Posted inRasifala

ରାଶିଫଳ: ରବିବାର, ମାର୍ଚ୍ଚ ୨୭ ତାରିଖ – Daily Horoscope

ମେଷ
ଆଜିର କର୍ମକ୍ଷେତ୍ରରେ ଅପ୍ରୀତିକର ପରିସ୍ଥିତିର ସାମନା କରିବାକୁ ପଡ଼ିପାରେ । ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ ପ୍ରକାର କଥା କହୁଥିବାର ଶୁଣିବାକୁ ପାଇବେ। ଆର୍ଥିକ ସ୍ଥିତି ଦୁର୍ବଳ ହେତୁ ତାହାହିଁ ଚିନ୍ତାର କାରଣ ହୋଇପାରେ । ପରିବାରରେ ଅବସ୍ଥା ଦେଖି ବ୍ୟବସ୍ଥା ନ କଲେ ପରେ ଅନୁତାପ କରିବାକୁ ପଡ଼ିବ ।
ବୃଷ
ବୃଷ
ଆଜିର କାମରେ ପଡ଼ୋଶୀ ସହଯୋଗର ହାତ ବଢ଼ାଇବେ। ଆଲୋଚନା କ୍ଷେତ୍ରରେ କାର୍ଯ୍ୟବ୍ୟସ୍ତତା ଯୋଗୁ କେତେକ କାମ ଠିକ୍‌ ସମୟରେ କରି ପାରିବେ ନାହିଁ। ଅପରାହ୍ନରେ ଆନୁଷ୍ଠାନିକ କାମରେ ଯାଇ ଜଣେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି। ମାତ୍ର ଘରୋଇ କ୍ଷେତ୍ରରେ ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗି ନ ପାରେ।
ମିଥୁନ
ମିଥୁନ
ଅଶାନ୍ତି ଓ ରାଗକୁ ନିୟନ୍ତ୍ରଣରେ ନ ରଖିଲେ ତିକ୍ତତା ସୃଷ୍ଟି ହୋଇପାରେ। କର୍ମାରମ୍ଭ ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ ଓ କାମଟି ମଧ୍ୟ କରିବେ। ପ୍ରଶାସନ, ପ୍ରକାଶନ, ରାଜନୀତି , ସଂଗଠନ, ସଭାସମିତି ଓ ଆନୁଷ୍ଠାନିକ କ୍ଷେତ୍ରରେ ପ୍ରଶଂସିତ ହେବେ। ସ୍ତ୍ରୀଙ୍କ ସୌହାର୍ଦ୍ଦ୍ୟରୁ ପାରିବାରିକ ଜୀବନ ସୁଖରେ କଟିବ।
କର୍କଟ
କର୍କଟ
ଭାଇ, ବନ୍ଧୁ ଓ କୁଟୁମ୍ବଙ୍କ ସହ ସମ୍ପର୍କରେ ଉନ୍ନତି ପରିଲକ୍ଷିତ ହୋଇପାରେ । ମଧ୍ୟାହ୍ନରେ ଜଣେ ପ୍ରତିଷ୍ଠାବାନ୍‌ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି ଆତ୍ମବିଭୋର ହୋଇପାରନ୍ତି। ମାଲିମକଦ୍ଦମାରେ ଜୟଲାଭ କରିବାର ଆଶା କ୍ରମଶଃ ବୃଦ୍ଧି ପାଇପାରେ । ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ବିଦ୍ରୋହ ଓ ଅଶାନ୍ତି ବଢ଼ିବ।
ସି˚ହ
ସି˚ହ
ସମସ୍ୟା ଭିତରେ ଗତି କରି ମଧ୍ୟ ପଛକୁ ଫେରିବା ଚିନ୍ତା କରିବେ ନାହିଁ। ବନ୍ଧୁ କିମ୍ବା ସହକର୍ମୀଙ୍କ କଥାରେ ପ୍ରଭାବିତ ହୋଇ କୌଣସି ନୂତନ କାମ କରିପାରନ୍ତି। କ୍ରୀଡ଼ା, କଳା, ସାହିତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ସୁନାମ ଅର୍ଜନ କରିବେ। ପରିବାରବର୍ଗଙ୍କ ସହାୟତା ପାଇବେ ଓ ଆନନ୍ଦ ମନରେ କାମ କରିବେ ।
କନ୍ୟା
ଆଜି ଦିନଟିରେ କିଛି ପାଇବାର ଆଶା ରଖିଲେ କିଛି ଦେବା ପାଇଁ ଚେଷ୍ଟା କରନ୍ତୁ। ଜମା ପଡୁ ନ ଥିବା ବନ୍ଧୁ କିମ୍ବା ଶତ୍ରୁତା କରୁଥିବା ଲୋକଟି ମନକୁ ବାଧିଲା ଭଳି କଥା କହିପାରେ। ବ୍ୟବସାୟ କ୍ଷେତ୍ରରେ ଅଧିକ କିଛି ଆଶା ମନରେ ଦୁଃଖ ଦେଇପାରେ। ଆଜିର ଯାତ୍ରାରେ ଅଭିଳଷିତ କାମ ମଧ୍ୟ ହୋଇଯିବ।
ତୁଳା
ତୁଳା
ଶତ୍ରୁଠାରୁ ଦୂରତା ରଖି କାମ କରିବା ଭଲ। ଅଫିସ କାମରେ ସହକର୍ମୀଙ୍କ ସହ ବିବାଦ ବୃଦ୍ଧି ହେବ ମାତ୍ର ଆପଣଙ୍କୁ ଅନ୍ୟମାନେ ସାହାଯ୍ୟ କରିବେ । ପରିବାରରେ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିଯାଇପାରେ। ଶିଳ୍ପ,ବାଣିଜ୍ୟ,ସାମ୍ବାଦିକତା ଓ ଅର୍ଥ ସମ୍ବନ୍ଧିତ କାମରେ ସଫଳତା ପାଇବେ।
ବିଛା
ବିଛା
ଯାହ ଦୀର୍ଘଦିନରୁ ହୋଇ ପାରି ନ ଥିଲା ଆଜି ଆକସ୍ମିକ ଭାବରେ ତାହା ହୋଇଯିବ। ବନ୍ଧୁଙ୍କ ନିକଟରୁ ଯେତେ ପାଇଲେ ମଧ୍ୟ ଆହୁରି ଅଧିକ ପାଇବା ସକାଶେ ବ୍ୟାକୁଳତା ପ୍ରକାଶ କରିବେ । ପରିବହନ, ଶିଳ୍ପ ଓ ବ୍ୟବସାୟ, ବାଣିଜ୍ୟରେ ପ୍ରତିବନ୍ଧକ ଦୂରେଇବା ପାଇଁ ପ୍ରଯତ୍ନ କରିବେ । ସହକର୍ମୀମାନଙ୍କ ତରଫରୁ ସମସ୍ୟା ଆସିପାରେ।
ଧନୁ
ଧନୁ
କୌଣସି ପରିଚିତ ବ୍ୟକ୍ତିଙ୍କ କାର୍ଯ୍ୟକଳାପ ଆପଣଙ୍କ କର୍ମକ୍ଷେତ୍ରକୁ ବିଶୃଙ୍ଖଳିତ କରିପାରେ । ଆର୍ଥିକ ଦିଗରୁ କିଛିଟା ସମସ୍ୟା ଲାଗି ରହିବ, ଅବଶ୍ୟ ସମାଧାନର ପନ୍ଥା ଖୋଜି ପାଇବେ । ଅଫିସରେ ସହକର୍ମୀମାନଙ୍କ ସହ ମିଷ୍ଟାଳାପରେ ମାତିରହିବେ। ବାଟରେ ଯିବା ସମୟରେ ଯାନ୍ତ୍ରିକ ତ୍ରୁଟି ଅସୁବିଧାରେ ପକାଇପାରେ ।
ମକର
ମକର
ଆଜି କୌଣସି ବ୍ୟକ୍ତିଠାରୁ ହଠାତ୍‌ କିଛି ଖବର ପାଇ ବିଚଳିତବୋଧ କରିବେ। ଉପରିସ୍ଥ ଅଧିକାରୀମାନେ କାମହାସଲ ସକାଶେ ଆପଣଙ୍କ ସହଯୋଗ ଲୋଡ଼ିପାରନ୍ତି । ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ, ନିର୍ମାଣ, ସଭାସମିତି, ଲେଖାପଢ଼ା ପ୍ରଭୃତିରୁ ସୁଫଳ ପାଇବେ। ଅସାବଧାନତା ହେତୁ ଦ୍ରବ୍ୟ ନଷ୍ଟ କିମ୍ବା ଧନହାନି ଘଟିପାରେ।
କୁମ୍ଭ
କୁମ୍ଭ
ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣାଧୀନ ରହିବ। ଅଫିସରେ ସାଧାରଣ କଥାରେ ହଠାତ୍‌ କଳହ ସୃଷ୍ଟି ହୋଇପାରେ। କଳହ, ଧନହାନି, ପରିବହନରେ ତର୍କ ବିତର୍କ ଓ ସାଧାରଣ କଥାକୁ କେନ୍ଦ୍ରକରି ପାଟିତୁଣ୍ଡ ଲାଗି ରହିବ। ପାରିବାରିକ ସମସ୍ୟାର ସମାଧାନ ସକାଶେ ନିଜର ବନ୍ଧୁଙ୍କ ସାହାଯ୍ୟ ଭିକ୍ଷା କରିପାରନ୍ତି ।
ମୀନମୀନ
କର୍ମକ୍ଷେତ୍ରରେ ଆପଣ ଯେତେଟା ପରିସ୍ଥିତିକୁ ଜଟିଳ ମନେକରୁଛନ୍ତି ବାସ୍ତବରେ ସେପରି କିଛି ହେବନି। ପରିବାର ଭିତରେ ଅଯଥା ବ୍ୟସ୍ତତା ପ୍ରକାଶ କରି ସମାଲୋଚିତ ହେବେ। ପରିସ୍ଥିତିବଶତଃ ଧାର, କରଜ କରି ଆବଶ୍ୟକତାକୁ ଚଳାଇ ନେବାକୁ ବାଧ୍ୟ ହେବେ । ପରିବହନରେ ଦେଖିଚାହିଁ ପଦକ୍ଷେପ ନିଅନ୍ତୁ, ନତୁବା ସମସ୍ୟା ଉପୁଜିପାରେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୭ ତାରିଖ – Daily Horoscope

ମେଷ ଶୁଭଗ୍ରହ ତୃତୀୟସ୍ଥ ଯୋଗୁ ବନ୍ଧୁଙ୍କ ମାଧ୍ୟମରେ ପାରିବାରିକ ଅସଙ୍ଗତୀ ଦୂର କରିବାରେ ସାହାଯ୍ୟ କରିବେ। ଆଜିର ଯାତ୍ରା, ସରକାରୀ କର୍ମଚାରୀଙ୍କୁ ସାକ୍ଷାତ, ବାଣିଜ୍ୟ ପାଇଁ ଦିନଟି…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୨୬ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ଭାଗ୍ୟସ୍ଥାନ ପ୍ରତି ଦୁଷ୍ଟିସମ୍ବନ୍ଧ ଯୋଗୁ ନୂତନ କର୍ମାରମ୍ଭ ସହ ପାରିବାରିକ ସୁଖଶାନ୍ତି ଅନୁଭବ କରିବେ। ସକାଳୁ ବନ୍ଧୁଙ୍କ ସହ ସୁଖଭ୍ରମଣ ଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri