Posted inRasifala

ରାଶିଫଳ: ବୁଧବାର, ଜୁଲାଇ ୨୩ ତାରିଖ – Daily Horoscope

ମେଷ
ସମସ୍ତ ପ୍ରକାରର ସୁବିଧା ଥିଲେ ମଧ୍ୟ ସହଯୋଗ ଅଭାବରୁ କାମଗୁଡ଼ିକ ସୁବିଧାରେ ହେବନାହିଁ। ପରୋକ୍ଷ ଶତ୍ରୁତା କାରଣରୁ ବନ୍ଧୁ ଏବଂ ସହକର୍ମୀଙ୍କ ସହୃଦୟତା ମିଳି ନ ପାରେ। ଦୀର୍ଘଦିନରୁ ଲାଗି ରହିଥିବା ସ୍ୱାସ୍ଥ୍ୟ ଓ ପାରିବାରିକ ସମସ୍ୟା ମନକୁ ଆନ୍ଦୋଳିତ କରିବ। ଅବଶ୍ୟ ଦ୍ୱିଜା ନକ୍ଷତ୍ର ପାଇଁ ବିଶେଷ ଅସୁବିଧା ହେବନାହିଁ।
ବୃଷ
ବୃଷ
ରୋହିଣୀ ନକ୍ଷତ୍ରର ଅର୍ଥ ସମ୍ପର୍କକୁ କେନ୍ଦ୍ରକରି ପରିବାରରେ କଳହର ସୂତ୍ରପାତ ହେବ। ଅସୁବିଧା ଦୂର ହୋଇଯିବାରୁ ଆଶ୍ୱସ୍ତି ଅନୁଭବ କରିବେ । ପୂର୍ବାଲୋଚନା କ୍ରମରେ ବନ୍ଧୁ ପ୍ରତିଶ୍ରୁତି ରକ୍ଷାକରି ସାହାଯ୍ୟ, ସହଯୋଗ ପ୍ରଦାନ କରିପାରନ୍ତି। କର୍ମକ୍ଷେତ୍ରରେ ବନ୍ଧୁଙ୍କ ମାଧ୍ୟମରେ ଭୁଲ୍‌ ଖବର ପାଇ ବିବ୍ରତ ହୋଇପାରନ୍ତି।
ମିଥୁନ
ମିଥୁନ
ସତ୍ୟ ଭାଷଣ ସକାଶେ ସମାଲୋଚନାର କାରଣ ହେବେ। ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। ମାତ୍ର କଚେରି ମାମଲା ପରିବହନ କିମ୍ବା ପ୍ରଶାସନିକ ସମସ୍ୟା ବୃଦ୍ଧି ପାଇବା ହେତୁ ବ୍ୟସ୍ତତା ବଢ଼ିଯାଇପାରେ। ପୁନର୍ବସୁ ନକ୍ଷତ୍ରର କର୍ମକ୍ଷେତ୍ରରେ ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି।
କର୍କଟ
କର୍କଟ
ସମସ୍ୟା ସମାଧାନ ଯୋଗୁ ଆଜିର ଜୀବନଯାତ୍ରା ହସଖୁସିରେ ଅତିବାହିତ ହେବ। ପୁଷ୍ୟା ନକ୍ଷତ୍ର ସରଳ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ କରିପାରନ୍ତି। ବିବାଦୀୟ ପରିସ୍ଥିତିରେ ପଦସ୍ଥ ବ୍ୟକ୍ତିଙ୍କ ସହଯୋଗରୁ ସମସ୍ୟା ସମାଧାନ ହୋଇପାରିବ। ସାହିତ୍ୟ, ସଂସ୍କୃତି ଓ ମନୋରଞ୍ଜନ କାର୍ଯ୍ୟକ୍ରମରେ ଯୋଗଦେଇପାରନ୍ତି।
ସି˚ହ
ସି˚ହ
ଆଜିର ଗ୍ରହସ୍ଥିତି କୌଣସି ନିର୍ଦ୍ଦିଷ୍ଟ ସ୍ଥାନରେ ବସାଇଦେଇ ନ ପାରେ। ମଘା ନକ୍ଷତ୍ରର ପରିବାରରେ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିଯିବାର ଆଶଙ୍କା ରହିଛି। ବିଭିନ୍ନ ପ୍ରକାରର ଆବଶ୍ୟକତାକୁ ନେଇ ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧି ପାଇବ। ବେପରୁଆ ଭାବରେ କାମକରିବା ହେତୁ ବନ୍ଧୁ ଗହଣରେ ସମାଲୋଚିତ ହୋଇପାରନ୍ତି।
କନ୍ୟା
ଉତ୍ତରାଫାଲ୍‌ଗୁନୀ ନକ୍ଷତ୍ର ଆଜି ଯାହା କରିବେ ସଫଳତା ପାଇବେ। ବନ୍ଧୁମାନେ ଆବଶ୍ୟକ ସମୟରେ ଆଶାଜନକ ସାହାଯ୍ୟ, ସହଯୋଗ କରିପାରନ୍ତି। ପଡୋଶୀଙ୍କ ହସ୍ତକ୍ଷେପ ଫଳରେ ପରିବାରରେ ପୁନର୍ବାର ଶାନ୍ତି ଫେରି ଆସିବ। କୌଣସି ଆନୁଷ୍ଠାନିକ କାମ ସକାଶେ ନିମନ୍ତ୍ରଣ ପ୍ରାପ୍ତ ହୋଇ ହଠାତ୍‌ ଦୂରଯାତ୍ରା କରିପାରନ୍ତି।
ତୁଳା
ତୁଳା
ସ୍ୱାସ୍ଥ୍ୟ ସମସ୍ୟା ସୁଧୁରିଯାଇଥିବାରୁ ଆଶ୍ୱସ୍ତି ଲାଭ କରିବେ। ସାମାଜିକ ସ୍ତରରେ ବିଶୃଙ୍ଖଳିତ ପରିସ୍ଥିତି ଲାଗି ରହିବାରୁ ଆଜିର କାମ ସଂପର୍ଣ୍ଣ କଷ୍ଟକର ହୋଇପଡିବ। ମାନସିକ ଅସ୍ଥିରତା ହେତୁ ଛୋଟ କଥାରେ ଅନ୍ୟ ଉପରେ ବିରକ୍ତ ହେବେ। ସ୍ବାତୀ ନକ୍ଷତ୍ର ଗୃହ ସମସ୍ୟା, ଆନୁଷ୍ଠାନିକ କାମ, ଶିଳ୍ପ ଓ ପରିବହନରେ ଆଶା ଅନୁରୂପ ଫଳ ପାଇବେ।
ବିଛା
ବିଛା
ଆଜିର ସ୍ବଗୃହୀ ଚନ୍ଦ୍ର ସ୍ଥାନ ପ୍ରଭାବରେ ମାନସିକ ଅସ୍ଥିରତା ସଙ୍ଗକୁ ଭାବପ୍ରବଣତା ସୃଷ୍ଟି କରିବ। ପାରିବାରିକ ସ୍ତରରେ କିଛି ନ କରି ବୃଥା ଚିନ୍ତା କରି ମନକୁ ଭାରାକ୍ରାନ୍ତ କରିପାରନ୍ତି। ନିଜର ବୋଲି ଭାବୁଥିବା ବନ୍ଧୁଟି ହିଁ ସମସ୍ୟାର କାରଣ ହେବ। କିନ୍ତୁ ଅନୁରାଧା ନକ୍ଷତ୍ର ସାହିତ୍ୟ, ଗବେଷଣା ଓ ରଚନାତ୍ମକ କାମରେ ପ୍ରଶଂସା ପାଇବେ।
ଧନୁ
ଧନୁ
ଆପଣଙ୍କ ସୁଚିନ୍ତିତ କର୍ମ ଓ ଉନ୍ନତ ଚିନ୍ତାଧାରା ବୁଦ୍ଧିଜୀବୀଙ୍କ ଦୃଷ୍ଟି ଆକର୍ଷଣ କରିବ। ମୂଳା ନକ୍ଷତ୍ର ପରୋକ୍ଷ ଶତ୍ରୁତା କାରଣରୁ କର୍ମକ୍ଷେତ୍ରରେ ପ୍ରତିବନ୍ଧକ ମଧ୍ୟରେ କାମ ହାସଲ କରିବେ। ନିର୍ମାଣ କାମରେ ପ୍ରତିବନ୍ଧକ ରହିଲେ ମଧ୍ୟ ପରକ୍ଷଣରେ ସବୁ ଠିକ୍‌ ହୋଇଯିବ। ବ୍ୟବସାୟ ଓ ପରିବହନ କ୍ଷେତ୍ରର ସମସ୍ୟା ସମାଧାନ ହେବ।
ମକର
ମକର
ପାରିବାରିକ ସ୍ତରରେ ଅତୀତ ଘଟଣାବଳୀର ଆଲୋଡନଜନିତ ମାନସିକ ଅସ୍ଥିରତା ଅନୁଭବ କରିବେ। ଆପଣଙ୍କ କଥାବାର୍ତ୍ତା ଓ ବ୍ୟବହାରରେ ବ୍ୟତିକ୍ରମ ସମସ୍ୟା ସୃଷ୍ଟିର କାରଣ ହେବ। ନିଜ ଲୋକଙ୍କ ସ୍ୱାସ୍ଥ୍ୟ ଓ ସ୍ବଭାବରେ ପରିବର୍ତ୍ତନ ଦୁଶ୍ଚିନ୍ତାର କାରଣ ପାଲଟିବ। ଶ୍ରବଣା ନକ୍ଷତ୍ର ଆଜି ସୁଫଳ ଲାଭକରି ଖୁସି ହେବେ।
କୁମ୍ଭ
କୁମ୍ଭ
ସ୍ୱାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣରେ ରହିବା ହେତୁ ଆଶ୍ୱସ୍ତି ଲାଭ କରିବେ। ବନ୍ଧୁଙ୍କ ସାହାଯ୍ୟ ଲାଭକରି ପୂର୍ବ ସ୍ଥିରୀକୃତ ଯୋଜନାବଦ୍ଧ ନୂତନ କର୍ମାରମ୍ଭ ସମସ୍ୟାମୁକ୍ତ ରହିବ। ଯାନବାହନ, ଲୋକସମ୍ପର୍କ, ସଭାସମିତି ଓ ପାରିବାରିକ ସ୍ଥିତି ମନ୍ଦ ହେବନି। ଉତ୍ତରଭାଦ୍ରପଦ୍‌ ନକ୍ଷତ୍ର ଆଶା ଓ ବିଶ୍ୱାସ ନେଇ ଆଗକୁ ମାଡି ଚାଲିଲେ ଉପକୃତ ହୋଇପାରିବେ ।
ମୀନମୀନ

ରେବତୀ ନକ୍ଷତ୍ର ସକାଶେ ଦିନଟି ବହୁତ ଭଲରେ ଅତିବାହିତ ହେବ। ଯାହା ଆଶା କରୁଛନ୍ତି ତାହା ପାଇବେ ଏବଂ ବନ୍ଧୁବତ୍ସଳ ହୋଇପାରନ୍ତି। କିନ୍ତୁ, ଯେ କୌଣସି ପରିସ୍ଥିତିରେ ଧୈର୍ଯ୍ୟହରା ନ ହୋଇ କାମ କରିଚାଲିଲେ ହିଁ ସୁଫଳ ମିଳିବ। ସହକର୍ମୀଙ୍କ ମତପାର୍ଥକ୍ୟ ଯୋଗୁ ପ୍ରଶାସନିକ କ୍ଷେତ୍ରରେ ନିଷ୍ପତ୍ତି ନେବାରେ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୭ ତାରିଖ – Daily Horoscope

ମେଷ ଶୁଭଗ୍ରହ ତୃତୀୟସ୍ଥ ଯୋଗୁ ବନ୍ଧୁଙ୍କ ମାଧ୍ୟମରେ ପାରିବାରିକ ଅସଙ୍ଗତୀ ଦୂର କରିବାରେ ସାହାଯ୍ୟ କରିବେ। ଆଜିର ଯାତ୍ରା, ସରକାରୀ କର୍ମଚାରୀଙ୍କୁ ସାକ୍ଷାତ, ବାଣିଜ୍ୟ ପାଇଁ ଦିନଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri