ଅନିଶ୍ଚିତତାରେ ଆଶାୟୀ

ଭୁବନେଶ୍ୱର,୨୫ା୯(ବ୍ୟୁରୋ):କରୋନା ସଂକ୍ରମଣ କେବଳ ସ୍ବାସ୍ଥ୍ୟ ନୁହେଁ, ଜୀବିକା ଉପରେ ମଧ୍ୟ ପ୍ରଭାବ ପକାଇଛି। ସରକାରୀ ଓ ବେସରକାରୀ କ୍ଷେତ୍ରର ନିଯୁକ୍ତି ସୁଯୋଗ ଛଡ଼ାଇ ନେଇଛି। କରୋନା ସଙ୍କଟ ପାଇଁ ରାଜ୍ୟ ସରକାର ଆସନ୍ତା ୨ବର୍ଷ ଲାଗି ଖର୍ଚ୍ଚକାଟ କରିବା ସହିତ କୌଣସି ନୂତନ ନିଯୁକ୍ତି, ଠିକା ନିଯୁକ୍ତି ନ କରିବାକୁ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାଦ୍ୱାରା ସରକାରୀ ନିଯୁକ୍ତି ଏକ ପ୍ରକାର ସ୍ଥାଣୁ ହୋଇଯାଇଛି। ଅନ୍ୟ ପକ୍ଷରେ ଶିଳ୍ପ, ଖଣି, କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ଏବଂ ଘରୋଇ ସଂସ୍ଥା ଆଦି ପ୍ରଭାବିତ ହେଉଥିବାରୁ ଏସବୁ କ୍ଷେତ୍ରରେ ନିଯୁକ୍ତି ଆଶା ମଧ୍ୟ ସଙ୍କୁଚିତ ହେବାରେ ଲାଗିଛି। ରାଜ୍ୟରେ ବେକାରି ସମସ୍ୟା ଆହୁରି ଉଗ୍ର ଆକାର ଧାରଣ କରିବା ନେଇ ଆଶଙ୍କା ଦେଖାଦେଇଛି। ଏପରି ସ୍ଥଳେ ଶିକ୍ଷିତ ବେକାର ଯୁବତୀଯୁବକ ନିଜର ଭବିଷ୍ୟକୁ ନେଇ ସନ୍ଦିହାନ ହୋଇପଡିଛନ୍ତି। ଗତ ୬ ମାସ ହେବ ରାଜ୍ୟ କିମ୍ବା କେନ୍ଦ୍ର ସରକାର ଗୋଟିଏ ହେଲେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିନାହାନ୍ତି। ଯେଉଁ ପରୀକ୍ଷା ମାର୍ଚ୍ଚରେ ହୋଇଥିଲା ତାହାର ମଧ୍ୟ ଫଳାଫଳ ଘୋଷଣା କରୁନାହାନ୍ତି। ଏଭଳି ପରିସ୍ଥିତିରେ ନିଜର ଭବିଷ୍ୟତକୁ ନେଇ ଉଚ୍ଚଶିକ୍ଷିତ ବେକାରିମାନେ ଅନିଶ୍ଚିତ ହୋଇପଡିଛନ୍ତି।
ଶ୍ରମ ଓ କର୍ମଚାରୀ ବୀମା ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ୨୦୨୦ ଅଗଷ୍ଟ ଶେଷ ସୁଦ୍ଧା ରାଜ୍ୟରେ ୧୨ ଲକ୍ଷ ୧୫ ହଜାର ୮୦୩ ଜଣ ବେକାର ଯୁବତୀଯୁବକ ଚାକିରି ପାଇଁ ବିଭିନ୍ନ ଶ୍ରମ ଓ ନିୟୋଜନ କାର୍ଯ୍ୟାଳୟରେ ନାମ ପଞ୍ଜୀକୃତ କରିଛନ୍ତି। କରୋନା ଯୋଗୁ ଗତ ୬ ମାସ ହେବ ନାମ ପଞ୍ଜୀକରଣ କରାଯାଇ ପାରିନାହିଁ। ଏହି ସଂଖ୍ୟା ଆହୁରି ବଢିବା ସମ୍ଭାବନା ରହିଛି। ବେସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ଶିକ୍ଷିତ ବେକାରଙ୍କ ସଂଖ୍ୟା ୧୫ ଲକ୍ଷରୁ ଊର୍ଦ୍ଧ୍ୱ। ଏବେ ସୁଦ୍ଧା ଓଡ଼ିଶାରେ ବେକାରି ସଂଖ୍ୟା ପ୍ରାୟ ୨୪ ପ୍ରତିଶତରେ ପହଞ୍ଚିଛି। ଯାହାକି ଜାତୀୟ ହାର ଠାରୁ ଅଧିକ। ସର୍ବଭାରତୀୟ ସ୍ତରରେ ବେକାରି ହାର ୨୩.୫ ପ୍ରତିଶତ ରହିଛି। ରୋଗ ସଂକ୍ରମଣ ବଢି ଚାଲିଥିବାରୁ ଆସନ୍ତା ୨ ବର୍ଷ ମଧ୍ୟରେ ରାଜ୍ୟରେ ଆହୁରି ପ୍ରାୟ ୮ ଲକ୍ଷ ଶିକ୍ଷିତ କେକାରି ସୃଷ୍ଟି ହେବାର ସମ୍ଭାବନା ରହିଛି। କରୋନା ଯୋଗୁ ରାଜ୍ୟର ଆର୍ଥିକ ସ୍ଥିତି ଦୁର୍ବଳ ହେବାରେ ଲାଗିଛି। ସରକାର ଜରୁରୀ ଖର୍ଚ୍ଚ ବ୍ୟତୀତ ଅନ୍ୟାନ୍ୟ ଉନ୍ନତିମୂଳକ କାର୍ଯ୍ୟ ଓ ନୂତନ ନିଯୁକ୍ତି ଉପରେ ରୋକ୍‌ ଲଗାଇଛନ୍ତି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ବ୍ୟତୀତ କୌଣସି ବିଭାଗ ନୂତନ ପଦବୀ ସୃଷ୍ଟି କରି ପାରିବେ ନାହିଁ। ଯଦି ଜରୁରୀ ପରିସ୍ଥିତିରେ ପଦବୀ ସୃଷ୍ଟି କରିବା ଆବଶ୍ୟକ ପଡିବ ତେବେ ଅର୍ଥ ବିଭାଗର ଅନୁମତି ନେବାକୁ ପଡିବ। ୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଖାଲିପଡିଥିବା ପଦବୀଗୁଡିକ ଉଚ୍ଛେଦ ହେବ। କୋଣସି ପ୍ରକାର ଠିକା, ଆଉଟସୋର୍ସ କିମ୍ବା ଅବସରପ୍ରାପ୍ତ କର୍ମଚାରୀଙ୍କ ନିଯୁକ୍ତି ଉପରେ କଟକଣା ଜାରି କରାଯାଇଛି। ଅର୍ଥ ବିଭାଗ ସମସ୍ତ ବିଭାଗକୁ ଏଭଳି ଆଦେଶନାମା ଜାରି କରିସାରିଛି।
ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ପ୍ରାୟ ଦେଢ଼ଲକ୍ଷ ସରକାରୀ ପଦବୀ ଖାଲି ପଡିଛି। ସେହି ପଦବୀଗୁଡ଼ିକୁ ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିଲେ। ପର୍ଯ୍ୟାୟ କ୍ରମେ ବିଭିନ୍ନ ବିଭାଗରେ ନିଯୁକ୍ତି ଜାରି ରହିଥିଲା। ତେବେ ୨୦୨୦ ମାର୍ଚ୍ଚ ପରଠାରୁ ସମସ୍ତ ସରକାରୀ ନିଯୁକ୍ତି ବନ୍ଦ ହୋଇଯାଇଛି। ସରକାରୀ ଚାକିରିକୁ ଭରସା କରି ପ୍ରସ୍ତୁତ ହେଉଥିବା ଯୁବତୀଯୁବକମାନେ ସରକାରଙ୍କ ଘୋଷଣା ପରେ ନିଜର ଅନିଶ୍ଚିତ ଭବିଷ୍ୟତକୁ ନେଇ ଚିନ୍ତାରେ ପଡିଛନ୍ତି। ଏମ୍‌ଟେକ ଛାତ୍ର ସତ୍ୟଜିତ୍‌ ନାୟକ କହିଛନ୍ତି, ଘର ପରିସ୍ଥିତି ଖରାପ। ଗତ ଦୁଇବର୍ଷ ହେବ ଉଚ୍ଚଶିକ୍ଷା ନ କରି ଚାକିରି ପାଇଁ ପ୍ରସ୍ତୁତି ଚଳାଇଛି। କରୋନା ପରେ ଅର୍ଥାତ୍‌ ମାର୍ଚ୍ଚରୁ କୌଣସି ନୂତନ ନିଯୁକ୍ତି ପାଇଁ ବିଜ୍ଞାପନ ବାହାରୁ ନାହିଁ। ଯେଉଁ ପଦବୀ ପାଇଁ ପରୀକ୍ଷା ହୋଇଥିଲା ସେଗୁଡିକ ଫଳାଫଳ ମଧ୍ୟ ପ୍ରକାଶ ପାଉ ନାହିଁ। ୨୦୨୧ ମାର୍ଚ୍ଚ ଯାଏ ସରକାରୀ ନିଯୁକ୍ତି ପାଇଁ କୌଣସି ପଦବୀ ବାହାରିବାର ସମ୍ଭାବନା କମ୍‌। ଭବିଷ୍ୟତ କ’ଣ ହେବ ତାହା ଆମେ ଜାଣି ପାରୁ ନାହୁଁ ବୋଲି ସେ କହିଛନ୍ତି।
ରାଜ୍ୟ ଶ୍ରମ କମିଶନର ଏନ. ତିରୁମାଳା ନାୟକ କହିଛନ୍ତି, ରାଜ୍ୟରେ ନିଯୁକ୍ତି ସୁଯୋଗ ବଢ଼ାଇବା ଲାଗି ଯୋଜନା କରାଯାଇଛି। କେତେକ ସଂସ୍ଥା ସହ ଏ ନେଇ ଏମ୍‌ଓୟୁ ହୋଇଛି। ପ୍ରାୟ ୫୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟ ରଖାଯାଇଛି। ଏହି କାର୍ଯ୍ୟକ୍ରମରେ ବୈଷୟିକ ଶିକ୍ଷା ଏବଂ ଅନ୍ୟାନ୍ୟ ସାଧାରଣ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରୀଛାତ୍ରମାନଙ୍କୁ ନିଯୁକ୍ତି ପାଇଁ ପ୍ରଶିକ୍ଷଣ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ISRO ଘରୋଇକରଣକୁ ନେଇ କର୍ମଚାରୀଙ୍କ ମଧ୍ୟରେ ବଢିଲା ଚିନ୍ତା, ମୁଖ୍ୟଙ୍କଠାରୁ ସ୍ପଷ୍ଟୀକରଣ ଲୋଡିଲେ

ବେଙ୍ଗାଲୁରୁ,୬।୯: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO)ର କର୍ମଚାରୀମାନେ ଘରୋଇ କମ୍ପାନୀଗୁଡ଼ିକ ପାଇଁ ମହାକାଶ କ୍ଷେତ୍ର ଖୋଲାଯିବା ନେଇ ଚିନ୍ତିତ ହେଉଛନ୍ତି। ହଜାର ହଜାର ISRO କର୍ମଚାରୀଙ୍କ…

ବିଷାକ୍ତ ମଦ ପିଇ ଚାଲିଗଲା ୧୦ ଜୀବନ, ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା

ଭୋପାଳ,୬ା୯: ମଧ୍ୟପ୍ରଦେଶର ସାଗରରେ ବିଷାକ୍ତ ମଦ ପିଇ ୧୦ ଜଣଙ୍କ ଜୀବନ ଚାଲିଯାଇଛି। ଆଉ ୩ ଜଣ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛି। ତେବେ ମୃତ୍ୟୁସଂଖ୍ୟା…

ଗାଜଲବାଡ଼ି ଘାଟିରେ ଦୁର୍ଘଟଣା: ଗୁଗୁଲ୍‌ ମ୍ୟାପ୍‌’ ଦେଖି ଫସିଲା ଟ୍ରକ୍‌, ଅଟକି ରହିଛି ଶହ ଶହ…

ଦାରିଙ୍ଗବାଡ଼ି, ୬/୯ (ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ସୀମାରେ ରହିଥିବା ଗାଜଲବାଡ଼ି ଘାଟିରେ ଏକ ୧୬ ଚକିଆ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ କରୁଥିବା…

ପାଣି ଫ୍ୟାକ୍ଟେରୀରେ କରେଣ୍ଟ ଝଟକା, ଜୀବନ ସହ ଲଢ଼ୁଛନ୍ତି ଶ୍ରମିକ: ଗେଟ୍‌ରେ ଗଣଧାରଣା

କେସିଙ୍ଗା, ୬।୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଚାଞ୍ଚେର ପଞ୍ଚାୟତ ଅଧୀନ ଏନ୍‌ଏଚ୍‌-୨୬ ପାର୍ଶ୍ୱରେ ଅବସ୍ଥିତ ଏକ ପାଣି ପାଉଚ୍‌ ଫ୍ୟାକ୍ଟେରୀରେ ଅଭାବନୀୟ ଘଟଣା…

କିଏ ପିନ୍ଧିପାରିବେ କଣ୍ଠି ମାଳା? ଜାଣିରଖନ୍ତୁ ତୁଳସୀ ମାଳା ପିନ୍ଧିବାର ନିୟମ, ନହେଲେ ଭୋଗିବେ…

ସନାତନ ଧର୍ମରେ ତୁଳସୀ ଗଛକୁ କେବଳ ଏକ ସାଧାରଣ ଉଦ୍ଭିଦ ନୁହେଁ ବରଂ ପବିତ୍ର ଓ ପୂଜନୀୟ ଦେବୀର ଆଖ୍ୟା ଦିଆଯାଇଛି । ଶାସ୍ତ୍ର ଅନୁସାରେ ତୁଳସୀ…

ଶିକ୍ଷୟିତ୍ରୀଙ୍କୁ ପାଦ ଛୁଇଁ ପ୍ରଣାମ କଲେ ବିଡିଓ, ଭାବବିହ୍ୱଳ ହୋଇ କହିଲେ ମୋର ଶିକ୍ଷକ ସମାଜ ପ୍ରତି ଯଥେଷ୍ଟ ସମ୍ମାନ ରହିଛି

ଦାରିଙ୍ଗବାଡ଼ି, ୬।୯ (ଅରୁଣ ସାହୁ): ସେପ୍ଟେମ୍ବର ୫ ତାରିଖରେ ଶନିବାର ଗୁରୁଦିବସ ପାଳିତ ହୋଇଥିବା ଅବସରରେ ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସିଠାରେ ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା…

ସୂର୍ଯ୍ୟ-ଶନିଙ୍କ ଷଡାଷ୍ଟକ ଯୋଗରେ ୫ ରାଶି ପାଇଁ ଅଶୁଭ! କ୍ୟାରିୟରରୁ ଟଙ୍କା କମାଇବା ଯାଏ ପଡିବ ଖରାପ ପ୍ରଭାବ

ଆଜି ସେପ୍ଟେମ୍ୱର ୬ ତାରିଖ ଭୋର ୪ଟା ୧୫ ମିନଟରେ ସୂର୍ଯ୍ୟ ଏବଂ ଶନି ଉଭୟ ପରସ୍ପରଠାରୁ ୧୫୦ ଡିଗ୍ରୀ ଦୂରତାରେ ଥିଲେ। ଏହି ଦୁଇ ଗ୍ରହଙ୍କ…

ନଳିନୀଙ୍କ ହାତରେ କେସିଙ୍ଗା ବିଜେଡିର ମଙ୍ଗ: ଗୁରୁଦାୟିତ୍ୱ ଦଲେ ନବୀନ

କେସିଙ୍ଗା, ୬।୯ (ତୁମେଶ୍ୱର ସାହୁ): ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ (ବିଜେଡି)ର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri