Posted inRasifala

ରାଶିଫଳ: ବୁଧବାର, ଫେବୃୟାରୀ ୨୩ ତାରିଖ – Daily Horoscope

ମେଷ
ଆଜି ଲକ୍ଷ୍ୟ ପୂରଣ ହେବା ସଙ୍ଗକୁ ପାରିବାରିକ ସମସ୍ୟା ସମାଧାନ ହୋଇଯିବ। ରାଜନୀତି, ସଭାସମିତି ଓ ସାଙ୍ଗଠନିକ କାର୍ଯ୍ୟ, ବାଣିଜ୍ୟ, ବ୍ୟବସାୟରେ ପ୍ରତିବନ୍ଧକ ହଟିଯିବ। ମାତ୍ର ପରିବାରରେ ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହୋଇପାରେ। ନୂତନ ଭାବରେ ଆରମ୍ଭ କରିଥିବା କାମକୁ ଆଗକୁ ବଢ଼ାଇବା ପାଇଁ ପଦକ୍ଷେପ ଗ୍ରହଣ କରିବେ।
ବୃଷ
ବୃଷ
ବନ୍ଧୁଙ୍କ ସହ ବୈରମନୋଭାବ, ଜମିଜମା କାରବାରରେ କଳହ ଏବଂ ତର୍କ ବିତର୍କର ସମ୍ମୁଖୀନ ହୋଇପାରନ୍ତି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସମସ୍ୟା ଦେଖାଦେବ। ରାଜସିକ ଖାଦ୍ୟ ହୁଏତ ସ୍ବାସ୍ଥ୍ୟ ହାନିର କାରଣ ହୋଇପାରେ। କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ।
ମିଥୁନ
ମିଥୁନ
କୌଣସି କାମ ଅଟକିବ ନାହିଁ ଓ ଆଶା କରୁଥିବା ଦିଗରୁ ଅର୍ଥଲାଭ ହେବ। ବନ୍ଧୁଙ୍କ ସହ ଭୁଲ ବୁଝାମଣା ସୃଷ୍ଟି ହୋଇପାରେ କିନ୍ତୁ ଲକ୍ଷ୍ୟ ଅବଶ୍ୟ ପୂରଣ ହେବ। ରାଜନୀତି, କଳା, ସାହିତ୍ୟ, ଆନୁଷ୍ଠାନିକ କାମ ତଥା ସାଂଗଠନିକ କ୍ଷେତ୍ରରେ ପୃଷ୍ଠପୋଷକତା ଯୋଗୁ ଆଗେଇ ଯିବେ। ରଚନାମତ୍କ କାର୍ଯ୍ୟରେ ପ୍ରଶଂସିତ ହେବେ।
କର୍କଟ
କର୍କଟ
ଆଜି ଅସମର୍ଥିତ ସୂତ୍ରରୁ କୌଣସି ଶୁଭ ଖବର ପାଇ ମନ ସକାଳୁ ସକାଳୁ ଖୁସୀ ହୋଇଯିବ। ଭୋଗ ବିଳାସ, କଳା, ସହିତ୍ୟ, କ୍ରୀଡ଼ା, ଚଳଚ୍ଚିତ୍ର ଓ ମଉଜ ମଜଲିସ୍‌ ସକାଶେ ମନ ବଳାଇବେ। କର୍ମକ୍ଷେତ୍ରରେ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ। ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି।
ସି˚ହ
ସି˚ହ
ଆଜିର ଯାତ୍ରା, ବାଣିଜ୍ୟ ତଥା ପାରିବାରିକ ସମସ୍ୟା କ୍ରମଶଃ ଜଟିଳ ହୋଇପାରେ। ପରିସ୍ଥିତିରେ ପଡ଼ି ଖର୍ଚ୍ଚାନ୍ତ ହେବେ ଏବଂ ନୂତନ ଦାୟିତ୍ୱ ହାତକୁ ନେଇ ପାରନ୍ତି। କୌଣସି ନୂତନ କାର୍ଯ୍ୟାରମ୍ଭ ସକାଶେ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି। ଅଫିସରେ ମିଥ୍ୟା ଭାଷଣରୁ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ।
କନ୍ୟା
ଅନ୍ୟମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ଭୁଲ୍‌ ନିଷ୍ପତ୍ତି ନେଇ ଅନୁତାପ କରିବେ। ଖଳ ଲୋକମାନଙ୍କ ମିଥ୍ୟା ଗୁଜବରେ ପ୍ରତିକ୍ରିୟା ହଠାତ୍‌ ପ୍ରକାଶ କରନ୍ତୁ ନାହିଁ। ସାୟାହ୍ନେ ପାରିବାରିକ ସଦ୍ଭାବ ରହିବ ନାହିଁ, ସାଧାରଣ କଥାକୁ ନେଇ ମତାନ୍ତର ସୃଷ୍ଟି ହେବ । ବନ୍ଧୁ ପ୍ରତିଶ୍ରୁତି ରକ୍ଷାକରି ଠିକ୍‌ ସମୟରେ ଆସିବାରେ ହେଳା କରିବେ।
ତୁଳା
ତୁଳା
କର୍ମକ୍ଷେତ୍ରରେ କୌଣସି ବନ୍ଧୁଙ୍କ ସହ ସମ୍ପର୍କ ବୃଦ୍ଧି ପାରିବାରିକ ସମସ୍ୟାର କାରଣ ହୋଇପାରେ। ଅଫିସରେ ଅତୀତ ଘଟଣାକୁ କେନ୍ଦ୍ରକରି କାୈଣସି ଖବର ପାଇ ବିସ୍ମୟ ପ୍ରକାଶ କରିବେ। ଶତ୍ରୁ ଉପଦ୍ରବ ସମ୍ପୂର୍ଣ୍ଣ ଭାବେ କମିଯିବାର ଅନୁଭବ କରିବେ। ସ୍ବାସ୍ଥ୍ୟ ହାନି କାରଣରୁ କାମ ପାଇଁ ନିରୁତ୍ସାହତା ଦେଖାଦେବ।
ବିଛା
ବିଛା
ନିକଟ ସମ୍ପର୍କୀୟମାନେ ଈର୍ଷାପରାୟଣ ହୋଇ ପଛରୁ ଗୋଡ ଟାଣି ପାରନ୍ତି। ପରିବାରରେ ବିରୋଧାଭାସ କାରଣରୁ ଯୋଜନାଗୁଡ଼ିକ ସମ୍ପୂର୍ଣ୍ଣ ହେବ ନାହିଁ। ଆଶା କରୁଥିବା ଦିଗରୁ ଅର୍ଥ ପାଇବା କଷ୍ଟକର ହୋଇପଡିବ। ବିଭିନ୍ନ ସମସ୍ୟା ଥିଲେ ମଧ୍ୟ ନିର୍ମାଣ, ପରିବହନ, ମରାମତି, ଜମିଜମା କାମରେ ସାହାଯ୍ୟ ଅବଶ୍ୟ ପାଇବେ।
ଧନୁ
ଧନୁ
ଅର୍ଥ ଓ ଆବଶ୍ୟକୀୟ ସହଯୋଗ ଆଶା ଭଣ୍ଡୁର ହୋଇଯାଇପାରେ। କର୍ମକ୍ଷେତ୍ରରେ, ପ୍ରତିଦ୍ୱନ୍ଦ୍ୱିତାରେ ମନର ବଳ ଖୁବ୍‌ ଟାଣ ରହିବ ଏବଂ ଜିଦ୍‌ରେ ଅଟଳ ରହିବେ। ଅପରାହ୍ନରେ ଅଚାନକ ଆଶା ପୂରଣରେ ଜଣେ ବନ୍ଧୁ ସାହାଯ୍ୟ କରିବେ। ନିଜର କେତେକ ବ୍ୟକ୍ତିଗତ କାରଣରୁ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିପାରନ୍ତି।
ମକର
ମକର
ଆଜିର ପ୍ରତ୍ୟୁଷ ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରହନ୍ତୁ। ଆଗାମୀ ଆନୁଷ୍ଠାନିକ କାମ ସକାଶେ ପ୍ରସ୍ତୁତିରୁ ଖୁସି ରହିବେ। ବନ୍ଧୁଙ୍କ ଫେରିବା ବିଳମ୍ବତାକୁ ଲକ୍ଷ୍ୟକରି ବ୍ୟସ୍ତ ହୋଇପାରନ୍ତି। ଆଲୋଚନା ପରିସରରେ କେତେକ ମନଗଢ଼ା କଥା କହି ବନ୍ଧୁଙ୍କ ମନରେ ବିଶ୍ୱାସ ହେଲା ଭଳି କାମ କରିବେ।
କୁମ୍ଭ
କୁମ୍ଭ
ଆଜି ପ୍ରତ୍ୟେକ ଦିଗରୁ ଅସୁବିଧା ଭିତର ଦେଇ କାମ ହାସଲ କରିବେ। ନିଜର ସ୍ବାର୍ଥସାଧନକୁ ଆଖି ଆଗରେ ରଖି ଅତିଭଲ ସମ୍ପର୍କ ଥିବା ବନ୍ଧୁ ଅସୁବିଧାରେ ପକାଇପାରନ୍ତି। ବୃଥା ଚିନ୍ତା କରି ଭାବପ୍ରବଣତା ଯୋଗୁଁ ମନୋବଳ କ୍ରମଶଃ ହ୍ରାସ ପାଇପାରେ। ପରିବାର ଭିତରେ କିମ୍ବା ଆନୁଷ୍ଠାନିକ କାମରେ ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦିଅନ୍ତୁ ନାହିଁ।
ମୀନମୀନ
କୌଣସି କାମ ପାଇଁ ଆଗ୍ରହ ପ୍ରକାଶ କରି ସଫଳତା ହାସଲ କରିପାରନ୍ତି। ବନ୍ଧୁମେଳରେ ସମୟ କଟାଇବାର ସୌଭାଗ୍ୟ ଲାଭ କରିବେ। ଯେକୌଣସି କ୍ଷେତ୍ର ହେଉନା କାହିଁକି ଆପଣ ତରବରିଆ ପଦକ୍ଷେପ ନେବା ଠିକ୍‌ ହେବ ନାହିଁ। ଆକସ୍ମିକ ଭାବେ ଦୂରଯାତ୍ର ଜନିତ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ ା

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ସେପ୍ଟେମ୍ବର ୩୦ ତାରିଖ – Daily Horoscope

ମେଷ ଅଟକି ରହିଥିବା କାମଗୁଡ଼ିକ ଯୋଗୁ ମାନସିକ ଶାନ୍ତି ବ୍ୟାହତ ହେବ। କର୍ମକ୍ଷେତ୍ର, ବ୍ୟବସାୟ, ପରିବହନ, ସଭାସମିତିରେ ପ୍ରତିକୂଳ ପରିସ୍ଥିତିର ଚାପ ବଢ଼ିପାରେ। ସମ୍ପର୍କୀୟଙ୍କ ମିଥ୍ୟା ଅଭିଯୋଗ…

ରାଶିଫଳ: ମଙ୍ଗଳବାର , ସେପ୍ଟେମ୍ବର ୨୯ ତାରିଖ – Daily Horoscope

ମେଷ ଅସୁସ୍ଥ ପାରିବେଶିକ କୁପ୍ରଭାବ, ମାନସିକ ଓ ଶାରୀରିକ ଦିଗ ପାଇଁ ଅନୁକୂଳ ହେବ ନାହିଁ। ତଥାପି ଆର୍ଥିକ ଅଭିବୃଦ୍ଧି, ଧର୍ମୀୟ ଭାବନା, ବନ୍ଧୁମିଳନରୁ ଖୁସି ରହିବେ।…

ରାଶିଫଳ: ସୋମବାର, ସେପ୍ଟେମ୍ବର ୨୮ ତାରିଖ – Daily Horoscope

ମେଷ ଅଟକି ରହିଯାଇଥିବା ସବୁ କାମ ସୁବିଧାରେ ହେବା ଦୁରୂହ ହୋଇପଡିବ। ପରିସ୍ଥିତି ପ୍ରତି ଦୃଷ୍ଟି ରଖି କାମ କରନ୍ତୁ ଅନ୍ୟଥା ପରୋକ୍ଷ ଶତ୍ରୁତା ସାମୟିକ ବାଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?