Posted inRasifala

ରାଶିଫଳ: ଗୁରୁବାର, ଜୁନ୍ ୧ ତାରିଖ – Daily Horoscope

ମେଷ
ଆଜି ଚନ୍ଦ୍ରଙ୍କ କେନ୍ଦ୍ରସ୍ଥ ବୃହସ୍ପତି ଗଜକେଶରୀ ଯୋଗ ସୃଷ୍ଟି କରୁଥିବାରୁ ପ୍ରତ୍ୟେକ କାର୍ଯ୍ୟ ନିର୍ବିଘ୍ନରେ ସମ୍ପନ୍ନ ହେବ। ପାରିପାର୍ଶ୍ୱିକ ପରିସ୍ଥିତି ଓ ପରିବେଶ ଆପଣଙ୍କ ପାଇଁ ସୁଖଦ ଅନୁଭୂତି ଆଣିଦେବ। ଜନ ସମାଜରେ ଆଦୃତି ଲାଭ ସାଙ୍ଗକୁ ଯାନବାହନ, ପ୍ରଶାସନ, ଜ୍ଞାନାର୍ଜନ ସକାଶେ ଅନୁକୂଳତା ଅନୁଭବ କରିବେ।
ବୃଷ
ବୃଷ
ଆଜି ରାଶ୍ୟାଧିପତିଙ୍କ ଉପଚୟ ସ୍ଥାନାବସ୍ଥାନ ସ୍ବାସ୍ଥ୍ୟ ପାଇଁ ପ୍ରତିକୂଳ ପ୍ରଭାବ ସୃଷ୍ଟି କରିପାରେ। ଫଳତଃ ଦୁର୍ବଳତା ଯୋଗୁ କାମ କରିବାକୁ ଆଗ୍ରହ ପ୍ରକାଶ କରିବେ ନାହିଁ। ଶୁକ୍ର କ୍ଷେତ୍ରସ୍ଥ ରବିଙ୍କ ଯୋଗୁ ପାରିବାରିକ କ୍ଷେତ୍ରରେ ସହମତି ଭିତ୍ତିରେ କାମ କରିବା ଭଲ। ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟରେ ଆସି କାମ ହାସଲ କରିବାର ସୌଭାଗ୍ୟ ଅର୍ଜନ କରିପାରନ୍ତି।
ମିଥୁନ
ମିଥୁନ
ଏକାଦଶସ୍ଥ ବୁଧାଦିତ୍ୟ ଯୋଗ କାରଣରୁ ଆଜିର ଦିନ ଆପଣଙ୍କ ସକାଶେ ଅନୁକୂଳ ରହିବ। ଆଜି ପ୍ରଶଂସା ଓ ସମ୍ମାନ ଊଣା ହେବନାହିଁ। ପ୍ରତ୍ୟେକ କ୍ଷେତ୍ରରେ ବନ୍ଧୁମାନଙ୍କ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିପାରନ୍ତି। ପାପ ଗ୍ରହଯୁକ୍ତ ଚନ୍ଦ୍ର ହେତୁ ଅନ୍ୟମନସ୍କ ଜନିତ କୌଣସି ଭୁଲ୍‌ କାମକରି ଅନୁତପ୍ତ ହେବାକୁ ପଡ଼ିପାରେ।
କର୍କଟ
କର୍କଟ
ଶୁକ୍ର ଓ ଚନ୍ଦ୍ରଙ୍କ କ୍ଷେତ୍ର ବିନିମୟ ହେତୁ ବୈଷୟିକ ସୁଖ, ସମୃଦ୍ଧି, ସୃଜନୀଶକ୍ତିର ଅଭିବୃଦ୍ଧି କର୍ମକ୍ଷେତ୍ରକୁ ସରସ ସୁନ୍ଦର କରିବ। ଫଳତଃ ଉଚ୍ଚ ସମ୍ମାନ, ପଦପଦବୀ ଲାଭ ସାଙ୍ଗକୁ ଲକ୍ଷ୍ୟ ହାସଲ ଦିଗରେ ଅନୁଧାବିତ ହେବେ। ସାହିତ୍ୟ ଚର୍ଚ୍ଚା, ଉତ୍ସବାନୁଷ୍ଠାନ, ମନୋରଞ୍ଜନ, ପ୍ରଶାସନ କ୍ଷେତ୍ରରେ ଉନ୍ନତମାନର ଫଳ ପାଇବେ।
ସି˚ହ
ସି˚ହ
ଆଜି କର୍ମଭାବସ୍ଥ ରାଶ୍ୟାଧିପତି ହେତୁ ଭେଦଭାବ ଭୁଲି ଅନ୍ୟମାନଙ୍କୁ ଆପଣେଇନେବେ। କଥା ଓ କାମରେ ଫରକ ରହିଲେ ମଧ୍ୟ ମୁହଁ ସାମ୍ନାରେ କିଏ କହିପାରିବେ ନାହିଁ। ସାଧାରଣ ସମସ୍ୟାକୁ ବାଦ୍‌ ଦେଲେ ଦିନଟି ଭଲରେ କଟିବ। ନୂତନ ଯାନବାହନ, ଜମିଜମା, ବନ୍ଧୁ ମିଳନ, ନୂତନ ବନ୍ଧୁ ସମ୍ପର୍କ କ୍ଷେତ୍ରରେ ଆଗ୍ରହ ପ୍ରକାଶ କରିପାରନ୍ତି।
କନ୍ୟା
ଏକାଧିକ ଗ୍ରହଦୃଷ୍ଟ ମୁଖଭାବ ଯୋଗୁ କଥା କହିବାର କଳା ସାଙ୍ଗକୁ କୌଶଳ ପ୍ରୟୋଗ ଦ୍ୱାରା ଏମିତି କୌଣସି କାମ ନାହିଁ, ଯାହା ଆପଣ କରିପାରିବେ ନାହିଁ। ଯେଉଁ କାମ କରିବେ କୃତକାର୍ଯ୍ୟ ହେବେ। ସାହିତ୍ୟ, ଗବେଷଣା, ଏଜେନ୍ସିପ୍‌ରୁ ଖୁସି ରହିବେ। ଶିଳ୍ପ, ବାଣିଜ୍ୟ, ସାଂଗଠନିକ କାର୍ଯ୍ୟ, ରାଜନୀତି କ୍ଷେତ୍ରରେ ପ୍ରତିରୋଧର ସମ୍ମୁଖୀନ ହେବେ।
ତୁଳା
ତୁଳା
ଆଜି ଚନ୍ଦ୍ର ନିଜ ରାଶିରେ ରହି ଏକାଧିକ କାର୍ଯ୍ୟ ସକାଶେ ପ୍ରେରଣା ପ୍ରଦାନ କରିବେ। ଧନ ସ୍ଥାନରେ କେତୁଯୁକ୍ତ ହେତୁ ଋଣଗ୍ରସ୍ତ ହେବାର ସମ୍ଭାବନା ରହିଛି। ଭୁଲ୍‌ ବୁଝାମଣାଜନିତ ମତାନ୍ତର ପାରିବାରିକ ପରିବେଶକୁ ଗମ୍ଭୀର କରିଦେବ। ପ୍ରକାଶନ, ପରିବହନ, ନିର୍ମାଣ, ମାଲିମକଦ୍ଦମା ସମ୍ପର୍କିତ ଫଳ ମଧ୍ୟମ ପ୍ରକାରର ଅନୁଭୂତ ହେବ।
ବିଛା
ବିଛା
ଭାଗ୍ୟ ସ୍ଥାନରେ କଣାକୁଜା ଯୋଗ ହେତୁ ଉଚ୍ଚଶିକ୍ଷା, ସନ୍ତାନ, ଆଲୋଚନା, ସିଦ୍ଧାନ୍ତ ନେବା କ୍ଷେତ୍ରରେ ସଫଳତା ହାସଲ କରିବେ। ସାମାଜିକ ପ୍ରତିଷ୍ଠା ଲାଭ ସାଙ୍ଗକୁ ଅର୍ଥନୈତିକ,ବ୍ୟବସାୟିକ, ସାଂଗଠନିକ ତଥା ଆନୁଷ୍ଠାନିକ କ୍ଷେତ୍ର ପାଇଁ ଦିନଟି ମନ୍ଦ ନୁହେଁ। ହିତୈଷୀଙ୍କ ବଦାନ୍ୟତାରୁ ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍‌ ହୋଇଯିବ।
ଧନୁ
ଧନୁ
ରାଶ୍ୟାଧିପ ଶନି ଓ ରାହୁକେତୁଙ୍କ ଦ୍ୱାରା ପୀଡ଼ିତ ହେତୁ ମାନସିକ ଅନ୍ତର୍ଦ୍ୱନ୍ଦ୍ୱ ଓ ପ୍ରାପ୍ୟଧନରେ ପ୍ରତିବନ୍ଧକ ସୃଷ୍ଟି କରିବ। କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ ବଢ଼ିପାରେ। ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରହିବ, କିନ୍ତୁ ତାହା ହିଁ ଆଗାମୀ ସମୟ ପାଇଁ ଅହିତକର ହୋଇପାରେ। ମନର କୋହକୁ ଚାପିରଖି ଯନ୍ତ୍ରବତ୍‌ କାମ କରିବେ।
ମକର
ମକର
ବଳବାନ୍‌ ଶନି ପ୍ରଭାବରୁ ଶାରୀରିକ ସୁସ୍ଥତା ଓ ସମ୍ପର୍କୀୟଙ୍କ ସାହାଯ୍ୟ, ସହାନୁଭୂତି ଲାଭ କରିବେ। ଦୋଷଯୁକ୍ତ ଚନ୍ଦ୍ର ହେତୁ ଅସାବଧାନତାବଶତଃ ଧନହାନି, ଦବ୍ର୍ୟ ନଷ୍ଟହେବାର ଆଶଙ୍କା ରହିଛି। ପରୋକ୍ଷ ଶତ୍ରୁତା କାରଣରୁ ଭଲ କାମକରି ମଧ୍ୟ ନିନ୍ଦା ଶୁଣିବେ। ଋଣ ପରିଶୋଧ, କଚେରି ମାମଲା ମଧ୍ୟ ଚିନ୍ତାଜନକ ରହିବ।
କୁମ୍ଭ
କୁମ୍ଭ
ଷଷ୍ଠାଧିପ ଭାଗ୍ୟସ୍ଥାନସ୍ଥ ଯୋଗୁ ଆଜିର କାମଗୁଡ଼ିକ ସମ୍ପାଦିତ ହେଲେ ମଧ୍ୟ କିଛିନା କିଛି ସମସ୍ୟା ସାମୟିକ ଅସ୍ଥିରତା ସୃଷ୍ଟି କରିବ। ପାପଯୁକ୍ତ ଗୁରୁ ଜନିତ ଆର୍ଥିକ କ୍ଷେତ୍ରରେ ଚୋରି, ଭିଜିଲାନ୍ସଜନିତ ଧନହାନିର ସୂଚନା ରହିଛି। ପରିବାରରେ ଭ୍ରାତୃ ସମ୍ପର୍କରେ ଉନ୍ନତି ଘଟିବାରୁ ସାମୟିକ ଖୁସି ରହିପାରନ୍ତି।
ମୀନମୀନ
ଆଜି ଶୁକ୍ର ଓ ଚନ୍ଦ୍ରଙ୍କ କ୍ଷେତ୍ର ବିନିମୟଜନିତ ସୁପ୍ରଭାବରୁ ଉନ୍ନତ ଚିନ୍ତାଧାରା କର୍ମକ୍ଷେତ୍ରକୁ ତ୍ୱରାନ୍ବିତ କରିବାରେ ସାହାଯ୍ୟ କରିବ। ସନ୍ତାନଙ୍କ କୃତିତ୍ୱଜନିତ ଗୌରବରେ ନିଜେ ଗୌରବାନ୍ବିତ ହୋଇପାରନ୍ତି। କିନ୍ତୁ ଚନ୍ଦ୍ରକେତୁ ସଂଯୋଗ ଆପଣଙ୍କୁ ଅପରିଣାମଦର୍ଶୀ କରାଇ ଅଶାନ୍ତି ସୃଷ୍ଟି କରିପାରେ। ସାମାଜିକ ସ୍ତରରେ ଆଦରଣୀୟା ହେବାର ଗୌରବ ଅର୍ଜନ କରିବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଏପ୍ରିଲ ୫ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ଉନ୍ନତ ଚିନ୍ତା ସହ ବହୁବିଧ ଯୋଜନାରମ୍ଭର ମାର୍ଗଦର୍ଶନ କରାଇବେ। ବିଶେଷତଃ ଆପଣଙ୍କର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି।…

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri