କ୍ରୀଡ଼ା ଭିତ୍ତିଭୂମି ସୁଦୃଢ଼ ଯୋଜନା: ୩ ଷ୍ଟାଡିୟମର ପୁନରୁଦ୍ଧାର ପାଇଁ ଖର୍ଚ୍ଚ ହେବ ୪୦ କୋଟି

ଭଞ୍ଜନଗର,୧୪।୬(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ନିର୍ବାଚନମଣ୍ଡଳୀର କ୍ରୀଡ଼ା ଭିତ୍ତିଭୂମି ସୁଦୃଢ଼ ପାଇଁ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ବଡ଼ ପଦକ୍ଷେପ ନେଇଛନ୍ତି । ସହରର ସର୍ବପୁରାତନ ଜେଲ ପଡିଆ ସମେତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଖେଳ ପଡିଆ ଏବଂ ଜଗନ୍ନାଥପ୍ରସାଦ ଖେଳ ପଡିଆର ପୁନରୁଦ୍ଧାର ହେବ। ଏଥିପାଇଁ ୪୦ କୋଟି ଟଙ୍କା ବ୍ୟୟ ହେବ। ଭଞ୍ଜନଗର ଜେଲ ପଡିଆ ପାଇଁ ୧୨ କୋଟି ଏବଂ କଲେଜ ଖେଳ ପଡିଆ ଓ ଜଗନ୍ନାଥପ୍ରସାଦ ଖେଳ ପଡିଆର ପୁନରୁଦ୍ଧାର ପାଇଁ ୧୪ କୋଟି ଟଙ୍କା ଲେଖାଁଏ ୨୮ କୋଟି ବ୍ୟୟ ହେବ।

ଏହିଭଳି ୩ଟି ଯାକ ପଡିଆର ପୁନରୁଦ୍ଧାର ପାଇଁ ସର୍ବମୋଟ ୪୦ କୋଟି ଟଙ୍କା ବ୍ୟୟ କରାଯାଇ ଅତ୍ୟାଧୁନିକ ଖେଳ ପଡିଆ ର୍ନିମାଣ ହେବ । ବିପୁଳ ଅର୍ଥ ବ୍ୟୟରେ ପଡିଆ ଗୁଡ଼ିକର ପୁନରୁଦ୍ଧାର ହେଲେ ଅଞ୍ଚଳର କ୍ରୀଡାବିତ୍‌ମାନେ ଆଗାମୀ ଦିନରେ ତାହାର ସୁଫଳ ପାଇବେ। କଲେଜ ଏବଂ ଜଗନ୍ନାଥପ୍ରସାଦ ପଡ଼ିଆର ପୁନଃରୁଦ୍ଧାର ପାଇଁ ସରକାରଙ୍କ ଅନୁମୋଦନ ମିଳିଯାଇଛି। ଜେଲ ପଡ଼ିଆ ପାଇଁ ପଦକ୍ଷେପ ନିଆଯାଇଛି। ଆଗାମୀ ଦିନରେ କ୍ରୀଡା ମନ୍ତ୍ରୀ ଭଞ୍ଜନଗର ଗସ୍ତରେ ଆସି ଉକ୍ତ ପ୍ରକଳ୍ପ ଗୁଡ଼ିକର ଶିଳାନ୍ୟାସ କରିବେ। ଏଥିପାଇଁ ପ୍ରସ୍ତୁତି ଚାଲିଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲା ଭଞ୍ଜନଗର ହେଉଛି ରାଜ୍ୟର ସବୁଠୁ ବଡ ରାଜସ୍ବ ଉପଖଣ୍ଡ। କିନ୍ତୁ ଖେଳାଳୀ ମାନକ ଅଭ୍ୟାସ ପାଇଁ ସେଭଳି ଅତ୍ୟାଧୁନିକ ଖେଳ ପଡିଆ ଭଞ୍ଜନଗର ସହରରେ ନାହିଁ। ୨ ବର୍ଷ ପୂର୍ବେ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ହୋଇଥିଲା। ଏଠି କେବଳ ଇଣ୍ଡୋର ଗେମ ର ସୁବିଧା ଅଛି। କିନ୍ତୁ ଫୁଟବଲ, ଦୌଡ, କ୍ରିକେଟ, ହକି ଭଳି ଖେଳ ପାଇଁ ସହରରେ ଉପଯୁକ୍ତ ପଡ଼ିଆ ଅଭାବ ରହିଛି। ଜେଲ ପଡ଼ିଆଟି ଘୁମୁସର ଅଥଲାଟିକ ଆସୋସିଏସନ ଦ୍ବାରା ପରିଚାଳିତ। ପୂର୍ବତନ ବାଚସ୍ପତି ସୋମନାଥ ରଥଙ୍କ ପ୍ରଚେଷ୍ଟାରେ ଉକ୍ତ ପଡ଼ିଆ ୧୯୫୫ ମସିହାରେ ହୋଇଥିଲା। ତାହାର ସଭାପତି ମଧ୍ୟ ସୋମନାଥ ବହୁବର୍ଷ ଧରି ଥିଲେ। ତାଙ୍କର ମୃତ୍ୟୁ ପରେ ଆସୋସିଏସନର କର୍ମକର୍ତ୍ତା ବର୍ତ୍ତମାନ କିଏ ଅଛି ତାହା ସଠିକ ଭାବେ ଜଣାପଡୁନାହିଁ । ଅନ୍ୟପଟେ ପଡ଼ିଆର ଚତୁପାର୍ଶ୍ୱରେ ବର୍ତ୍ତମାନ ଜବରଦଖଲ ସମସ୍ୟା ବଢ଼ିଛି। ଆସୋସିଏସନ ଦ୍ୱାରା ହୋଇଥିବା ଦୋକାନ ଘର ଗୁଡ଼ିକର ଭଡ଼ା ମଧ୍ୟ ଆଉ ମିଳୁନାହିଁ। ଆଜକୁ ପ୍ରାୟ ୨୫ ବର୍ଷ ହେବ ପଡ଼ିଆର ଉନ୍ନତିକରଣ ହୋଇନାହିଁ। ପଡିଆଟି ଖାଲ ଖମାରେ ଭରି ରହିଥିବା ବେଳେ ଦର୍ଶକ ଗ୍ୟାଲେରୀ, ଡ୍ରେସିଂଙ୍ଗ ରୁମ ସମେତ ଅନ୍ୟାନ୍ୟ ରୁମ ମଧ୍ୟ ଭଗ୍ନ ଅବସ୍ଥାରେ ରହିଛି। ପଡ଼ିଆ ପାଚେରୀ ଭାଙ୍ଗି ଲୋକେ ଜବରଦଖଲ କଲେଣି। ଏହିଭଳି ପରିସ୍ଥିତିରେ ଉକ୍ତ ପଡ଼ିଆର ପୁନରୁଦ୍ଧାର ପାଇଁ ସ୍ଥାନୀୟ ବିଧାୟକ ପଦକ୍ଷେପ ନେଇଛନ୍ତି। ଯାହାକି ପ୍ରଶଂସନୀୟ ପଦକ୍ଷେପ । ପଡ଼ିଆଟିକୁ ସମ୍ପୂର୍ଣ୍ଣ ଭାଙ୍ଗି ସମ୍ପ୍ରସାରଣ ଯୋଜନା ଅଛି । ଏଥିସହ କଲେଜ ଖେଳ ପଡିଆ ଏବଂ ଜଗନ୍ନାଥପ୍ରସାଦ ଖେଳ ପଡିଆର ପୁନଃରୁଦ୍ଧାର ହେଲେ ଛାତ୍ରୀଛାତ୍ରଙ୍କ ସମେତ ଅନ୍ୟମାନେ ତାହାର ସୁଫଳ ପାଇବେ। ଏନେଇ ଭଞ୍ଜନଗର ଘୁମୁସର କ୍ରୀଡା ସଂସଦର ପୂର୍ବତନ ସହ ସମ୍ପାଦକ ପ୍ରଶାନ୍ତ ମହାନ୍ତିଙ୍କୁ ପଚାରିବାରୁ ସେ ଏଠାରେ କହିଛନ୍ତି ଯେ ପଡ଼ିଆ ଅଛି ତାର ମହକ ନାହିଁ, କର୍ପୁର ଯାଇଛି କନା କୁ ଖୋଜିଲେ ମିଳୁନାହିଁ । ଭଞ୍ଜନଗରର ଐତିହ୍ୟ ଓ ପରମ୍ପରା, ସାଂସ୍କୃତିକ ଜୀବନ ଧାରା ଏବଂ ସାହିତ୍ୟର ଯେଉଁ ଭୂମିକା ଥିଲା ତାହାକୁ ବଞ୍ଚାଇ ରଖିବା ପାଇଁ ସହରର ଦୁଇ ପ୍ରମୂଖ ଅନୁଷ୍ଠାନ ଭଞ୍ଜ ସାହିତ୍ୟ ପରିଷଦ ଓ ଘୁମୁସର କ୍ରୀଡା ସଂସଦ ଗୁରୁତ୍ବପୁର୍ଣ ଭୂମିକା ଗ୍ରହଣ କରୁଥିଲା। କିନ୍ତୁ ତାହା ଆଜି ଅତିମାତ୍ରାରେ ସଙ୍କୁଚିତ। ଦିନ ଥିଲା ଏଠି ଜାତୀୟ ସ୍ତରର ଫୁଟବଲ ସମେତ ଅନ୍ୟାନ୍ୟ ପ୍ରତିଯୋଗୀତା ହେଉଥିଲା। ଅଞ୍ଚଳର ଅନେକ କ୍ରୀଡ଼ାବିତ୍‌ ଜାତୀୟ ଏବଂ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଅଞ୍ଚଳର ସୁନାମ ଆଣିଥିଲେ। ତେଣୁ ଏହାର ପୁନରୁଦ୍ଧାର ପାଇଁ ସରକାରଙ୍କ ସମେତ ଜନସାଧାରଣ ମଧ୍ୟ ସହଯୋଗ କରିବାର ଆବଶ୍ୟକତା ରହିଛି। ବର୍ତ୍ତମାନ ଦୀର୍ଘ ବର୍ଷ ପରେ ଉକ୍ତ ଦୁଇ ଅନୁଷ୍ଠାନର ପୁନରୁଦ୍ଧାର ପାଇଁ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଯେଉଁ ପଦକ୍ଷେପ ନେଇଛନ୍ତି ତାହା ପ୍ରଶଂସନୀୟ ବୋଲି ମହାନ୍ତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟୁରିଷ୍ଟ ବସ୍‌ରେ ଯାତ୍ରୀ ନେବା ପଡ଼ିଲା ମହଙ୍ଗା

କୋକସରା,୨୧।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଳକ ବିଜୁ ଏକ୍ସପ୍ରେସ ୱେ ଏବଂ ୨୬ ନମ୍ବର ଜାତୀୟ ରାଜପଥରେ ୧୫ରୁ ଊଦ୍ଦର୍‌ବ ଟୁରିଷ୍ଟ ବସ୍‌ ବେଆଇନ…

ଘରପଟ୍ଟା ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ବଳଦିଆଡ଼ିହ ଗ୍ରାମବାସୀ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଗଞ୍ଚାମ ବ୍ଲକ୍‌ ହୁମା ପଞ୍ଚାୟତ ଅନ୍ତର୍ଗତ ବଳଦିଆଡ଼ିହ ଗ୍ରାମର ଗ୍ରାମବାସୀମାନେ ହୁମା ପଞ୍ଚାୟତର ସମିତି ସଭ୍ୟ ଧ୍ରୁବ ଚରଣ ସାହୁଙ୍କ ନେତୃତ୍ୱରେ ଗଞ୍ଜାମ ତହସିଲଦାର…

ପ୍ରଧାନ ଶିକ୍ଷକଙ୍କ ବାଇକରେ ଥିବା ମଦ ବୋତଲ ଭାଇରାଲ: ପ୍ରଧନଶିକ୍ଷକ ନିଲମ୍ବିତ

ପାତ୍ରପୁର,୨୧ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ତୁରୁବୁଡି ପଞ୍ଚାୟତ ନୂଆଗଡ଼ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ଗତ ଦୁଇ ଦିନ ହେଲା ମଧ୍ୟାହ୍ନ ଭୋଜନ ମିଳୁ…

ଦୁଇଟି ସନ୍ତାନର ବାପା ହେବା ପରେ ଶେଷରେ ପ୍ରେମିକାଙ୍କ ହାତ ଧରିଲେ ଅର୍ଜୁନ ରାମପାଲ, ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ: ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ଆଉଜଣେ ଅଭିନେତା । ସେ ହେଲେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ। ପ୍ରେମିକା ତଥା ସାଉଥ ଆଫ୍ରିକାନ ମଡେଲ ଫ୍ୟାଶନ…

ଅସ୍ତିତ୍ୱ ହରାଉଛି ପ୍ରାକୃତିକ ଜଳ ଉତ୍ସ ସୁନ୍ଦରନାଳ

କୁଆଁରମୁଣ୍ଡା,୨୧ା୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରନାଳ ହେଉଛି କୁଆଁରମୁଣ୍ଡା ବ୍ଲକ ଅଞ୍ଚଳରେ ପ୍ରବାହିତ ଏକ ପ୍ରାକୃତିକ ଜଳ ଉତ୍ସ। ଏହି ଜଳ ଉତ୍ସ କୁମଝରିଆ ପଞ୍ଚାୟତର ପଟୁଆ ବାହାଲ-ତାଲସେରା…

ଭଡା ଘରୁ ମିଳିଲା ପୋଲିସ କର୍ମଚାରୀଙ୍କ ମୃତଦେହ: ୩ ବର୍ଷ ହେଲା…

ଭବାନୀପାଟଣା,୨୧।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ପୁରୁଣାପଡାର ଏକ ଭଡା ଘରୁ ଶୁକ୍ରବାର ଜଣେ ଡିଭିଏଫ(ଜିଲା ସ୍ୱେଚ୍ଛାସେବୀ ବାହିନୀ)ପୋଲିସ କର୍ମଚାରୀଙ୍କ ଝୁଲନ୍ତା ମୃତ ଦେହ…

ହୀରାକୁଦରେ ବନ୍ଦ ହେଲା ୮ ଗେଟ୍‌, ୭ ଗେଟ୍‌ରେ ହେଉଛି ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୨୧ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ କ୍ରମଶଃ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ଜଳଭଣ୍ଡାରର ୨ ପର୍ଯ୍ୟାୟରେ ୮ ସ୍ଲୁଇସ୍‌…

ଚାଷ କାମ ଚାଲିଥିବା ବେଳେ ବଜ୍ରପାତ: ଜଣେ ମୃତ ଜଣେ ଗୁରୁତର

ମହାକାଳପଡ଼ା, ୨୧।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ଯଦୁପୁର ପଞ୍ଚାୟତର ଯଦୁପୁର ଖସାଡ଼ି ଗ୍ରାମ ନିକଟରେ ଚାଷ ଜମିରେ ବେଉଷଣ କାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri