Posted inRasifala

ରାଶିଫଳ: ରବିବାର, ଫେବୃୟାରୀ ୨୦ ତାରିଖ – Daily Horoscope

ମେଷ
ଆଜି ଘରର କଥା ହେଉ କିମ୍ବା ଅଫିସ, ଯଦି କିଛି ସମସ୍ୟା ରହିଥାଏ ସୁଧୁରିଯିବ। ବ୍ୟବସାୟ, ବାଣିଜ୍ୟ, ପରିବହନ, ଆନୁଷ୍ଠାନିକ କାମ, ମରାମତି ପାଇଁ ଦିନଟି ଭଲ। କିନ୍ତୁ ପଡ଼ୋଶୀ, ସହକର୍ମୀଙ୍କ କାମରେ ସତର୍କତାର ସହ କିଛି କହିବା କିମ୍ବା କରିବା ଭଲ ହେବ। ନିଜ ବ୍ୟବହାର୍ଯ୍ୟ ଜିନିଷ ପରକୁ ଦେଇ ଅପଦସ୍ଥ ହୋଇପାରନ୍ତି।
ବୃଷ
ବୃଷ
ସକାଳୁ ବନ୍ଧୁଙ୍କ ସମ୍ପର୍କରେ କିଛି ଅର୍ଥ କିମ୍ବା ଖୁସି ଖବର ପାଇବେ। କିନ୍ତୁ ଉପରେ ପଡ଼ି କାହାକୁ କିଛି ଉପଦେଶ ଦେଲେ ସେହି ବ୍ୟକ୍ତି ତାହାକୁ ଭୁଲ୍‌ ବୁଝିବ। ଅଫିସ୍‌କୁ ଯିବା ବାଟରେ ଅଜଣା ବ୍ୟକ୍ତି ଦ୍ୱାରା ଅସମ୍ମାନିତ ହୋଇପାରନ୍ତି। ଆଲୋଚନା ପରିସରରେ କୌଣସି ନୂଆ କାମର ପ୍ରସ୍ତାବକୁ ଅନ୍ୟମାନେ ଦୃଢ଼ ସମର୍ଥନ ଜଣାଇବେ।
ମିଥୁନ
ମିଥୁନ
ଆଜି ଖୋଜୁଥିବା ଜିନିଷ, ବନ୍ଧୁଙ୍କ ଫେରିବା ବାଟକୁ ଚାହିଁ ଚାହିଁ ଆଖିରୁ ପାଣି ମରିଯିବ। କର୍ମକ୍ଷେତ୍ରରେ ଛୋଟ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି। ବ୍ୟବସାୟ କିମ୍ବା ପରିବହନରେ ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ପାଇବା କାରଣକୁ ନେଇ ଅଶାନ୍ତି ଲାଗିରହିବ। ପରିବାରର ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧି ପାଇବାରୁ ବ୍ୟସ୍ତତା ପ୍ରକାଶ କରିପାରନ୍ତି।
କର୍କଟ
କର୍କଟ
ଆଜି ଅର୍ଥର ଅଭାବ ନ ଥିଲେ ମଧ୍ୟ ନିଜ ଲୋକମାନଙ୍କ ଦ୍ୱାରା ସମାଲୋଚିତ ହେବେ। କଚେରି ମାମଲା କିମ୍ବା ବିବାଦୀୟ ଘଟଣା ଟିକିଏ ଜଟିଳ ଆଡ଼କୁ ଗତି କରିବ। ବନ୍ଧୁ ବାନ୍ଧବ ସୁବିଧାବାଦୀ ଗୁଣରେ ଶୋଷଣ କରିବେ, ଏଣୁ ବୁଝି ବିଚାରି କାମ କରନ୍ତୁ। ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ ଏବଂ ଖୋଜୁଥିବା ଜିନିଷ ପାଇବେ।
ସି˚ହ
ସି˚ହ
କୌଣସି ନୂଆ କାମ ହାତକୁ ନେବେ ଓ ତଦନୁଯାୟୀ କାମ ମଧ୍ୟ ଆରମ୍ଭ କରି ଦେଇପାରନ୍ତି। ନିରପେକ୍ଷତା ଅବଲମ୍ବନ ନ କଲେ କର୍ମକ୍ଷେତ୍ରରେ ସମାଲୋଚିତ ହେବାକୁ ପଡ଼ିବ। ଦେହ ଭଲ ରହିବ, ମାତ୍ର ଦୁର୍ବଳତା ଜନିତ କ୍ଳାନ୍ତି ବୋଧ କରିବେ। ପରିବାର ମଧ୍ୟରେ ପରସ୍ପରକୁ ଦୋଷ ଦେଇ ଅଶାନ୍ତ ପରିସ୍ଥିତି ସୃଷ୍ଟି କରିପାରନ୍ତି।
କନ୍ୟା
ବିଳମ୍ବିତ ସମୟରେ କାମଗୁଡ଼ିକ ସମ୍ପନ୍ନ ହେଉଥିବାରୁ ସାମୟିକ ଧୈର୍ଯ୍ୟଚ୍ୟୁତି ଘଟିପାରେ। ପ୍ରତ୍ୟେକ କ୍ଷେତ୍ରରେ ସମସ୍ୟାର ମୁକାବିଲା କରିବା ପରିସ୍ଥିତିକୁ ସାମ୍‌ନା କରିବାକୁ ପଡ଼ିବ। କେତେକ କାମ ଅଟକି ରହିଥିବା କାରଣରୁ ଟେନ୍‌ସନ୍‌ କିଛି ମାତ୍ରାରେ ଲାଗିରହିବ। ଘରୋଇ କଳହକୁ ନେଇ ଅଶାନ୍ତି ଦେଖାଦେଇପାରେ।
ତୁଳା
ତୁଳା
ଈର୍ଷା ପରାୟଣ ହୋଇ ସମ୍ପର୍କୀୟ କେତେକ ବ୍ୟକ୍ତି ବିଭିନ୍ନ କଟୂକ୍ତି ପ୍ରକାଶ କରିବେ। ପରିବାର ଭିତରେ ପ୍ରଶଂସାସୂଚକ ପଦୁଟିଏ କଥା ଶୁଣିବାକୁ ମିଳିବ ନାହିଁ। ବ୍ୟବସାୟରେ ଲାଭ କମ୍‌ ମିଳିଲେ ମଧ୍ୟ ଆଗାମୀ କ୍ଷେତ୍ର ପ୍ରସ୍ତୁତ ହୋଇ ରହିବ। ଯାନବାହନ ଚଳାଚଳରେ ଦେଖିଚାହିଁ ପଦକ୍ଷେପ ନିଅନ୍ତୁ।
ବିଛା
ବିଛା
ଆଜିର ଦିନଟି ସରକାରୀ କିମ୍ବା ଘରୋଇ କ୍ଷେତ୍ରରେ ବିଭିନ୍ନ ଆଲୋଚନା ଭିତରେ କଟିବ। ଆଗାମୀ ସମୟର କୌଣସି ଗୁରୁତ୍ୱପୂର୍ଣ୍ଣ କାମ ସକାଶେ ବନ୍ଧୁଙ୍କ ସହଯୋଗ ଆଶା କରିବେ। ପରୋକ୍ଷ ଶତ୍ରୁତା କରୁଥିବା ବ୍ୟକ୍ତିମାନଙ୍କ ଅପମାନଜନକ ସ୍ଥିତିରୁ ଖସି ଯାଇପାରନ୍ତି। କର୍ମକ୍ଷେତ୍ରରେ ଉଚ୍ଚ ପଦାଧିକାରୀ ସହଯୋଗ କରିବାର ପ୍ରତିଶ୍ରୁତି ଦେବେ।
ଧନୁ
ଧନୁ
ଆଜିର ଆନୁଷ୍ଠାନିକ କାମରେ ନିକଟ ସମ୍ପର୍କୀୟମାନଙ୍କ ସାହାଯ୍ୟ ଅବଶ୍ୟ ମିଳିବ। ପରିବାରରେ ମନ ଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି ନେବେ। ଆଗାମୀ ମଙ୍ଗଳୋତ୍ସବ କାର୍ଯ୍ୟ ସମ୍ପନ୍ନ କରିବା ପାଇଁ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି। କୌଣସି ବ୍ୟକ୍ତିଙ୍କ ସରଳ କଥାକୁ ଆଧାର କରି ଖୁବ୍‌ ଆଶାବାଦୀ ହେବେ।
ମକର
ମକର
କର୍ମକ୍ଷେତ୍ରରେ ଆଶାନୁରୂପକ ସଫଳତା ହାସଲ କରିବେ। ତଥାପି ଶ୍ରବଣା ନକ୍ଷତ୍ରର ନିଜର ଅବହେଳାରୁ କେତେକ ସୁଯୋଗ ହାତଛଡ଼ା ହୋଇପାରେ। ସ୍ତ୍ରୀଙ୍କ ସହ ମତପାର୍ଥକ୍ୟ ଦେଖାଦେଇପାରେ। ଏଣୁ ନିଜ ଦୋଷକୁ ସ୍ବୀକାର କରିନେବା ଭଲ। ଆମତ୍ୀୟଙ୍କ ସହ ମତପାର୍ଥକ୍ୟ ହେବା କାରଣରୁ ମାନସିକ ଶାନ୍ତି ବ୍ୟାହତ ହେବ।
କୁମ୍ଭ
କୁମ୍ଭ
ସାଧାରଣ କଥାକୁ ବଡ଼ ଆକାରରେ ଚିନ୍ତା କରି ବେଶୀ ବ୍ୟସ୍ତ ହୋଇପାରନ୍ତି। ମନ କଥା ମନରେ ରଖି ସରଳ କଥା କହି ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥ ହେବେ। ଫେରିବା ରାସ୍ତାରେ ଅପରିଚିତ ବ୍ୟକ୍ତିଙ୍କ ସକାଶେ ବ୍ୟସ୍ତତା ବୃଦ୍ଧି ପାଇବ। ଉପର କର୍ମକର୍ତ୍ତା ଆପଣଙ୍କ ପରାମର୍ଶ କିମ୍ବା ସହଯୋଗ ଲୋଡ଼ିପାରନ୍ତି।
ମୀନମୀନ
ପରିବାରରେ ଯେତେ ମନ ଧରି କାମ କଲେ ମଧ୍ୟ ଅନ୍ୟମାନଙ୍କୁ ପୂର୍ଣ୍ଣମାତ୍ରାରେ ସନ୍ତୁଷ୍ଟ କରିପାରିବେ ନାହିଁ। କର୍ମକ୍ଷେତ୍ରରେ ମିଥ୍ୟାଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତ ହେବେ। ବୁଝାମଣା ଓ ଆପୋସ ମିଳାମିଶାରୁ ପାରିବାରିକ ସମସ୍ୟାର ସମାଧାନ ଘଟିବ। ଅର୍ଥ ଲାଭ, ଶାରୀରିକ ସୁସ୍ଥତା ଏବଂ ପ୍ରତିଯୋଗିତାରେ ସଫଳତା ଯୋଗୁ ଖୁସି ରହିବେ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୭ ତାରିଖ – Daily Horoscope

ମେଷ ଶୁଭଗ୍ରହ ତୃତୀୟସ୍ଥ ଯୋଗୁ ବନ୍ଧୁଙ୍କ ମାଧ୍ୟମରେ ପାରିବାରିକ ଅସଙ୍ଗତୀ ଦୂର କରିବାରେ ସାହାଯ୍ୟ କରିବେ। ଆଜିର ଯାତ୍ରା, ସରକାରୀ କର୍ମଚାରୀଙ୍କୁ ସାକ୍ଷାତ, ବାଣିଜ୍ୟ ପାଇଁ ଦିନଟି…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୨୬ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ଭାଗ୍ୟସ୍ଥାନ ପ୍ରତି ଦୁଷ୍ଟିସମ୍ବନ୍ଧ ଯୋଗୁ ନୂତନ କର୍ମାରମ୍ଭ ସହ ପାରିବାରିକ ସୁଖଶାନ୍ତି ଅନୁଭବ କରିବେ। ସକାଳୁ ବନ୍ଧୁଙ୍କ ସହ ସୁଖଭ୍ରମଣ ଯୋଗ…

ରାଶିଫଳ: ବୁଧବାର, ମାର୍ଚ୍ଚ ୨୫ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ ପ୍ରତି ମଙ୍ଗଳଙ୍କ ପ୍ରତ୍ୟକ୍ଷଦୃଷ୍ଟି ପ୍ରଭାବରେ କାର୍ଯ୍ୟ ହାସଲ କରିବେ। ରାହୁଙ୍କ ପ୍ରଭାବଜନିତ ପଡ଼ୋଶୀ ପ୍ରତିବାଦ କରିପାରନ୍ତି। ପାରିବାରିକ ସହମତି ସଙ୍ଗକୁ ବନ୍ଧୁମାନଙ୍କ ସହଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri