Posted inRasifala

ରାଶିଫଳ: ମଙ୍ଗଳବାର, ନଭେମ୍ବର ୧୫ ତାରିଖ – Daily Horoscope

ମେଷ
ଆଜି ଆର୍ଥିକ ସ୍ଥିତି ଦୁର୍ବଳ ରହିବା କାରଣରୁ ନିରୁସତ୍ାହିତ ହୋଇ କାମ କରିବେ। କରଜଦାତାଙ୍କ ଚାପ ବୃଦ୍ଧି ପାଇବା କାରଣରୁ ସମସ୍ୟା ଭିତରେ ଉବୁଟୁବୁ ହେବେ। ଅବଶ୍ୟ ଆଲୋଚନା ପରିସର, ସଭାସମିତିରେ, କଳାସାହିତ୍ୟରେ, ଗବେଷଣା କାର୍ଯ୍ୟରୁ ପ୍ରଶଂସିତ ହୋଇପାରନ୍ତି। ଆଶା କରିଥିବା କାମ ହାସଲ କରିବାର ପ୍ରଯନତ୍ କରିବେ।
ବୃଷ
ବୃଷ
ବୁଧ ଓ ଶୁକ୍ରଙ୍କ ରାଶି ପ୍ରତି ଦୃଷ୍ଟି ହେତୁ ଆର୍ଥିକ ସ୍ଥିତିରେ ଉନ୍ନତି ସାଙ୍ଗକୁ ଯାତ୍ରା ପ୍ରୀତିପ୍ରଦ ରହିବ । ଦୀର୍ଘଦିନରୁ ଦୂରେଇଯାଇଥିବା ବନ୍ଧୁଟି ପୁନଶ୍ଚ ଫେରି ଆସିବାର ଉପକ୍ରମ କରିବ। ପାରିବାରିକ ସ୍ତରରେ ସ୍ତ୍ରୀଙ୍କ ଚିଡ଼ା ସ୍ବଭାବ ପାଇଁ କ୍ଷୁବ୍ଧ ହେବେ। ଯାନବାହନ, ଜମିଜମା, ପ୍ରେସ୍‌, ପବ୍ଳିକେଶନ ସ୍ତରରେ ରହିଥିବା ସମସ୍ୟା ଦୂରୀଭୂତ ହୋଇଯିବ।
ମିଥୁନ
ମିଥୁନ
ଆଜି ଧନାଧିପ ସ୍ବଗୃହସ୍ଥ ଯୋଗୁ ମିଠାକଥା କହି ବନ୍ଧୁ ମନ ତୋଷିବେ। ଘରର ବରାଦ ଅନୁଯାୟୀ ଫେରିବା ବାଟରୁ କିଛି ନୂଆ ଜିନିଷ ଘରକୁ ଆଣି ପାରନ୍ତି। ପ୍ରକାଶନ, ସଙ୍ଗଠନ, ରାଜନୀତି, କଳା, ସାହିତ୍ୟ କ୍ଷେତ୍ରରେ ଶୁଭଫଳ ପାଇବେ। ସ୍ବାସ୍ଥ୍ୟରେ ଅବନତି ପରିଲକ୍ଷିତ ହେବାରୁ ସାମୟିକ ଚିନ୍ତିତ ରହିପାରନ୍ତି।
କର୍କଟ
କର୍କଟ
ଷଷ୍ଠାଧିପଙ୍କୁ ଶନିଙ୍କ ଦୃଷ୍ଟି ରହିଥିବାରୁ ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ। ଆକସ୍ମିକ ଭାବରେ କିଛି ମୂଲ୍ୟବାନ୍‌ ଜିନିଷ କିଣିବା ସକାଶେ ଅର୍ଥ ଆବଶ୍ୟକ ହୋଇପାରେ । ସାମାଜିକ ସ୍ତରରେ ନିଜ ଲୋକଙ୍କୁ ମନେଇ କାର୍ଯ୍ୟ ସାଧନ କରିବେ। ସାଂସ୍କୃତିକ କାର୍ଯ୍ୟକ୍ରମ, ସଭାସମିତି, ପରିବହନ, ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରୁ ସୁଫଳ ମିଳିବ।
ସି˚ହ
ସି˚ହ
କର୍ମଭାବରେ ବକ୍ରୀ ମଙ୍ଗଳ ରହିଥିବାରୁ ଅନାବଶ୍ୟକ ଭାବେ ବହୁତ ଖର୍ଚ୍ଚ କରିବାକୁ ବାଧ୍ୟହେବାରୁ ମନ ଭଲ ରହିବ ନାହିଁ। ଅଫିସ୍‌ରେ ଅଟକି ରହିଯାଇଥିବା କାମଟିକୁ ପୂର୍ଣ୍ଣାଙ୍ଗ ରୂପ ଦେବେ। ଜଣେ ବନ୍ଧୁଙ୍କ ସାହାଯ୍ୟରେ ପାରିବାରିକ ସମସ୍ୟା ସମାଧାନ ହେବାର ଆଶା ରହିଛି। ସ୍ବାସ୍ଥ୍ୟ ସମସ୍ୟା ସାମୟିକ ଚିନ୍ତାର କାରଣ ହୋଇପାରେ।
କନ୍ୟା
ବୁଧ ତୃତୀୟସ୍ଥ ଯୋଗୁ ଯାହା ପାଇବା କଥା ଆଶାନୁରୂପ ପାଇପାରିବେ ନାହିଁ। ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ କ୍ରମାଗତ ଭାବେ ସମସ୍ୟା ଲାଗିରହିବ। ବିଭିନ୍ନ ବାଧା, ବିଘ୍ନ ଓ ସମସ୍ୟା ହେତୁ ନେଗେଟିଭ୍‌ ଚିନ୍ତାଧାରା ମନକୁ ଆକ୍ରାନ୍ତ କରିବ। ବ୍ୟବସାୟ, ପରିବହନ ଓ ବାଣିଜ୍ୟରେ ଅବଶ୍ୟ ସନ୍ତୁଷ୍ଟ ରହିପାରନ୍ତି।
ତୁଳା
ତୁଳା
କର୍ମକ୍ଷେତ୍ରରେ ଚନ୍ଦ୍ରଙ୍କ ଅବସ୍ଥିତି ଆପଣଙ୍କୁ ଗୌରବାନ୍ବିତ କରାଇବ। ଏକ ନିର୍ଦ୍ଦିଷ୍ଟ ଦିଗରେ ଖର୍ଚ୍ଚ କରିବାକୁ ରଖିଥିବା ଟଙ୍କା ଭିନ୍ନ ବାଟରେ ଖର୍ଚ୍ଚ ହୋଇଯାଇପାରେ। ଆମତ୍ୀୟଙ୍କ ସ୍ବାର୍ଥ ହାସଲ ନ ହୋଇପାରିବା କାରଣରୁ ସେମାନେ ସମାଲୋଚନା କରିପାରନ୍ତି। ସୁଯୋଗ ପାଇଲେ ମଧ୍ୟ ସଦ୍‌ବ୍ୟବହାର କାଠିକର ପାଠ ହେବ।
ବିଛା
ବିଛା
ବୁଧଙ୍କ କୁପ୍ରଭାବରୁ ନିଜର ପରି ଅଭିନୟ କରୁଥିବା ବ୍ୟକ୍ତିଟି ପ୍ରତି ବିରକ୍ତିଭାବ ପ୍ରକାଶ ପାଇବ। ସାହିତ୍ୟ, ସାମ୍ବାଦିକତା, ରାଜନୀତି, ପ୍ରକାଶନ, ପ୍ରଶାସନିକ ସ୍ତରରେ ଅଭୀଷ୍ଟ ସିଦ୍ଧି ଘଟିବ। ବ୍ୟବସାୟିକ ସ୍ଥିତି ମାନ୍ଦା ହେବ ନାହଁି । ଆନୁଷ୍ଠାନିକ କ୍ଷେତ୍ରରେ ଆକସ୍ମିକ ଭାବରେ ଉଚ୍ଚ ସମ୍ମାନ ଓ ବସ୍ତ୍ରଭୂଷଣ ପ୍ରାପ୍ତି ଯୋଗ ରହିଛି।
ଧନୁ
ଧନୁ
ଶନିଙ୍କ ଦୃଷ୍ଟିରେ ଚନ୍ଦ୍ର ରହିଥିବାରୁ ନିମ୍ନ ରକ୍ତଚାପ ସାଙ୍ଗକୁ ଉଦାସୀନତା ଅନୁଭବ କରିବେ। ବନ୍ଧୁଙ୍କ ସହ ଭ୍ରମଣ ଓ କାର୍ଯ୍ୟସିଦ୍ଧି ଯୋଗୁ ମନ ପ୍ରଫୁଲ୍ଲ ରହିବ। ପାରସ୍ପରିକ ଉତ୍ତମ ବୁଝାମଣା କାରଣରୁ ପାରିବାରିକ ପରିସ୍ଥିତି ଠିକ୍‌ ରହିବ। ହୋଟେଲ, ଦୋକାନ, ବ୍ୟବସାୟ, ବାଣିଜ୍ୟ ପ୍ରଭୃତିରେ ସୁଫଳ ଅବଶ୍ୟ ପାଇବେ।
ମକର
ମକର
କର୍ମକ୍ଷେତ୍ରରେ ଗାମ୍ଭୀର୍ଯ୍ୟପୂର୍ଣ୍ଣ କଥା ଆପଣଙ୍କ ବ୍ୟକ୍ତିତ୍ୱକୁ ଶୀର୍ଷ ସ୍ଥାନକୁ ନେଇଯିବ । ଆଜି କାମ ଶେଷ ପର୍ଯ୍ୟାୟକୁ ଯିବା ପୂର୍ବରୁ କୌଣସି ଅଘଟଣ ଘଟିପାରେ। ଘରୋଇ ଆଲୋଚନାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହମତିରେ କରିବା ଭଲ। ଅର୍ଥ ସମ୍ପର୍କ, ଅତିଥି ଚର୍ଚ୍ଚା, ଯାତ୍ରା, ଆଇନ ଅଦାଲତ କ୍ଷେତ୍ରରେ ସଫଳତା ନିଶ୍ଚିତ।
କୁମ୍ଭ
କୁମ୍ଭ
ମୁଖଭାବରେ ବୃହସ୍ପତି ଯୋଗୁ ସମସ୍ୟା ବିଜଡ଼ିତ ପରିସ୍ଥିତିରେ ମଧ୍ୟ ଯୁକ୍ତିଯୁକ୍ତ କଥା କହି ସମସ୍ୟା ସୁଧାରି ନେବେ। ନିଜର ପ୍ରାଧାନ୍ୟ ଜାହିର କରିବାକୁ ଯାଇ ଅପଦସ୍ଥ ହୋଇପାରନ୍ତି। ସତ୍‌ସଙ୍ଗ ପ୍ରତି ମନ ବଳିବ। ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରୁ ସୁଫଳ ପାଇବେ। ପରିବହନ, ପ୍ରଶାସନ ସ୍ତରରେ କାର୍ଯ୍ୟ ସାଧନକରି ଖୁସି ହୋଇପାରନ୍ତି।
ମୀନମୀନ
ସମସ୍ୟା ସମାଧାନ ହେତୁ ଆଶ୍ୱସ୍ତି ଅନୁଭବ କରିବେ। ପାରିବାରିକ ଜୀବନରେ ବୁଝାମଣା ନେଇ ବିତର୍କ ହୋଇପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ପାଇଁ ଦିନଟି ବହୁ ଶୁଭଙ୍କରୀ ହେବ। ହଠାତ୍‌ ହଜି ଯାଇଥିବା ବ୍ୟକ୍ତ, ଚୋରିଯାଇଥିବା ଜିନିଷର ଖୋଜ ଖବର ପାଇପାରନ୍ତି। କେତେକ କ୍ଷେତ୍ରରେ ନିଜର ଅସହାୟତା ପ୍ରକାଶ କରି ଲଜ୍ଜିତ ହେବା ଆଶଙ୍କା ରହିଛି ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର , ଅକ୍ଟୋବେର ୧୩ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ରଙ୍କ ସୁପ୍ରଭାବରେ ମାନସିକ ସନ୍ତୁଳନ ରକ୍ଷା କରିବାରେ ଅସମର୍ଥ ହେବେ। ପ୍ରତ୍ୟେକ କାମ ଟିକିଏ ବିଳମ୍ବ ଓ ଝମେଲା ଭିତରେ ହିଁ ହେବ, କିନ୍ତୁ ଯଦି…

ରାଶିଫଳ: ସୋମବାର, ଅକ୍ଟୋବର ୧୨ ତାରିଖ – Daily Horoscope

ମେଷ ଆପଣଙ୍କ କଠୋରକ୍ତି ଫଳରେ ମୁହଁ ସାମ୍ନାରେ କଥା କହିବାକୁ ଅନ୍ୟମାନେ ପଛେଇ ରହିବେ। ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହିବେ। ଅଶ୍ୱିନୀ…

ରାଶିଫଳ: ରବିବାର, ଅକ୍ଟୋବର ୧୧ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ନୀଚାରୋହୀ ଶନିଙ୍କ ଦୃଷ୍ଟିରେ ରହିଥିବାରୁ ମାନସିକ ସ୍ଥିତି ଭଲ ରହିବନାହିଁ। କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଅନେକାଂଶରେ ଅସ୍ବାସ୍ଥ୍ୟକର ରହିପାରେ। ବିବାଦୀୟ କ୍ଷେତ୍ରରେ…

ରାଶିଫଳ: ଶନିବାର, ଅକ୍ଟୋବର ୧୦ ତାରିଖ – Daily Horoscope

ମେଷ ଆଜି ରାଶ୍ୟାଧିପତିଙ୍କ ନକ୍ଷତ୍ରସ୍ଥ ଚନ୍ଦ୍ର ସାହସିକତାର ପଦକ୍ଷେପ ନେଇ ପାରିବାରିକ ଏବଂ କର୍ମକ୍ଷେତ୍ରର ସମସ୍ୟା ସମାଧାନ କରିବେ। ଆବଶ୍ୟକତା ପୂରଣ ସକାଶେ ଅର୍ଥର ଅଭାବ ରହିବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?