Posted inRasifala

ରାଶିଫଳ: ଶନିବାର, ଜୁନ୍ ୨୧ ତାରିଖ – Daily Horoscope

ମେଷ
ଆଜି ରାଶିରେ ଶ୍ରୀଚନ୍ଦ୍ର ସହ ଶୁକ୍ରଙ୍କ ସଂଯୋଗ ବୈଷୟିକ ସୁଖ ସମୃଦ୍ଧି ପ୍ରଦାନ କରିବ। ପାରିବାରିକ ସ୍ଥିତି, ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣାଧୀନ ରହିବା ସାଙ୍ଗକୁ ବିଳାସପ୍ରିୟ ହେବେ। ମୁହଁ ସାମ୍ନାରେ ଭଲ କହୁଥିବା ଲୋକଟି ପଛରେ ସମାଲୋଚନା କରୁଥିବା ଶୁଣିବାକୁ ପାଇବେ। ବ୍ୟବସାୟରେ ଅବସ୍ଥା ଦେଖି ବ୍ୟବସ୍ଥା ନ କଲେ ପସ୍ତେଇବେ।
ବୃଷ
ବୃଷ
ବୁଧାଦିତ୍ୟ ଯୋଗ ଧନସ୍ଥାନସ୍ଥ ଯୋଗୁ ଆର୍ଥିକ ଅଭିବୃଦ୍ଧି ସହ ସାମାଜିକ ସ୍ତରରେ ପ୍ରତିଷ୍ଠିତ ହେବେ। ବନ୍ଧୁ ସହଯୋଗର ହାତ ବଢ଼ାଇବା ଫଳରେ କୌଣସି କାମ ଅଟକିବ ନାହିଁ। ଆଜି କାର୍ଯ୍ୟବ୍ୟସ୍ତ ଯୋଗୁ କେତେକ କାମ ଠିକ୍‌ ସମୟରେ କରିପାରିବେ ନାହିଁ। ଆନୁଷ୍ଠାନିକ କାମରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ସୌଭାଗ୍ୟଲାଭ କରିବେ।
ମିଥୁନ
ମିଥୁନ
ରାଶିରେ ପାପଗ୍ରହ ଏବଂ ଦ୍ୱିତୀୟସ୍ଥ ବୁଧ ଆପଣଙ୍କ ମନ ଭିତରର ଉତ୍ତେଜନାକୁ ପ୍ରକାଶ କରିବାକୁ ପଶ୍ଚାଦ୍‌ପଦ ହେବେ ନାହିଁ। ନିଜ ସଂସ୍ପର୍ଶରେ ଆସୁଥିବା କୌଣସି ବ୍ୟକ୍ତିଙ୍କୁ ଆପ୍ୟାୟିତ କରି ଅର୍ଥଲାଭର ମାର୍ଗକୁ ସୁଗମ କରିପାରନ୍ତି। ରାଜନୀତି, ସଂଗଠନ, ସଭାସମିତି ଓ ଆନୁଷ୍ଠାନିକ କ୍ଷେତ୍ରରେ ନୂତନ କାମ ଆରମ୍ଭ କରି ପ୍ରଶଂସିତ ହେବେ।
କର୍କଟ
କର୍କଟ
ଲାଭଭାବରେ ଶୁକ୍ରଙ୍କ ସହିତ ଚନ୍ଦ୍ରଙ୍କ ସଂଯୋଗଜନିତ ବିଳାସବ୍ୟସନ ଦିଗକୁ ମନ ଆକର୍ଷିତ ହେବ। କିନ୍ତୁ ମୁଖଭାବସ୍ଥ ମଙ୍ଗଳ ଓ କେତୁ ଆପଣଙ୍କ ରୁକ୍ଷ ବ୍ୟବହାରଜନିତ ସମସ୍ୟାର ସମ୍ମୁଖୀନ ହେବେ। ପାରଷ୍ପରିକ ମତଭେଦ କାରଣରୁ ଶିଳ୍ପ, ବାଣିଜ୍ୟ କ୍ଷେତ୍ରରେ ଅଶାନ୍ତି ବଢ଼ିବ। କ୍ରୀଡ଼ା, ସଙ୍ଗୀତରେ ସଫଳତା ଅର୍ଜନ କରିବେ।
ସି˚ହ
ସି˚ହ
ବଳହୀନ ଭାଗ୍ୟାଧିପ ପାପଗ୍ରହ ଯୁକ୍ତ ହେତୁ କୌଣସି କାର୍ଯ୍ୟ ସହଜରେ ସମ୍ପନ୍ନ ହୋଇ ନପାରେ। ତଥାପି ଆନୁଷ୍ଠାନିକ କାମରେ ତଥା କ୍ରୀଡ଼ା, ସାହିତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ସୁନାମ ଅର୍ଜନ କରିବେ। କର୍ମକ୍ଷେତ୍ରରେ ସମସ୍ୟାର ସମାଧାନପୂର୍ବକ ଟେନ୍‌ସନ ଦୂର ହୋଇପାରେ। କଚେରି ମାମଲା ଶୁଣାଣିରୁ ବ୍ୟସ୍ତତା ଅନୁଭବ କରିପାରନ୍ତି।
କନ୍ୟା
କର୍ମଭାବସ୍ଥ ରାଶ୍ୟାଧିପ ଗୁରୁଯୁକ୍ତ କାରଣରୁ ପାରିବାରିକ, ବ୍ୟବସାୟିକ ତଥା ଯାତ୍ରା ଓ କର୍ମାରମ୍ଭ ପାଇଁ ମନ୍ଦ ହେବନି। ଧନାଧିପ ଧନସ୍ଥାନକୁ ଦେଖୁଥିବାରୁ ବୈଷୟିକ ସୁଖ ସମୃଦ୍ଧି ଅନୁଭବ କରିବେ। ଶତ୍ରୁତା କରୁଥିବା ଲୋକଟି ବାଧିଲା ଭଳି କଥା କହିପାରେ। ସାମାଜିକ ସ୍ତରରେ ଅସମ୍ମାନିତ ହୋଇପାରନ୍ତି।
ତୁଳା
ତୁଳା
ଶୁକ୍ର ରାଶିକୁ ଅବଲୋକନ କରୁଥିବାରୁ ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବ। ପାପମଧ୍ୟସ୍ଥ ଚନ୍ଦ୍ରଙ୍କ ଯୋଗୁ କାହାକୁ କିଛି ନ କହିଲେ ମଧ୍ୟ ମନଟା ଭଲ ରହିବ ନାହିଁ। ପ୍ରତ୍ୟେକ କ୍ଷେତ୍ରରେ ଶତ୍ରୁତା କରୁଥିବା ବ୍ୟକ୍ତିମାନଙ୍କଠାରୁ ଦୂରତା ରଖି କାମ କରିବା ଭଲ ହେବ। ତଥାପି ପରିବାରରେ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବୃଦ୍ଧିର ଆଶଙ୍କା ଦେଖାଦେଇପାରେ।
ବିଛା
ବିଛା
ଶନିଙ୍କ ପ୍ରଭାବରୁ ପ୍ରତ୍ୟେକ କ୍ଷେତ୍ରରେ ନୀରବତା ଅନ୍ୟମାନଙ୍କ ସନ୍ଦେହକୁ ଦ୍ୱିଗୁଣିତ କରିବ। ଶିଳ୍ପ, ବାଣିଜ୍ୟ କ୍ଷେତ୍ରରେ ଅଧିକ ପାଇବା ସକାଶେ ବ୍ୟାକୁଳତା ପ୍ରକାଶ କରିବେ। ନିଜ ପରିବାରର ସଦସ୍ୟଙ୍କଠାରୁ କିମ୍ବା ସହକର୍ମୀଙ୍କ ତରଫରୁ ସମସ୍ୟା ଆସିପାରେ। ଘରୋଇ ବ୍ୟାପାରରେ ମିଥ୍ୟା ଗୁଜବ ମାନସିକ ସ୍ଥିତିକୁ ଦୋହଲାଇ ଦେବ।
ଧନୁ
ଧନୁ
ରାଶିକୁ ଚାରୋଟି ଗ୍ରହ ଅବଲୋକନ କରୁଥିବାରୁ ଆପଣଙ୍କ ବିଚାରଧାରା ବିକ୍ଷିପ୍ତ ହୋଇପାରେ। ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସାଙ୍ଗକୁ ପାରିବାରିକ ସ୍ଥିତି ସ୍ବାଭାବିକ ରହିବ। ପରିଚିତ ବ୍ୟକ୍ତିଙ୍କ କାର୍ଯ୍ୟକଳାପ ଆପଣଙ୍କ କର୍ମ କ୍ଷେତ୍ରକୁ ବିଶୃଙ୍ଖଳିତ କରିପାରେ। ଆର୍ଥିକ ଦିଗରୁ କିଛିଟା ସମସ୍ୟା ଲାଗି ରହିବ କିନ୍ତୁ କାମ ଅଟକିବ ନାହିଁ।
ମକର
ମକର
ସପ୍ତମାଧିପତି ଚତୁର୍ଥ କେନ୍ଦ୍ରସ୍ଥ ଶୁକ୍ରଯୁକ୍ତ ହେତୁ ଯାତ୍ରା ଏବଂ ସନ୍ତାନଙ୍କ ବିବାହ ପ୍ରସ୍ତାବ ସମ୍ପର୍କୀୟ ଚିନ୍ତା କରିପାରନ୍ତି। କର୍ମକ୍ଷେତ୍ରରେ ଉପରିସ୍ଥ ଅଧିକାରୀମାନେ ଆପଣଙ୍କ ପ୍ରତି ଅନୁକମ୍ପା ପ୍ରଦର୍ଶନ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ପରିବହନ, ନିର୍ମାଣ, ସଭାସମିତିରୁ ସୁଫଳ ପାଇବେ। ଅନ୍ୟମନସ୍କତା କାରଣରୁ ସମସ୍ୟା ଉପୁଜିପାରେ।
କୁମ୍ଭ
କୁମ୍ଭ
ଗୁରୁକ୍ଷେତ୍ରସ୍ଥ ରାଶ୍ୟାଧିପ ହେତୁ ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣରେ ରହିବ। ବନ୍ଧୁସମ୍ପର୍କ, ବିବାଦୀୟ ପରିସ୍ଥିତି, ସଭାସମିତି ଓ ଆନୁଷ୍ଠାନିକ କାମରେ ବିଶେଷ ଅସୁବିଧା ହେବନାହିଁ। ପାରିବାରିକ ସମସ୍ୟା ସମାଧାନ ସକାଶେ ବନ୍ଧୁଙ୍କ ସାହାଯ୍ୟ ଭିକ୍ଷା କରିବେ। କ୍ରୀଡ଼ା, ସଙ୍ଗୀତ ଓ ରାଜନୀତି ଓ ସାହିତ୍ୟ କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ ।
ମୀନମୀନ

କେନ୍ଦ୍ରସ୍ଥ ଗ୍ରହଙ୍କ ପ୍ରଭାବରେ ବନ୍ଧୁଙ୍କ ସହଯୋଗ କାମରେ ସହାୟକ ହେବ। ପିଲାଙ୍କ ସମସ୍ୟା ସମାଧାନ ସକାଶେ ମନ ଅସ୍ଥିର ରହିବ। କର୍ମକ୍ଷେତ୍ରରେ ଆପଣ ଯେତେଟା ପରିସ୍ଥିତିକୁ ଜଟିଳ ମନେ କରୁଛନ୍ତି ବାସ୍ତବରେ ସେପରି କିଛି ହେବନି। ପରିସ୍ଥିତିବଶତଃ ଧାରକରଜ କରି ଆବଶ୍ୟକତାକୁ ଚଳାଇ ନେବାକୁ ବାଧ୍ୟ ହୋଇପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୭ ତାରିଖ – Daily Horoscope

ମେଷ ଶୁଭଗ୍ରହ ତୃତୀୟସ୍ଥ ଯୋଗୁ ବନ୍ଧୁଙ୍କ ମାଧ୍ୟମରେ ପାରିବାରିକ ଅସଙ୍ଗତୀ ଦୂର କରିବାରେ ସାହାଯ୍ୟ କରିବେ। ଆଜିର ଯାତ୍ରା, ସରକାରୀ କର୍ମଚାରୀଙ୍କୁ ସାକ୍ଷାତ, ବାଣିଜ୍ୟ ପାଇଁ ଦିନଟି…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୨୬ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ଭାଗ୍ୟସ୍ଥାନ ପ୍ରତି ଦୁଷ୍ଟିସମ୍ବନ୍ଧ ଯୋଗୁ ନୂତନ କର୍ମାରମ୍ଭ ସହ ପାରିବାରିକ ସୁଖଶାନ୍ତି ଅନୁଭବ କରିବେ। ସକାଳୁ ବନ୍ଧୁଙ୍କ ସହ ସୁଖଭ୍ରମଣ ଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri