Posted inRasifala

ରାଶିଫଳ: ବୁଧବାର, ଅଗଷ୍ଟ ୧୬ ତାରିଖ – Daily Horoscope

ମେଷ
ଆଜି ଆପଣ ଅନେକ ମାନସିକ ଦ୍ୱନ୍ଦ୍ୱ ଓ ଆଶା, ନିରାଶା ମଧ୍ୟରେ ବ୍ୟସ୍ତ ରହିବେ। ଘର କଥା ହେଉ କିମ୍ବା କର୍ମକ୍ଷେତ୍ର କଥା ହେଉ ସବୁ କାମ ଗୋଳିଆ ରହିବ। କିଛି ଆଲୋଚନା ଓ ସମାଲୋଚନା ଭିତରେ ସମାଧାନ ପୂର୍ବକ ପରିବାରରେ ଶାନ୍ତି ଫେରି ଆସିବ। ନିଜ ଲୋକମାନେ ଅସୁବିଧାରେ ପକାଇପାରନ୍ତି, ଏଣୁ ସତର୍କ ରହିବା ଭଲ।
ବୃଷ
ବୃଷ
ପରିବାରରେ ମତାନ୍ତରଜନିତ ଅଶାନ୍ତି ଲାଗିରହିବ। ଆଇନ ଅଦାଲତ, କଳା, କ୍ରୀଡ଼ା, ଚଳଚ୍ଚିତ୍ର କ୍ଷେତ୍ର ବିଶେଷ ମନ୍ଦ ହେବନି। ସାଙ୍ଗସାଥୀ କିମ୍ବା ବନ୍ଧୁ ହୁଅନ୍ତୁ, ସେମାନେ କହିବେ ବହୁତ କିନ୍ତୁ କାମ କଲା ବେଳକୁ ଜିରୋ। ଆଜିର ଯାତ୍ରା, ବାଣିଜ୍ୟ, ସ୍ତ୍ରୀଙ୍କ ସମ୍ପର୍କ ଦିଗରୁ ଲାଭବାନ୍‌ ହେବେ।
ମିଥୁନ
ମିଥୁନ
ଭୁଲ୍‌ ବୁଝାମଣା ହେତୁ ଟିକିଏ ଟିକିଏ କଥାରେ କଳହ ଲାଗିପାରେ। ଟଙ୍କା ପଇସା ସମ୍ପର୍କିତ ଝମେଲାର ସମ୍ମୁଖୀନ ହେବାର ସମ୍ଭାବନା ରହିଛି। ପରିବହନ, ବ୍ୟବସାୟ, ସଭାସମିତି, ଜମିଜମା କ୍ରୟ ବିକ୍ରୟ କ୍ଷେତ୍ରରେ ଉନ୍ନତ ମାନର ଫଳ ମିଳିବ। ଜଣେ ବନ୍ଧୁଙ୍କଠାରୁ ଆଶାନୁଯାୟୀ ଅର୍ଥ ସାହାଯ୍ୟରୁ ମନ ଅପରାହ୍ନେ ଖୁସି ରହିବ।
କର୍କଟ
କର୍କଟ
ଆଜି ଆପଣ କେତେକ କ୍ଷେତ୍ରରେ ଠିକ୍‌ ନିଷ୍ପତ୍ତିି ନେଇପାରିବେ ନାହିଁ। ପରିବାର ଲୋକମାନଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ। ସଭାସମିତି କିମ୍ବା ସାଂଗଠନିକ କିମ୍ବା ଆନୁଷ୍ଠାନିକ କ୍ଷେତ୍ରରେ ସହଯୋଗ, ସୁଖ ସମ୍ମାନ ପାଇ ଖୁସି ହେବେ। ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃୃଷ୍ଟି କରିପାରେ।
ସି˚ହ
ସି˚ହ
ଆଜିର ପରିସ୍ଥିତି ଓ ରହୁଥିବା ପରିବେଶରେ କିଛି ଗଡବଡ ସୃଷ୍ଟି ହୋଇପାରେ। ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ସାମାନ୍ୟ ବିଳମ୍ବରେ ପାଇଯିବେ। କର୍ମ କ୍ଷେତ୍ରରେ ବାଧା ଉପୁଜିବ ତଥାପି ବ୍ୟସ୍ତ ହୁଅନ୍ତୁ ନାହିଁ, କାମ ଅଟକିବ ନାହିଁ। ଖର୍ଚ୍ଚ ପରିମାଣ ବୃଦ୍ଧି ଯୋଗୁ ମନରେ ସରସତା ରହି ନ ପାରେ।
କନ୍ୟା
ଆଜିର ଜୀବନ ଯାତ୍ରାରେ ଯାହା କହିବେ କିମ୍ବା କରିବେ ସବୁ ଭାବିଚିନ୍ତି କରିବା ଭଲ ହେବ। ଦୀର୍ଘଦିନର ଚେଷ୍ଟା ପରେ ଋଣ ସୂତ୍ରରେ ଆଜି ହିଁ ଅର୍ଥଲାଭ କରିବେ। କଠିନଶ୍ରମ ଜନିତ ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିପାରନ୍ତି। କର୍ମକ୍ଷେତ୍ରରେ ଅପରାହ୍ନେ ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ।
ତୁଳା
ତୁଳା
ଆଳସ୍ୟ ଓ ଅବହେଳା ସଙ୍ଗକୁ କାଳ କ୍ଷେପଣ ନୀତି ହେତୁ ସଫଳତା ପାଇବା କଷ୍ଟକର ହୋଇପଡିବ। ଅତି ନିଜର ଲୋକମାନେ ଈର୍ଷା ପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେଇପାରନ୍ତି। ପରିଜନଙ୍କ ସହିତ ଆଜିର ସକାଳୁଆ ଯାତ୍ରା ଶୁଭପ୍ରଦ ହେବ। ଛୋଟ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡିପାରନ୍ତି।
ବିଛା
ବିଛା
ବିନା କାରଣରେ ଝଗଡା ସଙ୍ଗକୁ ପରିବାରରେ ଅଶାନ୍ତିର ବାତାବରଣ ସୃଷ୍ଟି କରାଇପାରେ। ବିବାଦୀୟ ପରିସ୍ଥିତିର ଦୃଢ଼ ମୁକାବିଲା କରି ଆପଣ ବିଜୟୀ ହେବେ । ବ୍ୟବସାୟକୁ ଆଗକୁ ବଢାଇବା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରିବେ। କଳା ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ।
ଧନୁ
ଧନୁ
ଅନ୍ୟର ସରଳ କଥାକୁ ବିଶ୍ୱାସ କରି ହଇରାଣରେ ପଡିପାରନ୍ତି। ଉନ୍ନୟନମୂଳକ କାମ ବାଧାପ୍ରାପ୍ତ ହେବାର ସମ୍ଭାବନା ରହିଛି। ପାରିବାରିକ, ପରିବହନ, ଛୋଟ ଦୋକାନ, ହୋଟେଲ ପ୍ରଭୃତିରୁ ଆଶାଜନକ ସୁଫଳ ମିଳିବ। କୌଣସି ଆଗନ୍ତୁକ ଆପଣଙ୍କ ସକାଶେ ମୁଣ୍ଡବ୍ୟଥାର କାରଣ ହେବ।
ମକର
ମକର
ଭୁଲ୍‌ବୁଝାମଣା ହେତୁ କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ସହ ତିକ୍ତତା ଦେଖାଦେଇପାରେ। ବ୍ୟବସାୟ ବାଣିଜ୍ୟରେ ପ୍ରତିବନ୍ଧକ ସୃୃଷ୍ଟି ହେଲେ ମଧ୍ୟ କୌଣସି ଅସୁବିଧା ହେବ ନାହିଁ। ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ବଦଳରେ ଅଭିଯୋଗ ପାଇବେ। ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିବ।
କୁମ୍ଭ
କୁମ୍ଭ
ନିଜର ଲୋକମାନଙ୍କ କାର୍ଯ୍ୟ କଳାପ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି। ଘରକୁ ଆଗନ୍ତୁକ ମାନଙ୍କ ସେବା ଓ ପରୋପକାରରୁ ପ୍ରଶଂସିତ ହେବେ। ଭାଇଙ୍କ ସ୍ବାସ୍ଥ୍ୟ ସକାଶେ ଖର୍ଚ୍ଚାନ୍ତ ହେବାକୁ ପଡିପାରେ। ନୂତନ ଭାବେ ଆରମ୍ଭ କରିବାକୁ ଥିବା କାର୍ଯ୍ୟ ସକାଶେ ତପତ୍ରତା ପ୍ରକାଶ କରିବେ।
ମୀନମୀନ

ବନ୍ଧୁଙ୍କ ସହ ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନେ ମନାନ୍ତର ସୃଷ୍ଟି ହୋଇପାରେ। ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ଆର୍ଥିକ ସ୍ବଚ୍ଛଳତା ଆସିବ ଓ ପ୍ରିୟ ବନ୍ଧୁଙ୍କ ସାନ୍ନିଧ୍ୟ ଲାଭରୁ ଖୁସି ହେବେ। ଇଚ୍ଛା ବିରୋଧରେ କୌଣସି କାମ କରି ପଶ୍ଚାତ୍ତାପ କରିବାକୁ ପଡ଼ିପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଅକ୍ଟୋବର ୧ ତାରିଖ – Daily Horoscope

ମେଷ ଆଜି ମୁଖଭାବସ୍ଥ ଚନ୍ଦ୍ରଙ୍କ ଯୋଗୁ କୋମଳ ବଚନ ମାଧ୍ୟମରେ ପାରିବାରିକ ଅଶାନ୍ତିକୁ ବଦଳାଇଦେଇ ପାରିବେ। ମଙ୍ଗଳଙ୍କ ଦୁର୍ବଳତା ଯୋଗୁ ସ୍ବାସ୍ଥ୍ୟ ଭଲ ରହି ନ ପାରେ।…

ରାଶିଫଳ: ବୁଧବାର, ସେପ୍ଟେମ୍ବର ୩୦ ତାରିଖ – Daily Horoscope

ମେଷ ଅଟକି ରହିଥିବା କାମଗୁଡ଼ିକ ଯୋଗୁ ମାନସିକ ଶାନ୍ତି ବ୍ୟାହତ ହେବ। କର୍ମକ୍ଷେତ୍ର, ବ୍ୟବସାୟ, ପରିବହନ, ସଭାସମିତିରେ ପ୍ରତିକୂଳ ପରିସ୍ଥିତିର ଚାପ ବଢ଼ିପାରେ। ସମ୍ପର୍କୀୟଙ୍କ ମିଥ୍ୟା ଅଭିଯୋଗ…

ରାଶିଫଳ: ମଙ୍ଗଳବାର , ସେପ୍ଟେମ୍ବର ୨୯ ତାରିଖ – Daily Horoscope

ମେଷ ଅସୁସ୍ଥ ପାରିବେଶିକ କୁପ୍ରଭାବ, ମାନସିକ ଓ ଶାରୀରିକ ଦିଗ ପାଇଁ ଅନୁକୂଳ ହେବ ନାହିଁ। ତଥାପି ଆର୍ଥିକ ଅଭିବୃଦ୍ଧି, ଧର୍ମୀୟ ଭାବନା, ବନ୍ଧୁମିଳନରୁ ଖୁସି ରହିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?