ଭୁବନେଶ୍ୱରେ ପହଞ୍ଚିଲେ ମୋଦି: ବିମାନବନ୍ଦରରେ ଭବ୍ୟ ସ୍ବାଗତ

ଭୁବନେଶ୍ୱର,୨୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଦିନିକିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରେ ପହଞ୍ଚିଛନ୍ତି। ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ରହି ତାଙ୍କୁ ସ୍ବାଗତ କରିଛନ୍ତି। ମୋଦିଙ୍କୁ ଦେଖିବାକୁ ଭୁବନେଶ୍ବରରେ ପ୍ରବଳ ଭିଡ଼ ହୋଇଛି।

ଭାଜପା ସରକାରର ବର୍ଷପୂର୍ତ୍ତି ଉତ୍ସବ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ମୋଦି ରାଜ୍ୟ ଗସ୍ତ କାର୍ଯ୍ୟକ୍ରମ ରଖିଛନ୍ତି। ଅପରାହ୍ନ ୩ଟା ୪୦ ମିନିଟ୍‌ରେ ସେ ଭୁବନେଶ୍ୱର ବିମାନବନ୍ଦରଠାରେ ପହଞ୍ଚିଲେ। ସେଠାରେ ତାଙ୍କୁ ଉଭୟ ସରକାର ଏବଂ ଦଳୀୟ ନେତାମାନଙ୍କ ପକ୍ଷରୁ ଭବ୍ୟ ସ୍ବାଗତ ଦେବା ନେଇ ବଡ଼ ଧରଣର ଆୟୋଜନ କରାଯାଇଛି। ଏହାପରେ ସେ ବିମାନବନ୍ଦରଠାରୁ ଆୟୋଜନ ହେବାକୁ ଥିବା ତ୍ରିରଙ୍ଗାଯାତ୍ରାରେ ସାମିଲହୋଇ କଳିଙ୍ଗ ଷ୍ଟାଡିୟମ ପର୍ଯ୍ୟନ୍ତ ଯିବେ। କଳିଙ୍ଗ ଷ୍ଟାଡିୟମଠାରୁ ଜନତା ମଇଦାନ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ରୋଡ୍‌ ଶୋ କରିବା କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରାୟ ୨ ଲକ୍ଷ ଲୋକ ସ୍ବାଗତ କରିବେ ବୋଲି ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି।

ଏହାପରେ ପ୍ରଧାନମନ୍ତ୍ରୀ ଜନତା ମଇଦାନଠାରେ ଆୟୋଜିତ ସରକାରଙ୍କ ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗଦେଇ ଜନସାଧାରଣଙ୍କ ଆଗରେ ନିଜର ସମ୍ବୋଧନ ରଖିବେ। ଏହି ଅବସରରେ ସେ ୧୯ ହଜାର କୋଟି ଟଙ୍କାରେ ୧୦୫ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ। ଏହାସହ ୭୦ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ବୟୋବନ୍ଦନା କାର୍ଡ ପ୍ରଦାନ କରିବେ। ରାଜ୍ୟର ହିତାଧିକାରୀଙ୍କୁ ଅନ୍ତ୍ୟୋଦୟ ଯୋଜନାରେ ଘର ନିର୍ମାଣ ଲାଗି କାର୍ଯ୍ୟାଦେଶ ପ୍ରଦାନ କରିବେ। ଲକ୍ଷପତି ଦିଦି ସୃଷ୍ଟି କରିବାରେ ଓଡ଼ିଶା ସାରା ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି। ତେଣୁ କେତେଜଣ ଲକ୍ଷପତି ଦିଦିଙ୍କୁ ପ୍ରଧାନମନ୍ତ୍ରୀ ଭେଟିବା କାର୍ଯ୍ୟକ୍ରମ ରହିଛି।

ତେବେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ରାଜଧାନୀରେ ପୋଷ୍ଟର ଏବଂ ବ୍ୟାନରରେ ଛାଉଣି କରିଦିଆଯାଇଛି। ଏହାସହ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି। ସବୁ ଛକରେ ପୋଲିସ ଫୋର୍ସ ମୁତୟନ ହୋଇସାରିଲେଣି। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଭୁବନେଶ୍ୱରର ସମସ୍ତ ସରକାରୀ ଅଫିସ୍‌କୁ ହାଫ୍‌ ଡେ ଘୋଷଣା କରିଦିଆଯାଇଛି। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଗୁରୁବାର ଜାରି କରାଯାଇଥିବା ନିର୍ଦ୍ଦେଶନାମା ଅନୁଯାୟୀ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅନ୍ତର୍ଗତ ସବୁ ସରକାରୀ କାର୍ଯ୍ୟାଳୟ ଏବଂ ରାଜସ୍ବ ଓ ମାଜିଷ୍ଟେରିଆଲ କୋର୍ଟ ହାଫ୍‌ ଡେ ଚାଲିବ। ସହରରେ ଅତ୍ୟଧିକ ଟ୍ରାଫିକ୍‌ ସମସ୍ୟା ଓ ଭିଡ଼ ଆଶଙ୍କାକରି ଏହି ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ କଟକ ଓ ଭୁବନେଶ୍ୱରର ସମସ୍ତ ସ୍କୁଲ ଛୁଟି କରିବା ନେଇ ଘୋଷଣା କରାଯାଇଛି। ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ଖୋର୍ଦ୍ଧା ଓ କଟକ ଜିଲା ଶିକ୍ଷାଧିକାରୀଙ୍କୁ ଚିଠି ମଧ୍ୟ ଲେଖାଯାଇଥିଲା। ଏହି ପରିପ୍ରେକ୍ଷୀରେ ଜନତା ମଇଦାନଠାରେ ମଧ୍ୟ ପ୍ରସ୍ତୁତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିସାରିଛି। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ୧୩୩ ପ୍ଲାଟୁନ ପୋଲିସ ଫୋର୍ସ, ୫୦୦ରୁ ଅଧିକ ଅଧିକାରୀ ମୁତୟନ ହୋଇଥିବା ପୋଲିସ୍‌ କମିଶନର ଏସ୍‌ ଦେବଦତ୍ତ ସିଂହ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ସାନଖେମୁଣ୍ଡିରେ ବ୍ୟାପୁଛି ହଇଜା; ପୁଣି ଜଣେ ମୃତ, ଜିଲା ସ୍ବାସ୍ଥ୍ୟ ଟିମର ଅନୁଧ୍ୟାନ

ଦିଗପହଣ୍ଡି,୧ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ପଞ୍ଚାୟତ ମାର୍ଥାପୁର, ରାଜନାପଲ୍ଲୀ ଓ ଟି.ଗୋବିନ୍ଦପୁର ପଞ୍ଚାୟତ ଢିମିରାପଲ୍ଲୀ ଗାଁରେ ଗତ ୫ ଦିନ ହେଲା…

ପାରିବାରିକ କଳହ: ବାପାଙ୍କ ତଣ୍ଟି କାଟିଲେ ପୁଅ

ଗୁଡାରି,୧।୧୦,(ପ୍ରମୋଦ କୁମାର ପତି ): ଗୁଡାରି ବ୍ଲକର ପେଣ୍ଡିଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡି ପେଣ୍ଡିଲି ଗ୍ରାମରେ ଗୁରୁବାର ଭୋରୁ ଦେଖିବାକୁ ମିଳିଥିଲା ଏକ ଅଭାବନୀୟ ଘଟଣା।…

କନିଷ୍ଠ ଶିକ୍ଷକଙ୍କୁ ନେଇ ସରକାରଙ୍କ ବଡ଼ ଘୋଷଣା, ୨୦୨୩-୨୪ ବର୍ଷରେ ନିୟୋଜିତ….

ଭୁବନେଶ୍ବର,୧ା୧୦: ଓଡ଼ିଶାର କନିଷ୍ଠ ଶିକ୍ଷକ (ସ୍କିମାଟିକ୍)ଙ୍କ ନିୟମିତକରଣ ନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏନେଇ ଅଧିକାରିକ ବିଜ୍ଞପ୍ତି…

ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅବସର: ପଟ୍ଟାଙ୍ଗିରେ ଶିକ୍ଷା ବ୍ୟବସ୍ଥା ସଙ୍କଟରେ, ପଦବୀ ପୂରଣ ପାଇଁ ଦାବି

ପଟ୍ଟାଙ୍ଗି,୧ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଭାକର ଖଟୁଆ ବୁଧବାର ଚାକିରିରୁ ଅବସର ଗ୍ରହଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?