Posted inRasifala

ରାଶିଫଳ: ବୁଧବାର, ମେ ୧୯ ତାରିଖ – Daily Horoscope

ମେଷ
ଆପଣଙ୍କର ଉଚ୍ଚମନ, ଉତ୍କୃଷ୍ଟ ବିଚାରଧାରା, ପାରିବାରିକ ସହଯୋଗ କାର୍ଯ୍ୟସିଦ୍ଧି ପାଇଁ ଅନୁକୂଳ ରହିବ। କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ। ଦକ୍ଷତାହେତୁକ ସାମାଜିକ ସ୍ତରରେ ଉଚ୍ଚାସନ ଲାଭ କରିବେ। ବାଣିଜ୍ୟ, ବ୍ୟବସାୟ, ପରିବହନ, ନିର୍ମାଣ ଓ ଅର୍ଥନୈତିକ କାର୍ଯ୍ୟକ୍ରମ ଭଲରେ ଚାଲିବ।
ବୃଷ
ବୃଷ
ଆପଣଙ୍କ ଚିନ୍ତା ଓ ଯୋଜନାନୁଯାୟୀ ପ୍ରତ୍ୟେକ କାମ ସମ୍ପନ୍ନ କରିବାରେ ଅସୁବିଧା ହେବ ନାହିଁ। ଉପର ଅଧିକାରୀଙ୍କ ସହାନୁଭୂତି ଯୋଗୁଁ ଖୁସି ହେବେ। ଆଇନ, ଯୋଗାଯୋଗ, ସଭାସମିତି, ଗଠନମୂଳକ କାମ ଓ ପ୍ରଶାସନିକ କ୍ଷେତ୍ରରେ ସ୍ଥିରତା ଫେରିପାଇବେ। ପାରିବାରିକ ସମସ୍ୟା ସୁଧାରି ନେବା ସକାଶେ ବିଭିନ୍ନ ଚେଷ୍ଟା କରିପାରନ୍ତି।
ମିଥୁନ
ମିଥୁନ
ଆଜି ପ୍ରତ୍ୟେକ କ୍ଷେତ୍ରରେ ପାଇବେ ଯେତିକି ଅଧିକ ଦେବାକୁ ପଡିପାରେ। ବୁଝାମଣା ଅଭାବରୁ ସାଧାରଣ କଥାରେ ଘରୋଇ କଳହକୁ ନେଇ ଅଶାନ୍ତି ଲାଗିରହିବ। କର୍ମକ୍ଷେତ୍ରରେ ଧୈର୍ଯ୍ୟର ସହ ସମସ୍ୟାର ମୁକାବିଲା କଲେ ସଫଳତା ମିଳିବ। ଆର୍ଥିକ ଦିଗରୁ ଦିନଟି ବହୁତ ଭଲ ରହିବା ଏକ ପ୍ରକାର ଆଶ୍ୱସ୍ତିର କାରଣ ହୋଇପାରେ।
କର୍କଟ
କର୍କଟ
ପରିସ୍ଥିତି ଓ ପରିଣାମକୁ ଆଖି ଆଗରେ ରଖି କାମ କଲେ ସଫଳତା ମିଳିବ। ପରୋକ୍ଷ ପରୀକ୍ଷା ଓ ଅନୁସନ୍ଧାନ ନ କରି କୌଣସି ସିଦ୍ଧାନ୍ତରେ ଉପନୀତ ହେବା ଠିକ୍‌ ହେବ ନାହିଁ। ଅଶ୍ଳେଷାର ପ୍ରତିବନ୍ଧକ ଲାଗି ରହିବା କାରଣରୁ ଯୋଜନାଗୁଡିକ ଠିକ୍‌ ଭାବେ କାର୍ଯ୍ୟକାରୀ ନ ହୋଇପାରେ। ଗଠନମୂଳକ କାଯର୍‌ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ।
ସି˚ହ
ସି˚ହ
ସମସ୍ୟା ଓ ପ୍ରତିବନ୍ଧକକୁ ହଟାଇ କାର୍ଯ୍ୟହାସଲ କରିବାରେ ଅସୁବିଧା ରହିବ ନାହିଁ। ଅଭାବବୋଧ ଲାଗିରହୁଥିବାରୁ ପାରିବାରିକ କ୍ଷେତ୍ରରେ ସମସ୍ତଙ୍କୁ ସନ୍ତୁଷ୍ଟ କରିପାରିବେ ନାହିଁ। ଅସାବଧାନତା ବଶତଃ ଭଲ କରିବାକୁ ଯାଇ ସମସ୍ୟା ଭିତରକୁ ଟାଣି ହୋଇଯିବେ। ଅତୀତ ଘଟଣାକୁ ବାରମ୍ବାର ଚିନ୍ତା କରି ମାନସିକ ଅଶାନ୍ତି ଅନୁଭବ କରିବେ।
କନ୍ୟା
ଯାହାକୁ ନିଜର ବୋଲି ଭାବିବେ ସେ ସରଳତାର ସୁଯୋଗ ନେବାକୁ ପଛାଇବ ନାହିଁ। ବାଣିଜ୍ୟ, ବ୍ୟବସାୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ। ନିର୍ମାଣ, ପରିବହନ, ପ୍ରଶାସନ, ମାଲିମକଦ୍ଦମା ଓ ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରୁ ସୁଫଳ ପାଇବେ। ଆଜି କୌଣସି ଆନୁଷ୍ଠାନିକ କାମରେ ଯୋଗ ଦେଇ ସମ୍ମାନିତ ହୋଇପାରନ୍ତି।
ତୁଳା
ତୁଳା
ବୃଥାଶଙ୍କା ଓ ଅସୁବିଧା କଳ୍ପନା କରି ମାନସିକ ଅବସାଦ ଯୋଗୁଁ  କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ବିଶାଖା ନକ୍ଷତ୍ର ଶାରୀରିକ ଅସୁସ୍ଥତା ସତ୍ତ୍ୱେ ଘରକାମ କରିବାକୁ ବାଧ୍ୟ ହେବେ। ମନର ଭାବକୁ ବନ୍ଧୁ ନିକଟରେ ପ୍ରକାଶ ହେତୁ ଭୁଲ୍‌ ବୁଝାମଣାର ପରିସ୍ଥିତି ସୃଷ୍ଟି ହେବ। କର୍ମକ୍ଷେତ୍ରରେ ନୀତିଗତ କାମକୁ ପ୍ରାଧାନ୍ୟ ଦେଇ ପାରନ୍ତି।
ବିଛା
ବିଛା
ଆଜି ଆପଣ ମନକଥାକୁ ଗୋପନ ରଖି କାମ ହାସଲର ଆନୁଷଙ୍ଗିକ ପଦ୍ଧତିକୁ ଅନୁସରଣ କରିପାରନ୍ତି। ଅନୁରାଧା ନକ୍ଷତ୍ରର ସମସ୍ତ ସୁବିଧା ଥାଇ କୌଣସି କାମରେ ମନ ଲାଗିବ ନାହିଁ। କର୍ମକ୍ଷେତ୍ରରେ ବହୁଦିନର ମନାନ୍ତରର ସମାଧାନ ହୋଇଯିବ। ପାରିବାରିକ ଜୀବନରେ ଉଚିତ୍‌ ବୁଝାମଣା ରହିବାରୁ ସାମୟିକ ଆଶ୍ୱସ୍ତି ଲାଭ କରିବେ।
ଧନୁ
ଧନୁ
ଆଜି କୌଣସି କାମ ଶୃଙ୍ଖଳିତ ନ ହେବା କାରଣରୁ ଧୈର୍ଯ୍ୟଚ୍ୟୁତି ଆଶଙ୍କା ରହିଛି। ପ୍ରକଳ୍ପକାର୍ଯ୍ୟ, ବ୍ୟବସାୟ ଓ ପରିବହନରେ କେତେକ ଆଧୁନିିକୀକରଣ କରି ପାରନ୍ତି। ନିର୍ମାଣ କ୍ଷେତ୍ରରେ ଆବଶ୍ୟକୀୟ ଜିନିଷ ଅଭାବରୁ କାର୍ଯ୍ୟ ସ୍ଥଗିତ ରହିପାରେ। ଫେରନ୍ତା ବାଟରେ ଘର ପାଇଁ ମନଲାଖି ଜିନିଷ କିଣିବା ସକାଶେ ମନ ବଳିବ।
ମକର
ମକର
କର୍ମକ୍ଷେତ୍ର ଓ ବ୍ୟବସାୟିକ ଦିଗଟି ମନ୍ଦ ହେବ ନାହିଁ କିନ୍ତୁ ପ୍ରତିବନ୍ଧକ ଲାଗି ରହିବ। ଦିନ ତମାମ କଠୋର ପରିଶ୍ରମଜନିତ ସାମୟିକ କ୍ଳାନ୍ତି ଅନୁଭବ କରିବେ। ଆଗାମୀ ମାଙ୍ଗଳିକ ଉସତ୍ବକୁ ନେଇ ନିର୍ମାଣାଧୀନ ଗୃହକୁ ଶେଷ ସ୍ପର୍ଶ ଦେଇପାରନ୍ତି। ପରିବାରରେ ଛୋଟ କଥାକୁ ବଡକରି ସମସ୍ୟା ଭିତରକୁ ଟାଣି ହୋଇଯିବାର ସୂଚନା ରହିଛି।
କୁମ୍ଭ
କୁମ୍ଭ
ଘରେ ଅଶାନ୍ତି ପୂର୍ବପରି ଲାଗିରହୁଥିବା ହେତୁ କିମ୍ବା କାମଗୁଡିକ ଠିକ୍‌ ଭାବେ ନ ହେବାରୁ ମନ ଭଲ ରହିବ ନାହିଁ। ସ୍ବାସ୍ଥ୍ୟାବସ୍ଥା କ୍ରମଶଃ ଭଲ ଦିଗକୁ ଗତି କରିବାରୁ ଆଶ୍ୱସ୍ତି ଲାଭ କରିବେ। ଅଫିସ୍‌ କାର୍ଯ୍ୟ ତ୍ୱରାନ୍ବିତ ହେବ ଏବଂ ସମସ୍ୟା ଦୂରେଇ ଯିବ। ଗୃହ, ଭୂମି, ଗାଡିମୋଟର ସମ୍ପର୍କୀୟ ଦୁଶ୍ଚିନ୍ତା ଆସିବ, ମାତ୍ର ବିଶେଷ ଅସୁବିଧା ହେବ ନାହିଁ।
ମୀନମୀନ
କାର୍ଯ୍ୟବ୍ୟସ୍ତତା କାରଣରୁ ପରିବାର ପାଇଁ ଆଜି ବେଶି ସମୟ ଦେଇପାରିବେ ନାହିଁ। ବନ୍ଧୁଙ୍କ ଦ୍ୱାରା ପ୍ରଶଂସା, ଆମତ୍ୀୟଙ୍କ ଅନୁରାଗ, ପାଖ ପଡୋଶୀଙ୍କ ସ୍ନେହ ଓ ଶ୍ରଦ୍ଧା ପାଇବେ। ବୃତ୍ତି, ବାଣିଜ୍ୟ, ଆଲୋଚନା, ଆନୁଷ୍ଠାନିକ କାମ କେତେକାଂଶରେ ସନ୍ତୋଷଜନକ ନ ହୋଇପାରେ। ଶୁଭଖବର ପାଇ କେତେକାଂଶରେ ଖୁସୀ ହୋଇପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର , ଅକ୍ଟୋବେର ୧୩ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ରଙ୍କ ସୁପ୍ରଭାବରେ ମାନସିକ ସନ୍ତୁଳନ ରକ୍ଷା କରିବାରେ ଅସମର୍ଥ ହେବେ। ପ୍ରତ୍ୟେକ କାମ ଟିକିଏ ବିଳମ୍ବ ଓ ଝମେଲା ଭିତରେ ହିଁ ହେବ, କିନ୍ତୁ ଯଦି…

ରାଶିଫଳ: ସୋମବାର, ଅକ୍ଟୋବର ୧୨ ତାରିଖ – Daily Horoscope

ମେଷ ଆପଣଙ୍କ କଠୋରକ୍ତି ଫଳରେ ମୁହଁ ସାମ୍ନାରେ କଥା କହିବାକୁ ଅନ୍ୟମାନେ ପଛେଇ ରହିବେ। ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହିବେ। ଅଶ୍ୱିନୀ…

ରାଶିଫଳ: ରବିବାର, ଅକ୍ଟୋବର ୧୧ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ନୀଚାରୋହୀ ଶନିଙ୍କ ଦୃଷ୍ଟିରେ ରହିଥିବାରୁ ମାନସିକ ସ୍ଥିତି ଭଲ ରହିବନାହିଁ। କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଅନେକାଂଶରେ ଅସ୍ବାସ୍ଥ୍ୟକର ରହିପାରେ। ବିବାଦୀୟ କ୍ଷେତ୍ରରେ…

ରାଶିଫଳ: ଶନିବାର, ଅକ୍ଟୋବର ୧୦ ତାରିଖ – Daily Horoscope

ମେଷ ଆଜି ରାଶ୍ୟାଧିପତିଙ୍କ ନକ୍ଷତ୍ରସ୍ଥ ଚନ୍ଦ୍ର ସାହସିକତାର ପଦକ୍ଷେପ ନେଇ ପାରିବାରିକ ଏବଂ କର୍ମକ୍ଷେତ୍ରର ସମସ୍ୟା ସମାଧାନ କରିବେ। ଆବଶ୍ୟକତା ପୂରଣ ସକାଶେ ଅର୍ଥର ଅଭାବ ରହିବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?