Posted inRasifala

ରାଶିଫଳ: ବୁଧବାର, ଜୁନ୍‌ ୧୬ ତାରିଖ – Daily Horoscope

ମେଷ
ଆଜି ଚନ୍ଦ୍ରଙ୍କ କେନ୍ଦ୍ରରେ ବୃହସ୍ପତିଙ୍କ ଗଜକେଶରୀ ଯୋଗ ପ୍ରଭାବରୁ କର୍ମକ୍ଷେତ୍ର, ପାରିବାରିକସ୍ଥିତି ଓ ବାଣିଜ୍ୟବ୍ୟବସାୟର ଶୁଭଫଳ ପାଇବେ। ସ୍ବାସ୍ଥ୍ୟରେ ଆଂଶିକ ଉନ୍ନତି ସଙ୍ଗକୁ ବନ୍ଧୁ ମିଳନରୁ ଖୁସୀ ରହିବେ। ବନ୍ଧୁଙ୍କ ଉପରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ରାଜନୀତିରେ, ସାଂଗଠନିକ କ୍ଷେତ୍ରରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ।
ବୃଷ
ବୃଷ
ବୁଧ ରାହୁଙ୍କ ସମ୍ପର୍କ ଯୋଗୁ ଆଜିର କାମଗୁଡ଼ିକ ସମ୍ପନ୍ନ କରିବାରେ ବହୁତ ତକଲିପି ଭୋଗ କରିବାକୁ ପଡ଼ିବ। ଅବଶ୍ୟ ଯାତ୍ରା, ପରିବହନ, ବାଣିଜ୍ୟ ବ୍ୟବସାୟ କ୍ଷେତ୍ର ମନ୍ଦ ହେବନି। ଦ୍ୱନ୍ଦ୍ୱରେ ପଡ଼ି ପ୍ରତ୍ୟେକ ବ୍ୟକ୍ତିଙ୍କର କଥାକୁ ଠିକ୍‌ ଭାବେ ବୁଝିପାରିବେ ନାହିଁ। ପୂର୍ବ ସ୍ଥିରୀକୃତ ଯୋଜନା ଅନୁଯାୟୀ ବନ୍ଧୁଦ୍ୱାରକୁ ଗମନ କରିପାରନ୍ତି।
ମିଥୁନ
ମିଥୁନ
ଚନ୍ଦ୍ର କ୍ଷେତ୍ରସ୍ଥ ମଙ୍ଗଳ ଦ୍ୱିତୀୟଭାବସ୍ଥ ହେତୁ ଯୁକ୍ତିଯୁକ୍ତ କଥା କହି ପରିସ୍ଥିିତିକୁ ସୁଧାରି ନେବାରେ ସମର୍ଥ ହେବେ। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି ଉପକୃତ ହୋଇପାରନ୍ତି। ସାମାଜିକ କ୍ଷେତ୍ରରେ ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ବଦଳରେ ଅଭିଯୋଗ ପାଇବେ। ଅର୍ଥ ସମ୍ପର୍କକୁ କେନ୍ଦ୍ରକରି ବାଦବିବାଦ କ୍ରମେ ଜଟିଳ ହୋଇପାରେ।
କର୍କଟ
କର୍କଟ
ଶନି ଓ ମଙ୍ଗଳଙ୍କ ପାରସ୍ପରିକ ଦୃଷ୍ଟି ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି କରିବ। ପୁଷ୍ୟା ନକ୍ଷତ୍ର ବିଶିଷ୍ଟ ବ୍ୟକ୍ତିଙ୍କ ସହ ଯୋଗସୂତ୍ର ସ୍ଥାପନ କରି କାର୍ଯ୍ୟ ହାସଲ କରିବେ। ଈର୍ଷାପରାୟଣ ଶତ୍ରୁମାନଙ୍କର ସମସ୍ୟା ସୃଷ୍ଟି ମନକୁ ଭାରାକ୍ରାନ୍ତ କରିପାରେ। ବକେୟା ପ୍ରାପ୍ତିକୁ ଦୃଷ୍ଟିରେ ରଖି ବିନୟ ପୂର୍ଣ୍ଣ କଥା କହିଲେ ପରିସ୍ଥିତିକୁ ହାଲୁକା କରିବାରେ ସମର୍ଥ ହେବେ।
ସି˚ହ
ସି˚ହ
ରବି ଓ ଶୁକ୍ର ଏକତ୍ର ରହିଥିବାରୁ ପାରିପାର୍ଶ୍ୱିକ କ୍ଷେତ୍ରରେ କେତେକ ବ୍ୟତିକ୍ରମକୁ ସଜାଡି ନେବାରେ ଉଦ୍ୟମ କଲେ ଅବଶ୍ୟ ସଫଳ ହୋଇପାରିବେ। ଆର୍ଥିକ ସ୍ଥିତି ପୂର୍ବ ପରି ରହିବ ଓ ବିଭିନ୍ନ ଯୋଜନା କରିବାର ଚେଷ୍ଟା କରି କେତେକାଂଶରେ ସଫଳ ହେବେ। ସମ୍ପର୍କୀୟ ଜଣେ ବନ୍ଧୁ ପ୍ରତ୍ୟେକ ପ୍ରକାରର ସାହାଯ୍ୟର ପ୍ରତିଶ୍ରୁତି ଦେବେ।
କନ୍ୟା
ବୁଧ ଓ ବୃହସ୍ପତି ପରସ୍ପର କେନ୍ଦ୍ରସ୍ଥ ଯୋଗୁ କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ। ବୁଝିବିଚାରି ଓ ଅବସ୍ଥା ଦେଖି ବ୍ୟବସ୍ଥା କରନ୍ତୁ। ପ୍ରତ୍ୟେକ କ୍ଷେତ୍ରରେ ଧୈଯର୍‌ୟର ସହ ଅପେକ୍ଷା କରନ୍ତୁ, କାମ ଯଥାବିଧି ସମ୍ପନ୍ନ ହେବ ଓ ଅର୍ଥ, ସମ୍ମାନ ପାଇବେ। ଅନ୍ୟଦ୍ୱାରା ପ୍ରଭାବିତ ହୋଇ ବନ୍ଧୁ କେହି ଈର୍ଷା କରିପାରନ୍ତି।
ତୁଳା
ତୁଳା
ବୃହସ୍ପତିଙ୍କ ଦୃଷ୍ଟିରେ ଶୁକ୍ର ହେତୁ ଆଜିର ଆଲୋଚନା ଫଳପ୍ରଦ ହୋଇପାରିବ। ବ୍ୟବସାୟିକ, ସାମାଜିକ, ଅଭିବୃଦ୍ଧି କ୍ରମଶଃ ବୃଦ୍ଧି ପାଇବାରୁ ସାମୟିକ ଖୁସି ରହିବେ। ବହୁତ ଦିନରୁ ଅପେକ୍ଷା କରିଥିବା ସୁଯୋଗ ଆଜି ପାଇପାରନ୍ତି। ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି କାରଣରୁ ଶିଳ୍ପ ଓ ବାଣିଜ୍ୟରେ ପ୍ରତିବନ୍ଧକର ସମ୍ମୁଖୀନ ହେବାକୁ ପଡ଼ିପାରେ।
ବିଛା
ବିଛା
ଭାଗ୍ୟାଧିପତି ଗୁରୁଦୃଷ୍ଟ ହେତୁ ଆଜିର କାମରେ ସଫଳତା ନିଶ୍ଚିତ। ଜ୍ୟେଷ୍ଠା ନକ୍ଷତ୍ରର କେତେକ ଗୁରୁତ୍ୱପୂର୍ଣ୍ଣ କାମ ଅଟକିବା କାରଣରୁ କର୍ମକ୍ଷେତ୍ର ସମସ୍ୟାବହୁଳ ହୋଇପାରେ। ବନ୍ଧୁଙ୍କ ବିପରିତ ଆଚରଣ ଦୁଃଖ ଦେବ। ସାହିତ୍ୟ, ସଙ୍ଗୀତ, ଚଳଚ୍ଚିତ୍ର ପ୍ରଭୃତିରେ ସମସ୍ୟା, ବ୍ୟବସାୟରେ ପ୍ରତିବନ୍ଧକ ଯୋଗୁ ଚିନ୍ତିତ ରହିବେ।
ଧନୁ
ଧନୁ
ଶନି କ୍ଷେତ୍ରସ୍ଥ ବୃହସ୍ପତିଙ୍କ ପ୍ରଭାବରେ ଅତୀତ କଥା ଚିନ୍ତାକରି ମନ ଭାରାକ୍ରାନ୍ତ ରହିବ। ଅସଜଡା ପାରିବାରିକ ପରିସ୍ଥିତି ସହ କର୍ମକ୍ଷେତ୍ରରେ କଳହ ଲାଗିରହିପାରେ। ବ୍ୟବସାୟରେ ସତର୍କ ନ ହେଲେ ଠକାମିରେ ପଡିପାରନ୍ତି। ଜମିଜମା କାରବାର, କଚେରି ମାମଲା, ରାଜନୈତିକ କ୍ଷେତ୍ର ପ୍ରଭୃତିରେ ସମସ୍ୟା ସମାଧାନ ହୋଇଯିବ।
ମକର
ମକର
ସପ୍ତମାଧିପତି ଅଷ୍ଟମସ୍ଥ ହେତୁ ପ୍ରିୟଜନ ସହ ଆକସ୍ମିକ ଯୁକ୍ତିତର୍କ ଲାଗିପାରେ। ଆନୁଷ୍ଠାନିକ କ୍ଷେତ୍ରରେ କିମ୍ବା ଚେଷ୍ଟା କରୁଥିବା କାମରେ ସଫଳତା ମିଳିପାରେ। ବ୍ୟବସାୟୀମାନେ ପ୍ରତିଦ୍ୱନ୍ଦ୍ୱିତା ମଧ୍ୟରେ ନିଜର ଲକ୍ଷ୍ୟ ହାସଲ କରିପାରିବେ। ପାରିବାରିକ ଦୃଷ୍ଟିକୋଣରୁ ପରକଥାରେ ପଡି ନିଜ ଲୋକଙ୍କୁ ଭୁଲ୍‌ ବୁଝିପାରନ୍ତି।
କୁମ୍ଭ
କୁମ୍ଭ
ଚନ୍ଦ୍ର ଷଷ୍ଠସ୍ଥ ଯୋଗୁ ଆଜିର ପ୍ରତ୍ୟୁଷ ଯାତ୍ରା ପ୍ରୀତିପ୍ରଦ ରହି ନ ପାରେ। ଶତଭିଷା ନକ୍ଷତ୍ର ପାଇଁ ଗତକାଲିର ଯୋଜନା ମୁତାବକ କାମରେ ସୁବିଧା ସୁଯୋଗ ଆପଣାଛାଏ ଜୁଟିଯିବ। ଅପେକ୍ଷା କରିବାକୁ କହିଥିବା ବନ୍ଧୁଙ୍କୁ ନିର୍ଦ୍ଦିଷ୍ଟ ସ୍ଥାନରେ ନ ପାଇ ବ୍ୟସ୍ତ ହୋଇପାରନ୍ତି। ବ୍ୟବସାୟରେ ସଫଳତା ଓ ସୁବିଧାରେ କାମ ହାସଲ କରିବେ।
ମୀନମୀନ
କର୍ମାଧିପ ବ୍ୟୟଭାବସ୍ଥ ଯୋଗୁ ଅନ୍ୟମାନଙ୍କ ସାହାଯ୍ୟ, ସହଯୋଗ ଆଶାକରି ନିରାଶ ହେବେ। ଗବେଷଣା, ଅଧ୍ୟୟନ ଓ ଅଧ୍ୟାପନା, କଳା, ସାହିତ୍ୟ କ୍ଷେତ୍ରରୁ ସମ୍ମାନ ମିଳିବ। ପାରିବାରିକ କ୍ଷେତ୍ର ସମସ୍ୟା ସମାଧାନ ଦିଗକୁ ମୁହାଁଇବ। ନିଜ ପରିସରରେ ଏକ ଛୋଟ ଘଟଣା ଭିନ୍ନ ଆକାର ଧାରଣ କରିବାର ଆଶଙ୍କା ରହିଛି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଅକ୍ଟୋବର ୧୦ ତାରିଖ – Daily Horoscope

ମେଷ ଆଜି ରାଶ୍ୟାଧିପତିଙ୍କ ନକ୍ଷତ୍ରସ୍ଥ ଚନ୍ଦ୍ର ସାହସିକତାର ପଦକ୍ଷେପ ନେଇ ପାରିବାରିକ ଏବଂ କର୍ମକ୍ଷେତ୍ରର ସମସ୍ୟା ସମାଧାନ କରିବେ। ଆବଶ୍ୟକତା ପୂରଣ ସକାଶେ ଅର୍ଥର ଅଭାବ ରହିବ…

ରାଶିଫଳ: ଶୁକ୍ରବାର, ଅକ୍ଟୋବର ୯ ତାରିଖ – Daily Horoscope

ମେଷ ଆଜି ଋଣ ପରିଶୋଧ, ବିବାଦୀୟ ଘଟଣା, ଦୂରଯାତ୍ରା କିମ୍ବା ଶତ୍ରୁତା କରୁଥିବା ବ୍ୟକ୍ତି ବିଷୟରେ ଚିନ୍ତା କରିବେ। ସାଧାରଣ କଥାରେ ବନ୍ଧୁ ସମ୍ପର୍କ ଫିକା ପଡିଯିବାରୁ…

ରାଶିଫଳ: ଗୁରୁବାର, ଅକ୍ଟୋବର ୮ ତାରିଖ – Daily Horoscope

ମେଷ ଆଜି ଜମିଜମା କାରବାରକୁ ନେଇ ମତାନ୍ତର ଉପୁଜିବ। ବନ୍ଧୁ ଏବଂ ପରିଜନଙ୍କ ସହିତ ପ୍ରତ୍ୟୁଷ ଯାତ୍ରା ମନକୁ ଆନନ୍ଦ ପ୍ରଦାନ କରିପାରେ। କୃତ୍ତିକା ନକ୍ଷତ୍ରର ମନରେ…

ରାଶିଫଳ: ବୁଧବାର, ଅକ୍ଟୋବର ୭ ତାରିଖ – Daily Horoscope

ମେଷ ଆଜିର ପାପଗ୍ରହ ମଧ୍ୟସ୍ଥ ଚନ୍ଦ୍ରଙ୍କ ଯୋଗୁ ମାନସିକ ଅସ୍ଥିରତା ଭିତରେ ଦିନଟି କଟିବ। ଶିଳ୍ପ, ବାଣିଜ୍ୟ, ପରିବହନ ଏବଂ ଆନୁଷ୍ଠାନିକ କ୍ଷେତ୍ରରେ ଆଶାଜନକ ଫଳ ପ୍ରାପ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?