Posted inRasifala

ରାଶିଫଳ: ଶନିବାର, ଜୁଲାଇ ୧୦ ତାରିଖ – Daily Horoscope

ମେଷ
ଆଜି ଦ୍ୱିଜାନକ୍ଷତ୍ର ପୂର୍ବ ପରିକଳ୍ପିତ ନୂଆ କରି କାମଟିଏ ଆରମ୍ଭ କରିବାକୁ ମନ ବଳାଇବେ। ବନ୍ଧୁଗହଣରେ ବିନୟପୂର୍ଣ୍ଣ କଥା କହି ପରିସ୍ଥିତିକୁ ହାଲୁକା କରିବେ। କରଜଦାତାଙ୍କ ଚାପ ବୃଦ୍ଧି କାରଣରୁ ସମସ୍ୟା ଭିତରେ ଉବୁଟୁବୁ ହୋଇପାରନ୍ତି। ଆଲୋଚନା, ସଭାସମିତି, କଳା-ସାହିତ୍ୟରେ କିମ୍ବା ଗବେଷଣା କାର୍ଯ୍ୟରୁ ପ୍ରଶଂସିତ ହେବେ।
ବୃଷ
ବୃଷ
ଆଜି ସପ୍ତମସ୍ଥ କେତୁ ପ୍ରଭାବରେ ଯାତ୍ରା ପ୍ରୀତିପ୍ରଦ ରହି ନ ପାରେ। ଦୀର୍ଘଦିନରୁ ଭଲ ପାଉଥିବା ବନ୍ଧୁଟି ପରିସ୍ଥିତି ଚାପରେ ପଡି ଦୂରେଇ ଯାଇପାରେ। ଆଜିର ସନ୍ଧ୍ୟାରେ ସତ୍‌ସଙ୍ଗ ଓ ଆଧ୍ୟାତ୍ମିକତା କାର୍ଯ୍ୟରେ ରୁଚି ବଳିବାର ସୂଚନା ରହିଛି। ସାମାଜିକ ସ୍ତରରେ କିମ୍ବା ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ।
ମିଥୁନ
ମିଥୁନ
ବିଳାସ ପ୍ରାଚୁର୍ଯ୍ୟ ମଧ୍ୟରେ ସମୟ ଅତିବାହିତ ହେବ। ପ୍ରଶାସନଓ ପ୍ରକାଶନ କ୍ଷେତ୍ରରେ ବହୁତ ଗୁଡ଼ିଏ ଟଙ୍କା ଖର୍ଚ୍ଚକରି ଦୁଃଖିତ ହେବେ। ଆରଦ୍ରା ନକ୍ଷତ୍ରର ସ୍ବାସ୍ଥ୍ୟରେ ଅବନ୍ନତି ପରିଲକ୍ଷିତ ହୋଇପାରେ। କୌଣସି ଅସଫଳତାର କାରଣକୁ ନେଇ ମନ ଭଲ ରହିବ ନାହିଁ।
କର୍କଟ
କର୍କଟ
ଅନ୍ୟମାନଙ୍କ କଥାରେ ପଡ଼ି ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ। କିଛି ମୂଲ୍ୟବାନ ଜିନିଷ କିଣିବା ସକାଶେ ଅର୍ଥ ଆବଶ୍ୟକ ହୋଇପାରେ। ପୁନର୍ବସୁ ନକ୍ଷତ୍ର ନିଜର ଲୋକମାନଙ୍କୁ ମନେଇ କାର୍ଯ୍ୟ ସାଧନ କରିବେ। ଆଜି ବଜାର ସଉଦା କିଣିିବାରେ ସତର୍କ ନ ହେଲେ ଠକାମିରେ ପଡ଼ିପାରନ୍ତି।
ସି˚ହ
ସି˚ହ
ଅନାବଶ୍ୟକ ଭାବେ ବହୁତ ଖର୍ଚ୍ଚ କରିବାକୁ ବାଧ୍ୟ ହୋଇ ମନ ଭଲ ରହିବ ନାହିଁ। ଆଜିର ଯାତ୍ରାରେ ଅଭିଳଷିତ ଫଳ ମିଳିବ, ମାତ୍ର ଆଗପଛ ବିଚାର କରି କାମରେ ହାତ ଦେବା ଠିକ୍‌ ହେବନି। ପାରିବାରିିକ ସମସ୍ୟାର ସମାଧାନ ଘଟିବ,ଏ ଦିଗରେ ଜଣେ ବନ୍ଧୁଙ୍କ ସାହାଯ୍ୟ କାମକୁ ଆସିବ। ସାମୟିକ ସ୍ବାସ୍ଥ୍ୟ ସମସ୍ୟା ନେଇ ଚିନ୍ତିତ ରହିପାରନ୍ତି।
କନ୍ୟା
ଯାହା ପାଇବା କଥା ତାହା ଠିକ୍‌ ସମୟରେ କିମ୍ବା ଆଶାନୁରୂପ ପାଇପାରିବେ ନାହିଁ। ଋଣ ସୂତ୍ରରେ ଅର୍ଥ ପାଇବା ସକାଶେ ବହୁତ ଚେଷ୍ଟା କରିବାକୁ ବାଧ୍ୟ ହେବେ। ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ପରିବାରରେ କ୍ରମାଗତ ଭାବେ ସମସ୍ୟା ବଢ଼ିପାରେ। ଚିତ୍ରା ନକ୍ଷତ୍ରର ପ୍ରତ୍ୟେକ କ୍ଷେତ୍ରରେ ନେଗେଟିଭ୍‌ ଚିନ୍ତାଧାରା ମନକୁ ଆକ୍ରାନ୍ତ କରିବ।
ତୁଳା
ତୁଳା
କର୍ମକ୍ଷେତ୍ରରେ ବିଭିନ୍ନ ଅପ୍ରୀତିକର ପରିସ୍ଥିତିର ସାମ୍‌ନା କରିବାକୁ ପଡ଼ିପାରେ। ବିଶାଖା ନକ୍ଷତ୍ର ଖଳ ଲୋକଙ୍କ ଦ୍ୱାରା ସୃଷ୍ଟ ବିବାଦରେ ପଡ଼ିପାରନ୍ତି। ଏକ ନିର୍ଦ୍ଦିଷ୍ଟ ଦିଗ ପାଇଁ ରଖିଥିବା ଟଙ୍କା ଭିନ୍ନ ବାଟରେ ଖର୍ଚ୍ଚ ହୋଇଯିବ। ନିଜର ବନ୍ଧୁ ବାନ୍ଧବ କିମ୍ବା ଆତ୍ମୀୟଙ୍କ ସ୍ବାର୍ଥ ହାସଲ ନ ହୋଇପାରିବା କାରଣରୁ ସେମାନେ ସମାଲୋଚନା କରିପାରନ୍ତି।
ବିଛା
ବିଛା
କେତେକ କ୍ଷେତ୍ରରେ ଧର୍ମ ସଙ୍କଟରେ ପଡି କ’ଣ କରିବେ ସ୍ଥିର କରିପାରିବେ ନାହିଁ। କୌଣସି ନୀଚ ଜାତିର ବ୍ୟକ୍ତି ପରୋକ୍ଷ ଭାବେ ସମାଲୋଚନା କରି ପାରନ୍ତି। ବ୍ୟବସାୟିକ ସ୍ଥିତି ମାନ୍ଦା ହେବନାହିଁ ବରଂ ଆଜି ଭଲ ଲାଭ ହେବ। ଅନୁରାଧା ନକ୍ଷତ୍ର ଅନ୍ୟ ମାନଙ୍କ ସକାଶେ କିଛି କରି ପରୋକ୍ଷରେ ପ୍ରଶଂସିତ ହେବେ।
ଧନୁ
ଧନୁ
ଆଜି ବନ୍ଧୁମାନଙ୍କ ସହ ଭ୍ରମଣ ଓ କାର୍ଯ୍ୟସିଦ୍ଧି ଯୋଗୁ ମନ ପ୍ରଫୁଲ୍ଲ ରହିବ। ପାଖ ପଡ଼ୋଶୀ କିମ୍ବା ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ। ମୂଳା ନକ୍ଷତ୍ରର ପାରିବାରିକ ପରିସ୍ଥିତି ଠିକ୍‌ ରହିବ। ହୋଟେଲ, ଦୋକାନ, ବ୍ୟବସାୟ, ବାଣିଜ୍ୟ ପ୍ରଭୃତି ଆଶା କରୁଥିବା ଫଳ ଅବଶ୍ୟ ପାଇବେ।
ମକର
ମକର
ଗାମ୍ଭୀର୍ଯ୍ୟପୂର୍ଣ୍ଣ କଥା ବ୍ୟକ୍ତିତ୍ୟକୁ ଶୀର୍ଷକୁ ନେବାରେ ସାହାଯ୍ୟ କରିବ। ଧନିଷ୍ଠା ନକ୍ଷତ୍ରର ଅଫିସ କାମଗୁଡ଼ିକ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ବାର ଆଶା ରହିଛି। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କଲେ ଭଲ । ଅର୍ଥ ସମ୍ପର୍କ, ବନ୍ଧୁଙ୍କୁ ଭଲ ପାଇବା, ଅତିଥି ଚର୍ଚ୍ଚା, ଯାତ୍ରା, ଆଇନ ଅଦାଲତ କ୍ଷେତ୍ରରେ ସଫଳତା ମିଳିବ।
କୁମ୍ଭ
କୁମ୍ଭ
କେତେକ କ୍ଷେତ୍ରରେ ପ୍ରାଧାନ୍ୟ ଜାହିର କରିବାକୁ ଯାଇ ଅପଦସ୍ଥ ହୋଇପାରନ୍ତି। ଶତଭିଷା ନକ୍ଷତ୍ରର ସତ୍‌ସଙ୍ଗ ପ୍ରତି ମନ ବଳିବ ଏବଂ ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରୁ ସୁଫଳ ପାଇବେ। ଗୃହ ନିର୍ମାଣ, ଗାଡି କିଣା, କରଜ ଦେବା କାମରେ ମନ ଦେଇପାରନ୍ତି। ପ୍ରଶାସନ ସ୍ତରରେ କାର୍ଯ୍ୟ ସାଧନ କିମ୍ବା ଆଶା ପୂରଣରେ ବନ୍ଧୁ ସାହାଯ୍ୟ କରିବେ।
ମୀନମୀନ
ଆଜି ଏକ ପ୍ରକାର ଆଶ୍ୱସ୍ତି ଅନୁଭବ କରିବେ କାରଣ ସେତେଟା ସମସ୍ୟା ରହିବନି। ପାରିବାରିକ ଜୀବନରେ ଉତ୍ତରଭାଦ୍ରବ ନକ୍ଷତ୍ରର ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ପାଇଁ ଦିନଟି ଶୁଭଙ୍କରି। ହଠାତ୍‌ ହଜି ଯାଇଥିବା ବ୍ୟକ୍ତି, ଚୋରି ଯାଇଥିବା ଜିନିଷର ଖୋଜ ଖବର ପାଇପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଅକ୍ଟୋବର ୧୦ ତାରିଖ – Daily Horoscope

ମେଷ ଆଜି ରାଶ୍ୟାଧିପତିଙ୍କ ନକ୍ଷତ୍ରସ୍ଥ ଚନ୍ଦ୍ର ସାହସିକତାର ପଦକ୍ଷେପ ନେଇ ପାରିବାରିକ ଏବଂ କର୍ମକ୍ଷେତ୍ରର ସମସ୍ୟା ସମାଧାନ କରିବେ। ଆବଶ୍ୟକତା ପୂରଣ ସକାଶେ ଅର୍ଥର ଅଭାବ ରହିବ…

ରାଶିଫଳ: ଶୁକ୍ରବାର, ଅକ୍ଟୋବର ୯ ତାରିଖ – Daily Horoscope

ମେଷ ଆଜି ଋଣ ପରିଶୋଧ, ବିବାଦୀୟ ଘଟଣା, ଦୂରଯାତ୍ରା କିମ୍ବା ଶତ୍ରୁତା କରୁଥିବା ବ୍ୟକ୍ତି ବିଷୟରେ ଚିନ୍ତା କରିବେ। ସାଧାରଣ କଥାରେ ବନ୍ଧୁ ସମ୍ପର୍କ ଫିକା ପଡିଯିବାରୁ…

ରାଶିଫଳ: ଗୁରୁବାର, ଅକ୍ଟୋବର ୮ ତାରିଖ – Daily Horoscope

ମେଷ ଆଜି ଜମିଜମା କାରବାରକୁ ନେଇ ମତାନ୍ତର ଉପୁଜିବ। ବନ୍ଧୁ ଏବଂ ପରିଜନଙ୍କ ସହିତ ପ୍ରତ୍ୟୁଷ ଯାତ୍ରା ମନକୁ ଆନନ୍ଦ ପ୍ରଦାନ କରିପାରେ। କୃତ୍ତିକା ନକ୍ଷତ୍ରର ମନରେ…

ରାଶିଫଳ: ବୁଧବାର, ଅକ୍ଟୋବର ୭ ତାରିଖ – Daily Horoscope

ମେଷ ଆଜିର ପାପଗ୍ରହ ମଧ୍ୟସ୍ଥ ଚନ୍ଦ୍ରଙ୍କ ଯୋଗୁ ମାନସିକ ଅସ୍ଥିରତା ଭିତରେ ଦିନଟି କଟିବ। ଶିଳ୍ପ, ବାଣିଜ୍ୟ, ପରିବହନ ଏବଂ ଆନୁଷ୍ଠାନିକ କ୍ଷେତ୍ରରେ ଆଶାଜନକ ଫଳ ପ୍ରାପ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?