Posted inRasifala

ରାଶିଫଳ: ସୋମବାର, ସେପ୍ଟେମ୍ବର ୨୦ ତାରିଖ – Daily Horoscope

ମେଷ
ଦୀର୍ଘଦିନରୁ ଅଟକି ରହିଥିବା କାମକୁ ପୂରା ଦମ୍‌ରେ କରିବା ପାଇଁ ନିଷ୍ପତ୍ତି ନେଇପାରନ୍ତି। ବନ୍ଧୁ ଗହଣରେ ବିଳାସ ଓ ପ୍ରାଚୁର୍ଯ୍ୟ ମଧ୍ୟରେ ସମୟ ଅତିବାହିତ ହେବ। ବିବାଦୀୟ ଘଟଣାରେ ପାଟି ଖୋଲିବା ଠିକ୍‌ ହେବନାହିଁ। ପାଖ ପଡ଼ୋଶୀଙ୍କ ସହାୟତାରେ ଆର୍ଥିକ ସମସ୍ୟାକୁ ସୁଧାରି ନେଇପାରନ୍ତି।
ବୃଷ
ବୃଷ
ସମୟ ଓ ପରିସ୍ଥିତିବଶତଃ ପ୍ରତ୍ୟେକ କ୍ଷେତ୍ରରେ ସଂଘର୍ଷମୟ ସ୍ଥିତି ଲାଗି ରହିବ। କର୍ମ କ୍ଷେତ୍ରରେ ବିଭିନ୍ନ ଦିଗରୁ ଚାପର ସମ୍ମୁଖୀନ ହୋଇପାରନ୍ତି। ପାରିବାରିକ କ୍ଷେତ୍ରରେ ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧିପାଇବା କାରଣରୁ ବ୍ୟସ୍ତତା ମଧ୍ୟ ବଢ଼ିଯିବ। ରାଜନୀତି ଓ କ୍ରୀଡ଼ା ତଥା ଚଳଚ୍ଚିତ୍ର କ୍ଷେତ୍ରରେ ବେଶ୍‌ ଆଦୃତ ହେବେ।
ମିଥୁନ
ମିଥୁନ
ସମସ୍ତ ସୁବିଧା ଥିଲେ ମଧ୍ୟ ନିର୍ଦ୍ଦିଷ୍ଟ ସମୟରେ କାମ ନ ହେବା କାରଣରୁ ବ୍ୟସ୍ତତା ବୃଦ୍ଧି ପାଇବ। ଋଣ ଭାରରେ ଅତିଷ୍ଠ ହୋଇ ମାନସିକ ଦୁଶ୍ଚିନ୍ତା ମଧ୍ୟରେ ସମୟ କଟାଇବେ। ହଠାତ୍‌ କୌଣସି ହୃଦୟବାନ ବ୍ୟକ୍ତିଙ୍କ ସହାୟତାରୁ କାର୍ଯ୍ୟସିଦ୍ଧି ହେତୁ ମନ ପ୍ରଫୁଲ୍ଲିତ ରହିବ। ବନ୍ଧୁଙ୍କ ପରାମର୍ଶରେ ସତ୍‌ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇବେ।
କର୍କଟ
କର୍କଟ
ଆଜି ଯେତେ ଭଲ କାମ କଲେ ମଧ୍ୟ ସମାଲୋଚିତ ହେବା ବ୍ୟତୀତ କିଛି ଲାଭ ହେବନି । ଯାତ୍ରା ସମୟରେ ଅନ୍ୟମନସ୍କ ରହି ବିଭିନ୍ନ ପ୍ରକାର ସମସ୍ୟାକୁ ଡାକି ଆଣି ପାରନ୍ତି। ସହକର୍ମୀଙ୍କ ସହାୟତାରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ଘରର ବରାଦ ଜିନିଷ ଭୁଲ୍‌ବଶତଃ ଭୁଲିଯିବେ ଓ ପରିବାରରେ ଏଥିପାଇଁ ଝଗଡ଼ା ଲାଗିବ।
ସି˚ହ
ସି˚ହ
ଅନ୍ୟ ଦ୍ୱାରା ପରିଚାଳିତ ହୋଇ ସ୍ଥଗିତ କାମକୁ କରିଚାଲିବେ, ଯାହାକି ସମମ୍ୟା ସୃଷ୍ଟି କରିବ। ଆଜି ଏକ ଭିନ୍ନ ପରିସ୍ଥିତିରେ ସହକର୍ମୀଙ୍କ ସହ ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବ। ବନ୍ଧୁଙ୍କ ସାହାଯ୍ୟରେ ଅର୍ଥ ସମ୍ପର୍କୀୟ ସମସ୍ୟା ସୁଧାରିନେବେ। ଆଇନ, ଅଦାଲତ କ୍ଷେତ୍ରରେ ବାଇଦା ପଡ଼ିବା କାରଣରୁ ବ୍ୟସ୍ତତା ଅନୁଭବ କରିପାରନ୍ତି।
କନ୍ୟା
ଗ୍ରହସ୍ଥିତିର ଅନୁକୂଳତା କାରଣରୁ କୌଣସି ସମସ୍ୟା ଆପଣଙ୍କୁ ବିଚଳିତ କରିପାରିବ ନାହିଁ। ବନ୍ଧୁ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ କାମ କରିପାରନ୍ତି। କଳା, ସାହିତ୍ୟ ଓ ସଭା ସମିତିରେ ସମସ୍ୟା ସମାଧାନ କରିବାରେ ସମର୍ଥ ହେବେ। ଅଫିସରୁ ଆସିବା ବେଳକୁ ନିଜ ମନ ପସନ୍ଦର ଜିନିଷଟି କିଣିବାରେ ସମର୍ଥ ହେବେ।
ତୁଳା
ତୁଳା
ମନରେ ବିଭିନ୍ନ ପ୍ରକାର ଚିନ୍ତା ଉଙ୍କି ମାରିବ କିନ୍ତୁ କିଛି ବି ହୋଇପାରିବ ନାହିଁ। କୌଣସି ନୂତନ କର୍ମାରମ୍ଭ କରିବେ ଓ ଏଥିରେ ସହଯୋଗ ଅବଶ୍ୟ ମିଳିବ। ନିର୍ମାଣ ଓ ଜମିଜମା କ୍ଷେତ୍ରରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ। ଦୀର୍ଘ ପଥ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ।
ବିଛା
ବିଛା
କର୍ମକ୍ଷେତ୍ରସ୍ଥ ଅବହେଳିତ କାମରେ ବ୍ୟସ୍ତତା ବଢ଼ିଯାଇପାରେ। ବାଣିଜ୍ୟ, ପରିବହନ ଓ ବ୍ୟବସାୟ ଦିଗଟି ମନ୍ଦ ହେବନି। ଆଜି ଘରୋଇ ବରାଦ ଅନୁଯାୟୀ କିଛି ମନୋରମ ଜିନିଷ କ୍ରୟ କରିବେ। ଯାତ୍ରା ସମୟରେ ଅନ୍ୟମନସ୍କତା କାରଣରୁ କୌଣସି ଜନିଷ ହଜି ଯାଇପାରେ।
ଧନୁ
ଧନୁ
ଆଜି ହଠାତ୍‌ ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ। ବନ୍ଧୁଙ୍କ ନିକଟରୁ ହଠାତ୍‌ କୌଣସି ଖବର ପାଇ ବିସ୍ମୟ ପ୍ରକାଶ କରିବେ। ଦକ୍ଷତା ଓ ସମୟାନୁବର୍ତ୍ତିତା କାରଣରୁ କର୍ମକ୍ଷେତ୍ରରେ ଉପଯୁକ୍ତ ଭାବେ ସମ୍ମାନିତ ହୋଇପାରନ୍ତି। ପୂଜାପାର୍ବଣ ପରିପ୍ରେକ୍ଷୀରେ ଆଗାମୀ କାଲି ସକାଶେ କୌଣସି ଯୋଜନା ପ୍ରସ୍ତୁତ କରିପାରନ୍ତି।
ମକର
ମକର
ପାରିବାରିିକ ସମସ୍ୟାର ସରଳ ସମାଧାନ କରି ମନକୁ ହାଲୁକା କରିବେ। ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ। ନିକଟ ସମ୍ପର୍କୀୟମାନଙ୍କ ସହ କଳହରେ ଲିପ୍ତ ରହିବେ। ଶିଳ୍ପ, ବାଣିଜ୍ୟ, ପରିବହନ ଓ ବ୍ୟବସାୟରେ ପ୍ରତିବନ୍ଧକ ଲାଗି ରହିବ। ଆଜିର ଫେରିବା ବାଟରେ ବନ୍ଧୁଙ୍କ ସହ ସାଧାରଣ ବଚସା ହୋଇପାରେ।
କୁମ୍ଭ
କୁମ୍ଭ
ପରିବାରରେ ଘଟିଯାଇଥିବା କେତେକ ଅତୀତ ଘଟଣାକୁୁ ସ୍ମରଣ କରି ଅନୁତାପ କରିବେ। ପରିବାରରେ ଅସାବଧାନତାବଶତଃ କୌଣସି ଦ୍ରବ୍ୟ ନଷ୍ଟ ହୋଇପାରେ। ସାମାଜିକ ସ୍ତରରେ କଳା, ସାହିତ୍ୟରେ ଉନ୍ନତି କରିବେ ଓ ପ୍ରଶଂସିତ ମଧ୍ୟ ହେବେ। ଯାତ୍ରା ସମୟରେ ଯାନ୍ତ୍ରିକ ତ୍ରୁଟି ସମସ୍ୟାକୁ ଦ୍ୱିଗୁଣିତ କରିପାରେ।
ମୀନମୀନ
କର୍ମକ୍ଷେତ୍ରରେ କାର୍ଯ୍ୟହାନି କାରଣରୁ ମାନସିକ ଅସ୍ଥିରତା ଲାଗି ରହିବ। ପ୍ରକୃତ ଘଟଣାକୁ ନ ବୁଝି କାମ କଲେ ଅସୁବିଧାରେ ପଡ଼ିବେ। କୌଣସି କ୍ଷେତ୍ରରେ ମଧ୍ୟ ଆଜି ଦିନଟିରେ ଯୁକ୍ତିତର୍କଠାରୁ ଦୂରେଇ ରହିବା ଭଲ। ଅବହେଳା ନ କରି ସ୍ବାସ୍ଥ୍ୟ ପ୍ରତି ସାବଧାନତା ଅବଲମ୍ବନ କରିବା ଭଲ ହେବ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri