Posted inRasifala

ରାଶିଫଳ: ସୋମବାର, ମେ ୧୩ ତାରିଖ – Daily Horoscope

ମେଷ
ଆଜି ଅନୁକୂଳ ଗ୍ରହସ୍ଥିତି ସହିତ ସ୍ବଗୃହୀଚନ୍ଦ୍ର ପ୍ରଭାବରୁ ଆନୁଷ୍ଠାନିକ କାର୍ଯ୍ୟ, କର୍ମାରମ୍ଭ, ବନ୍ଧୁମିଳନର ସୁଯୋଗ ମିଳିବ। କୌଣସି ଭଲ କାମରେ ନିଜକୁ ନିୟୋଜିତ କରି ବିଶିଷ୍ଟ ବ୍ୟକ୍ତିଙ୍କ ପ୍ରଶଂସାଭାଜନ ହେବେ। ପରିବାରରେ ନିଜ ଅଧିକାର ଜାହିର କଲେ ଅପଦସ୍ଥ ହେବାକୁ ପଡିପାରେ। ଋଣ ପରିଶୋଧ ପାଇଁ ମାର୍ଗ ପ୍ରଶସ୍ତ ହୋଇ ନ ପାରେ।
ବୃଷ
ବୃଷ
ଆଜିର ଗ୍ରହଯୋଗ ପ୍ରଭାବରୁ ଅର୍ଥ ପାଇବାର ଅଭିଳାଷ ରଖି କୈାଣସି ବ୍ୟକ୍ତି ପ୍ରଶଂସା କରିପାରନ୍ତି। ସମସ୍ୟା ବହୁଳ ପାରିବାରିକ ଜୀବନରେ ସାମାନ୍ୟ ରିହାତି ମିଳିପାରେ। ବହୁତ ଦିନରୁ ପ୍ରତୀକ୍ଷା କରିଥିବା ଖବରଟିକୁ ହଠାତ୍‌ ପାଇ ଉତ୍‌ଫୁଲ୍ଲିତ ହୋଇଯିବେ। ଆନୁଷ୍ଠାନିକ କାମରେ ଆବଶ୍ୟକ ସହଯୋଗର ଆଶା ବୃଥା ହେବନାହିଁ।
ମିଥୁନ
ମିଥୁନ
ଧନାଧିପ ଧନସ୍ଥ ଯୋଗୁ ବକେୟା ଆଦାୟ ସକାଶେ ଆଲୋଚନା କରିପାରନ୍ତି। ପଦସ୍ଥ ବ୍ୟକ୍ତିଙ୍କ ସାହାଯ୍ୟ ନେଇ ସମସ୍ୟା ସମାଧାନ ପାଇଁ ଚେଷ୍ଟା କଲେ ଉପକୃତ ହେବେ। ଆଜିର ଯାତ୍ରାରେ ସତର୍କ ନ ରହିଲେ କିଛି ଜିନିଷ ହଜିଯାଇପାରେ। କର୍ମକ୍ଷେତ୍ରରେ ଜଣେ ସହକର୍ମୀ ସହିତ ସାମାନ୍ୟ କଥାରୁ ଝଗଡା ଲାଗିପାରେ।
କର୍କଟ
କର୍କଟ
ଆଜି ରାଶ୍ୟାଧିପଙ୍କ ସୁପ୍ରଭାବରୁ ପ୍ରତ୍ୟେକ ଆଶା ଓ ଅଭିଳାଷ ପୂରଣ ହୋଇଯିବ। କିନ୍ତୁ ଶନିଙ୍କ କୁପ୍ରଭାବରୁ କୌଣସି ଅସୁବିଧା ନ ଥାଇ ମଧ୍ୟ ସବୁ କାମ ବିଳମ୍ବରେ ସମ୍ପନ୍ନ ହେବ। ଗଣତନ୍ତ୍ର, ଲୋକସମ୍ପର୍କ, ସଂଗଠନ ଓ ଆଇନ ଅଦାଲତରୁ ସୁଫଳ ଲଭିବେ। ଅସମର୍ଥିତ ସୂତ୍ରରୁ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି।
ସି˚ହ
ସି˚ହ
ରବି ଓ ଶନିଙ୍କ ଷଡାଷ୍ଟକ ସ୍ଥିତି ପାରିବାରିକ କ୍ଷେତ୍ରରେ ମତାନ୍ତରଜନିତ ଅଶାନ୍ତି ଉଦ୍ରେକ କରିପାରେ। ଆବଶ୍ୟକତା ପୂରଣ ପାଇଁ ଆଜି କିଛି ଅଧିକ ଅର୍ଥ ଦରକାର ପଡିବ। କର୍ମକ୍ଷେତ୍ରରେ ସମସ୍ୟା ସମାଧାନ ଆଶା ଉଜ୍ଜ୍ୱଳ ହେବାର ଲକ୍ଷ୍ୟ କରିବେ। ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବା ସାଙ୍ଗକୁ ଟେନସନ୍‌ କିଛି ମାତ୍ରାରେ କମିଯାଇପାରେ।
କନ୍ୟା
ସପ୍ତମସ୍ଥ ତୃତୀୟାଧିପ ହେତୁ ସମ୍ପର୍କୀୟଙ୍କ ଜରିଆରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସାଧନ କରିବେ। ଅଭାବ ନ ଥିଲେ ମଧ୍ୟ ବେହିସାବୀ ଖର୍ଚ୍ଚ ସକାଶେ ପରିବାରରୁ ତାଗିଦ୍‌ ପାଇପାରନ୍ତି। ଆଜି କର୍ମକ୍ଷେତ୍ରରେ ବିବାଦୀୟ ହେବେ। କଳା, କ୍ରୀଡା, ସାହିତ୍ୟ, ସାମ୍ବାଦିକତା ତଥା ରଚନାମତ୍କ କାର୍ଯ୍ୟରେ ଅଗ୍ରଗତି ଘଟିବ।
ତୁଳା
ତୁଳା
ସପ୍ତମଭାବସ୍ଥ ଗ୍ରହପ୍ରଭାବରୁ ଆଜି ଶିଳ୍ପ, ବ୍ୟବସାୟ ଓ ଯାତ୍ରା ପାଇଁ ଦିନଟି ପ୍ରଶସ୍ତ ରହିବ। କୌଶଳକ୍ରମେ ଅନ୍ୟକୁ କାମରେ ଲଗାଇ ଫାଇଦା ହାସଲ କରି ପାରିବେ। ଅନଟନ ଦୂରେଇ ଯିବା ସହ ଆର୍ଥିକ ଅଭିବୃଦ୍ଧି ପାଇଁ କୈାଣସି ଯୋଜନା ଫଳପ୍ରସୂ ହୋଇପାରେ। ବନ୍ଧୁମାନଙ୍କ ପ୍ରେରଣାରେ ଆଧ୍ୟାମତ୍ିକ ଭାବଧାରାରେ ଉଦ୍‌ବୁଦ୍ଧ ହୋଇ ପାରନ୍ତି।
ବିଛା
ବିଛା
ଚନ୍ଦ୍ରଙ୍କ ଏକାଦଶସ୍ଥ ବୃହସ୍ପତି ହେତୁ ଏକାଧାରରେ ଶାରୀରିକ ଓ ମାନସିକ ସୁସ୍ଥତାକୁ ଋଦ୍ଧିମନ୍ତ କରିବ। ବୈଷୟିକ ଅଭିବୃଦ୍ଧି ଏବଂ ବନ୍ଧୁସମ୍ପର୍କ ଦୃଢୀଭୂତ ହୋଇପାରେ। ରାଶ୍ୟାଧିପ ରାହୁଯୁକ୍ତ କାରଣରୁ ନେଗେଟିଭ୍‌ ଚିନ୍ତା ମନକୁ ଆକ୍ରାନ୍ତ କରିପାରେ। ପରିବାରର ସମସ୍ୟା ଦିଗରେ ବନ୍ଧୁ ପରାମର୍ଶ ଗ୍ରହଣଯୋଗ୍ୟ ହେବ।
ଧନୁ
ଧନୁ
ଆଜି ଦିନର ଗ୍ରହସ୍ଥିତି ଭଲ ନ ଥିବାରୁ ଜଗିରଖି ଚଳିବା ଭଲ। କୋଣଭାବସ୍ଥ ଗ୍ରହଜନିତ ଯାହା ଚାହଁୁଥିବେ ତାହା ପାଇବାରେ ଅସୁବିଧା ହୋଇ ନ ପାରେ। ସାମାଜିକ ସ୍ତରରେ କିମ୍ବା କର୍ମକ୍ଷେତ୍ରରେ ଅଗ୍ରଗତି ଦ୍ରୁତ ହେବ ଓ ପ୍ରତିଷ୍ଠା ମିଳିବ। ରାଜନୀତି, ଆଇନ, ଗବେଷଣା, ସଭାସମିତି କ୍ଷେତ୍ରରେ ଲକ୍ଷ୍ୟ ପୂରଣ ହେବାର ସୂଚନା ମଧ୍ୟ ରହିଛି।
ମକର
ମକର
ଆଜିର ସପ୍ତମସ୍ଥ ସ୍ବଗୃହୀଚନ୍ଦ୍ର ହେତୁ ଯାତ୍ରା, ବାଣିଜ୍ୟ ଦିଗରୁ ସୁଫଳ ମିଳିବ। ଦୈନନ୍ଦିନ କାମରେ ସମ୍ପର୍କୀୟ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ ଏବଂ ଆପଣଙ୍କ ସକାଶେ କିଛି ମଧ୍ୟ କରିପାରନ୍ତି। ଗୁରୁଜନଙ୍କ କଥାକୁ ଭାଙ୍ଗି ନ ପାରି ବନ୍ଧୁମାନଙ୍କ ପରାମର୍ଶକୁ ଗ୍ରହଣ କଲେ ଉପକୃତ ହେବେ। ବିବାଦୀୟ ପରିସ୍ଥିତିର ମୁକାବିଲା କରିବାକୁ ପଡିପାରେ।
କୁମ୍ଭ
କୁମ୍ଭ
ଦେହରେ ବସାବାନ୍ଧି ରହିଥିବା ରୋଗ, ଶୁଝିପାରୁ ନ ଥିବା ଋଣ ଏବଂ ସମାଲୋଚନା କରୁଥିବା ଲୋକଟି ପାଇଁ ଚିନ୍ତା ବଢିଯିବ। ଗୁରୁଜନଙ୍କ ଉସତ୍ାହ ପାଇ ଦୁଃସାଧ୍ୟ ସାଧନ କରିବେ। ସାଂସ୍କୃତିକ କାର୍ଯ୍ୟକ୍ରମ, ରାଜନୈତିକ ଆଲୋଚନା, ବ୍ୟବସାୟିକ ପରିସ୍ଥିତି ସକାଶେ ବ୍ୟସ୍ତତା ପ୍ରକାଶ କରିବେ।
ମୀନମୀନ

ପରିବାରରେ ପାରସ୍ପରିକ ଆଲୋଚନା ମାଧ୍ୟମରେ ସମସ୍ତ ସମସ୍ୟାକୁ ସମାଧାନ କରିବାରେ ସଫଳ ହେବେ। ସାହିତ୍ୟ ଚର୍ଚ୍ଚା,ସଭାସମିତି, ଦୂର ଭ୍ରମଣ, ରାଜନୀତି ଏବଂ ପ୍ରଶାସନିକ କାର୍ଯ୍ୟ ପାଇଁ ଦିନଟି ଭଲ। କେତେକ ବ୍ୟକ୍ତିଙ୍କ ଅସହଯୋଗଜନିତ ଉନ୍ନୟନମୂଳକ କାମ ବାଧାପ୍ରାପ୍ତ ହୋଇପାରେ। ପୁରାତନ ରୋଗଜନିତ ଶାରୀରିକ ପୀଡାରେ କଷ୍ଟ ପାଇପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଅକ୍ଟୋବର ୧୨ ତାରିଖ – Daily Horoscope

ମେଷ ଆପଣଙ୍କ କଠୋରକ୍ତି ଫଳରେ ମୁହଁ ସାମ୍ନାରେ କଥା କହିବାକୁ ଅନ୍ୟମାନେ ପଛେଇ ରହିବେ। ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହିବେ। ଅଶ୍ୱିନୀ…

ରାଶିଫଳ: ରବିବାର, ଅକ୍ଟୋବର ୧୧ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ନୀଚାରୋହୀ ଶନିଙ୍କ ଦୃଷ୍ଟିରେ ରହିଥିବାରୁ ମାନସିକ ସ୍ଥିତି ଭଲ ରହିବନାହିଁ। କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଅନେକାଂଶରେ ଅସ୍ବାସ୍ଥ୍ୟକର ରହିପାରେ। ବିବାଦୀୟ କ୍ଷେତ୍ରରେ…

ରାଶିଫଳ: ଶନିବାର, ଅକ୍ଟୋବର ୧୦ ତାରିଖ – Daily Horoscope

ମେଷ ଆଜି ରାଶ୍ୟାଧିପତିଙ୍କ ନକ୍ଷତ୍ରସ୍ଥ ଚନ୍ଦ୍ର ସାହସିକତାର ପଦକ୍ଷେପ ନେଇ ପାରିବାରିକ ଏବଂ କର୍ମକ୍ଷେତ୍ରର ସମସ୍ୟା ସମାଧାନ କରିବେ। ଆବଶ୍ୟକତା ପୂରଣ ସକାଶେ ଅର୍ଥର ଅଭାବ ରହିବ…

ରାଶିଫଳ: ଶୁକ୍ରବାର, ଅକ୍ଟୋବର ୯ ତାରିଖ – Daily Horoscope

ମେଷ ଆଜି ଋଣ ପରିଶୋଧ, ବିବାଦୀୟ ଘଟଣା, ଦୂରଯାତ୍ରା କିମ୍ବା ଶତ୍ରୁତା କରୁଥିବା ବ୍ୟକ୍ତି ବିଷୟରେ ଚିନ୍ତା କରିବେ। ସାଧାରଣ କଥାରେ ବନ୍ଧୁ ସମ୍ପର୍କ ଫିକା ପଡିଯିବାରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?