Posted inRasifala

ରାଶିଫଳ: ଗୁରୁବାର, ମେ ୧୧ ତାରିଖ – Daily Horoscope

ମେଷ
ଆଜି ପ୍ରତ୍ୟେକ କେନ୍ଦ୍ରରେ ଗ୍ରହଙ୍କ ଅବସ୍ଥିତି କାରଣରୁ ଏକ ଅପୂର୍ବ ସୁଯୋଗର ସ୍ମରଣୀୟ ମୁହୂର୍ତ୍ତ ଅଭୁଲା ରହିବ। ପାରିବାରିକ ଓ କର୍ମକ୍ଷେତ୍ରର ପରିସ୍ଥିତି ଭଲ ରହିବ। ଅର୍ଥ ଲାଭ ସାଙ୍ଗକୁ ଯାତ୍ରା, ବ୍ୟବସାୟ, କ୍ରୟ ବିକ୍ରୟ କ୍ଷେତ୍ରରେ ସୁଫଳ ପାଇବେ। ସାହିତ୍ୟ, କଳା, ସଙ୍ଗୀତ, ଚଳଚ୍ଚିତ୍ର ଓ ରଚନାତ୍ମକ କାର୍ଯ୍ୟରେ ଅଗ୍ରଗତି ଘଟିବ।
ବୃଷ
ବୃଷ
ଶୁକ୍ର ଗଳାସ୍ଥାନ ତୃତୀୟରେ ଥିବାରୁ କଳା, ସାହିତ୍ୟ, ସଙ୍ଗୀତ କ୍ଷେତ୍ରରେ ସୁନାମ ଅର୍ଜନ କରିବେ। ନୀଚ୍ଚସ୍ଥ ମଙ୍ଗଳ ଦୃଷ୍ଟିରେ ଚନ୍ଦ୍ର ସ୍ମୃତି ବିଭ୍ରମ ଏବଂ ସନ୍ତାନ ହେତୁକ ଅଶାନ୍ତି ସୃଷ୍ଟି କରିପାରନ୍ତି। ବନ୍ଧୁଙ୍କଠାରୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିପାରନ୍ତି। ଆଲୋଚନା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ।
ମିଥୁନ
ମିଥୁନ
ଚିନ୍ତାଧାରା ଉନ୍ନତ ଥିଲେ ମଧ୍ୟ ଦ୍ୱିତୀୟସ୍ଥ ମଙ୍ଗଳ ପ୍ରଭାବରେ ବ୍ୟବହାରରେ ବ୍ୟତିକ୍ରମଜନିତ କଳହର ସମ୍ମୁଖୀନ ହେବେ। ଭାବୁଥିବେ ଗୋଟିଏ, ଆଉ ଗୋଟିଏ କାମ କରିବାକୁ ବାଧ୍ୟ ହେବେ। ନିଜ ଲୋକଙ୍କ ଦ୍ୱାରା ସମାଲୋଚିତ ହେବାକୁ ପଡ଼ିପାରେ। କର୍ମକ୍ଷେତ୍ରରେ ଅଗ୍ରଗତି ବେଶ୍‌ ଦ୍ରୁତ ହେବ ଓ ଆର୍ଥିକ ସ୍ଥିତି ପୂର୍ବପରି ରହିବ।
କର୍କଟ
କର୍କଟ
ଗ୍ରହସ୍ଥିତିର ସାମ୍ୟତା ଦୈହିକ ଓ ମାନସିକ ସୁସ୍ଥତା ପ୍ରଦାନ ସାଙ୍ଗକୁ କର୍ମକ୍ଷେତ୍ରକୁ ଋଦ୍ଧିମନ୍ତ କରିବ। ବିଭିନ୍ନ ଯୋଜନା କରିବା ସହ ଗୃହ କିମ୍ବା ଯାନବାହନ ପ୍ରାପ୍ତ ହୋଇପାରେ। ଏମିତି କେତେକ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ, ଯଦ୍ଦ୍ବାରା ଦ୍ୱନ୍ଦ୍ୱରେ ପଡି ଠିକ୍‌ ନିଷ୍ପତ୍ତି ନେଇପାରିବେନି। ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁମିଳନରୁ ଉତ୍ସାହିତ ହେବେ।
ସି˚ହ
ସି˚ହ
ଆଜି ଭାଗ୍ୟଭାବରେ ରାଶ୍ୟଧିପତି ଅନ୍ୟଗ୍ରହଙ୍କ ସାନ୍ନିଧ୍ୟରେ ରାଜଯୋଗ ସୃଷ୍ଟି କରୁଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଅବଶ୍ୟମ୍ଭାବୀ। ସାମାଜିକ କ୍ଷେତ୍ରରେ ଉଚ୍ଚବର୍ଗର ବ୍ୟକ୍ତି ସାହାଯ୍ୟ କରିବେ। ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବା ଦିଗରେ ଆଜି ଦିନଟିର ଅଧିକାଂଶ ସମୟ ବିତିବ। ବ୍ୟବସାୟରେ ବିବାଦ ସୃଷ୍ଟି ହୋଇପାରେ।
କନ୍ୟା
ଅଷ୍ଟମସ୍ଥ ଏକାଧିକଗ୍ରହ ଆପଣଙ୍କୁ ବିଭିନ୍ନ ଦିଗରୁ ଅର୍ଥଲାଭ କରାଇଲେ ମଧ୍ୟ ସମସ୍ୟା ପିଛା ଛାଡ଼ିବ ନାହିଁ। ଦୂରଭ୍ରମଣର ସୁଯୋଗ ଆପଣାଛାଏ ଜୁଟିଯିବାର ସମ୍ଭାବନା ରହିଛି। ପାରିବାରିକ ଜୀବନରେ ସ୍ନେହ, ଶ୍ରଦ୍ଧା ଓ ଆଦରର ସଦ୍‌ଭାବ ଅନୁଭବ କରିପାରନ୍ତି। କିନ୍ତୁ ଏହାସାଙ୍ଗୁ କର୍ମ କ୍ଷେତ୍ରରେ ଅସ୍ଥିରତା ସୃଷ୍ଟି ହେବାର ସମ୍ଭାବନା ରହିଛି।
ତୁଳା
ତୁଳା
ଶାରୀରିକ ଅସୁସ୍ଥତା ସାଙ୍ଗକୁ ନିଅଣ୍ଟିଆ ଆର୍ଥିକ ପରିସ୍ଥିତି ମାନସିକସ୍ଥିତିକୁ ଦୁର୍ବିଷହ କରିପାରେ। ବହୁତ ଦିନରୁ ପାଇବାକୁ ଆଶା ରଖିଥିବା ପ୍ରାପ୍ୟ ନ ପାଇ ନିରାଶ ହୋଇପାରନ୍ତି। ମାଲିମକଦ୍ଦମାରେ ଆପୋସ ଆଲୋଚନା ଦ୍ୱାରା ସମସ୍ୟାର ସମାଧାନ ହୋଇଯିବ। ନିର୍ମାଣ ଶିଳ୍ପ, ବ୍ୟବସାୟ ଓ ପରିବହନରେ ସୁଫଳ ମିଳିବ।
ବିଛା
ବିଛା
ଭାଗ୍ୟସ୍ଥ ରାଶ୍ୟାଧିପତି ଚନ୍ଦ୍ରଙ୍କ ଦୃଷ୍ଟିରେ ରହିଥିବାରୁ ଚେଷ୍ଟା ନିଷ୍ଫଳ ହେବନାହିଁ। ସାମୟିକଭାବରେ ଅତୀତ ଘଟଣା କିମ୍ବା ବିଭିନ୍ନ ସମସ୍ୟା ସକାଶେ ମନ ଭାରାକାନ୍ତ ରହିବ। ନୀଚ ସଂସର୍ଗରୁ ଦୂରେଇ ରହିବା ଭଲ, ଅନ୍ୟଥା କଳହ ସମ୍ଭାବନା ରହିଛି। କଳା, ସଙ୍ଗୀତ, ଚଳଚ୍ଚିତ୍ର, କ୍ରୀଡ଼ା, ପ୍ରତିଯୋଗିତା ଓ ସାମ୍ବାଦିକତାରେ ଉନ୍ନତି କରିବେ।
ଧନୁ
ଧନୁ
ଗ୍ରହମାନଙ୍କ ଅନୁକୂଳତା ହେତୁ କାର୍ଯ୍ୟକଳାପରେ ଶୃଙ୍ଖଳା ସାଙ୍ଗକୁ ଉତ୍ତମ ଚିନ୍ତାଧାରା ସୃଷ୍ଟି ହେବ। ପାରିବାରିକ କ୍ଷେତ୍ର, ପ୍ରକାଶନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। ରପ୍ତାନି ବାଣିଜ୍ୟରେ ଉନ୍ନତି ଘଟିବା ସାଙ୍ଗକୁ ରାଜନୀତିରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ମାଲିମକଦ୍ଦମାରେ ଆପୋସ ସମାଧାନ ଘଟିବାର ଆଶା ରହିଛି।
ମକର
ମକର
ବିବାଦୀୟ ପରିସ୍ଥିିତି ଦୂରେଇଯିବାର ଅନୁଭବ କରିବେ। ବିଶୃଙ୍ଖଳିତ ପାରିବାରିକ ସ୍ଥିତି ଓ କର୍ମକ୍ଷେତ୍ରରେ ସ୍ଥିରତା ଆସିବା ଅନୁମେୟ। ସାମାଜିକ ସ୍ତରରେ ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ ଏବଂ ଦୂରଯାତ୍ରାର ସୁଯୋଗ ପାଇବେ। ଧନିଷ୍ଠା ନକ୍ଷତ୍ର କାରଣ ନ ଥାଇ ମଧ୍ୟ ଦୋଷୀ ସାବସ୍ତ୍ୟ ହେବେ। ସ୍ବାସ୍ଥ୍ୟପ୍ରତି ଅବହେଳା କରି ଅନୁତାପ କରିପାରନ୍ତି।
କୁମ୍ଭ
କୁମ୍ଭ
ଉତ୍ତମ ଗ୍ରହାବସ୍ଥାନର ସୁଫଳ ସ୍ବରୂପ ଆଜିର ପ୍ରତ୍ୟେକ କାମ ସହଜ ଓ ସୁବିଧାରେ ସମ୍ପନ୍ନ ହୋଇଯିବ। ବନ୍ଧୁମାନଙ୍କ ସାହାଯ୍ୟରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ବ୍ୟବସାୟ, ବାଣିଜ୍ୟ ଓ ପରିବହନରେ କିଛି ଅସୁବିଧା ହେବ ନାହିଁ। ପୁତ୍ରକନ୍ୟାଙ୍କ ହେତୁକ କେତେକ ସମସ୍ୟାକୁ ନେଇ ଚିନ୍ତିତ ହୋଇପାରନ୍ତି।
ମୀନମୀନ
ବିଭିନ୍ନ ସମସ୍ୟା ରହିଥିଲେ ମଧ୍ୟ ଦକ୍ଷତାବଳରେ ପ୍ରତ୍ୟେକ ପରିସ୍ଥିତିକୁ ସାମନା କରିପାରିବେ। କିନ୍ତୁ ଉତ୍ତରଭାଦ୍ରପଦ ନକ୍ଷତ୍ର ନିଜ ଲୋକମାନଙ୍କ କଦର୍ଯ୍ୟ ବ୍ୟବହାରରେ ଅସନ୍ତୁଷ୍ଟ ହୋଇପାରନ୍ତି। ଶିଳ୍ପ, ବ୍ୟବସାୟ ଏବଂ ଜମିଜମା କାରବାରରେ ସଫଳତା ହାସଲ କରିବେ। ଆଜିର ଆଲୋଚନା କାଳରେ ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି ଝଗଡ଼ା ଲାଗିପାରେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୭ ତାରିଖ – Daily Horoscope

ମେଷ ଶୁଭଗ୍ରହ ତୃତୀୟସ୍ଥ ଯୋଗୁ ବନ୍ଧୁଙ୍କ ମାଧ୍ୟମରେ ପାରିବାରିକ ଅସଙ୍ଗତୀ ଦୂର କରିବାରେ ସାହାଯ୍ୟ କରିବେ। ଆଜିର ଯାତ୍ରା, ସରକାରୀ କର୍ମଚାରୀଙ୍କୁ ସାକ୍ଷାତ, ବାଣିଜ୍ୟ ପାଇଁ ଦିନଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri