ପିତାଙ୍କ ସ୍ବପ୍ନ ପୂରଣ କଲେ ସୋନାକ୍ଷୀ

ମୁମ୍ବାଇ: ବଲିଉଡ ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନା ଏବେ ତାଙ୍କ ଓ୍ବେବ ସିରିଜ ‘ଦହାଡ’କୁ ନେଇ ଅଛନ୍ତି ଚର୍ଚ୍ଚାରେ। ଏହାଏକ ସସପେନ୍ସ-ଥ୍ରୀଲର ସିରିଜ। ଏହା ଖୁବଶୀଘ୍ର ଓଟିଟି ପ୍ଲାଟଫର୍ମରେ ରିଲିଜ ହେବାକୁ ଯାଉଛି। ଏହି ଓ୍ବେବ ସିରିଜରେ ସୋନାକ୍ଷୀ ସିହ୍ନା ଜଣେ ପୋଲିସ ଅଫିସର ଚରିତ୍ରରେ ଅଭିନୟ କରିଛନ୍ତି। ଏବେ ସେ କହିଛନ୍ତି କି ତାଙ୍କ ପିତା ତଥା ଅଭିନେତା ଶତ୍ରୁଘ୍ନ ସିହ୍ନା ଚାହୁଁଥିଲେ କି ସେ ବଡ ହୋଇ ଜଣେ ପୋଲିସ ଅଫିସର ହୁଅନ୍ତୁ।
ନ୍ୟୁଜ ଏଜେନ୍ସି ଏଏନଆଇର ରିପୋର୍ଟ ଅନୁଯାୟୀ, ସୋନାକ୍ଷୀ କହିଛନ୍ତି, ମୁଁ ଦୀର୍ଘଦିନ ହେବ ପାଓ୍ବାରଫୁଲ କ୍ୟାରେକ୍ଟର ଖୋଜୁଥିଲି। ଏହା ଏକ ମନଛୁଆଁ ଚରିତ୍ର। ଦୀର୍ଘଦିନ ପରେ ମୁଁ ଏମିତି ଏକ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଅଭିନୟ କରିଛି। ଏବେତ ଛାତି ଥରୁଛି ହେଲେ ଏକ୍ସାଇଟମେଣ୍ଟ ରହିଛି॥ ଏହି ଶୋ’ ମାଧ୍ୟମରେ ମୋର ଓଟିଟି ପ୍ଲାଟଫର୍ମରେ ଡେବ୍ୟୁ ହେବାକୁ ଯାଉଛି। ପ୍ରଥମଥର ଲାଗି ଅଡିଅନ୍ସ ମୋତେ ଲମ୍ବା ଫର୍ମାଟର ସିରିଜରେ ଦେଖିବାକୁ ଯାଉଛନ୍ତି।
ସୋନାକ୍ଷୀ କହିଛନ୍ତି, ଏହି ସିରିଜକୁ ନେଇ ମୋର ପିତା ତଥା ଅଭିନେତା ଶତ୍ରୁଘ୍ନ ସିହ୍ନା ଖୁବ ଖୁସି ଅଛନ୍ତି। କାରଣ ଯେତେବେଳେ ମୁଁ ଛୋଟ ଥିଲି ସେତେବେଳେ ମୋ ପିତା ତାଙ୍କ ବନ୍ଧୁମାନଙ୍କୁ କହୁଥିଲେ ମୋ ଝିଅ ବଡ ହେଲେ ପୋଲିସ ଅଫିସର ହେବ। ତେଣୁ ମୁଁ ୟୁନିର୍ମ ପିନ୍ଧି ସର୍ବପ୍ରଥମେ ଏକ ଫଟୋ ବାପାଙ୍କ ପାଖକୁ ପଠାଇଥିଲି ଆଉ କହିଥିଲି ମୁଁ ତୁମ ସ୍ବପ୍ନ ପୂରଣ କରି ଦେଇଛି। ସେ ଏହି ଶୋ’କୁ ଦେଖିବାକୁ ଖୁବ ଉତ୍ସାହିତ ଅଛନ୍ତି। ଏହି ଶୋ’ ପାଇଁ ସୋନାକ୍ଷୀ ବାଇକ ଚଲାଇବା, ଜୁଡୋ ଓ ଆକ୍ସନ ଷ୍ଟଣ୍ଟର ଟ୍ରେନିଂ ନେଇଥିଲେ। ଏହି ଶୋ’ ୧୨ ମେ’ ୨୦୨୩ରେ ଆମାଜନ ପ୍ରାଇମ ଭିଡିଓରେ ଷ୍ଟ୍ରିମିଂ ହେବାକୁ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କରେଣ୍ଟ କଟିଲେ ଠପ ହୋଇଯାଉଛି ମୋବାଇଲ ସେବା

କେସିଙ୍ଗା,୩।୮,(ତୁମେଶ୍ୱର ସାହୁ): କଳାହାଣ୍ଡି ଜ଼ିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ସିରଜାପାଲି ଗ୍ରାମରେ ଥିବା ଜିଓ ଟାୱାର ବିଦ୍ୟୁତ ଚାଲିଗଲେ ଠପ ହୋଇଯାଉଛି । ଯାହାଦ୍ୱାରା ମୋବାଇଲ ସେବା…

ଆମ୍ବୁଲାନ୍ସ ଭିତରେ ସନ୍ତାନ ପ୍ରସବ କଲେ ମହିଳା, ଫାର୍ମାସିଷ୍ଟଙ୍କ ସାହସକୁ ଚାରିଆଡୁ ପ୍ରଶଂସା

ଗୁଣପୁର,୩ା୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ୧୦୮ ଆମ୍ବୁଲାନ୍ସର ଫାର୍ମାସିଷ୍ଟ ଯଶୋବନ୍ତ ନାୟକ ମହାନତା ଦେଖାଇ ଜଣେ ପ୍ରସୂତିଙ୍କ ସହ ଶିଶୁକନ୍ୟାର ଜୀବନ ବଞ୍ଚାଇଛନ୍ତି।…

ଶୌଚ ହେବାକୁ ଯାଇଥିଲେ ମହିଳା, ଟାଣିନେଲା କୁମ୍ଭୀର, ନଦୀକୂଳରେ ପଡ଼ିଛି…

କେନ୍ଦ୍ରାପଡ଼ା,୩ା୮: କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ସୋମବାର ସକାଳୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବ୍ରାହ୍ମଣୀ ନଦୀକୁ ଶୌଚ ହେବାକୁ ଯାଇଥିବାବେଳେ ଜଣେ ମହିଳାଙ୍କୁ କୁମ୍ଭୀର…

ଆଜି ଏହି ୬ ଜିଲାରେ ବିଜୁଳି ଘଡ଼ଘଡ଼ି ପ୍ରବଳ ବର୍ଷା, ସତର୍କ ସୂଚନା ଜାରି କରି ପାଣିପାଗ ବିଭାଗ କହିଲା…

ଭୁବନେଶ୍ୱର,୩ା୮: ରାଜ୍ୟରେ ବନ୍ୟା ସ୍ଥିତି ଜାରି ରହିଥିବାବେଳେ ବିପନ୍ନଙ୍କ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷରେ ଦୁଇଦିନ ହେବ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ତେବେ ସୋମବାରଠାରୁ…

ମୋଦି ସରକାରଙ୍କୁ ନେଇ ବଡ଼ କଥା କହିଲେ ତସଲିମା

କୋଲକାତା,୩।୮: ବାଂଲାଦେଶରୁ ବହିଷ୍କୃତ ଏବଂ ବର୍ତ୍ତମାନ ନୂଆଦିଲ୍ଲୀରେ ରହୁଥିବା ଲେଖିକା ତସଲିମା ନାସରିନ ବଙ୍ଗ ସରକାରଙ୍କ ପ୍ରଶଂସା କରିଛନ୍ତି ଏବଂ ତାଙ୍କର କୃତଜ୍ଞତା ପ୍ରକାଶ କରିଛନ୍ତି। ନାସରିନ…

Bankipur Bypoll Result 2026: ବାଙ୍କିପୁର ଉପନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ, ଫଳାଫଳ ପୂର୍ବରୁ ‘ଲଡୁ’ ତିଆରି କଲେଣି ଭାଜପା କର୍ମୀ

ପାଟନା,୩।୮: ପାଟନାର ବାଙ୍କିପୁର ବିଧାନସଭା ଆସନ ପାଇଁ ଗୁରୁବାର (୩୦ ଜୁଲାଇ, ୨୦୨୬) ଅନୁଷ୍ଠିତ ଉପନିର୍ବାଚନର ଫଳାଫଳ ଆଜି (ସୋମବାର) ଘୋଷଣା କରାଯିବ। ଏହି ଆସନ ପାଇଁ…

କେରଳରେ ବନ୍ୟା: ୮ଜଣଙ୍କ ମୃତ୍ୟୁ, ୮ ନିଖୋଜ

କୋଚି,୨।୮: କେରଳରେ ଭୀଷଣ ବର୍ଷା ଫଳରେ ଭୂସ୍ଖଳନ ଓ ବନ୍ୟା ଯୋଗୁ ୮ ଜଣଙ୍କ ପ୍ରାଣହାନି ଘଟିଛି। ଏପରକି ୮ଜଣ ନିଖୋଜ ଥିବା ବେଳେ ୧୩ ଆହତ…

ଗାଧୋଇବାକୁ ଯାଇ ଫେରିଲେନି ଅବସରପ୍ରାପ୍ତ ଗ୍ରାମରକ୍ଷୀ, ଘଟିଲା…

ବରଗଡ଼,୨।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବ୍ଲକ ଅଧୀନ ଭଡିଗାଁର ଅବସରପ୍ରାପ୍ତ ଗ୍ରାମରକ୍ଷୀ ବିରାଟ ବାଗ(୬୫)ଙ୍କ ପୋଖରୀରେ ବୁଡି ମୃତ୍ୟୁ ଘଟିଥିବା ଜଣାପଡିଛି । ମିଳିଥିବା ସୂଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri