Posted inRasifala

ରାଶିଫଳ: ବୁଧବାର, ଜୁଲାଇ ୧୦ ତାରିଖ – Daily Horoscope

ମେଷ
ଆଜି ପାରିବାରିକ ଜୀବନ ପ୍ରୀତିପ୍ରଦ ରହିବ ଓ ପ୍ରତ୍ୟେକ କାମରେ ସଫଳତା ମିଳିବ। ଅର୍ଥ, ସମ୍ମାନ, ପ୍ରତିଷ୍ଠା ପ୍ରାପ୍ତ ହେବ। ଘରର କେତେକ ଅଟକି ରହିଥିବା କାମ ସମ୍ପୂର୍ଣ୍ଣ ସକାଶେ ଚିନ୍ତା କରିପାରନ୍ତି। କିଣାକିଣି, ସଭାସମିତିରେ ବନ୍ଧୁ ମିଳନ ଓ ଆନୁଷ୍ଠାନିକ କାର୍ଯ୍ୟରେ ସହଯୋଗ, ମାଲି ମକଦ୍ଦମାରେ ସଫଳତା ହେତୁ ମନ ଖୁସୀ ରହିବ।
ବୃଷ
ବୃଷ
କର୍ମକ୍ଷେତ୍ରରେ ଚାପ ବଢ଼ିବା କାରଣରୁ ଘରକଥା ବୁଝିବା ପାଇଁ ସମୟ ପାଇବେ ନାହିଁ। ବନ୍ଧୁଙ୍କଠାରୁ ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ ଅର୍ଥ ପାଇ ଖୁସି ହେବେ। କର୍ମକ୍ଷେତ୍ରରେ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିବେ। ଭୁଲ୍‌ ବୁଝାମଣାରୁ ଘରୋଇ କଳହକୁ ନେଇ ମନରେ ଅଶାନ୍ତି ଲାଗିରହିବ।
ମିଥୁନ
ମିଥୁନ
ଶାରୀରିକ ଓ ମାନସିକ ସ୍ଥିତି ଭଲ ରହିବ ଏବଂ କାମ ହାସଲ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହେବ। ଆନୁଷ୍ଠାନିକ କର୍ମାରମ୍ଭରେ ଉତ୍ସାହିତ ହେବା ସହିତ ସଫଳତା ହାସଲ କରିବେ। ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରିବା ଭଲ ହେବ। ସହକର୍ମୀଙ୍କ ସହ ଫଳପ୍ରଦ ଆଲୋଚନାରୁ ସନ୍ତୋଷଲାଭ କରିପାରନ୍ତି।
କର୍କଟ
କର୍କଟ
ଦୈହିକ ସ୍ବାସ୍ଥ୍ୟ ଭଲ ରହିବ ଓ ମାନସିକ ସ୍ତରରେ ଆନନ୍ଦ ଅନୁଭବ କରିବେ। ସଭାସମିତିରେ କିମ୍ବା ଅଫିସରେ ଏକ ମାମୁଲି ଘଟଣାରେ ଉଚ୍ଚବାଚ ଘଟିପାରେ। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାହାଯ୍ୟ ଓ ବନ୍ଧୁ ମିଳନରୁ ଉତ୍ସାହିତ ହେବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କେତେକ ସମସ୍ୟା ଭିତର ଦେଇ ଗତି କରିବେ।
ସି˚ହ
ସି˚ହ
ପରିସ୍ଥିତିବଶତଃ ସମ୍ପର୍କୀୟଙ୍କ ସକାଶେ ବ୍ୟୟ କରିବାକୁ ବାଧ୍ୟ ହେବେ। ବକେୟା ଅର୍ଥ ଆଦାୟ ପାଇଁ ବିଭିନ୍ନ କୌଶଳ ଅବଲମ୍ବନ କରିବାକୁ ପଡ଼ିପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ ତଥା ନିର୍ମାଣ କ୍ଷେତ୍ର ସମସ୍ୟାବହୁଳ ରହିବ। ସ୍ନାୟବିକ ଦୁର୍ବଳତା ହେତୁ ମାନସିକ ଅସ୍ଥିରତା ଓ ବିସ୍ମରଣଜନିତ ବ୍ୟତିକ୍ରମ ସୃଷ୍ଟି ହୋଇପାରେ।
କନ୍ୟା
ସମ୍ପର୍କୀୟଙ୍କ ସାହାଯ୍ୟରୁ ସାମଗ୍ରିକ ସୁବିଧା, ସୁଯୋଗ ଦ୍ୱାରା କାମ ହାସଲ କରାଇବେ। ଆଲୋଚନା ସମୟରେ ବାକ୍‌ ଅସଂଯମତା ଯୋଗୁ ବନ୍ଧୁଙ୍କ ସହ ସୁସମ୍ପର୍କ ହାନି ହୋଇପାରେ। ପାରିବାରିକ କ୍ଷେତ୍ରରେ ସମସ୍ୟା ସୁଧାରି ନେବା ସକାଶେ ବନ୍ଧୁଙ୍କ ସାହାଯ୍ୟ ନେଇପାରନ୍ତି। କର୍ମ କ୍ଷେତ୍ରରେ ଅସ୍ଥିରତା ସୃଷ୍ଟି ସମ୍ଭାବନା ରହିଛି।
ତୁଳା
ତୁଳା
ପ୍ରତ୍ୟେକ କ୍ଷେତ୍ରରେ ବ୍ୟତିକ୍ରମ ରହିଥିଲେ ମଧ୍ୟ କାମ ହାସଲ କରିବାରେ ବିଶେଷ କିଛି ଅସୁବିଧା ହେବ ନାହିଁ। ବାଣିଜ୍ୟ ଓ ବ୍ୟବସାୟରେ ଅଭୁତପୂର୍ବ ସଫଳତା ହାସଲ କରିବେ। ପୂର୍ବରୁ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରହନ୍ତୁ ନତୁବା ସମସ୍ୟା ସୃଷ୍ଟି ହୋଇପାରେ। ବିଶାଖା ନକ୍ଷତ୍ରର ମାନସିକ ଅବସାଦ ଯୋଗୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ।
ବିଛା
ବିଛା
ଆନୁଷଙ୍ଗିକ ସାହାଯ୍ୟ ଲାଭକରି ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳ ହେବେ। ରାଜନୀତି, ସଂଗଠନ, ଗବେଷଣା, ପ୍ରକାଶନ ଓ ପ୍ରଶାସନିକ ସ୍ତରରେ ବ୍ୟସ୍ତତା ଦୂର ହେବ। ଈର୍ଷାପରାୟଣତା କାରଣରୁ ନିଜ ଲୋକଙ୍କଠାରୁ ଆସ୍ଥା ହରାଇପାରନ୍ତି। ସାହିତ୍ୟ, ସଙ୍ଗୀତ, ଚଳଚ୍ଚିତ୍ର ତଥା କ୍ରୀଡ଼ା କ୍ଷେତ୍ରରେ ସଫଳତା ମିଳିବ।
ଧନୁ
ଧନୁ
ଆଜି ପାରିବାରିକ କ୍ଷେତ୍ରରେ ଠିକ୍‌ ନିଷ୍ପତ୍ତି ନେବାରେ ସମସ୍ୟା ଦେଖାଦେଇପାରେ। ବାକି ପଡ଼ିଥିବା ଟଙ୍କା ଆଦାୟ ପାଇଁ ଅନୁକୂଳ ସୁ୍‌ଯୋଗ ସୃଷ୍ଟି ହେବାର ଆଶା ରହିଛି। ଆଲୋଚନା ପରିସରରେ ଭଲ ସମ୍ପର୍କ ଥିବା ବ୍ୟକ୍ତିଟି ଭୁଲ୍‌ ଧାରଣାର ପୋଷଣ କରିବେ। ପରିବହନ, ବ୍ୟବସାୟ ଓ ଶିଳ୍ପ, ବାଣିଜ୍ୟରେ ଉନ୍ନତି ଘଟିବାରୁ ଖୁସୀ ହେବେ।
ମକର
ମକର
ନିଜ ଲୋକ ଶତ୍ରୁତା ସୃଷ୍ଟି କଲେ ମଧ୍ୟ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କରି ଚାଲିଲେ ଉପକୃତ ହେବେ। ଅନ୍ୟମାନଙ୍କ କଥା ରକ୍ଷା କରିବାକୁ ଯାଇ ବନ୍ଧୁଦ୍ୱାରକୁ ଗମନ କରିପାରନ୍ତି। ଆର୍ଥିକ ଅଭିବୃଦ୍ଧି ପାଇଁ ଚେଷ୍ଟା କରି ସଫଳ ହେବେ। ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବା ସଙ୍ଗକୁ ଦୂରଯାତ୍ରାର ମଧ୍ୟ ସୁଯୋଗଲାଭର ଆଶା ରହିଛି।
କୁମ୍ଭ
କୁମ୍ଭ
ଆଜି ସକାଳୁ ବନ୍ଧୁଙ୍କ ସହ ଭ୍ରମଣ ସକାଶେ ମନ ବଳାଇବେ ଏବଂ ଆଶା ପୂରଣ କରିପାରିବେ। ଦୀର୍ଘ ଦିନର ବକେୟା ଆଦାୟରେ ସକ୍ଷମ ହେବେ। ପୂର୍ବଭାଦ୍ର ନକ୍ଷତ୍ରର ପରିବାରରେ ମତାନ୍ତର ଜନିତ କଳହ ସୃଷ୍ଟିର ଆଶଙ୍କା ରହିଛି। କେତେକ ମିଥ୍ୟାଭିଯୋଗକୁ କେନ୍ଦ୍ର କରି କିମ୍ବା ପୁତ୍ରକନ୍ୟାଙ୍କ ହେତୁକ କେତେକ ସମସ୍ୟାକୁ ନେଇ ଚିନ୍ତିତ ରହିପାରନ୍ତି।
ମୀନମୀନ

କର୍ମକ୍ଷେତ୍ରରେ ସଫଳତା ଅବଶ୍ୟ ପାଇବେ କିନ୍ତୁ ଏଥିପାଇଁ ବହୁତ ମେହନତ କରିବାକୁ ପଡିପାରେ। କ୍ରୀଡା, ଚଳଚ୍ଚିତ୍ର, କଳା,ସାହିତ୍ୟ ,ସାମ୍ବାଦିକତା ଓ ସଙ୍ଗୀତ କ୍ଷେତ୍ରରେ ସଫଳତା ଅର୍ଜନ କରିବେ। ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ମିଳିବ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବାଭଲ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ସେପ୍ଟେମ୍ବର ୨୨ ତାରିଖ – Daily Horoscope

ମେଷ ଆଜି ଦଶମ ଚନ୍ଦ୍ର ପ୍ରଭାବରେ ପାରିବାରିକ ଓ କର୍ମକ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଭଲ ରହିବ। ରାଗିଯାଇଥିବା ଅବୁଝା ବନ୍ଧୁଙ୍କୁ ମନ ବୁଝିଲା ଭଳି କଥା କହି…

ରାଶିଫଳ: ସୋମବାର, ସେପ୍ଟେମ୍ବର ୨୧ ତାରିଖ – Daily Horoscope

ମେଷ ଗୁରୁମଙ୍ଗଳ ଯୋଗରୁ ପରିବାରରେ ଶାନ୍ତି ଓ ସହାବସ୍ଥାନ ସାଙ୍ଗକୁ ନୂତନ ଗୃହଲାଭର ଯୋଗ ଆସିପାରେ। ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହିପାରନ୍ତି।…

ରାଶିଫଳ: ରବିବାର, ସେପ୍ଟେମ୍ବର 20 ତାରିଖ – Daily Horoscope

ମେଷ ଆଜି ପିଲାମାନଙ୍କ କଥା, ଶିକ୍ଷା ସମ୍ପର୍କୀୟ ସମସ୍ୟା, ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଘଟିବ। ଯାତ୍ରା, ବାଣିଜ୍ୟ, ବ୍ୟବସାୟ, ପରିବହନରେ ସମସ୍ୟାମୁକ୍ତ ରହିବେ। ଅଟକି ରହିଥିବା କାମକୁ…

ରାଶିଫଳ:ଶନିବାର , ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ଜନିତ ବନ୍ଧୁ ସମ୍ପର୍କରେ ଉନ୍ନତି ହେବ। ଯାତ୍ରା, ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ପାରିବାରିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?