Posted inRasifala

ରାଶିଫଳ:ମଙ୍ଗଳବାର , ମାର୍ଚ୍ଚ ୨୪ ତାରିଖ – Daily Horoscope

ମେଷ
ଧନଭାବସ୍ଥ ଚନ୍ଦ୍ର ପ୍ରଭାବରେ ଆଜି ପାରିବାରିକ ସ୍ଥିତି, କର୍ମକ୍ଷେତ୍ର ଓ ଅର୍ଥ ସମ୍ପର୍କ ଭଲ ରହିବ। ମିତ୍ରମାନେ ପ୍ରଶଂସା ଗାଇ କାମ ହାସଲର ଅପଚେଷ୍ଟା କରିପାରନ୍ତି। ତଥାପି ଏକ ନିର୍ଦ୍ଦିଷ୍ଟ କାମ ସକାଶେ ରଖିଥିବା ଧନ ଭିନ୍ନ ବାଟରେ ଖର୍ଚ୍ଚ ହୋଇଯାଇପାରେ। ଅବହେଳାଜନିତ କର୍ମକ୍ଷେତ୍ରରେ ଉପରିସ୍ଥ କର୍ମଚାରୀଙ୍କ ରୋଷର ଶିକାର ହୋଇପାରନ୍ତି।
ବୃଷ
ବୃଷ
ରାଶିରେ ଚନ୍ଦ୍ରଙ୍କ ସ୍ଥିତି ବିଭିନ୍ନ ପ୍ରକାର କାମର ଚିନ୍ତା ମନକୁ ଆନ୍ଦୋଳିତ କରିପାରେ। ଦୀର୍ଘଦିନରୁ ଅପେକ୍ଷା କରିଥିବା ଖବରଟି ଆଜି ଅପରାହ୍ନେ ପାଇପାରନ୍ତି। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ସାମୟିକ ଖୁସି ରହିବେ। ରବି ଓ ଚନ୍ଦ୍ରଙ୍କ ସ୍ଥିତିଜନିତ ଉଚ୍ଚ ଆଶା ଅବଶ୍ୟ ପୂରଣହେବା ଆଶା କରାଯାଇପାରେ।
ମିଥୁନ
ମିଥୁନ
ଏକାଦଶଭାବରେ ରବିଙ୍କ ସ୍ଥିତି ପ୍ରଭାବରେ ବନ୍ଧୁ ସମ୍ପର୍କ ସୃଷ୍ଟି ସୂଚନା ରହିଛି। ସଂଗଠନ, ରାଜନୀତି କିମ୍ବା ଆନୁଷ୍ଠାନିକ କାମରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ସହକର୍ମୀଙ୍କ ସାହାଯ୍ୟର ପ୍ରତିଶ୍ରୁତି ପାଇ ଆଶ୍ୱସ୍ତି ଅନୁଭବ କରିବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଏବଂ ପରିବହନ ପରିପ୍ରେକ୍ଷୀରେ ଭ୍ରମଣ ସୁଯୋଗ ଲାଭ କରିବେ।
କର୍କଟ
କର୍କଟ
କର୍ମାଧିପ ଏକାଦଶସ୍ଥ ଯୋଗୁ ପ୍ରତ୍ୟେକ କାର୍ଯ୍ୟ କୁଶଳତାର ସହ ସମାପନ କରିପାରିବେ। ଆମତ୍ୀୟଙ୍କ ସାହାଯ୍ୟରେ ପାରିବାରିକ ସମସ୍ୟା ସମାଧାନ ହେବା କଷ୍ଟକର ହେବ। କର୍ମାରମ୍ଭରେ ପ୍ରତିକୂଳ ପରିସ୍ଥିତି ଯୋଗୁ ଯୋଜନାଗୁଡ଼ିକ ସମ୍ପୂର୍ଣ୍ଣ ହେବ ନାହିଁ। ବନ୍ଧୁଙ୍କ ପରାମର୍ଶରେ ଧର୍ମକାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି।
ସି˚ହ
ସି˚ହ
କର୍ମକ୍ଷେତ୍ରରେ ଫାଇଲ୍‍ କାମରେ ବ୍ୟସ୍ତ ରହିବା ସହ ଅଧିକାଂଶ ଟେନ୍‍ସନ ଲାଗି ରହିବ। ମାଙ୍ଗଳିକ କାମ ପରିପ୍ରେକ୍ଷୀରେ ଘରୋଇ ସମସ୍ୟା ସମାଧାନ ପାଇଁ ଚେଷ୍ଟା କରିପାରନ୍ତି। ଯାତ୍ରା ସମୟରେ ସତର୍କତା ଅବଲମ୍ବନ ନ କଲେ ବିବାଦରେ ପଡ଼ିବେ। କ୍ରୀଡ଼ା, ସଙ୍ଗୀତ, ଯାତ୍ରା, ବାଣିଜ୍ୟ, ରାଜନୀତିରୁ ପ୍ରଶଂସିତ ହେବେ।
କନ୍ୟା
ବୁଧଙ୍କ ଅଶୁଭତ୍ୱରୁ ଯେତେ ଭଲ କାମ କଲେ ମଧ୍ୟ କର୍ମକ୍ଷେତ୍ରରୁ ଅଭିଯୋଗ ଆସିବ। ଆମତ୍ୀୟଙ୍କ ଅସହଯୋଗରୁ ଦୁର୍ବଳ କାର୍ଯ୍ୟରେ ବ୍ୟସ୍ତତା ବୃଦ୍ଧିପାଇବ। ବନ୍ଧୁଙ୍କ ନିକଟରୁ ବକେୟା ଆଦାୟକୁ କେନ୍ଦ୍ରକରି ଝଗଡ଼ା ସୃଷ୍ଟି ହୋଇପାରେ। ଔଷଧ, ବହିପତ୍ର, ଲୁଗାପଟା ଦୋକାନ ତଥା ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ।
ତୁଳା
ତୁଳା
ଉଚ୍ଚସ୍ଥ ଶୁକ୍ର ପସନ୍ଦପୂର୍ଣ୍ଣ କରାଇବାରେ ସୁନ୍ଦର ପରିବେଶ ସୃଷ୍ଟି କରିପାରନ୍ତି। ଭୁଲ୍‍ ବୁଝାମଣାରେ ନିକଟସ୍ଥ ବ୍ୟକ୍ତିଙ୍କ ଆପଣଙ୍କ ପ୍ରତି ଥିବା ମନୋଭାବ ବଦଳିଯାଇପାରେ। କଚେରି ମାମଲା କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ। କଳହ ଲାଗିଥିବା ସହକର୍ମୀଟି ପ୍ରତି ସତର୍କ ନ ରହିଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।
ବିଛା
ବିଛା
ସ୍ବାସ୍ଥ୍ୟହାନି ସାଙ୍ଗକୁ ବିଭିନ୍ନ ପ୍ରକାର ଦୁଶ୍ଚିନ୍ତା କାରଣରୁ ମନୋବଳ କ୍ରମଶଃ ହ୍ରାସପାଇବ। ତଥାପି ଆପଣ ମନ ବୁଝିଲା ଭଳି କଥା କହି ପାଖ ପଡ଼ୋଶୀଙ୍କୁ ଆପଣେଇ ନେବେ। ସକାଳ ସମୟରେ ଶୁଣା କଥାକୁ ବିଶ୍ୱାସକରି ଟେନ୍‍ସନ ବଢ଼ିପାରେ। ପରିଜନଙ୍କ ସହ ଅଧିକ ଭ୍ରମଣ ଯୋଗୁ କ୍ଳାନ୍ତି ଓ ଆଳସ୍ୟ ଅନୁଭବ କରିପାରନ୍ତି।
ଧନୁ
ଧନୁ
ଆପଣଙ୍କୁ ସହାନୁଭୂତି ଦେଖାଇ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେଇପାରନ୍ତି। ଚେଷ୍ଟା କରୁଥିବା ଯୋଜନାଟିକୁ କାର୍ଯ୍ୟକାରୀ କରିବାରେ ବିଶିଷ୍ଟ ବ୍ୟକ୍ତିଙ୍କ ପରାମର୍ଶ ସାହାଯ୍ୟ କରିବ। ଯେଉଁଥିପାଇଁ ଆଶଙ୍କା କରୁଛନ୍ତି ସେଥିରେ କିଛି ବିପଦ ଘଟିବା ସମ୍ଭାବନା ନାହିଁ। ଅନ୍ୟ ଉପରେ ଦୋଷ ଢାଳିବାକୁ ଚେଷ୍ଟାକଲେ ସମାଲୋଚିତ ହେବାକୁ ପଡ଼ିପାରେ।
ମକର
ମକର
ପରିବାରରେ କୁହୁଳୁଥିବା ଅଶାନ୍ତି ହଠାତ୍‍ ପରିବେଶକୁ ବଦଳାଇ ଦେଇପାରେ। ପରିବାରର ଆବଶ୍ୟକତା ପୂରଣ ସକାଶେ ଧାରକରଜ କରି କାମ ତୁଲାଇ ନେବେ। ଈର୍ଷାପରାୟଣ ମନୋଭାବ ପୋଷଣକରି ସମ୍ପର୍କୀୟ ଟାହିଟାପରା କରିପାରନ୍ତି। ସବୁକଥା ପଛକୁ ପକାଇ ଅନ୍ୟମାନଙ୍କ ମନନେଇ ଚଳିବାକୁ ଚେଷ୍ଟାକଲେ ଉପକୃତ ହେବେ।
କୁମ୍ଭ
କୁମ୍ଭ
କର୍ମକ୍ଷେତ୍ରରେ ମନ ଭୁଲାଣିଆ କଥା କହି ସହକର୍ମୀଙ୍କ ଦ୍ୱାରା କାମଟି କରାଇନେବେ। ପରିବାର,ବନ୍ଧୁ ସମ୍ପର୍କ,
ସଭାସମିତି କ୍ଷେତ୍ରରେ ଛୋଟ କଥାକୁ ଧରି ବସନ୍ତୁ ନାହିଁ। କିଣାବିକା କାରବାରରେ ସତର୍କତା ଅଭାବରୁ ଅପଦସ୍ଥ ହେବା ସମ୍ଭାବନା ରହିଛି। ଯାତ୍ରା ସମୟରେ ଜିନିଷପତ୍ର ପ୍ରତି ସତର୍କ ରହନ୍ତୁ, ନତୁବା କିଛି ହରାଇବାକୁ ପଡ଼ିପାରେ।
ମୀନମୀନ
କର୍ମକ୍ଷେତ୍ରରେ ଦକ୍ଷତାକୁ ନେଇ ପ୍ରତିଷ୍ଠା ଓ ପ୍ରଶଂସା ପାଇବେ। ବୁଧଙ୍କ ଦୁର୍ବଳତା କାରଣରୁ ଦାୟିତ୍ୱ ନେଇଥିବା ଲୋକ ଠିକ୍‍ ଖବର ଦେବାରେ ହେଳା କରିପାରନ୍ତି। ଅର୍ଥ ଆଦାୟ କରିବାରେ ଯେତେ ଚେଷ୍ଟା କଲେ ମଧ୍ୟ ନେଇଥିବା ବ୍ୟକ୍ତିଟି ବିଭିନ୍ନ କଥା କହି ମିଥ୍ୟା ପ୍ରତିଶ୍ରୁତି ହିଁ ଦେବେ। ବିବାଦୀୟ ଘଟଣା ଜଟିଳ ଆଡ଼କୁ ଗତି କରିପାରେ।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ମେ ୧୩ ତାରିଖ – Daily Horoscope

ମେଷ ପ୍ରତ୍ୟେକ କାମ ବିଳମ୍ବ ଓ ଝମେଲା ଭିତରେ ହିଁ ସମ୍ପନ୍ନ ହେବ। କିନ୍ତୁ ଯଦି ତରବରିଆ ପଦକ୍ଷେପ ନେବେ ତେବେ ବେଶି ହଇରାଣ ହେବାକୁ ପଡ଼ିପାରେ।…

ରାଶିଫଳ: ମଙ୍ଗଳବାର, ମେ ୧୨ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ କେତେକ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ। ଦୃଢ଼ ଓ କଠୋରୋକ୍ତି ଫଳରେ ମୁହଁ ସାମ୍ନାରେ କଥା କହିବାକୁ ଅନ୍ୟମାନେ ପଛେଇ ରହିବେ। ପାରିବାରିକ…

ରାଶିଫଳ: ସୋମବାର, ମେ ୧୧ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି ଯୋଗୁ ପାରିବାରିକ ଓ କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଅନେକାଂଶରେ ଭଲ ରହିବ। ବନ୍ଧୁଙ୍କୁ ସୁହାଇଲା ଭଳି ମଉଜିଆ କଥା କହି ପରିସ୍ଥିତିକୁ…

ରାଶିଫଳ: ରବିବାର, ମେ ୧୦ ତାରିଖ – Daily Horoscope

ମେଷ ଆଜି ପାରିବାରିକ ଓ କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଅନେକାଂଶରେ ଭଲ ରହିବ। କୃତ୍ତିକା ନକ୍ଷତ୍ରକୁ ଅର୍ଥ ଲାଭ ସହ ଶାରୀରିକ ସୁସ୍ଥତା କାମ କରିବା…

ରାଶିଫଳ: ଶନିବାର, ମେ ୯ ତାରିଖ – Daily Horoscope

ମେଷ ସମ୍ପର୍କୀୟ କିମ୍ବା ଆତ୍ମୀୟଙ୍କ ସାହାଯ୍ୟରୁ କୌଣସି କାମ ଅଟକି ରହିବନାହିଁ। ବିବାଦୀୟ ଘଟଣାରେ କୌଣସି ନିର୍ଦ୍ଦିଷ୍ଟ ପକ୍ଷକୁ ସମର୍ଥନ କରିବା ଠିକ୍‌ ହେବ ନାହିଁ। ଦ୍ୱିଜା…

ରାଶିଫଳ: ଶୁକ୍ରବାର, ମେ ୮ ତାରିଖ – Daily Horoscope

ମେଷ କେନ୍ଦ୍ରସ୍ଥ ଗ୍ରହଙ୍କ ସୁପ୍ରଭାବରୁ ଉଚ୍ଚଚିନ୍ତା, ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ, ଧର୍ମକାର୍ଯ୍ୟକୁ ମନ ବଳିବ। ଆନୁଷ୍ଠାନିକ କ୍ଷେତ୍ରରେ ସାମିଲ ସହ ସତ୍‍ସଙ୍ଗର ସୁଯୋଗ ପାଇବେ। ଆଜିର ଯାତ୍ରା,…

ରାଶିଫଳ: ଗୁରୁବାର, ମେ ୭ ତାରିଖ – Daily Horoscope

ମେଷ ଆଜି ଯାତ୍ରା, ବ୍ୟବସାୟ, ପରିବହନ, ରାଜନୀତି ପାଇଁ ବହୁତ ଭଲ। ମାତ୍ର କର୍ମ କ୍ଷେତ୍ରରେ କେତେକ ବ୍ୟତିକ୍ରମ ଲାଗି ରହିବା କାରଣରୁ ଟେନ୍ସନ ପିଛା ଛାଡିବ…

ରାଶିଫଳ: ବୁଧବାର, ମେ ୬ ତାରିଖ – Daily Horoscope

ମେଷ ବୁଧାଦିତ୍ୟ ଯୋଗ ପ୍ରଭାବରୁ ବ୍ୟକ୍ତିତ୍ୱର ପରିପ୍ରକାଶ ସାମାଜିକ ସ୍ତରରେ ସମ୍ମାନଜନକ ସ୍ଥିତି ପ୍ରଦାନ କରିବ। ପାରିବାରିକ, ପରିବହନ, ନିର୍ମାଣ, ଜମିଜମା ଓ ଆନୁଷ୍ଠାନିକ କାର୍ଯ୍ୟରେ ସଫଳତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri