Posted inRasifala

ରାଶିଫଳ: ଶନିବାର , ନଭେମ୍ବର ୭ ତାରିଖ – Daily Horoscope

ମେଷ
ଆଜି ବିଲାସ କାରକ ଶୁକ୍ର ପରିବାରାଧିପତି ଚନ୍ଦ୍ରଙ୍କ ସହ ଅବସ୍ଥାନ କରି ପାରିବାରିକ ଜୀବନକୁ ରସାଣିତ କରିବେ। ବନ୍ଧୁ ସମ୍ପର୍କରେ ଉନ୍ନତି, ବସ୍ତ୍ରଭୂଷଣ ପ୍ରାପ୍ତି ସହିତ ଦିନଟି ଖୁସିରେ କଟିବ। ଶତ୍ରୁମାନେ ସୁଯୋଗ ଅପେକ୍ଷାରେ ରହିପାରନ୍ତି ତଥାପି ସେମିତି କିଛି ଅସୁବିଧା ହେବନି। ଅଧ୍ୟୟନ ଓ ଅଧ୍ୟାପନା ଓ ସାମ୍ବାଦିକତା କ୍ଷେତ୍ରରୁ ଶୁଭଫଳ ମିଳିବ।
ବୃଷ
ବୃଷ
ସାଧାରଣ କଥାକୁ କେନ୍ଦ୍ରକରି ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିବ। ଭୁଲ୍‍ବୁଝାମଣାବଶତଃ କ୍ଷୁବ୍ଧ ହୋଇ ଆତ୍ମୀୟମାନେ ମୁହଁ ଫେରାଇ ନେଇପାରନ୍ତି। ଯାତ୍ରା, ବାଣିଜ୍ୟ ଓ ପରିବହନ କ୍ଷେତ୍ରରୁ ଲାଭବାନ ହେବେ। ସ୍ବାସ୍ଥ୍ୟ ସମସ୍ୟା ନେଇ ଚିନ୍ତିତ ରହିବେ। କୌଣସି ଉପଚାର କରିବା ସହଜସାଧ୍ୟ ହୋଇ ନ ପାରେ।
ମିଥୁନ
ମିଥୁନ
ରବି ଓ ବୁଧଙ୍କ ସମ୍ବନ୍ଧରୁ ଆତ୍ମୀୟସ୍ବଜନଙ୍କ ଗହଣରେ ଦିନଟି ହସଖୁସିରେ ଅତିବାହିତ ହେବ। ଆକସ୍ମିକ ଭାବରେ ଖର୍ଚ୍ଚଭାର ବୃଦ୍ଧି ପାଇବା କାରଣରୁ ଚିନ୍ତା ପ୍ରକଟ କରିପାରନ୍ତି। ମଙ୍ଗଳଙ୍କ ନୀଚତ୍ୱ ସ୍ଥିତି ହେତୁ ବାରୁଦ ଓ ବିଦ୍ୟୁତ ପ୍ରତି ସାବଧାନ ରହିବା ଭଲ। କ୍ରୀଡ଼ା, ସାହିତ୍ୟ, ପ୍ରକାଶନ ଓ ପ୍ରଶାସନିକ ସ୍ତରରେ ଉଚ୍ଚ ସମ୍ମାନ ପାଇପାରନ୍ତି।
କର୍କଟ
କର୍କଟ
ତୃତୀୟ ଭାବସ୍ଥ ଚନ୍ଦ୍ର ସମସ୍ତ ଆଶା ଓ ଆକାଂକ୍ଷାକୁ ପୂରଣ କରିବାରେ ସାହାଯ୍ୟ କରିବ। କର୍ମକ୍ଷେତ୍ରରେ ସାଧାରଣ ସମସ୍ୟା ଆସିଲେ ମଧ୍ୟ ତାହାକୁ ଠିକ୍‍ ଭାବରେ ସାମ୍‍ନା କରିବାର ସାହସ ରଖି କୃତକାର୍ଯ୍ୟ ହେବେ। କରଜଦାତାଙ୍କ ଚାପ ବୃଦ୍ଧିପାଇବା କାରଣରୁ ବ୍ୟସ୍ତତା ବୃଦ୍ଧି ପାଇବାର ଆଶଙ୍କା ରହିଛି।
ସି˚ହ
ସି˚ହ
ସ୍ବସ୍ଥାନହନ୍ତା ଜୀବ ମସ୍ବରାଶିରେ ରହିଥିବାରୁ ସମ୍ପର୍କୀୟମାନଙ୍କ କାର୍ଯ୍ୟକଳାପ ନିଜ ପାଇଁ ଅସନ୍ତୋଷର କାରଣ ହୋଇପାରେ । ପାରିବାରିକ କ୍ଷେତ୍ରରେ କିଛି କହିବା ଅପେକ୍ଷା ବରଂ ନୀରବ ରହିପାରିଲେ ଭଲ ହେବ। ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ ତଥାପି କାମର ଚାପ ବହୁତ ବଢ଼ିଯାଇପାରେ।
କନ୍ୟା
ଧନସ୍ଥାନସ୍ଥ ଗ୍ରହଦ୍ୱୟ ଅର୍ଥଲାଭ କରାଇବା ସହ ସମସ୍ୟା ସମାଧାନ ପାଇଁ ରାସ୍ତା ପରିଷ୍କାର କରିଦେବେ। ତଥାପି ଖଳକଥାରେ ପରିବାର ସକାଶେ କିଛିଟା ଗୋଳମାଳିଆ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ନିଜ ପରିସରରେ ପିଲାମାନଙ୍କ ସକାଶେ ଅନ୍ୟମାନଙ୍କ ନିକଟରେ ମୁଣ୍ଡ ନୁଆଁଇବାକୁ ପଡ଼ିପାରେ।
ତୁଳା
ତୁଳା
ଆଜି ଆପଣ ପ୍ରତ୍ୟେକ କ୍ଷେତ୍ରରେ ଉପସ୍ଥିତ ବୁଦ୍ଧି ଓ କୁଟନୀତି ପ୍ରୟୋଗ କରି କାମ ହାସଲ କରି ପାରିବେ। ବକେୟା ଅର୍ଥ କିମ୍ବା କୌଣସି ଜିନିଷପତ୍ର ପାଇବାରେ କଳହର ସମ୍ମୁଖୀନ ହୋଇପାରନ୍ତି। କର୍ମକ୍ଷେତ୍ରରେ ସ୍ଥଗିତ ରହିଯାଇଥିବା ବହୁତ କାମ ହାତକୁ ନେଇ ବ୍ୟଥିତ ହେବେ।
ବିଛା
ବିଛା
ପରିବାରର ବରାଦି କୌଣସି ବ୍ୟବହାର୍ଯ୍ୟ ମୂଲ୍ୟବାନ୍‍ ଜିନିଷ କିଣିବା ଦିଗରେ ମନ ବଳାଇପାରନ୍ତି। ଶୁକ୍ର ଓ ମଙ୍ଗଳଙ୍କ ବଳହୀନତା ଯୋଗୁ କୌଣସି କ୍ଷେତ୍ରରେ ଆଜି ପ୍ରତିଦ୍ୱନ୍ଦ୍ୱିତା କଲେ କିଛି ଲାଭ ହେବନାହିଁ। ଏଜେନ୍ସିପ୍‍, ସାମ୍ବାଦିକତା, ରାଜନୀତି, ନୂତନ କର୍ମାରମ୍ଭ, କଳା ଓ ସାହିତ୍ୟ, ଏଜେନ୍ସିପ୍‍ ପ୍ରଭୃତିରୁ ସୁଫଳ ପାଇବେ।
ଧନୁ
ଧନୁ
କର୍ମସ୍ଥ ଗ୍ରହପ୍ରଭାବରୁ ଗତକାଲିର ପରିସ୍ଥିତି ବଦଳିଯିବା ସାଙ୍ଗକୁ ସଂକଟମୁ୍‍କ୍ତ ହୋଇପାରନ୍ତି। ଦିନର ପ୍ରତ୍ୟେକ କ୍ଷେତ୍ରରେ ପରୋକ୍ଷ ଶତ୍ରୁତାର ପ୍ରଭାବ ଅନୁଭବ କରିବାକୁ ପଡ଼ିପାରେ। ଅନ୍ୟମନସ୍କତା କିମ୍ବା ବିସ୍ମରଣ ଜନିତ କୌଣସି ଜିନିଷ ହରାଇପାରନ୍ତି। ସହକର୍ମୀ, ଭାଇ ଭଉଣୀ,ଅଧସ୍ତନ କର୍ମଚାରୀଙ୍କ ଦ୍ୱାରା କାର୍ଯ୍ୟ ସାଧନ କରିବେ।
ମକର
ମକର
ସପ୍ତମ କେନ୍ଦ୍ରସ୍ଥ ମଙ୍ଗଳ ଯୋଗୁ ଆତ୍ମୀୟଙ୍କୁ କୌଣସି କାମରେ ସାହାଯ୍ୟ କରିବାକୁ ପ୍ରବର୍ତ୍ତାଇ ସଫଳତା ପାଇବେ। ସ୍ତ୍ରୀଙ୍କ ସହ ମତାନ୍ତର ସୃଷ୍ଟି ହେବାର ଆଶଙ୍କା ରହିଛି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ଓ
ନିର୍ମାଣ କ୍ଷେତ୍ରରେ ଉନ୍ନତମାନର ଫଳ ପାଇବେ। ପଡ଼ୋଶୀମାନେ କଅଁଳିଆ କଥା କହି କାର୍ଯ୍ୟ ହାସଲ କରିପାରନ୍ତି।
କୁମ୍ଭ
କୁମ୍ଭ
ଆଜିର ଗ୍ରହଯୋଗ ପାରିବାରିକ ଜୀବନ ଓ କର୍ମକ୍ଷେତ୍ରକୁ ସରଳୀକୃତ କରିବ। ଶନିଙ୍କ ପ୍ରଭାବରୁ କେତେକ କ୍ଷେତ୍ରରେ ଜାଣିଶୁଣି ନୀରବତା ଅବଲମ୍ବନ କରିବାକୁ ବାଧ୍ୟ ହୋଇପାରନ୍ତି। ଯାତ୍ରା ସମୟରେ କେତେକ ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ। ସମ୍ପର୍କୀୟଙ୍କ ଅସୂୟାଭାବ ଯୋଗୁ ବିଚଳିତ ବୋଧ କରିବେ।
ମୀନମୀନ
ବିଭିନ୍ନ କ୍ଷେତ୍ରରେ ସୁଯୋଗ ପାଇଲେ ମଧ୍ୟ ଶନିଙ୍କ ପ୍ରଭାବରୁ କୌଣସି କାର୍ଯ୍ୟ ଆନନ୍ଦ ଦେଇପାରିବନି ା କିନ୍ତୁ ରେବତୀ ନକ୍ଷତ୍ର କଳା, ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରେ ବେଶ୍‍ ଆଦୃତ ହୋଇପାରନ୍ତି। ବାଣିଜ୍ୟ ଓ ପରିବହନରୁ ଲାଭବାନ ହେବେ ା ଆନୁଷ୍ଠାନିକ କାମରେ ସତକଥା କହି ପ୍ରଶଂସିତ ହେବାର ସୂଚନା ରହିଛି।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର , ନଭେମ୍ବର ୬ ତାରିଖ – Daily Horoscope

ମେଷ ଆଜିର ଷଷ୍ଠଭାବସ୍ଥ ଶୁକ୍ର ଓ ଚନ୍ଦ୍ର ଦ୍ୱାଦଶ ଭାବକୁ ଦେଖୁଥିବାରୁ ଫଳପ୍ରଦ ଯାତ୍ରା ମନକୁ ପ୍ରଫୁଲ୍ଲିତ କରିବ। କିନ୍ତୁ କୃତ୍ତିକା ନକ୍ଷତ୍ର ସକାଶେ ଅସ୍ଥିରତା ଲାଗିରହିବା…

ରାଶିଫଳ: ଗୁରୁବାର, ନଭେମ୍ବର ୫ ତାରିଖ – Daily Horoscope

ମେଷ ଆଜି ପ୍ରତ୍ୟେକ କାମ ବିଳମ୍ବରେ ସମ୍ପନ୍ନ ହେବ। ବ୍ୟବସାୟ, ବାଣିଜ୍ୟ ଓ ପରିବହନ ବାଧାପ୍ରାପ୍ତ ହୋଇପାରେ। ଆପଣଙ୍କ ଦକ୍ଷତା ଏବଂ ସମୟାନୁବର୍ତ୍ତିତା ଯୋଗୁ କର୍ମକ୍ଷେତ୍ରରେ ପଦସ୍ଥ…

ରାଶିଫଳ: ବୁଧବାର, ନଭେମ୍ବର ୪ ତାରିଖ – Daily Horoscope

ମେଷ ଦୀର୍ଘଦିନର ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବାରୁ ଆଶ୍ୱସ୍ତି ଅନୁଭବ କରିବେ। ବନ୍ଧୁଙ୍କ ନିମନ୍ତ୍ରଣ କ୍ରମେ ସଭାସମିତି ଓ ଆନୁଷ୍ଠାନିକ କାମରେ ବ୍ୟସ୍ତ ରହି ପାରନ୍ତି। ବିବାଦୀୟ ସ୍ଥିତିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?