Posted inRasifala

ରାଶିଫଳ: ରବିବାର, ଡିସେମ୍ବର ୨୫ ତାରିଖ – Daily Horoscope

ମେଷ
ଆନୁଷଙ୍ଗିକ ସୁବିଧା ସୁଯୋଗ ପାଇ ସାଙ୍ଗଠନିକ କାର୍ଯ୍ୟକୁ ତ୍ୱରାନ୍ବିତ କରିପାରିବେ। ପିଲାଙ୍କ ସ୍ବାସ୍ଥ୍ୟ ସମସ୍ୟା ସକାଶେ ମାନସିକ ସ୍ଥିତି ବିପନ୍ନ ହୋଇପାରେ। ଅସାବଧାନତା କାରଣରୁ ଅର୍ଥହାନିର ସମ୍ଭାବନା ରହିଛି। ଦିନଟିରେ କିଛି ସମୟ ଟେନ୍‌ସନ ଲାଗି ରହିଲେ ମଧ୍ୟ ପରକ୍ଷଣରେ ମାନସିକ ଅସ୍ଥିରତା ଦୂରେଇଯିବ।
ବୃଷ
ବୃଷ
ବିଭିନ୍ନ ପ୍ରକାରର ଝାମେଲା ଭିତର ଦେଇ ଯିବାକୁ ପଡ଼ୁଥିବାରୁ ସମ୍ପୂର୍ଣ୍ଣଭାବେ ଶାନ୍ତି ଓ ସନ୍ତୋଷ ଆସିବ ନାହିଁ। ହାତକୁ ନେଇଥିବା କାମଟିକୁ ଆରମ୍ଭ କରି ବ୍ୟସ୍ତ ରହିପାରନ୍ତି। କର୍ମକ୍ଷେତ୍ରରୁ ଅର୍ଥ ଓ ସମ୍ମାନ ପାଇବାରେ କିଛି ଅସୁବିଧା ରହିବ ନାହିଁ। କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ।
ମିଥୁନ
ମିଥୁନ
ମାନସିକ ଅସ୍ଥିରତା କାରଣରୁ କାମରେ ମନ ଲାଗିବ ନାହିଁ। ସଦାବେଳେ ଝଗଡ଼ା କରିବାକୁ ଚାହିଁ ବସିଥିବା ଲୋକଟିର ସାମ୍‌ନା କରିବାକୁ ପଡ଼ିପାରେ। କୃତି ଓ କୃତିତ୍ୱ ହେତୁକ ସନ୍ତାନଙ୍କ ଗୌରବରେ ଗୌରବାନ୍ବିତ ହୋଇପାରନ୍ତି। ଆନୁଷ୍ଠାନିକ କାମରେ ନିଜର ସୁଖ ସୁବିଧାକୁ ପ୍ରାଧାନ୍ୟ ଦେଇ ସମାଲୋଚିତ ହୋଇପାରନ୍ତି।
କର୍କଟ
କର୍କଟ
କର୍ମକ୍ଷେତ୍ରରେ ସାମୟିକ ବ୍ୟତିକ୍ରମ ଲାଗି ରହିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ସହକର୍ମୀଙ୍କ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ସାହିତ୍ୟ, କଳା, କ୍ରୀଡ଼ା ଓ ଚଳଚ୍ଚିତ୍ର ତଥା ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ। ବିଜାତୀୟ ବ୍ୟକ୍ତିଙ୍କ ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇପାରନ୍ତି।
ସି˚ହ
ସି˚ହ
ଦୀର୍ଘଦିନର ସମସ୍ୟା ଆଜି ସମାଧାନ ହୋଇଯିବ। ଆଲୋଚନା କାଳରେ ଭଲ କଥା କହିଲେ ମଧ୍ୟ ବନ୍ଧୁ ଭୁଲ୍‌ ବୁଝିପାରନ୍ତି। ଆପଣଙ୍କ ସାହାଯ୍ୟ ଲାଭକରି ସହଯାତ୍ରୀଟି ବହୁତ ଖୁସି ହୋଇଯିବେ। ପରିବହନରେ ଉନ୍ନତି ପରିଲକ୍ଷିତ ହେବ ଓ ସମସ୍ୟା ସମାଧାନରୁ ଖୁସି ରହିବେ। ଦୂର ସମ୍ପର୍କୀୟ ବନ୍ଧୁଙ୍କ ଆଗମନ ସମ୍ଭାବନା।
କନ୍ୟା
କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା ଯୋଗୁ ବିଚଳିତ ବୋଧ କରିବେ। ବନ୍ଧୁ ନିଜର ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ ଠିକ୍‌ ସମୟରେ ଆସି କାମରେ ଯୋଗ ଦେଇପାରିବେ। ଆର୍ଥିକ ଦିଗଟି ପୂର୍ବପରି ରହିବାର ବିଶେଷ ଆନନ୍ଦ ଅନୁଭବ କରିବେ। ନିଜକୁ ପରିସ୍ଥିତି ଓ ପରିବେଶ ସହ ଖାପ ଖୁଆଇ ଚଳିବାକୁ ବାଧ୍ୟ ହେବେ।
ତୁଳା
ତୁଳା
ଆଜି କୌଣସି କଥାରେ ଅଭାବ ରହିବ ନାହିଁ କିମ୍ବା କୌଣସି କାମ ଅଟକିବ ନାହିଁ। ଆଲୋଚନା ପରିସରରେ ଆପଣ ଏମିତି ଯୁକ୍ତି କରିବେ ଯେ, ସମସ୍ତଙ୍କ ମୁହଁ ବନ୍ଦ ହୋଇଯିବ। ବନ୍ଧୁଙ୍କ ନିକଟରୁ କୌଣସି ଖବର ପାଇ ବିସ୍ମୟ ପ୍ରକାଶ କରିପାରନ୍ତି। ସରକାରୀ କାମ ଓ ପଦସ୍ଥ ବ୍ୟକ୍ତିବିଶେଷଙ୍କ ସହାୟତାରୁ ଉପକୃତ ହେବେ।
ବିଛା
ବିଛା
କୌଣସି ଭଦ୍ର ମହିଳାଙ୍କ ସାହାଯ୍ୟ ଓ ସହଯୋଗରୁ ମାନସିକ ଅସ୍ଥିରତା ଦୂରେଇଯିବ। ପରିସ୍ଥିତି ଓ ପରିବେଶକୁ ଲକ୍ଷ୍ୟରଖି କାମ ନ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ବନ୍ଧୁଙ୍କ ସହ ଆଳାପ ଆଲୋଚନାରେ ସମୟ କଟାଇପାରନ୍ତି। ଯୋଗାଯୋଗ, ରାଜନୀତି ଓ ପ୍ରଶାସନ ପାଇଁ ଦିନଟି ଭଲ।
ଧନୁ
ଧନୁ
କର୍ମକ୍ଷେତ୍ରରେ ଆକସ୍ମିକ ସମସ୍ୟା ହେତୁ କାର୍ଯ୍ୟ ସ୍ଥଗିତ ରହିପାରେ। ମନର ବଳ ଖୁବ୍‌ ଟାଣ ରହିବ ଏବଂ ଜିଦ୍‌ରେ ଅଟଳ ରହିବେ। ଅଫିସିଆଲି ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବାକୁ ପଡ଼ିପାରେ। ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରହନ୍ତୁ, ନଚେତ୍‌ ଅଦଳବଦଳ ହୋଇଯିବାର ସମ୍ଭାବନା ଅଛି।
ମକର
ମକର
ସକାଳୁ ପାରିବାରିକ ସମସ୍ୟାରେ ମନଟା ଦୋଦୁଲ୍ୟମାନ ଅବସ୍ଥାରେ ରହିବ। ଅଫିସ୍‌ରେ ବିବାଦ ବୃଦ୍ଧି କାରଣରୁ ଠିକ୍‌ ନିଷ୍ପତ୍ତି ନେଇ ପାରିବେ ନାହିଁ। ଆଇନ ଅଦାଲତରେ ସୁଫଳ ପାଇବେ ଓ ନିର୍ମାଣାଧୀନ କାମ ଦ୍ରୁତଗତିରେ ଆଗେଇ ଚାଲିବ। ଯେକୌଣସି ପରିସ୍ଥିତିରେ ଆପଣ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବାରେ ସମର୍ଥ ହେବେ।
କୁମ୍ଭ
କୁମ୍ଭ
ପରିସ୍ଥିତିକୁ ଲାଘବ କରିବା ଉଦ୍ଦେଶ୍ୟରେ ଅନ୍ୟମାନଙ୍କ ସକାଶେ କଷ୍ଟ ଅନୁଭବ କରିପାରନ୍ତି। ସଭାସମିତିରେ ବନ୍ଧୁମେଳରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ। ଭାବପ୍ରବଣତା ଯୋଗୁ ମନୋବଳ ହ୍ରାସ ପାଇପାରେ। କର୍ମାରମ୍ଭ, ଯାନବାହନ, ଲୋକସମ୍ପର୍କ, ସଭାସମିତି ଓ ପାରିବାରିକ ସମସ୍ୟା ନେଇ ଚିନ୍ତା କରିପାରନ୍ତି।
ମୀନମୀନ
ବନ୍ଧୁମାନେ ଫାଇଦା ହାସଲ ପାଇଁ ବିଭିନ୍ନ ଫନ୍ଦିଫିକର କରିବା ଲାଗି ମନ ବଳାଇବେ। ହାତକୁ ନେଇଥିବା କାମଟିକୁ ଶେଷ କରିବା ସକାଶେ ବହୁତ ପ୍ରତିରୋଧର ସାମ୍‌ନା କରିବାକୁ ପଡ଼ିପାରେ। ବାଣିଜ୍ୟ, ବ୍ୟବସାୟ, ପରିବହନ କ୍ଷେତ୍ରରେ ଉଚ୍ଚ ଫଳପ୍ରାପ୍ତି ହୋଇପାରେ। ଉପରିସ୍ଥଙ୍କ ଅନୁକମ୍ପା ଆପଣଙ୍କ କାର୍ଯ୍ୟ ସାଧନରେ ଏବଂ ଭବିଷ୍ୟତରେ ସାହାଯ୍ୟ କରିବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ମେ ୨୫ ତାରିଖ – Daily Horoscope

ମେଷ ଆଜି ସହକର୍ମୀଙ୍କ ସହଭାଗିତାରୁ ସମସ୍ତ କାର୍ଯ୍ୟରେ ସିଦ୍ଧିଲାଭ ଘଟିବ। ରବି ବୁଧ ମୁଖଭାବରେ ଅବସ୍ଥାନ କରି ଅପ୍ରିୟ ସତ୍ୟଭାଷଣରୁ ପ୍ରତ୍ୟେକ ସ୍ତରରେ ସମସ୍ୟା ସୃଷ୍ଟି କରିବେ।…

ରାଶିଫଳ: ରବିବାର, ମେ ୨୪ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ପାପଗ୍ରହ କେତୁଙ୍କ ସଂଯୋଗରୁ ବିଭିନ୍ନ କାରଣରୁ ମନ ଭଲ ରହିନପାରେ। ବନ୍ଧୁବାନ୍ଧବ, ସହକର୍ମୀ, କରଜ, ଟଙ୍କା ପଇସାକୁ କେନ୍ଦ୍ରକରି କଳହ ଲାଗିପାରେ। ଦୈହିକ…

ରାଶିଫଳ: ଶନିବାର, ମେ ୨୩ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଏକାଦଶରେ ଶୁକ୍ର ପ୍ରଭାବରେ ବନ୍ଧୁମିଳନରୁ ଖୁସିରେ ସମୟ କାଟିବେ। ଦ୍ୱିଜା ନକ୍ଷତ୍ର କର୍ମକ୍ଷେତ୍ର ଓ ପାରିବାରିକ ତଥା ସାମାଜିକ ସ୍ତରରେ ଚର୍ଚ୍ଚିତ ହୋଇପାରନ୍ତି। ନିଜ…

ରାଶିଫଳ: ଶୁକ୍ରବାର , ମେ ୨୨ ତାରିଖ – Daily Horoscope

ମେଷ ଶାରୀରିକ ସୁସ୍ଥତା ସାଙ୍ଗକୁ ଦୃଢ ମାନସିକତା ଯୋଗୁ ଅଭିଳଷିତ କାର୍ଯ୍ୟକୁ ନିର୍ବିଘ୍ନରେ ସମାପନ କରିବେ। ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେବେ। ବାହାର ଜାଗାରେ…

ରାଶିଫଳ: ଗୁରୁବାର, ମେ ୨୧ ତାରିଖ – Daily Horoscope

ମେଷ ଆଜି କର୍ମାଧିପତିଙ୍କ ନକ୍ଷତ୍ରରେ ଚନ୍ଦ୍ର ରହିଥିବାରୁ ଆପଣ ଉନ୍ନତ ଚିନ୍ତା ଓ ନୂତନ ଯୋଜନାର ଶୁଭାରମ୍ଭ କରିବେ। ଉଚ୍ଚପଦାଧିକାରୀଙ୍କ ସହଯୋଗ ମନକୁ ପ୍ରଫୁଲ୍ଲିତ କରାଇବ। ପରିବାରରେ…

ରାଶିଫଳ: ମଙ୍ଗଳବାର, ମେ ୧୯ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଆପଣଙ୍କ ଉଦ୍ୟମକୁ ଚରିତାର୍ଥ କରାଇବାରେ ସହାୟକ ହେବ ା ଉଚ୍ଚମନ, ଉକତ୍ୃଷ୍ଟ ବିଚାରଧାରା, ପାରିବାରିକ ସହଯୋଗରେ କାମ ହାସଲ କରିବାରେ ମଧ୍ୟ କିଛି…

ରାଶିଫଳ: ସୋମବାର, ମେ ୧୮ ତାରିଖ – Daily Horoscope

ମେଷ ଆଜିର କର୍ମକ୍ଷେତ୍ର ଏବଂ ପାରିବାରିକ ସ୍ଥିତି ପ୍ରୀତିପ୍ରଦ ରହିବ। ବ୍ୟବହାରରେ ସଂଯମତା ଅଭାବରୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ। ବିଭିନ୍ନ ପ୍ରକାର କାର୍ଯ୍ୟ ବ୍ୟସ୍ତତା କାରଣରୁ…

ରାଶିଫଳ: ରବିବାର, ମେ ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ରସ୍ଥ ଚନ୍ଦ୍ର ଆର୍ଥିକ, ସାମାଜିକ ଏବଂ ପାରିବାରିକ ଜୀବନକୁ ଋଦ୍ଧିମନ୍ତ କରିବ। ଦ୍ୱାଦଶସ୍ଥ ମଙ୍ଗଳ ଭ୍ରାତୃ ସମ୍ପର୍କରେ ତିକ୍ତତା ସୃଷ୍ଟି ହେବ। କର୍ମକ୍ଷେତ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri