ୍ତି ତାହା ଖୋଲା ଖୋଲି କଥା ହୋଇଛନ୍ତି ବିପାଶା । ସେ କହିଛନ୍ତି ବହୁ କଷ୍ଟରେ ମୁଁ କିଛି ଖାଇ ପିଇ ପାରୁଥିଲି । ମୋର ଓଜନ ବହୁତ କମି ଯାଇଥିଲା । ହୁଏତ ବେବିକୁ ମିଠା ପସନ୍ଦ ନୁହେଁ ସେଥିପାଇଁ ମିଠାକୁ ମୁଁ ଭଲପାଉଥିଲେ ବି ଏବେ ମିଠା ଦେଖି ପାରୁ ନ ଥିଲି ଖାଇବା କଥା ତ ଦୂରରେ ।
ସୂଚନାଯୋଗ୍ୟ, ଖୁବଶୀଘ୍ର ବିପାଶ ଓ ତାଙ୍କ ସ୍ୱାମୀ କରଣ ସିଂ ଗ୍ରୋଭର ପ୍ୟାରେଣ୍ଟସ ହେବାକୁ ଯାଉଛନ୍ତି । ଇନଷ୍ଟାଗ୍ରାମରେ ପୋଷ୍ଟ ଶେୟାର କରି ସେ ଏହି ଖୁସି ଖବର ସମସ୍ତଙ୍କୁ ଦେଇଥିଲେ । ‘ହାରପର୍ସ ବାଜାର’କୁ ଦେଇଥିବା ଇଣ୍ଟରଭ୍ୟୁରେ ସେ କହିଛନ୍ତି ମୋ ସାମ୍ନାରେ ଯାହା ଆସିଲା ତାହା ପାଇଁ ପୂର୍ବ ପ୍ରସ୍ତୁତି କିଛି କାମ ଦେଲାନାହିଁ । ମୋ ଗର୍ଭାବସ୍ଥାର କିଛିମାସ ବହୁତ କଠିନ ଥିଲା । ଅନ୍ୟମାନେ ମଣ୍ଣିଂ ସିକ୍‌ନେସ କଥା କୁହନ୍ତି ହେଲେ ମୁଁ ପୁରାଦିନ ରୋଗିଣା ରହୁଥିଲି । ସବୁବେଳେ ଶୋଇ ରହୁଥିଲି । କିଛିମାସ ପରେ ଏହା ଧୀରେ ଧୀରେ ଠିକ ହୋଇଥିଲା ।
ଖାଦ୍ୟ ପ୍ରତି ଥିବା ଆଗ୍ରହକୁ ନେଇ ବିପାଶା କହିଥିଲେ ମୋର ସେମିତି କିଛି ଖାଦ୍ୟ ପ୍ରତି ଆଗ୍ରହ ନ ଥିଲା । ହଁ ବେଳେ ବେଳେ ନମକିନ ଖାଇବାକୁ ଇଚ୍ଛା ହେଉଥିଲା । କିନ୍ତୁ ପ୍ରକୃତରେ ମୋତେ ମିଠା ପସନ୍ଦ । କିନ୍ତୁ ବେବିକୁ ବୋଧହୁଏ ମିଠା ପସନ୍ଦ ନୁହେଁ ସେଥିପାଇଁ ଗର୍ଭାବସ୍ଥାରେ ମୋତେ ମିଠା ଆଦୌ ଭଲ ଲାଗୁନି ।


Enter your email to get our daily news in your inbox.

All Right Reserved By Dharitri.Com

ରାତି ସାରା ଦୁଇ ଗାଁରେ ହାଇଭୋଲଟେଜ୍ ପ୍ରେମ ଡ୍ରାମା: ନାକେଦମ ହେଲା ନନ୍ଦିପଦା ପୋଲିସ

ହାଟଡିହୀ/ଛେନାପଦୀ, ୨୬/୮ (ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଞ୍ଚଳରେ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଦୁଇଟି ଭିନ୍ନ ଭିନ୍ନ ଗ୍ରାମରେ ପ୍ରେମ ବ୍ୟାପାରକୁ…

ଜିମ୍‌ରୁ ବାହାରୁଥିବା ବେଳେ ଗାୟକଙ୍କୁ ଗୁଳିକରି ହତ୍ୟା, ୨୦ରୁ ଅଧିକ..

ଲକ୍ଷ୍ନୌ,୨୬।୮: ଉତ୍ତରପ୍ରଦେଶର ଶାମଲୀରେ ବୁଧବାର ସନ୍ଧ୍ୟାରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି । ସଦର କୋତୱାଲି ଥାନା ଅଞ୍ଚଳରେ ଅଜଣା ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଚର୍ଚ୍ଚିତ ହରିୟାଣାର ଗାୟକ…

ଗୋଧୋଇବାକୁ ଯାଇ ଫେରିଲେନି ରଥ, ସକାଳୁ ପୋଖରୀରୁ ମିଳିଲା…

ଲାଞ୍ଜିଗଡ,୨୬।୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଛତ୍ରପୁର ପଞ୍ଚାୟତ ଅନ୍ତର୍ଗତ ରଘୁନାଥପୁର ଗାଁରେ ଅଭାବନୀୟ ଘଟଣା ଘଟିଛି । ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ…

ସେପ୍ଟେମ୍ୱର ୧ରୁ ମହଙ୍ଗା ହେବ ଅଟୋ ଭଡା, ଜାଣନ୍ତୁ କେତେ ଦବାକୁ ପଡିବ ଟଙ୍କା…

ନୂଆଦିଲ୍ଲୀ,୨୬।୮: ମୁମ୍ୱାଇରେ CNG ରେ ଚାଲୁଥିବା କଳା-ହଳଦିଆ ଟ୍ୟାକ୍ସି ଏବଂ ଅଟୋ ରିକ୍ସାରେ ଯାତ୍ରା କରିବା ୧ ସେପ୍ଟେମ୍ୱରରୁ ମହଙ୍ଗା ହୋଇଯିବ। ମହାରାଷ୍ଟ୍ର ପରିବହନ ପ୍ରାଧିକରଣ ବୁଧବାର…

ସୋର ଉପକାରାଗାରର ୱାର୍ଡରଙ୍କୁ ମରଣାନ୍ତର ଆକ୍ରମଣ, ଦିବାଲୋକରେ ଗୋଡାଇ ଗୋଡାଇ ହାଣିଲେ

ସୋର,୨୬।୮(ଜନ୍ମେଜୟ ମିଶ୍ର): ସୋର ଉପକାରାଗାରର ୱାର୍ଡରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଦିନ ଦ୍ବିପହରରେ ମାଣତ୍ରୀ ଛକ ନିକଟରେ ତିନଜଣ ଦୁର୍ବୃତ୍ତ ହାଣି ଦେଇଥିବା ଜଣାପଡ଼ିଛି ।…

୧ ସେପ୍ଟେମ୍ୱରରେ ଶନି-ଗୁରୁଙ୍କ ମହାମିଳନ! ୩ ରାଶିଙ୍କ ସୁନା ଭଳି ଚମକିବ କ୍ୟାରିୟର, ଆଖି ପିଛୁଳାକେ ଧନ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗୋଚର ଏବଂ ସେମାନଙ୍କ ଦ୍ୱାରା ସୃଷ୍ଟି ହେଉଥିବା ଶୁଭ-ଅଶୁଭ ଯୋଗର ବିଶେଷ ମହତ୍ତ୍ୱ ରହିଛି। ୧ ସେପ୍ଟେମ୍ୱର ୨୦୨୬ରେ ଶନି ଏବଂ ଦେବଗୁରୁ…

ଗ୍ଲାସିୟର ହ୍ରଦ, ହିମସ୍ଖଳନ, କିମ୍ବା ଭୂମିକମ୍ପ… ହଠାତ କାହିଁକି ନେପାଳରେ ଆସିଲା ବନ୍ୟା? ବୈଜ୍ଞାନିକମାନେ କହିଲେ ପ୍ରକୃତ କାରଣ

କାଠମାଣ୍ଡୁ,୨୬।୮: ନେପାଳର ରାସୁୱା ଜିଲାର ଭୋଟେ କୋଶି ନଦୀରେ ବନ୍ୟାର ପ୍ରକୃତ କାରଣ ସ୍ଥାନୀୟ ବର୍ଷା ନୁହେଁ, ବରଂ ଏକ ବିଶାଳ ହିମସ୍ଖଳନ ହୋଇପାରେ। କାଠମାଣ୍ଡୁ ବିଶ୍ୱବିଦ୍ୟାଳୟର…

ସ୍କୁଲ ପଛ ନାଳରୁ ଛାତ୍ରଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ସୋମବାରଠାରୁ ଥିଲେ ନିଖୋଜ

କୋରାପୁଟ,୨୬।୮(ଅମିତାଭ ବେହେରା): ବୋରିଗୁମ୍ମା ବ୍ଲକ ଗୁମୁଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟ ପଛପଟ ନାଳରୁ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି । ମୃତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri