Posted inRasifala

ରାଶିଫଳ: ବୁଧବାର, ଜାନୁଆରୀ ୧୫ ତାରିଖ – Daily Horoscope

ମେଷ
ଆଜି ମାନସିକ ଶିଥିଳତା ସହ ଅସ୍ଥିରତା ଭିତରେ ଦିନଟି ଅତିବାହିତ ହେବ। ନୀଚାଂଶରେ ରହିଥିବା ମଙ୍ଗଳଙ୍କ କୁପ୍ରଭାବରୁ ସ୍ବାସ୍ଥ୍ୟ ସମସ୍ୟା ଲାଗିରହିପାରେ। ଆତ୍ମୀୟସ୍ବଜନଙ୍କୁ ଅତି ନିକଟରେ ପାଇ ନିଜକୁ କିଛି ସମୟ ପାଇଁ ଭୁଲିଯାଇପାରନ୍ତି। ଆର୍ଥିକ ଉନ୍ନତି ସହ ଶିକ୍ଷା, ସନ୍ତାନ, ଲେଖାପଢ଼ା କ୍ଷେତ୍ରରେ ଉନ୍ନତମାନର ଫଳ ପାଇବେ।
ବୃଷ
ବୃଷ
ଅଟକି ରହିଥିବା କାମ ସମ୍ପନ୍ନ ସକାଶେ ବ୍ୟସ୍ତତା ବଢ଼ିବ। ପ୍ରଶଂସା ଓ ପ୍ରତିଷ୍ଠାକୁ ଅନ୍ୟମାନେ ସହି ନ ପାରି ବିବାଦୀୟ ମନ୍ତବ୍ୟ ଦେବେ। ପ୍ରତ୍ୟେକ କ୍ଷେତ୍ରରେ ଆଗୁଆ ରହି କାମ କରିବା ହେତୁ ପରିଶ୍ରମଜନିତ କ୍ଲାନ୍ତି ଅନୁଭବ କରିବେ। ସାହିତ୍ୟ ଚର୍ଚ୍ଚା ଓ ସାମ୍ବାଦିକତା, ପ୍ରଶାସନ, ସଂଗଠନ, ରାଜନୀତିରେ ଲକ୍ଷ୍ୟ ହାସଲ କରିବେ।
ମିଥୁନ
ମିଥୁନ
ଆଜି ଯେତିକି ଅର୍ଥ ପାଇବେ ତାହାଠାରୁ ଅଧିକ ଖର୍ଚ୍ଚ କରିବାକୁ ବାଧ୍ୟ ହେବେ। କାହାର ଫୁସୁଲା ଫୁସୁଲି କଥାରେ ଭାସିଯାଇ କାମ କଲେ ପରେ ଅନୁତାପ କରିବାକୁ ପଡ଼ିପାରେ। ସାମାଜିକ କ୍ଷେତ୍ରରେ କେବଳ ବେଠି ଖଟିବା ବ୍ୟତୀତ କିଛି ଲାଭ ହେବନି। ମାତ୍ର ବ୍ୟବସାୟ, ବାଣିଜ୍ୟ ଓ ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ଆଶାଜନକ ଫଳ ପାଇବେ।
କର୍କଟ
କର୍କଟ
ଆଜିର କର୍ମକ୍ଷେତ୍ରରେ ବାକ୍‌ସଂଯମ ଅଭାବରୁ ବିବାଦ ଭିତରକୁ ଟାଣି ହୋଇପାରନ୍ତି। କୌଣସି ବନ୍ଧୁ ସ୍ବାର୍ଥସାଧନ ପରିପ୍ରେକ୍ଷୀରେ ହଇରାଣରେ ପକାଇବାକୁ ଚେଷ୍ଟା କରିବେ। ବାଣିଜ୍ୟ, ପରିବହନ, ପ୍ରଶାସନ ଏବଂ ସଂଗଠନରେ ଅଭିଯୋଗର ସମ୍ମୁଖୀନ ହେବେ। ଘରୋଇ କଥାରେ ମତ ପାର୍ଥକ୍ୟ ଆଶଙ୍କା ଅପରାହ୍ନେ ଦୂର ହୋଇଯିବ।
ସି˚ହ
ସି˚ହ
ଆଜି ଯେଉଁ କାମରେ ହାତ ଦେବେ ସେଥିରେ ସଫଳତା ପାଇବା କଷ୍ଟକର ହେବ। କର୍ମକ୍ଷେତ୍ରରେ ଦୂରସ୍ଥାନକୁ ଯିବାପାଇଁ ବାଧ୍ୟ ହେବେ। ପଦସ୍ଥବ୍ୟକ୍ତିଙ୍କ ପୃଷ୍ଠପୋଷକତା ଲାଭକରି ବିବାଦୀୟ ପରିସ୍ଥିତିକୁ ସୁଧାରି ନେଇପାରିବେ। କୌଣସି ଲୋକର ଚାପର ପ୍ରଭାବରୁ ଆର୍ଥିକ, ମାନସିକ ଓ ସାମାଜିକ ସ୍ତରରେ କ୍ଷତିଗ୍ରସ୍ତ ହୋଇପାରନ୍ତି।
କନ୍ୟା
ଆଜି କର୍ମଜଞ୍ଜାଳ ବୃଦ୍ଧି ପାଇବା କାରଣରୁ ମାନସିକ ଶାନ୍ତି ପାଇପାରିବେ ନାହିଁ। ସକାଳୁ ବନ୍ଧୁଙ୍କ ଗୃହକୁ ଯିବା ସକାଶେ ସଜବାଜ ହୋଇପାରନ୍ତି। ବିବାଦୀୟ ଘଟଣାରେ ନୀରବ ରହିବା ଭଲ ହେବ ଅନ୍ୟଥା କଳହର ଆଶଙ୍କା ରହିଛି। ବ୍ୟବସାୟ କ୍ଷେତ୍ରରେ ଠକାମିରେ ପଡ଼ିପାରନ୍ତି, ଏଣୁ ସତର୍କତା ଅବଲମ୍ବନ କରିବା ଭଲ।
ତୁଳା
ତୁଳା
ଆର୍ଥିକ ଉନ୍ନତି ସହ ବୈଷୟିକ ସୁଖ, ସମୃଦ୍ଧି ଯୋଗୁ ଆମତ୍ତୃପ୍ତି ଲାଭ କରିପାରନ୍ତି। ବନ୍ଧୁଙ୍କଠାରୁ ବାଧିଲା ଭଳି କଥା ଶୁଣି ସବୁ ଆନନ୍ଦ ପାଣି ଫୋଟକା ପରି କୁଆଡ଼େ ମିଳାଇ ଯାଇପାରେ। ଦିନଟିରେ ମାତ୍ରାଧିକ ଭ୍ରମଣ ଯୋଗୁ ସାୟାହ୍ନରେ କ୍ଲାନ୍ତି ଅନୁଭବ କରିବେ। ଆଜିର ପାରିବାରିକ ସ୍ଥିତି କେତେକାଂଶରେ ବିବାଦୀୟ ରହିପାରେ।
ବିଛା
ବିଛା
ଅନ୍ୟମାନଙ୍କ ମନଧରି ଯେତେ କାମ କଲେ ମଧ୍ୟ ସେମାନଙ୍କୁ ମନେଇବାରେ ସଫଳ ହେବେନାହିଁ। ସ୍ବାସ୍ଥ୍ୟଗତ ସମସ୍ୟା ଓ କର୍ମକ୍ଷେତ୍ରରେ ଅସନ୍ତୋଷ ମଧ୍ୟରେ ବିଚଳିତ ହେବେ। ରାଜନୈତିକ କ୍ଷେତ୍ରରେ କିମ୍ବା ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ନିର୍ମାଣ, ମାଲି ମକଦ୍ଦମା, ପ୍ରତିଦ୍ୱନ୍ଦ୍ୱିତାରେ ଜୟଯୁକ୍ତ ହେବେ।
ଧନୁ
ଧନୁ
ସମ୍ପର୍କୀୟଙ୍କ ଆତ୍ମୀୟତା ସଙ୍ଗକୁ ବହୁତ ଦିନରୁ ରହିଥିବା ଅଭିଳାଷ ପୂରଣ ହେତୁ ମନ ଖୁସି ରହିବ। ଭାଙ୍ଗି ପଡ଼ିଥିବା ସମ୍ପର୍କକୁ ପୁଣି ଯୋଡ଼ିବାକୁ ଚେଷ୍ଟା କରି ମଧ୍ୟ କିଛି ଲାଭ ପାଇବେ ନାହିଁ। ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟ, ପରିବହନ, ଆନୁଷ୍ଠାନିକ କାମରେ ଉନ୍ନତି କରିବେ। ଆଜି ଯାନବାହନ ଚଳାଚଳରେ ସତର୍କତା ଅବଲମ୍ବନ କରିବା ଭଲ।
ମକର
ମକର
କର୍ମକ୍ଷେତରେ ପ୍ରଶଂସା ଓ ପ୍ରୋତ୍ସାହନ ପାଇ ଭାବାବେଗକୁ ରୋକିପାରିବେ ନାହିଁ। ଆର୍ଥିକ ସ୍ଥିତିରେ ଉନ୍ନତି ଦେଖିବାକୁ ମିଳିବ। ପ୍ରଶାସନିକ କ୍ଷେତ୍ରରେ, କଳା, ସାହିତ୍ୟ, ବାଣିଜ୍ୟ, ବ୍ୟବସାୟରେ ସାମୟିକ ଭାବରେ ଦ୍ୱନ୍ଦ୍ୱ ଦୂର ହୋଇପାରେ। ପ୍ରତ୍ୟୁଷ ଯାତ୍ରାରେ ମନଟା କେଜାଣି କାହିଁକି ଏକ ଅଜଣା ଆଶଙ୍କାରେ ଉଦ୍‌ବେଳିତ ହେବ।
କୁମ୍ଭ
କୁମ୍ଭ
ଆଜି ପ୍ରତ୍ୟେକ କ୍ଷେତ୍ରରେ ସଂଯମତା ରକ୍ଷା ନ କଲେ ବିବାଦକୁ ଟାଣି ହୋଇପାରନ୍ତି। ଗତକାଲିର ଘଟଣାକୁ ନେଇ ଆଜି ମନ ଭାରାକ୍ରାନ୍ତ ରହିପାରେ। ଆପଣଙ୍କ ଆନୁଷ୍ଠାନିକ କାମରେ ଦକ୍ଷତା ଅବଲୋକନ କରି ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିପାରନ୍ତି। ସାଧାରଣ କଥାକୁ କେନ୍ଦ୍ରକରି ବନ୍ଧୁ ସମ୍ପର୍କରେ ଭଟ୍ଟା ପଡ଼ିଯାଇପାରେ।
ମୀନମୀନ

ଆଜି ଦିନଟିରେ ଆର୍ଥିକ ଅନଟନ ଓ ସ୍ବାସ୍ଥ୍ୟ ସମସ୍ୟା କେତେକାଂଶରେ ସୁଧୁରିଯିବ। ଯେତେ ପ୍ରକାର ଭାବିଚିନ୍ତି କାମ କଲେ ମଧ୍ୟ ପାରିବାରିିକ ପ୍ରତିରୋଧ କେତେକ କାମକୁ ବିଶୃଙ୍ଖଳିତ କରିପାରେ। ସ୍ବାସ୍ଥ୍ୟରେ ଉନ୍ନତି ଘଟିବ କିନ୍ତୁ ସମ୍ପୂର୍ଣ୍ଣ ନିରାମୟର ଆଶା ତଥାପି ରହିବ। ଗତକାଲିର ଯୋଜନା ଓ ଆଲୋଚନା ଅନୁଯାୟୀ ଆଜିର କାମଗୁଡ଼ିକ ସବୁ ଠିକ୍‌ ଠିକ୍‌ ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଫେବୃଆରୀ ୯ ତାରିଖ – Daily Horoscope

ମେଷ ଆଜିର କର୍ମକ୍ଷେତ୍ରରେ ବନ୍ଧୁଙ୍କ ଦ୍ୱାରା ବହୁ ଚର୍ଚ୍ଚିତ ହେବେ। ମାନସିକ ଅସ୍ଥିରତା ଲାଗି ରହିଲେ ମଧ୍ୟ ଶାରୀରିକ ସ୍ବାସ୍ଥ୍ୟ ଭଲ ରହିବ ଏବଂ କୌଣସି...

ରାଶିଫଳ: ଶନିବାର, ଫେବୃଆରୀ ୮ ତାରିଖ – Daily Horoscope

ମେଷ ଆଜି କର୍ମକ୍ଷେତ୍ରରେ ବିବାଦୀୟ ମନ୍ତବ୍ୟ ଦେଇ ସମାଲୋଚିତ ହୋଇପାରନ୍ତି। ଯାତ୍ରା, କାର୍ଯ୍ୟସାଧନ ସାଙ୍ଗକୁ ପାରିବାରିକ ସମସ୍ୟାକୁ ସୁଧାରି ନେବାର ପ୍ରଯନତ୍ କରିବେ। ଆବଶ୍ୟକତା ପୂରଣ...

ରାଶିଫଳ: ଶୁକ୍ରବାର, ଫେବୃଆରୀ ୭ ତାରିଖ – Daily Horoscope

ମେଷ ଆଜି ଗୁରୁଚାନ୍ଦ୍ରୀ ଯୋଗ ପ୍ରଭାବରେ ଯାହା ଭାବୁଥିଲେ ତାହା ସୁବିଧାରେ ହୋଇଯିବ। ଯାତ୍ରା, ଆଲୋଚନା ତଥା ବ୍ୟବସାୟ, ପରିବହନ ବାଧାପ୍ରାପ୍ତ ହୋଇପାରେ। କର୍ମକ୍ଷେତ୍ରରେ ପଦସ୍ଥ...

ରାଶିଫଳ: ଗୁରୁବାର, ଫେବୃଆରୀ ୬ ତାରିଖ – Daily Horoscope

ମେଷ ଆଜି ବନ୍ଧୁ ସମ୍ପର୍କ ମଧ୍ୟରେ ବୈବାହିକ ସମ୍ବନ୍ଧ କିମ୍ବା ବ୍ୟବସାୟିକ ଅଂଶୀଦାର ସମ୍ପର୍କିତ ଆଲୋଚନା କରିପାରନ୍ତି। ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ଟଣାଓଟରା ଲାଗିପାରେ। ଅସୁସ୍ଥତାବଶତଃ...

ରାଶିଫଳ: ବୁଧବାର, ଫେବୃଆରୀ ୫ ତାରିଖ – Daily Horoscope

ମେଷ ଆଜି ଦିନଟିରେ ଅର୍ଥଲାଭ ସହ କିଛି ପୁରୁଣା କଥା ଓ ନୂଆ କାମକୁ ନେଇ ବ୍ୟସ୍ତ ରହିବେ। ପ୍ରତ୍ୟେକ ସ୍ତରରେ ଆମତ୍ୀୟଙ୍କ ପ୍ରତି ସହାନୁଭୂତି...

ରାଶିଫଳ: ମଙ୍ଗଳବାର, ଫେବୃଆରୀ ୪ ତାରିଖ – Daily Horoscope

ମେଷ ଆଜି ପଡ଼ୋଶୀଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ସମସ୍ୟା ହିଁ ଚିନ୍ତାର କାରଣ ହୋଇପାରେ। ସମସ୍ୟାକୁ ସୁଧାରି ନେବା ସକାଶେ ପ୍ରଯନତ୍କଲେ ସଫଳତା ମିଳିବ। କର୍ମକ୍ଷେତ୍ରର...

ରାଶିଫଳ: ସୋମବାର, ଫେବୃଆରୀ ୩ ତାରିଖ – Daily Horoscope

ମେଷ ଆଜି ସାମାନ୍ୟ ଅସ୍ଥିରତା ମଧ୍ୟରେ କାର୍ଯ୍ୟସାଧନ କରିବାରେ ସଫଳ ହେବେ। ପାରିବାରିକ କ୍ଷେତ୍ରରେ ସାହାଯ୍ୟ ଓ ସହଯୋଗ ପାଇ କାମ ତ୍ୱରାନ୍ବିତ କରିବା ନିଷ୍ପତ୍ତି...

ରାଶିଫଳ: ରବିବାର, ଫେବୃଆରୀ ୨ ତାରିଖ – Daily Horoscope

ମେଷ ଆଜିର ଯାତ୍ରା, ଅର୍ଥ କାରବାର, ଚାକିରି କ୍ଷେତ୍ରର ସମସ୍ୟା ଓ ବିବାଦୀୟ ପରିସ୍ଥିତି ଚିନ୍ତା ବଢ଼ାଇବ। ଭୁଲ୍‌ ବୁଝାମଣା କାରଣରୁ ବନ୍ଧୁ ସମ୍ପର୍କ ଫିକା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri