Posted inRasifala

ରାଶିଫଳ: ମଙ୍ଗଳବାର, ଅଗଷ୍ଟ ୨୩ ତାରିଖ – Daily Horoscope

ମେଷ
ଆଜି ବନ୍ଧୁଙ୍କ ଅନୁରୋଧକୁ ଉପେକ୍ଷା ନ କରି ପଡ଼ୋଶୀ ଲୋକଟିକୁ ସାହାଯ୍ୟ କରିବେ। ନୂତନ କର୍ମାରମ୍ଭ ପ୍ରୀତିପଦ ହେବ ଓ ମାନସିକ ସ୍ତରରେ ବହୁତ ଖୁସି ରହିବେ । ରାଜନୀତିରେ ବହୁ ଲୋକଙ୍କଠାରୁ ଆଦର ସମ୍ମାନ ପାଇ ଖୁସି ହେବେ। ଅବିବାହିତ ବ୍ୟକ୍ତିଙ୍କ ସକାଶେ ବୈବାହିକ କର୍ମ ପରିପ୍ରେକ୍ଷୀରେ ନୂତନ ବନ୍ଧୁ ପ୍ରସ୍ତାବ ଆସିପାରେ ।
ବୃଷ
ବୃଷ
କର୍ମକ୍ଷେତ୍ରରେ ସାହାଯ୍ୟ ଓ ସହଯୋଗର ସୁଅ ଆପଣଙ୍କ ପାଖକୁ ଆପଣାଛାଏଁ ମାଡ଼ି ଆସିବ। ଅପେକ୍ଷା କରିଥିବା କାମରେ ନାସ୍ତି ସୂଚନା ପାଇଲେ ମଧ୍ୟ କାମ କରି ଚାଲନ୍ତୁ, କୃତକାର୍ଯ୍ୟ ହେବେ । ଆକସ୍ମିକ ବନ୍ଧୁ ଆଗମନ ଯୋଗୁ ମଉଜ ମଜଲିସରୁ ଦୂରେଇ ରହିବାକୁ ବାଧ୍ୟ ହୋଇପାରନ୍ତି। ଶିଳ୍ପ, ବାଣିଜ୍ୟ, ପରିବହନରେ ଉନ୍ନତି କରିବେ।
ମିଥୁନ
ମିଥୁନ
ଆଜି ଦିନ ମଧ୍ୟରେ ପାଇବେ ଯେତିକି ତା’ଠାରୁ ଅଧିକ ଦେବାକୁ ପଡ଼ିବ। ଅଟକି ରହିଥିବା କାମଟି ବନ୍ଧୁଙ୍କ ମାଧ୍ୟମରେ ହାସଲ କରାଇବାରେ ସମର୍ଥ ହେବେ । କର୍ମକ୍ଷେତ୍ରରେ ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ଦ୍ୱାରା ଉପକୃତ ହୋଇପାରନ୍ତି। ସଭାସମିତିରେ ପୁରସ୍କୃତ ହେବା ସୌଭାଗ୍ୟ ଭାଗ୍ୟରେ ଜୁଟିବ, ଯାହାକି ଆଦୌ ଆଶା କରି ନ ଥିବେ ।
କର୍କଟ
କର୍କଟ
ଅଭିଳାଷିତ କାର୍ଯ୍ୟ ସାଧନ ନିମିତ ଅନୁକୂଳ ବାତାବରଣ ସୃଷ୍ଟି ହେବ ଓ ଆନନ୍ଦିତ ହେବେ । ପାରିବାରିକ ଘଟଣାରେ, ସମସ୍ୟା ସମାଧାନ ପାଇଁ ମନ୍ଥର ଗତି ଅବଲମ୍ବନ କରିବା ଭଲ । ସାଧାରଣ କଥାରେ କଳହ ଘଟିବା ସମ୍ଭାବନା ରହିଛି। କର୍ମକ୍ଷେତ୍ରରେ କୌଣସି ଖବର ପାଇ ବିବ୍ରତ ହୋଇପାରନ୍ତି।
ସି˚ହ
ସି˚ହ
ପରିବାର ଓ କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାର ପ୍ରତିବନ୍ଧକ ଦୂରେଇବାରେ ସମର୍ଥ ହେବେ। ଭୁଲ୍‌ ବୁଝାମଣାରୁ ସ୍ତ୍ରୀଙ୍କ ସହ ଅଶାନ୍ତିକର ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ରହିଛି । ଦେହ ଭଲ ରହିବ ମାତ୍ର ସାମାନ୍ୟ ଆଳସ୍ୟ ବୋଧ କରିବେ ଏବଂ ଆଜ୍ଞାବହ ଭାବେ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ।
କନ୍ୟା
ଆଜିର କର୍ମକ୍ଷେତ୍ରରେ ଅଧିକାଂଶ ସମୟ ଆଶଙ୍କାରେ କଟିବ। ଅର୍ଥ ଲାଭ ସାଙ୍ଗକୁ ସମସ୍ୟା ସମାଧାନ ସକାଶେ ପ୍ରଯନତ୍ କରିପାରନ୍ତି। ବନ୍ଧୁଙ୍କ କଥାକୁ ପ୍ରାଧାନ୍ୟ ଦେଇ କାମ କରିବା ଠିକ୍‌ ହେବ। ବ୍ୟବସାୟ, ପରିବହନ, ହୋଟେଲ କ୍ଷେତ୍ରରେ ଶୁଭଫଳ ପାଇବେ। କିନ୍ତୁ ଗୃହନିର୍ମାଣ, ଜମି କିଣାବିକା, ଗାଡ଼ିମୋଟର ସମ୍ପର୍କିତ ଦୁଶ୍ଚିନ୍ତା ଆସିବ।
ତୁଳା
ତୁଳା
ପାରିବାରିକ କ୍ଷେତ୍ରରେ ମନ ଭଲ ଲାଗିବ ନାହିଁ କିନ୍ତୁ କିଛି କରିବାର ଉପାୟ ନ ଥିବ। ମଧ୍ୟାହ୍ନରେ ବିଭ୍ରାନ୍ତିକର ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ଗତ କିଛିଦିନ ହେଲା କିଣି ଆଣିଥିବା ଜିନିଷ ବଦଳାଇବା ପାଇଁ କଷ୍ଟକର ହେବ। ପଡ଼ୋଶୀଙ୍କ କଥାକୁ ବିଶ୍ୱାସକରି ସମସ୍ୟାକୁ ଆମନ୍ତ୍ରଣ କରିବେ।
ବିଛା
ବିଛା
ଆଜି ଯେତେ ଚେଷ୍ଟାକଲେ ମଧ୍ୟ ଯୋଜନା କାର୍ଯ୍ୟକାରୀ କଷ୍ଟକର ହେବ । ଅବଶ୍ୟ ସମୟାନ୍ତରରେ ଚେଷ୍ଟା ସଫଳ ହେବାରେ ଜଣେ ବନ୍ଧୁ ସାହାଯ୍ୟ କରିବେ। ଘଟିଯାଇଥିବା ଘଟଣାଗୁଡ଼ିକ ଅସାଧାରଣ ମନେହେବ । ପ୍ରତିହିଂସା ପରାୟଣ ହୋଇ କିମ୍ବା ଜିଦ୍‌ରେ ଅଟଳ ରହି ସମସ୍ୟାକୁ ନିମନ୍ତ୍ରଣ କରିପାରନ୍ତି।
ଧନୁ
ଧନୁ
ନିଜ ଲୋକମାନେ ଦୂରେଇଯିବା କାରଣରୁ କୌଣସି ଅଭାବ ନ ଥାଇ ମଧ୍ୟ ମନ ଭଲ ଲାଗିବ ନାହିଁ । ପରିସ୍ଥିତିବଶତଃ ସୁଯୋଗ ପାଇଲେ ମଧ୍ୟ ସଦ୍‌ବ୍ୟବହାର କରିବା କଷ୍ଟକର ହୋଇପାରେ । ସ୍ବାସ୍ଥ୍ୟ ପ୍ରତି ସାବଧାନତା ଅବଲମ୍ବନ କରନ୍ତୁ, ନତୁବା ଅସୁବିଧାର ସମ୍ମୁଖୀନ ହେବେ । ବନ୍ଧୁଙ୍କ ସାହାଯ୍ୟ ଲାଭ କରି ସ୍ଥଗିତ କାମ ସମ୍ପୂର୍ଣ୍ଣ କରିବେ ।
ମକର
ମକର
ଆଜି କେତେକ ଗୁରୁତ୍ୱପୂର୍ଣ୍ଣ କାମ ଅଟକି ରହିଥିବା ସକାଶେ ଅନୁତାପ କରିବାକୁ ପଡ଼ିବ। ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭର ସୁଯୋଗ ପାଇବେ। କମ୍‌ ବୟସ୍କମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ। ବନ୍ଧୁମାନଙ୍କ ଅସହିଷ୍ଣୁ ମନୋଭାବରୁ ମାନସିକ ଶାନ୍ତି ବ୍ୟାହତ ହୋଇପାରେ ।
କୁମ୍ଭ
କୁମ୍ଭ
ଆଜି ପରୋକ୍ଷ ଶତ୍ରୁତା କରୁଥିବା ଲୋକେ ଆପଣଙ୍କର କିଛି କରିପାରିବେ ନାହିଁ। ଗତକାଲିର ଘଟଣା ମନକୁ ବିବ୍ରତ କରିପାରେ,କିନ୍ତୁ କିଛି ଅସୁବିଧା ହେବ ନାହିଁ। କୌଣସି କ୍ଷେତ୍ରରେ ପ୍ରତିକ୍ରିୟାଶୀଳ ଚିନ୍ତାଧାରା ପୋଷଣ କଲେ ଅସୁବିଧାରେ ପଡ଼ିବେ। ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନେ ଦୋଷ ଖୋଜି ବୁଲିବେ।
ମୀନମୀନ
ଆପଣ ଯାହା ପାଇବା କଥା ତାହାହିଁ ଯଥା ସମୟରେ ପାଇବେ, ସେଥିରେ କେହି ବାଧା ଦେଇପାରିବେ ନାହିଁ। ଆଶା କରୁଥିବା ବନ୍ଧୁଙ୍କଠାରୁ ସାହାଯ୍ୟ ପାଇ ସ୍ଥଗିତ କାମ ତ୍ୱରାନ୍ବିତ କରିବେ। କିନ୍ତୁ ପାରିବାରିକ କ୍ଷେତ୍ରରେ ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ। ପିଲାମାନଙ୍କ ଆରୋଗ୍ୟ ଲାଭ ସକାଶେ ଚିନ୍ତିତ ରହିପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ମେ ୨୫ ତାରିଖ – Daily Horoscope

ମେଷ ଆଜି ସହକର୍ମୀଙ୍କ ସହଭାଗିତାରୁ ସମସ୍ତ କାର୍ଯ୍ୟରେ ସିଦ୍ଧିଲାଭ ଘଟିବ। ରବି ବୁଧ ମୁଖଭାବରେ ଅବସ୍ଥାନ କରି ଅପ୍ରିୟ ସତ୍ୟଭାଷଣରୁ ପ୍ରତ୍ୟେକ ସ୍ତରରେ ସମସ୍ୟା ସୃଷ୍ଟି କରିବେ।…

ରାଶିଫଳ: ରବିବାର, ମେ ୨୪ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ପାପଗ୍ରହ କେତୁଙ୍କ ସଂଯୋଗରୁ ବିଭିନ୍ନ କାରଣରୁ ମନ ଭଲ ରହିନପାରେ। ବନ୍ଧୁବାନ୍ଧବ, ସହକର୍ମୀ, କରଜ, ଟଙ୍କା ପଇସାକୁ କେନ୍ଦ୍ରକରି କଳହ ଲାଗିପାରେ। ଦୈହିକ…

ରାଶିଫଳ: ଶନିବାର, ମେ ୨୩ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଏକାଦଶରେ ଶୁକ୍ର ପ୍ରଭାବରେ ବନ୍ଧୁମିଳନରୁ ଖୁସିରେ ସମୟ କାଟିବେ। ଦ୍ୱିଜା ନକ୍ଷତ୍ର କର୍ମକ୍ଷେତ୍ର ଓ ପାରିବାରିକ ତଥା ସାମାଜିକ ସ୍ତରରେ ଚର୍ଚ୍ଚିତ ହୋଇପାରନ୍ତି। ନିଜ…

ରାଶିଫଳ: ଶୁକ୍ରବାର , ମେ ୨୨ ତାରିଖ – Daily Horoscope

ମେଷ ଶାରୀରିକ ସୁସ୍ଥତା ସାଙ୍ଗକୁ ଦୃଢ ମାନସିକତା ଯୋଗୁ ଅଭିଳଷିତ କାର୍ଯ୍ୟକୁ ନିର୍ବିଘ୍ନରେ ସମାପନ କରିବେ। ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେବେ। ବାହାର ଜାଗାରେ…

ରାଶିଫଳ: ଗୁରୁବାର, ମେ ୨୧ ତାରିଖ – Daily Horoscope

ମେଷ ଆଜି କର୍ମାଧିପତିଙ୍କ ନକ୍ଷତ୍ରରେ ଚନ୍ଦ୍ର ରହିଥିବାରୁ ଆପଣ ଉନ୍ନତ ଚିନ୍ତା ଓ ନୂତନ ଯୋଜନାର ଶୁଭାରମ୍ଭ କରିବେ। ଉଚ୍ଚପଦାଧିକାରୀଙ୍କ ସହଯୋଗ ମନକୁ ପ୍ରଫୁଲ୍ଲିତ କରାଇବ। ପରିବାରରେ…

ରାଶିଫଳ: ମଙ୍ଗଳବାର, ମେ ୧୯ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଆପଣଙ୍କ ଉଦ୍ୟମକୁ ଚରିତାର୍ଥ କରାଇବାରେ ସହାୟକ ହେବ ା ଉଚ୍ଚମନ, ଉକତ୍ୃଷ୍ଟ ବିଚାରଧାରା, ପାରିବାରିକ ସହଯୋଗରେ କାମ ହାସଲ କରିବାରେ ମଧ୍ୟ କିଛି…

ରାଶିଫଳ: ସୋମବାର, ମେ ୧୮ ତାରିଖ – Daily Horoscope

ମେଷ ଆଜିର କର୍ମକ୍ଷେତ୍ର ଏବଂ ପାରିବାରିକ ସ୍ଥିତି ପ୍ରୀତିପ୍ରଦ ରହିବ। ବ୍ୟବହାରରେ ସଂଯମତା ଅଭାବରୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ। ବିଭିନ୍ନ ପ୍ରକାର କାର୍ଯ୍ୟ ବ୍ୟସ୍ତତା କାରଣରୁ…

ରାଶିଫଳ: ରବିବାର, ମେ ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ରସ୍ଥ ଚନ୍ଦ୍ର ଆର୍ଥିକ, ସାମାଜିକ ଏବଂ ପାରିବାରିକ ଜୀବନକୁ ଋଦ୍ଧିମନ୍ତ କରିବ। ଦ୍ୱାଦଶସ୍ଥ ମଙ୍ଗଳ ଭ୍ରାତୃ ସମ୍ପର୍କରେ ତିକ୍ତତା ସୃଷ୍ଟି ହେବ। କର୍ମକ୍ଷେତ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri