Posted inRasifala

ରାଶିଫଳ: ରବିବାର, ଅଗଷ୍ଟ ୨୧ ତାରିଖ – Daily Horoscope

ମେଷ
ଶନିଙ୍କ ପ୍ରଭାବରୁ କାମଗୁଡ଼ିକ ଟିକିଏ ବିଳମ୍ବ ଓ ଝାମେଲା ଭିତରେ ହିଁ ହେବ। ଆଜିର ଯାତ୍ରା, ଶିଳ୍ପ, ବ୍ୟବସାୟ, ବାଣିଜ୍ୟ, ନିର୍ମାଣ ତଥା ପରିବହନ ପାଇଁ କୌଣସି ଅସୁବିଧା ରହିବ ନାହିଁ। କିନ୍ତୁ ଶାରୀରିକ ପରିଶ୍ରମଜନିତ କ୍ଳାନ୍ତି ଅନୁଭବ କରିପାରନ୍ତି । ଗୁରୁତ୍ୱପୂର୍ଣ୍ଣ କାମଟି ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିବେ।
ବୃଷ
ବୃଷ
ପାରିବାରିକ ସମସ୍ୟା ରବିଙ୍କ ପ୍ରଭାବରୁ କୌଣସି ବୟସ୍କ ବ୍ୟକ୍ତିଙ୍କ ସହାୟତାରେ ସମାଧାନ ହୋଇଯିବ। କର୍ମକ୍ଷେତ୍ରର ବିଭିନ୍ନ ଘଟଣାବଳୀ ମନକୁ ବାରମ୍ବାର ଆଲୋଡ଼ିତ କରିପାରେ। ରାହୁଙ୍କ କୁପ୍ରଭାବରୁ ଶେଷ ସମୟରେ ନିଷ୍ପତ୍ତି ବଦଳାଇବା ସକାଶେ ମନସ୍ଥ କରିପାରନ୍ତି। ଆଜିର ପ୍ରତ୍ୟୁଷ ଯାତ୍ରାରେ ଜିନିଷ ପତ୍ର ପ୍ରତି ସତର୍କ ରହନ୍ତୁ।
ମିଥୁନ
ମିଥୁନ
ଚତୁର୍ଥକେନ୍ଦ୍ରସ୍ଥ ସ୍ବଗୃହୀ ବୁଧଙ୍କ ଶୁଭତ୍ୱ କାରଣରୁ ସ୍ବାସ୍ଥ୍ୟ ଠିକ୍‌ ରହିବା ସାଙ୍ଗକୁ ପାରିବାରିକ ଓ କର୍ମକ୍ଷେତ୍ର ମନ୍ଦ ହେବନି। ବନ୍ଧୁମାନଙ୍କ ଦ୍ୱନ୍ଦ୍ୱାମତ୍କ କଥାକୁ ଠିକ୍‌ ଭାବେ ବୁଝିପାରିବେନି। ଆର୍ଥିକ ପରିସ୍ଥିତି ଭଲ ରହିବା ହେତୁ କୌଣସି ନୂତନ ଯୋଜନା ପାଇଁ ମନ ବଳାଇପାରନ୍ତି। ଆନୁଷ୍ଠାନିକ କ୍ଷେତ୍ରରେ ଅସମ୍ପୂର୍ଣ୍ଣ କାର୍ଯ୍ୟ କିଛି ଅଂଶରେ ବଢ଼ିଚାଲିବ।
କର୍କଟ
କର୍କଟ
ଏକାଦଶସ୍ଥ ଶୁକ୍ର ଓ ଚନ୍ଦ୍ର ହେତୁ ପରିସ୍ଥିତିକୁ ଯେତେଟା ଜଟିଳ ମନେକରୁଛନ୍ତି ସେମିତି କିଛି ହେବନି। ନିର୍ମାଣ, ବ୍ୟବସାୟ ଓ ବାଣିଜ୍ୟରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ। ଅର୍ଥନୈତିକ ଅଭିବୃଦ୍ଧି ସାଙ୍ଗକୁ ପଦସ୍ଥବ୍ୟକ୍ତିଙ୍କ ସାନ୍ନିଧ୍ୟରେ କାର୍ଯ୍ୟ ହାସଲ କରିବେ। ନିଜ ଲୋକଙ୍କ ଉପରେ ରାଗି ବିନା କାରଣରେ ଶତ୍ରୁତା ସୃଷ୍ଟି କରିବାକୁ ପଡ଼ିପାରେ।
ସି˚ହ
ସି˚ହ
ସ୍ବଗୃହୀ ରବି ଓ ବୁଧଙ୍କ ପ୍ରଭାବରୁ ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟରେ ଆସିବେ। ସାହାଯ୍ୟ ଲାଭ କରି ଅଟକି ରହିଥିବା କାମଟି ହୋଇଯିବ। ଅର୍ଥ ଲାଭ ସାଙ୍ଗକୁ ଶାରୀରିକ ସୁସ୍ଥତା ବନ୍ଧୁଙ୍କ ପରାମର୍ଶ ଏବଂ ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ। ଅପ୍ରିୟ ସତ୍ୟ କହି ବନ୍ଧୁଙ୍କ ଚକ୍ଷୁଶୂଳ ହୋଇପାରନ୍ତି।
କନ୍ୟା
ଗ୍ରହସ୍ଥିତିର ଅନୁକୂଳତା ହେତୁ କୌଶଳ ପ୍ରୟୋଗ କରି କର୍ମକ୍ଷେତ୍ରର ସମସ୍ୟା ସମାଧାନ କରିପାରିବେ। ଅଷ୍ଟମସ୍ଥ ରାହୁଙ୍କ ଯୋଗୁ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବେ। ଅପୂରଣୀୟ ଆଶା ମନକୁ ବାରମ୍ବାର ଆନ୍ଦୋଳିତ କରିବା କାରଣରୁ ଅଶାନ୍ତ ରହିବେ। କେତେକ କାମ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟହେବେ।
ତୁଳା
ତୁଳା
ରାଶିରେ ପାପଗ୍ରହ କେତୁ ଅବସ୍ଥାନ କରୁଥିବାରୁ ସ୍ବାସ୍ଥ୍ୟ ଭଲ ରହିବ ନାହିଁ। ପ୍ରତିଯୋଗିତା, ମାଲି ମକଦ୍ଦମା ଓ ବିବାଦୀୟ ଘଟଣାରେ ବିଜୟଲାଭ ଅବଶ୍ୟମ୍ଭାବୀ। ଆବଶ୍ୟକ ସମୟରେ ପାଖରେ ନ ଥିବା ଜିନିଷଟି ପାଇଁ ତର୍କ ଓ ବିବାଦ ବଢ଼ିପାରେ। ବନ୍ଧୁଙ୍କ ସଦ୍ଭାବ ସାଙ୍ଗକୁ ଆନୁଷ୍ଠାନିକ କାମରେ ପ୍ରେରଣା ମିଳିବ ଓ ସ୍ନେହ, ସଦ୍ଦିଚ୍ଛା ଲାଭ କରିବେ ।
ବିଛା
ବିଛା
ଚନ୍ଦ୍ର ମଙ୍ଗଳଙ୍କ ସୁପ୍ରଭାବରୁ ଯାହା ଆଶା କରୁଛନ୍ତି ତାହା ନିଶ୍ଚିତ ପାଇବେ। ଅନୁରାଧା ନକ୍ଷତ୍ର ଯୋଗୁ ଅନ୍ୟମନସ୍କ କିମ୍ବା ଅସାବଧାନତାରୁ ଦ୍ରବ୍ୟ ନଷ୍ଟ ହୋଇପାରେ। ଅସଂଯତ କାର୍ଯ୍ୟକଳାପ ପାଇଁ ଉଚ୍ଚ ବର୍ଗଙ୍କଠାରୁ ସମାଲୋଚିତ ହୋଇପାରନ୍ତି। ଆର୍ଥିକ ସ୍ଥିତି ଭଲ ରହିବ। କ୍ରୀଡ଼ା, କଳା, ସାହିତ୍ୟ ଚଳଚ୍ଚିତ୍ରରେ ସମସ୍ୟା ସମାଧାନ ହେବ।
ଧନୁ
ଧନୁ
ଆଜି ସକାଳୁ ଘର କଥା ଓ ପିଲାଙ୍କ କିଛି ବ୍ୟତିକ୍ରମ ହେତୁ ମନ ଅସ୍ଥିର ରହିବ। ବୁଧଙ୍କ ଶୁଭତ୍ୱ ହେତୁ ଆଜିର ଯାତ୍ରା, ପରିବହନ, ବ୍ୟବସାୟ ମାନ୍ଦା ହେବ ନାହିଁ। ସହକର୍ମୀଙ୍କଠାରୁ ଭୁଲ୍‌ ଖବର ପାଇ ବିବ୍ରତ ହୋଇପାରନ୍ତି। ଈର୍ଷାପରାୟଣ ବ୍ୟକ୍ତିମାନେ ପ୍ରତିଷ୍ଠା ଓ ପ୍ରଶଂସାକୁ ସହି ନ ପାରି ବିପରୀତ ମନ୍ତବ୍ୟ ଦେବେ।
ମକର
ମକର
ଶୁକ୍ରଙ୍କ ସପ୍ତମସ୍ଥିତି ହେତୁ ଆଜି ସକାଳୁ ସକାଳୁ ଯେଉଁ କାମରେ ବାହାରିଛନ୍ତି ସେଥିରେ ସଫଳତା ଅବଶ୍ୟ ପାଇବେ। ପୁତ୍ରକନ୍ୟାଙ୍କ ହେତୁକ ସୁଖ ମିଳିବ ଓ ପରିବାରରେ ଶାନ୍ତି ଫେରି ଆସିବ। ନିର୍ମାଣ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ। ରପତ୍ାନି କାରବାର, ଏଜେନ୍ସି, ସାମ୍ବାଦିକତାରେ ପ୍ରଶଂସିତ ହେବେ।
କୁମ୍ଭ
କୁମ୍ଭ
ଆଜିର ଗ୍ରହ ସ୍ଥିତି ଭଲଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବେ। ଶତଭିଷା ନକ୍ଷତ୍ର ଜାତ ବ୍ୟକ୍ତି ଯେତେ ଭଲ କାମ କଲେ ମଧ୍ୟ ସମାଲୋଚିତ ହୋଇପାରନ୍ତି। ଜଣେ ବନ୍ଧୁଙ୍କୁ ଅନୁରୋଧ କରି ସମସ୍ୟା ସମାଧାନ ସକାଶେ ଚେଷ୍ଟା କରିବେ। କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ। ଆର୍ଥିକ ଉନ୍ନତି ପରିଲକ୍ଷିତ ହେବ।
ମୀନମୀନ
ବୃହସ୍ପତିଙ୍କ ଶୁଭତ୍ୱରୁ କାମଗୁଡ଼ିକର ଅଗ୍ରଗତି ସାଙ୍ଗକୁ ଅର୍ଥ ଓ ସମ୍ମାନ ପାଇବେ। ପୂର୍ବଭାଦ୍ରପଦ୍‌ ବ୍ୟକ୍ତିମାନେ ମିଥ୍ୟାରୋପର ଅଭିଯୋଗ କ୍ରମେ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ। ଅବଶ୍ୟ ଉପରିସ୍ଥଙ୍କ ଅନୁକମ୍ପାରୁ କର୍ମକ୍ଷେତ୍ରରେ ଗୁରୁ ଦାୟିତ୍ୱ ବହନ କରିବାକୁ ପଡ଼ିବ। ଖର୍ଚ୍ଚ ପରିମାଣ ବୃଦ୍ଧିହେତୁ ମନରେ ସରସତା ରହିବ ନାହିଁ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଫେବୃଆରୀ ୧୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସମସ୍ତ କାର୍ଯ୍ୟ ସକାଶେ ଅନୁକୂଳ ବାତାବରଣ ସୃଷ୍ଟି କରିବ। କିନ୍ତୁ ଅଶ୍ଳେଷା ସକାଶେ ଯେତେ ଭଲ କଲେ ମଧ୍ୟ ଅନ୍ୟମାନଙ୍କର ଆନ୍ତରିକତା ରହିବନି।…

ରାଶିଫଳ: ରବିବାର, ଫେବୃଆରୀ ୧୫ ତାରିଖ – Daily Horoscope

ମେଷ ଆଜିର କର୍ମଭାବସ୍ଥ ଚନ୍ଦ୍ରମଙ୍ଗଳଯାଗ ଆପଣଙ୍କୁ ଧୈର୍ଯ୍ୟର ସହ କାମ ହାସଲ ଦିଗରେ ସାହାଯ୍ୟ କରିବ। ସାଧାରଣ ବ୍ୟତିକ୍ରମ ରହିଲେ ମଧ୍ୟ ପାରିବାରିକ ଜୀବନରେ ଶାନ୍ତି ଅବ୍ୟାହତ…

ରାଶିଫଳ: ଶନିବାର, ଫେବୃଆରୀ ୧୪ ତାରିଖ – Daily Horoscope

ମେଷ ଆଜି ଆର୍ଥିକ, ମାନସିକ ଏବଂ ସାମାଜିକ ସ୍ଥିତି ଭଲ ରହିବ। ଆନୁଷ୍ଠାନିକ କାମରେ ବନ୍ଧୁମିଳନ ସହିତ କିଛି ସମୟ ଅତିବାହିତ କରିବାକୁ ପଡ଼ିପାରେ। ବନ୍ଧୁଙ୍କ ସହାୟତାରେ…

ରାଶିଫଳ: ଶୁକ୍ରବାର, ଫେବୃଆରୀ ୧୩ ତାରିଖ – Daily Horoscope

ମେଷ ଆଜିର ନବମସ୍ଥ ଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି, ବନ୍ଧୁ ସମ୍ପର୍କ ଏବଂ କାର୍ଯ୍ୟସିଦ୍ଧି କରାଇବ। କୌଣସି ବନ୍ଧୁଙ୍କୁ ଟଙ୍କା ପଇସା ଦେଇ ଫେରି ପାଇବାରେ କମ୍‍ ସମ୍ଭାବନାକୁ…

ରାଶିଫଳ: ଗୁରୁବାର, ଫେବୃଆରୀ ୧୨ ତାରିଖ – Daily Horoscope

ମେଷ ଆଜି ତ୍ୟାଗସ୍ବୀକାର ପୂର୍ବକ କୌଣସି ସାହାଯ୍ୟପ୍ରାର୍ଥୀଙ୍କୁ ସହାନୁଭୂତି ପ୍ରଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ପରିବହନରେ ପ୍ରତିବନ୍ଧକ ଦୂରେଇଯିବ। ସନ୍ତାନଙ୍କ ସ୍ବାସ୍ଥ୍ୟ, ସମ୍ପର୍କୀୟଙ୍କ…

ରାଶିଫଳ: ବୁଧବାର, ଫେବୃଆରୀ ୧୧ ତାରିଖ – Daily Horoscope

ମେଷ ଆଜି ରବିଙ୍କ ସହ ମଙ୍ଗଳଙ୍କ ସଂଯୋଗ ଦୈହିକ ସୁସ୍ଥତା, ପାରିବାରିକ ଶାନ୍ତି ଏବଂ ଆଲୋଚନା ସକାଶେ ଅନୁକୂଳ ରହିବ। ବିଶିଷ୍ଟବ୍ୟକ୍ତିଙ୍କ ଗହଣରେ ସମ୍ବର୍ଦ୍ଧିତ ହେବାର ସୌଭାଗ୍ୟ…

ରାଶିଫଳ: ମଙ୍ଗଳବାର, ଫେବୃଆରୀ ୧୦ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ବନ୍ଧୁ ଓ ପରିଜନଙ୍କ ସହ ଦୂରଯାତ୍ରା କରି ଖୁସି ମନେଇବେ। ପାରସ୍ପରିକ ଆଲୋଚନା କ୍ରମରେ ଘରର କେତେକ କାମକୁ ସମ୍ପନ୍ନ କରିବା…

ରାଶିଫଳ: ସୋମବାର, ଫେବୃଆରୀ ୯ ତାରିଖ – Daily Horoscope

ମେଷ ଆଗାମୀ ମାଙ୍ଗଳିକ କାର୍ଯ୍ୟ ପରିପ୍ରେକ୍ଷୀରେ ପାରିବାରିକ ବନ୍ଧୁମିଳନର ସୂଚନା ରହିଛି। ମାନସିକ ଅସ୍ଥିରତା ଲାଗିରହିଲେ ମଧ୍ୟ ଶାରୀରିକ ସ୍ବାସ୍ଥ୍ୟ ଭଲ ରହିବ ଏବଂ କୌଣସି କାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri