Posted inRasifala

ରାଶିଫଳ: ସୋମବାର, ନଭେମ୍ବର ୨୮ ତାରିଖ – Daily Horoscope

ମେଷ
ଦୈହିକ ଦୁର୍ବଳତା ଅପସରିଯିବ ଏବଂ ଧୈର୍ଯ୍ୟ, ପ୍ରଚେଷ୍ଟା ଦିଗରେ ଉତ୍ସାହିତ ହେବେ। କର୍ମକ୍ଷେତ୍ରରେ କୌଶଳପୂର୍ଣ୍ଣ ବ୍ୟବହାର ଅନ୍ୟକୁ ଆପଣାର କରିବାରେ ସାହାଯ୍ୟ କରିବ। ସନ୍ତାନଙ୍କ ଅଶାନ୍ତ ମନଦେଖି ନିଜେ ଚିନ୍ତିତ ହୋଇପାରନ୍ତି। ଏକ ନିର୍ଦ୍ଦିିଷ୍ଟ ଦିଗରେ ଖର୍ଚ୍ଚ କରିବାକୁ ରଖିଥିବା ଟଙ୍କା ଭିନ୍ନ ବାଟରେ ଖର୍ଚ୍ଚ ହୋଇଯିବାର ସୂଚନା ରହିଛି।
ବୃଷ
ବୃଷ
ଅଜଣା ବ୍ୟକ୍ତିଙ୍କ ସହ ଆକସ୍ମିକ ବନ୍ଧୁତା କୈାଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିବାରେ ସହାୟକ ହେବ। କର୍ମକ୍ଷେତ୍ରରେ ଅଟକି ରହିଥିବା କାମର ଚିନ୍ତା ମନକୁ ଆନ୍ଦୋଳିତ କରିପାରେ। ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟ ଭଲରେ ଚାଲିବା ହେତୁ କେତେକାଂଶରେ ଏକ ପ୍ରକାର ଖୁସି ହେବେ। ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି।
ମିଥୁନ
ମିଥୁନ
ବିଭିନ୍ନ ଯୋଜନା କ୍ଷେତ୍ରରେ ଅନୁକୂଳ ବାତାବରଣ ସୃଷ୍ଟି କରିବାର ପ୍ରକ୍ରିୟା ଆରମ୍ଭ କରିବେ। ସାଂସ୍କୃତିକ କାର୍ଯ୍ୟରେ, ଆନୁଷ୍ଠାନିକ କାମରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ସ୍ଥଳ ବିଶେଷରେ ସଂଯମତାର ଅଭାବ ଓ ଧନହାନି ଦୁଃଶ୍ଚିନ୍ତାର କାରଣ ହୋଇପାରେ। ଯାତ୍ରା, ବାଣିଜ୍ୟ, ବ୍ୟବସାୟ, ପ୍ରକାଶନ କ୍ଷେତ୍ର ଠିକ୍‌ ରହିବ।
କର୍କଟ
କର୍କଟ
ବନ୍ଧୁଙ୍କ ସହ ବିବାଦ ଓ କିଛି ନୂତନ କାମରେ ପ୍ରତିବନ୍ଧକ ହେତୁ ଚିନ୍ତିତ ରହିବେ। ପୂର୍ବ ସମସ୍ୟା ସମାଧାନ ହେବାରେ କୌଣସି ନୀଚ ଜାତିର ବ୍ୟକ୍ତି ମୁଖ୍ୟ ଭୂମିକା ଗ୍ରହଣ କରିବେ। ସଭାସମିତିରେ କାହା କଥା ସହ ଅନ୍ୟ କାହାର କଥା ମିଶିବ ନାହିଁ। ଆକସ୍ମିକ ଭାବରେ ପ୍ରତିକୂଳ ପରିସ୍ଥିତି ଯୋଗୁ ଯାତ୍ରା ସ୍ଥଗିତ ରହିଯାଇପାରେ।
ସି˚ହ
ସି˚ହ
କର୍ମକ୍ଷେତ୍ରରେ ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡ଼ିବେ। ଅବଶ୍ୟ ସାହିତ୍ୟ, ସାମ୍ବାଦିକତା, କଳା, କ୍ରୀଡ଼ା, ଚଳଚ୍ଚିତ୍ର ତଥା ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ। ହଠାତ୍‌ କାୈଣସି କ୍ଷେତ୍ରରେ ଭାଙ୍ଗି ପଡ଼ନ୍ତୁ ନାହିଁ, ସମୟାନ୍ତରେ ଠିକ୍‌ ହେବ। ପୂର୍ବ ଶତ୍ରୁତା, ଅଶାନ୍ତି ଓ ଋଣଭାର କ୍ରମଶଃ ହ୍ରାସ ପାଇବ।
କନ୍ୟା
ପ୍ରତିକୂଳ ପରିସ୍ଥିତି ଲାଗି ରହିଲେ ମଧ୍ୟ ଆପଣ ପଛକୁ ଫେରିବେ ନାହିଁ ଓ କାର୍ଯ୍ୟ ହାସଲରେ ସମର୍ଥ ହେବେ। ଲକ୍ଷ୍ୟ ପୂରଣ ଦିଗରେ ଅସହଯୋଗ, ଅସମ୍ମାନ ପାଇ ଦୁଃଖିତ ହେବେ। ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧିପାଇବା କାରଣରୁ ସାମୟିକ ଚିନ୍ତା କରିପାରନ୍ତି। ଘରୁ ବରାଦ ପାଇ ଭଲ ଭଲ ଜିନିଷ କିଣିବା ସକାଶେ ମନ ବଳାଇବେ।
ତୁଳା
ତୁଳା
ନୂତନ ବନ୍ଧୁ ସମ୍ପର୍କ ଆପଣଙ୍କ କାର୍ଯ୍ୟଧାରା ସକାଶେ ସାହାଯ୍ୟ କରିବ। ଜଣେ ପଡ଼ୋଶୀ କିମ୍ବା ବନ୍ଧୁଙ୍କ ଜରିଆରେ ଦୀର୍ଘଦିନର ଆଶା ଫଳବତୀ ହେବ। ପୂର୍ବରୁ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରହନ୍ତୁ। ଅପରିଚିତଙ୍କ ଆଗମନ ସକାଶେ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବ।
ବିଛା
ବିଛା
ପାରିପାର୍ଶ୍ୱିକ ଅବସ୍ଥା ବଦଳି ଯିବା ସାଙ୍ଗକୁ ଯାହା ଖୋଜୁଛନ୍ତି ଓ ଆଶା କରୁଛନ୍ତି ଅବଶ୍ୟ ପାଇବେ। କଳା, ସଭାସମିତି ଓ ମନୋରଞ୍ଜନରେ ଆଗ୍ରହୀ ହେବେ। ସାଧାରଣ କଥାକୁ କେନ୍ଦ୍ର କରି ଅପରାହ୍ନରେ ଟେନସନ୍‌ ବଢ଼ିପାରେ। ମାଲିମକଦ୍ଦମାରେ ନିଜ ସପକ୍ଷରେ ରାୟ ପ୍ରକାଶ ପାଇବାରେ ଆଶାୟୀ ହେବେ।
ଧନୁ
ଧନୁ
କାର୍ଯ୍ୟ ହାନି ସାଙ୍ଗକୁ ପ୍ରତ୍ୟେକ କ୍ଷେତ୍ରରେ ଅସନ୍ତୋଷର ମାତ୍ରା କ୍ରମଶଃ ବୃଦ୍ଧି ପାଇବ। ଅତି ଦରକାରୀ ଜିନିଷ ପରକୁ ଦେଇ ଅପଦସ୍ଥ ହୋଇପାରନ୍ତି। ଚିନ୍ତା କରିଥିବା ଯୋଜନାଟିକୁ କାର୍ଯ୍ୟକାରୀ କରିବାକୁ ମନ ବଳାଇ ପାରନ୍ତି। ଅପେକ୍ଷା କରିବାକୁ କହିଥିବା ବନ୍ଧୁଙ୍କୁ ନିର୍ଦ୍ଦିଷ୍ଟ ସ୍ଥାନରେ ନ ପାଇ ବ୍ୟସ୍ତ ହୋଇ ପଡିବେ।
ମକର
ମକର
ପ୍ରତିବନ୍ଧକ ମଧ୍ୟରେ ନୂତନ ପ୍ଲଟ, ଯାନବାହନ, ବନ୍ଧୁ ସମ୍ପର୍କ ସ୍ଥାପନର ଯୋଗ ରହିଛି। ଆବଶ୍ୟକତା ପୂରଣ କରିବା ସକାଶେ ଧାରକରଜ କରି କାମ ତୁଲାଇ ନେବାକୁ ବାଧ୍ୟ ହେବେ। ନିକଟ ସମ୍ପର୍କୀୟମାନଙ୍କ ଗହଣରେ ପରିହାସଯୁକ୍ତ କଥା କର୍ମ କ୍ଷେତ୍ରରେ ସମସ୍ୟା ସୃଷ୍ଟି କରିବ। ଆର୍ଥିକ ଅବନତିର ସମୀକ୍ଷା କରିପାରନ୍ତି।
କୁମ୍ଭ
କୁମ୍ଭ
ସାମାନ୍ୟ କେତେକ ସାଧାରଣ ଅସୁବିଧାକୁ ବାଦ୍‌ ଦେଲେ ଦିନଟିରେ ବହୁତ ଭଲ କାମ କରିବେ। ଅନ୍ୟମାନଙ୍କ ସହମତିରେ ମୂଲ୍ୟବାନ ଜିନିଷ କିଣିବାର ସୁଯୋଗ ମଧ୍ୟ ପାଇଯିବେ। ନେତ୍ୱ ସ୍ଥାନୀୟ ବ୍ୟକ୍ତିବିଶେଷଙ୍କ ଦ୍ୱାରା ଉପକୃତ ହେବେ। ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରହନ୍ତୁ।
ମୀନମୀନ
ଫେରିବା ବାଟରେ ବନ୍ଧୁଙ୍କୁ ଭେଟି ଆଗାମୀ କାଲିର ଯୋଜନା ପ୍ରସ୍ତୁତ କରିପାରନ୍ତି। ବିବାଦୀୟ ଘଟଣା ଟିକିଏ ଜଟିଳ ଆଡ଼କୁ ଗତି କରିବ। ବ୍ୟବସାୟରେ ଲାଭ ମିଳିବ ଏବଂ କୌଣସି ଅନ୍ୟ ଏକ ଉଦ୍ଦେଶ୍ୟରେ ସେହି ଟଙ୍କାକୁ ବିନିଯୋଗ କରିପାରନ୍ତି। ପରିବାର ଭିତରେ ବୁଝାମଣା ସମ୍ପର୍କରେ ଉନ୍ନତି ଘଟିବା ଦିଗରେ ପଡ଼ୋଶୀ ସାହାଯ୍ୟ କରିବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଡିସେମ୍ବର ୨୯ ତାରିଖ – Daily Horoscope

ମେଷ ଆଜି ପ୍ରିୟ ବ୍ୟକ୍ତିଟିର ଅନୁପସ୍ଥିତି ଆଶଙ୍କା କରି ମନ ବ୍ୟାକୁଳ ହୋଇପାରେ। ବନ୍ଧୁଙ୍କଠାରୁ ଅର୍ଥ ସାହାଯ୍ୟ ଅଯାଚିତ ଭାବେ ପାଇ ଖୁସି ହୋଇଯିବେ। ଉପରିସ୍ଥଙ୍କ...

ରାଶିଫଳ: ରବିବାର, ଡିସେମ୍ବର ୨୮ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଚତୁର୍ଥ କେନ୍ଦ୍ରରେ ବୃହସ୍ପତି କର୍ମକ୍ଷେତ୍ର ଓ ପାରିବାରିକ ଜୀବନର ବ୍ୟତିକ୍ରମକୁ ସୁଧାରି ନେବେ। ନିଜର ସମ୍ପର୍କୀୟମାନଙ୍କ କୌଣସି ଘରୋଇ ସମସ୍ୟା ବିଷୟରେ ଚିନ୍ତିତ...

ରାଶିଫଳ: ଶନିବାର, ଡିସେମ୍ବର ୨୭ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ସକାଶେ ସାମଗ୍ରିକ ସୁଖସୁବିଧା ସାଙ୍ଗକୁ ସମ୍ମାନ ଓ ପ୍ରଶଂସା ପାଇବେ। ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସକାଶେ ମାର୍ଗଦର୍ଶନ...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୨୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ପାପଗ୍ରହ ରାହୁଯୁକ୍ତ କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ତଥାପି ସାମ୍ବାଦିକତା, ଏଜେନ୍‌ଶିପ୍‌, ପରିବହନ, ବାଣିଜ୍ୟରେ ସଫଳତା ପାଇବେ। ପାରିବାରିକ...

ରାଶିଫଳ: ଗୁରୁବାର, ଡିସେମ୍ବର ୨୫ ତାରିଖ – Daily Horoscope

ମେଷ ଆଶା କରିଥିବା କାର୍ଯ୍ୟଟିରେ ସଫଳତା ପାଇବା ସକାଶେ ବହୁତ ଶ୍ରମ ସ୍ୱୀକାର କରିବାକୁ ପଡ଼ିପାରେ। ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବ।...

ରାଶିଫଳ: ବୁଧବାର, ଡିସେମ୍ବର ୨୪ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ପାରିବାରିକ ବିବାଦର ସମାଧାନ ପାଇଁ ଆଲୋଚନାରେ ନିମଗ୍ନ ରହିପାରନ୍ତି। ଶେଷ ସମୟରେ କୌଣସି ସୁଯୋଗ ପାଇ ହରାଇବା ସକାଶେ ବ୍ୟଥିତ ହେବାକୁ ପଡ଼ିପାରେ।...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୨୩ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତି ରାଶ୍ୟାଧିପତି ଓ ଚନ୍ଦ୍ରଙ୍କ ଶୁଭତ୍ୱରୁ ଭଲ ରହିବ। ଯାନବାହନ ଚଳାଚଳ, ଆଲୋଚନା କ୍ଷେତ୍ରରେ, ମାତୃବର୍ଗରେ, ଜମିଜମା, ଦୋକାନବାଡ଼ି,...

ରାଶିଫଳ: ସୋମବାର, ଡିସେମ୍ବର ୨୨ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସହ ମଙ୍ଗଳଙ୍କ ମିଳନ ପାରିବାରିକ ଜୀବନକୁ ସରସ,ସୁନ୍ଦର କରିବ। ତଥାପି ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ଟଣାଓଟରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri