Posted inRasifala

ରାଶିଫଳ: ବୁଧବାର, ଅକ୍ଟୋବର ୧୨ ତାରିଖ – Daily Horoscope

ମେଷ
ଆଜି ଭୁଲ୍‌ ନିଷ୍ପତ୍ତି ନେଇ ପଶ୍ଚାନ୍ତେ ଅନୁତାପ କରିବେ। ସାମାନ୍ୟ ବିଳମ୍ବିତ ସମୟରେ ଚେଷ୍ଟା କରୁଥିବା ଦିଗରୁ ଧନ ପାଇ ଖୁସି ହୋଇପାରନ୍ତି। ପରିବହନ ଏବଂ ବାଣିଜ୍ୟ, ଶିଳ୍ପ କ୍ଷେତ୍ରରେ ମଧ୍ୟ ଶିଥିଳତା ଦେଖାଦେଇପାରେ। ବିଗତ ଦିନର ସମସ୍ୟାଗୁଡ଼ିକର ସମାଧାନ ସକାଶେ ବିଭିନ୍ନ ପ୍ରକାରର ଚିନ୍ତା ମନକୁ ଆନ୍ଦୋଳିତ କରିବ।
ବୃଷ
ବୃଷ
କୌଣସି ଖବର ପାଇ ଏତେଦୂର ଖୁସି ହୋଇଯିବେ ଯେ, ଯାହାକୁ ଭାଷାରେ ବର୍ଣ୍ଣନା କରିପାରିବେ ନାହିଁ ।
ଅନ୍ୟମନସ୍କ ହେତୁକ କୌଣସି ଭୁଲ୍‌ କାମ କରି ଅନୁତପ୍ତ ହେବେ। ହାତକୁ ନେଇଥିବା ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବାରେ କଠୋର ଶ୍ରମ କରିବାକୁ ପଡ଼ିପାରେ। ସାଧାରଣ କଥାକୁ କେନ୍ଦ୍ରକରି ହଡ଼ବଡ଼େଇ ଯିବେ।
ମିଥୁନ
ମିଥୁନ
ଆଜିର ଯାତ୍ରା ସମୟରେ କୌଣସି ଅପରିଚିତଙ୍କ କଥାକୁ ବିଶ୍ୱାସ କରି ହଇରାଣରେ ପଡ଼ିଯାଇ ପାରନ୍ତି। କଳିତକରାଳ ବିଷୟର ପର୍ଯ୍ୟାଲୋଚନା କରି ଅନ୍ୟମନସ୍କ ରହିବେ। କର୍ମକ୍ଷେତ୍ରରେ ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡ଼ିବେ। ଅପରାହ୍ନେ ଦୀର୍ଘଦିନର ଆଶା ଫଳବତୀ ହେବାରେ କୌଣସି ଅସୁବିଧା ରହିବ ନାହିଁ।
କର୍କଟ
କର୍କଟ
ଚେଷ୍ଟା କରୁଥିବା କାର୍ଯ୍ୟ ସାଧନରେ ନିଜ ଲୋକ ସହଯୋଗ କରିବେନି। ପରିସ୍ଥିତି ବଦଳି ଯିବାରୁ ଖୁସି ଅନୁଭବ କରିବେ। ନିର୍ମାଣାଧୀନ ଗୃହ, ରାସ୍ତାକାମ ହଠାତ୍‌ କିଛିଦିନ ସକାଶେ ଅଟକି ରହି ଯାଇପାରେ। ଲେଖାପଢ଼ା, ଆଲୋଚନା, ଚୁକ୍ତିପତ୍ର କ୍ଷେତ୍ରରେ ସୁଫଳ ପାଇବେ। ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ର ଓ ଅଦାଲତର ରାୟ ସପକ୍ଷରେ ଯିବ।
ସି˚ହ
ସି˚ହ
କର୍ମକ୍ଷେତ୍ରରେ ଅଟକି ରହିଥିବା କାମଗୁଡ଼ିକ ଆଜି ହିଁ ଶେଷ କରିବାକୁ ମନସ୍ଥ କରିବେ। ପିତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି କାରଣରୁ ମନ ହାଲୁକା ହୋଇଯିବ। ପରିବହନରେ ଉନ୍ନତି କରି ଋଣମୁକ୍ତ ହେବାର ସୂଚନା ରହିଛି। କୌଣସି ଗୃହ, ଜମିଜମା ସମ୍ବନ୍ଧୀୟ ବିଷୟରେ ଯୋଗାଯୋଗ କଲେ ଅବଶ୍ୟ ଉପକୃତ ହେବେ।
କନ୍ୟା
ବିଭିନ୍ନ କାମରେ ଅନୁପ୍ରବେଶ କରି ମନକୁ ଭାରାକ୍ରାନ୍ତ କରିପାରନ୍ତି। କର୍ମ କ୍ଷେତ୍ରରେ ଏକ ସାଧାରଣ ଘଟଣାରେ ଉଚ୍ଚବାଚ ଓ ବିତର୍କ ଘଟିପାରେ। ପରିବାରର ଖର୍ଚ୍ଚଭାର ଯୋଗୁ ଚିନ୍ତାପ୍ରକଟ କରିବେ କିନ୍ତୁ କୌଣସି ଉପାୟ ପାଇବେ ନାହିଁ। ପାଖ, ପଡ଼ୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ସମର୍ଥ ହେବେ।
ତୁଳା
ତୁଳା
ଆଶା କରୁଥିବା ଦିଗରୁ ଅର୍ଥ ପାଇବେ କିନ୍ତୁ ଏଥିପାଇଁ ଆପଣଙ୍କୁ ସାମାନ୍ୟ କଷ୍ଟ ସ୍ବୀକାର କରିବାକୁ ପଡ଼ିବ । ପରକଥାରେ ପଡ଼ି ନିଜ ଲୋକଙ୍କୁ ଭୁଲ୍‌ ବୁଝିବେ ଏବଂ ବନ୍ଧୁମାନଙ୍କ ଆଚରଣରେ ଅସନ୍ତୁଷ୍ଟ ରହିବେ। ଆବଶ୍ୟକତା ପୂରଣ କରିବା ସକାଶେ ପର ପାଖରେ ମୁଣ୍ଡ ନୁଆଁଇବାକୁ ପଡ଼ିପାରେ ।
ବିଛା
ବିଛା
ଦିନସାରା ଟେନ୍ସନ ଲାଗି ରହିବା କାରଣରୁ ମାନସିକ ସ୍ଥିତି ଠିକ୍‌ ରହିବନାହିଁ। ଆର୍ଥିକ ସ୍ବଚ୍ଛଳତା ଫେରି ଆସିବା କାରଣରୁ ସାମୟିକ ଆମତ୍ତୃପ୍ତି ଲାଭ କରିବେ। ବନ୍ଧୁମାନଙ୍କ ପ୍ରେରଣାରେ ସତ୍‌ସଙ୍ଗ କିମ୍ବା ଆଧ୍ୟାମତ୍ିକ ଭାବଧାରାରେ ଉଦ୍‌ବୁଦ୍ଧ ହୋଇପାରନ୍ତି। ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିବାର ସୁଯୋଗ ପାଇବେ ।
ଧନୁ
ଧନୁ
ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣ ମଧ୍ୟରେ ରହିବ । ମାମଲାରେ ଟେନ୍ସନ ଜନିତ ଅସ୍ଥିରତା ମାନସିକ ଅଶାନ୍ତିର କାରଣ ହୋଇପାରେ। ସଭାସମିତିରେ ଏପରି କିଛି ପ୍ରସ୍ତାବ ମାନ ଦେବେ; ଯାହା କି ବନ୍ଧୁ ମାନଙ୍କ ମନକୁ ବେଶ୍‌ ପାଇବ। ପ୍ରଶାସନ, ପ୍ରକାଶନ, ଏଜେନ୍ସିପ୍‌, ଗଣମାଧ୍ୟମ, ବେତାର, ଆଇନ ଅଦାଲତ କ୍ଷେତ୍ରରେ ଶୁଭଫଳ ପାଇପାରନ୍ତି ।
ମକର
ମକର
ଅସୁସ୍ଥତା ଓ ଅଭାବବୋଧ ପ୍ରଭୃତି ବିଭିନ୍ନ ଦୁଶ୍ଚିନ୍ତାରେ ମନ ଭାରାକ୍ରାନ୍ତ ରହିବ। ଲୋକସମ୍ପର୍କ ବୃଦ୍ଧି ସକାଶେ ନୂତନ ଉପାୟ ଖୋଜି ବାହାର କରିବାରେ ସମର୍ଥ ହେବେ । ପ୍ରତୀକ୍ଷା କରିଥିବା କାୈଣସି ଖବର ମଧ୍ୟାହ୍ନ ପରେ ପାଇ ଖୁସି ହୋଇପାରନ୍ତି। ଛୋଟ ଘଟଣାକୁ ବଡ଼ ଆକାରରେ ଚିନ୍ତା କରି ବୃଥାରେ ସମୟ ଅପଚୟ କରିପାରନ୍ତି।
କୁମ୍ଭ
କୁମ୍ଭ
ଆଜି ଅନୁକୂଳ ବାତାବରଣ ମଧ୍ୟରେ ସ୍ଥଗିତ କାମକୁ ପୂରା ଦମ୍‌ରେ କରିବାପାଇଁ ନିଷ୍ପତ୍ତି ନେବେ। ଆନୁଷ୍ଠାନିକ କାମରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିପାରନ୍ତି। ସାହିତ୍ୟ, ସାମ୍ବାଦିତା, କଳା ଓ ରଚନାତ୍ମକ କାମରେ ଉଚ୍ଚ ପ୍ରଶଂସା ପାଇବେ। ଆର୍ଥିକ ସ୍ଥିତି ସେତେଟା ଭଲ ନ ଥିଲେ ମଧ୍ୟ କୌଣସି କାମ ଅଟକିବ ନାହିଁ।
ମୀନମୀନ
ବନ୍ଧୁଙ୍କ ସହ ଅଧିକାଂଶ ସମୟ ଆଲୋଚନା କରି ସମାଧାନରେ ଉପନୀତ ହୋଇପାରନ୍ତି। ଅପରାହ୍ନେ ଦୀର୍ଘଦିନରୁ ଖୋଜୁଥିବା ଜିନିଷଟି ପାଇ ଖୁସୀ ହୋଇଯିବେ। ବ୍ୟବସାୟ ଏବଂ ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ମଧ୍ୟ ଦୂର ହୋଇଯିବ । ବନ୍ଧୁ ମିଳନରୁ ଆନନ୍ଦିତ ହେବେ ଓ ଆନୁଷ୍ଠାନିକ କାମରେ ବ୍ୟସ୍ତ ରହିବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୭ ତାରିଖ – Daily Horoscope

ମେଷ ଶୁଭଗ୍ରହ ତୃତୀୟସ୍ଥ ଯୋଗୁ ବନ୍ଧୁଙ୍କ ମାଧ୍ୟମରେ ପାରିବାରିକ ଅସଙ୍ଗତୀ ଦୂର କରିବାରେ ସାହାଯ୍ୟ କରିବେ। ଆଜିର ଯାତ୍ରା, ସରକାରୀ କର୍ମଚାରୀଙ୍କୁ ସାକ୍ଷାତ, ବାଣିଜ୍ୟ ପାଇଁ ଦିନଟି…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୨୬ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ଭାଗ୍ୟସ୍ଥାନ ପ୍ରତି ଦୁଷ୍ଟିସମ୍ବନ୍ଧ ଯୋଗୁ ନୂତନ କର୍ମାରମ୍ଭ ସହ ପାରିବାରିକ ସୁଖଶାନ୍ତି ଅନୁଭବ କରିବେ। ସକାଳୁ ବନ୍ଧୁଙ୍କ ସହ ସୁଖଭ୍ରମଣ ଯୋଗ…

ରାଶିଫଳ: ବୁଧବାର, ମାର୍ଚ୍ଚ ୨୫ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ ପ୍ରତି ମଙ୍ଗଳଙ୍କ ପ୍ରତ୍ୟକ୍ଷଦୃଷ୍ଟି ପ୍ରଭାବରେ କାର୍ଯ୍ୟ ହାସଲ କରିବେ। ରାହୁଙ୍କ ପ୍ରଭାବଜନିତ ପଡ଼ୋଶୀ ପ୍ରତିବାଦ କରିପାରନ୍ତି। ପାରିବାରିକ ସହମତି ସଙ୍ଗକୁ ବନ୍ଧୁମାନଙ୍କ ସହଯୋଗ…

ରାଶିଫଳ:ମଙ୍ଗଳବାର , ମାର୍ଚ୍ଚ ୨୪ ତାରିଖ – Daily Horoscope

ମେଷ ଧନଭାବସ୍ଥ ଚନ୍ଦ୍ର ପ୍ରଭାବରେ ଆଜି ପାରିବାରିକ ସ୍ଥିତି, କର୍ମକ୍ଷେତ୍ର ଓ ଅର୍ଥ ସମ୍ପର୍କ ଭଲ ରହିବ। ମିତ୍ରମାନେ ପ୍ରଶଂସା ଗାଇ କାମ ହାସଲର ଅପଚେଷ୍ଟା କରିପାରନ୍ତି।…

ରାଶିଫଳ:ସୋମବାର , ମାର୍ଚ୍ଚ ୨୩ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ଦ୍ୱାରା ଆହୂତ ଆନୁଷ୍ଠାନିକ କାମରେ ମନୋନିବେଶ କରି ପ୍ରଶଂସିତ ହେବେ। ଆତ୍ମୀୟଙ୍କ ସହିତ ଦର୍ଶନୀୟ ସ୍ଥାନ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri