Posted inRasifala

ରାଶିଫଳ: ରବିବାର, ଜୁନ୍ ୧୫ ତାରିଖ – Daily Horoscope

ମେଷ
ଆଜି ଏକାଧାରରେ ଅର୍ଥ, ବସ୍ତ୍ରଭୂଷଣ, ଉଚ୍ଚ ସମ୍ମାନ ଏବଂ ବନ୍ଧୁଙ୍କ ଆତିଥ୍ୟଯୋଗ ରହିଛି। ସହକର୍ମୀଙ୍କ ସୌହାର୍ଦ୍ଦ୍ୟ ମଧ୍ୟରେ ନୂତନ ଯୋଜନା ପ୍ରଣୟନ କରିପାରନ୍ତି। ବ୍ୟବସାୟ ଓ ପରିବହନରେ ଶିଥିଳତା ଦେଖାଦେବା କାରଣରୁ ଚିନ୍ତିତ ରହିପାରନ୍ତି। ପାରିବାରିକ କ୍ଷେତ୍ରରେ ବୁଝାମଣାର ଅଭାବ ଅଶାନ୍ତ ପରିସ୍ଥିତି ସୃଷ୍ଟି କରିପାରେ।
ବୃଷ
ବୃଷ
କଠୋର ସତ୍ୟ ପ୍ରକାଶ ବନ୍ଧୁ ସମ୍ପର୍କକୁ ତିକ୍ତ କରିଦେଇପାରେ। ଆଲୋଚନା ପରିସରରେ ଆପଣ ସଠିକ୍‌ ନିଷ୍ପତ୍ତି ନେଇପାରିବେ ନାହିଁ। ଯାହା କରିବା ପାଇଁ ଭାବୁଥିବେ ନିର୍ଦ୍ଦିଷ୍ଟ ସମୟର କିଛି ପୂର୍ବରୁ ପରିସ୍ଥିତି ବଦଳି ଯିବାର ସୂଚନା ରହିଛି। କିନ୍ତୁ ପାରିବାରିକ କ୍ଷେତ୍ରରେ କେତେକ ବ୍ୟତିକ୍ରମ ରହିଥିଲେ ମଧ୍ୟ ବିଶେଷ ଅସୁବିଧା ହେବନାହିଁ।
ମିଥୁନ
ମିଥୁନ
ପରୋକ୍ଷ ଶତ୍ରୁତା କାରଣରୁ ଆପଣଙ୍କ ନିର୍ଦ୍ଦିଷ୍ଟ ସ୍ଥାନରୁ ଅର୍ଥପ୍ରାପ୍ତିର ଆଶା ମଉଳି ଯାଇପାରେ। ପ୍ରତିବନ୍ଧକ ଲାଗି ରହିବାରୁ କର୍ମକ୍ଷେତ୍ରରେ ତରବରିଆ ପଦକ୍ଷେପ ନେଲେ ଅସୁବିଧା ଭୋଗିବେ। ପରିବାରରେ ମନର ଭାବ ପ୍ରକାଶ କରିବାରେ ପଛେଇଯିବେ। ମକଦ୍ଦମା କ୍ଷେତ୍ରରେ ସମସ୍ୟା ସମାଧାନର କ୍ଷୀଣ ଆଶା ରହିଛି।
କର୍କଟ
କର୍କଟ
ଅର୍ଥନୈତିକ ଅଭିବୃଦ୍ଧି ଘଟିବା ସହ ବିଶିଷ୍ଟବ୍ୟକ୍ତିଙ୍କ ଅନୁକମ୍ପା ପ୍ରାପ୍ତ ହୋଇପାରେ। ଯାହା ବହୁତ ଦିନ ହେଲା ମନେମନେ ଭାବୁଥିଲେ ଆଜି ତାହା ବାସ୍ତବରେ ପରିଣତ ହେବ। କର୍ମକ୍ଷେତ୍ରରେ ଦୀର୍ଘଦିନରୁ ରହିଆସୁଥିବା ବିବାଦର ଅନ୍ତ ଘଟିବାର ସୂଚନା ରହିଛି। ସରକାରୀ ସ୍ତରରୁ କିମ୍ବା ଆଇନର ସହାୟତାରୁ ଉପକୃତ ହେବେ।
ସି˚ହ
ସି˚ହ
ପଦସ୍ଥ ବ୍ୟକ୍ତିଙ୍କ ସହାୟତାରୁ ପଦୋନ୍ନତିର ସୁଯୋଗ ପାଇବେ। ଏକ ଆନନ୍ଦଦାୟକ ପରିବେଶରେ ବନ୍ଧୁଙ୍କ ସହ ସମ୍ପର୍କ ବୃଦ୍ଧି ପାଇବ। ପାରିବାରିକ ଅସ୍ଥିରତା ଦୂରୀଭୂତ ହେବା ସାଙ୍ଗକୁ କର୍ମକ୍ଷେତ୍ରରେ ସମସ୍ୟା ମଧ୍ୟ ଦୂରେଇଯିବ। ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣ ମଧ୍ୟରେ ରହିବା ସାଙ୍ଗକୁ ପଡ଼ୋଶୀଙ୍କ ସୌହାର୍ଦ୍ଦ୍ୟ ମଧ୍ୟ ଲାଭ କରିବେ।
କନ୍ୟା
ଆଜି ଅର୍ଥଲାଭ, ବସ୍ତ୍ରାଳଙ୍କାର ପ୍ରାପ୍ତି ଓ ବନ୍ଧୁଗହଣରେ ମିଷ୍ଟାନ୍ନ ଭୋଜନ ଯୋଗ ରହିଛି। ପାରିବାରିକ ଖର୍ଚ୍ଚଭାର କ୍ରମଶଃ ବୃଦ୍ଧି ପାଉଥିବା ଯୋଗୁ ଚିନ୍ତା ପ୍ରକଟ କରିବେ। ଆଗାମୀ ମାଙ୍ଗଳିକ କାମ ସକାଶେ ଘର ସାଜସଜ୍ଜା ସକାଶେ ଯତ୍ନବାନ ହେବେ। ମୂଲ୍ୟବାନ୍‌ ଜିନିଷ କ୍ରୟକରିବା ସକାଶେ ବନ୍ଧୁଙ୍କ ସାହାଯ୍ୟ ଆବଶ୍ୟକ ହୋଇପାରେ।
ତୁଳା
ତୁଳା
ଯାତ୍ରାକାଳରେ ଅନ୍ୟମନସ୍କ ଜନିତ ସମସ୍ୟା ଉପୁଜିପାରେ। ସାଂସ୍କୃତିକ କାର୍ଯ୍ୟକ୍ରମରୁ କିମ୍ବା ଉଚ୍ଚସ୍ତରରୁ ସମ୍ମାନିତ ହୋଇପାରନ୍ତି। ପରିବାରରେ ଦାୟିତ୍ୱ କ୍ରମେ ବୃଦ୍ଧି ପାଇବ, କିନ୍ତୁ ବାଣିଜ୍ୟ ପାଇଁ ଦିନଟି ମନ୍ଦ ନୁହେଁ। ପ୍ରଶାସନିକ ସ୍ତରରେ, ରାଜନୈତିକ କ୍ଷେତ୍ରରେ, ଆଇନ ଅଦାଲତରେ ନିଜର ସ୍ଥିତିକୁ ସୁଦୃଢ଼ କରିପାରିବେ।
ବିଛା
ବିଛା
ଅନୁକୂଳ ଗ୍ରହଯୋଗ ପ୍ରଭାବରୁ ଅର୍ଥ, ସମ୍ମାନ, ବନ୍ଧୁପ୍ରୀତି ମାଧ୍ୟମରେ ଆନନ୍ଦ ପ୍ରାପ୍ତି ଘଟିବ। ସମସ୍ୟା ଆସିଲେ ମଧ୍ୟ ତାହାର ସମାଧାନର ଉପାୟ ବାହାର କରିନେବେ। ବ୍ୟବସାୟିକ କାରବାର ବୃଦ୍ଧି ପାଇବ ଏବଂ ଆର୍ଥିକ ସ୍ବଚ୍ଛଳତା ଫେରି ପାଇବେ। ଚେଷ୍ଟା କରୁଥିବା କାମରେ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିବେ।
ଧନୁ
ଧନୁ
ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣରେ ରହିବା ଯୋଗୁ ଆଶ୍ୱସ୍ତ ହେବେ। ଅନ୍ୟମାନଙ୍କ ଉପରେ ଅଭିମାନ କରି ସ୍ବାସ୍ଥ୍ୟ ପ୍ରତି ଅବହେଳା କରିବା ହେତୁ ଅନୁତାପ କରିବାକୁ ପଡ଼ିପାରେ। କର୍ମକ୍ଷେତ୍ର, ସଙ୍ଗଠନ, ପ୍ରଶାସନ ଓ ପଡ଼ୋଶୀଙ୍କ ଆଦରରୁ ଖୁସି ରହିବେ। ବନ୍ଧୁମାନଙ୍କ ସହ ପରିବାର ଭିତରେ ହସଖୁସିର ବାତାବରଣରୁ ମନ ପ୍ରଫୁଲ୍ଲ ରହିବ।
ମକର
ମକର
ବିଜାତୀୟ ବ୍ୟକ୍ତିଙ୍କ ମାଧ୍ୟମରେ ଆର୍ଥିକ, ସାଙ୍ଗଠନିକ ସହାୟତା ପ୍ରାପ୍ତି ହେବ। ଆଜି ବିଭିନ୍ନ ସୂତ୍ରରୁ ରୋଜଗାର କରିବେ। ଲୋକସମ୍ପର୍କ ବୃଦ୍ଧି ପାଇବ, କିନ୍ତୁ କେତେକ ଈର୍ଷାପରାୟଣ ବ୍ୟକ୍ତିଙ୍କ ସକାଶେ ଟେନସନ ବଢ଼ିଯିବ। ଆନୁଷ୍ଠାନିକ କାମ, ସାହିତ୍ୟ, ସଭାସମିତି, ଲେଖାପଢ଼ା ଓ ଚୁକ୍ତିପତ୍ରରୁ ଶୁଭଫଳ ପାଇବେ। ସନ୍ତାନହେତୁକ ଚିନ୍ତା ଟଳିବ।
କୁମ୍ଭ
କୁମ୍ଭ
ବ୍ୟାଙ୍କ, ଲଟେରି, ସଞ୍ଚୟରୁ ଅର୍ଥପ୍ରାପ୍ତି ସୁଯୋଗ ମିଳିପାରେ। ଚିନ୍ତା ନ କରି କାମ କଲେ ସଫଳତା ହାସଲ କରିବାରେ କୌଣସି ଅସୁବିଧା ରହିବ ନାହିଁ। ରୋଗ, ଋଣ ଓ ଶତ୍ରୁତା ଚିନ୍ତାର ମୁଖ୍ୟ କାରଣ ହେବାର ସମ୍ଭାବନା ରହିଛି। ଏଣୁ ସ୍ବାସ୍ଥ୍ୟ ପ୍ରତି ସତର୍କ ରହନ୍ତୁ। ସ୍ଥଗିତ କାମକୁ ପୂରା ଦମ୍‌ରେ କରିବା ପାଇଁ ନିଷ୍ପତ୍ତି ନେଇପାରନ୍ତି।
ମୀନମୀନ

କୌଣସି ଗୁରୁତ୍ୱପୂର୍ଣ୍ଣ କାମ ସକାଶେ ବ୍ୟୟବହୁଳତା ଦୁଶ୍ଚିନ୍ତାର କାରଣ ହେବ। ଅର୍ଥ ସମ୍ପର୍କକୁ କେନ୍ଦ୍ରକରି ପରିବାରରେ, ବନ୍ଧୁଙ୍କ ମଧ୍ୟରେ କିମ୍ବା ସାମାଜିକ ସ୍ତରରେ ବିବାଦ ବଢ଼ିପାରେ। ପୂର୍ବଭାଦ୍ରପଦ୍‌ ନକ୍ଷତ୍ର ପାଇଁ ଯାତ୍ରା ଓ ବାଣିଜ୍ୟ ସକାଶେ ଦିନଟି ଭଲ ଏବଂ ବନ୍ଧୁ ମିଳନରୁ ଖୁସି ରହିପାରନ୍ତି। କର୍ମକ୍ଷେତ୍ରରେ ବିଜୟ ଲାଭର ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୭ ତାରିଖ – Daily Horoscope

ମେଷ ଶୁଭଗ୍ରହ ତୃତୀୟସ୍ଥ ଯୋଗୁ ବନ୍ଧୁଙ୍କ ମାଧ୍ୟମରେ ପାରିବାରିକ ଅସଙ୍ଗତୀ ଦୂର କରିବାରେ ସାହାଯ୍ୟ କରିବେ। ଆଜିର ଯାତ୍ରା, ସରକାରୀ କର୍ମଚାରୀଙ୍କୁ ସାକ୍ଷାତ, ବାଣିଜ୍ୟ ପାଇଁ ଦିନଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri