ସିରିଆବାସୀଙ୍କ ଆଶା

ଅତ୍ୟଧିକ ତଥା ଅନିୟନ୍ତ୍ରିତ ମୁଦ୍ରାସ୍ଫୀତି ଏକ ଶତାବ୍ଦୀ ପୂର୍ବର ଓ୍ବେମର ରିପବ୍ଲିକ୍‌ (ପ୍ରଥମ ବିଶ୍ୱଯୁଦ୍ଧ ପରେ ୧୯୧୮- ୩୩ ମଧ୍ୟରେ ଗଠିତ ଜର୍ମାନୀ) ପାଇଁ ବଡ଼ ସମସ୍ୟାର କାରଣ ପାଲଟିଥିଲା। ସେତେବେଳେ ଜର୍ମାନୀର ଅନେକ ନାଗରିକ ଯେଭଳି ଘର ଛାଡ଼ି ଚାଲିଯାଇଥିଲେ, ସେହିଭଳି ଏବେ ସିରିଆର ଖୁବ୍‌ କମ୍‌ ଲୋକ ଅଧିକ ଟଙ୍କା ନ ନେଇ ଘର ଛାଡ଼ି ଚାଲିଯାଉଛନ୍ତି। ଗୋଷ୍ଠୀଗତ ଉତ୍ତେଜନା, ନିକଟ ଅତୀତର ଆଲଓ୍ବି ସଂଖ୍ୟାଲଘୁ ଶାସନରେ ଦୀର୍ଘଦିନ ଧରି ଅବଦମିତ ହୋଇ ରହିବା ଏବଂ ଲଗାତର ଅସ୍ଥିରତା ବଢ଼ିବା ଯୋଗୁ ସିରିଆରେ ବିଷମ ସ୍ଥିତି ଉପୁଜିଛି। ସେଠାର ଯଦି କେଉଁଠି ଏଟିଏମ୍‌ କାମ କରୁଛି ସେଥିରୁ ଟଙ୍କା ଉଠାଣ ସୀମା ସପ୍ତାହକୁ ୪୦ ଡଲାର ରଖାଯାଇଛି। ପୂର୍ବତନ ରାଷ୍ଟ୍ରପତି ବସର ଅଲ୍‌ ଅସାଦ ଗାଦିଚ୍ୟୁତ ହେବା ପରେ ୧୩ ବର୍ଷ ଧରି ଲାଗି ରହିଥିବା ଗୃହଯୁଦ୍ଧର ଅବସାନ ଘଟିଥିଲା। ଅସାଦ କ୍ଷମତାରୁ ହଟିଯିବା ପରେ ସିରିଆ ନାଗରିକମାନେ ଜଟିଳ ସ୍ଥିତିରୁ ମୁକୁଳି ଭଲରେ ବଞ୍ଚିବା ପାଇଁ ପ୍ରତିଦିନ ସଂଗ୍ରାମ କରୁଛନ୍ତି। ଅତ୍ୟଧିକ କଠିନତା ସତ୍ତ୍ୱେ ଅନେକେ ଆଶା ବାନ୍ଧିଛନ୍ତି ଯେ, ଶୀଘ୍ର ଏକ ସାମାନ୍ୟ ସ୍ଥତି ଫେରିପାରେ। କିନ୍ତୁ ପ୍ରତି ସପ୍ତାହରେ ଯେଉଁ ଜଟିଳ ସ୍ଥିତି ଉପୁଜୁଛି ତାହା ଏଭଳି ଆଶା ପୂରଣ ହେବାକୁ ଦେଉନାହିଁ। ଖୁବ୍‌ ନିକଟରେ ଇରାନ ଉପରେ ଆକ୍ରମଣ କରିବା ପାଇଁ ସିରିଆର ଆକାଶ ପଥକୁ ଇସ୍ରାଏଲ ବ୍ୟବହାରକରିବା ଯୋଗୁ ସିରିଆ ନାଗରିକଙ୍କୁ ଏକ ଜଟିଳ ସ୍ଥିତିରେ ପକାଇଛି।
ସିରିଆ ସଂସ୍କୃତିରେ ଆତିଥ୍ୟ ଏକ ମହତ୍‌ କାର୍ଯ୍ୟ। କିନ୍ତୁ ଏବକାର ସ୍ଥିତିରେ ସେମାନେ ପରିଦର୍ଶକଙ୍କୁ ଗୋଟିଏ କପ୍‌ରୁ ଅଧିକ ଯୋଗାଇଦେବାକୁ ସକ୍ଷମ ହୋଇ ପାରୁନାହାନ୍ତି। ଦେଶ ଭୟଙ୍କର ମରୁଡ଼ିର ସାମ୍ନା କରୁଛି। ୨୦୧୧ ବିଦ୍ରୋହ ସହ ଜଡ଼ିତ ଘଟଣା ବା ସ୍ଥିତିଠାରୁ ଏହା ଆହୁରି ଖରାପ। ମରୁଡ଼ି କାରଣରୁ ଏବେ ୭୫ ପ୍ରତିଶତ ଗହମ ଚାଷ କ୍ଷତିଗ୍ରସ୍ତ ହେବା ଯୋଗୁ ଲୋକେ ରୁଟି ପାଇପାରୁନାହାନ୍ତି ଏବଂ ଖାଦ୍ୟ ଅସୁରକ୍ଷା ବଢ଼ିଯାଇଛି। କେତେଜଣ ସିରିଆନ୍‌ ଅସାଦ ଫେରି ଆସିବାକୁ ଚାହଁୁଛନ୍ତି। ଅନେକେ ତାଙ୍କ ଉତ୍ତରାଧିକାରୀ ତଥା ଏବକାର ରାଷ୍ଟ୍ରପତି ଅହମଦ ଅଲ୍‌-ଶାରାଙ୍କୁ ନେଇ ସଂଶୟରେ ଅଛନ୍ତି। ଶାରା ହେଉଛନ୍ତି ଅଲକାଏଦାର ପୂର୍ବତନ କମାଣ୍ଡର ଓ ବିଦ୍ରେହୀ ନେତା। ସେ ଇଡ୍‌ଲିବ୍‌ର ଗ୍ରାମାଞ୍ଚଳ କ୍ଷେତ୍ରରେ ଅନେକ ବର୍ଷ ଶାସନ କରିଥିଲେ ଓ ଏକ କଠୋର ଇସ୍‌ଲାମୀୟ ସଂହିତା ଲାଗୁ କରିଥିଲେ। ଯଦିଓ ସେ ତାଙ୍କ ଦୃଷ୍ଟିକୋଣକୁ କୋହଳ କରିଛନ୍ତି , ତଥାପି ତାଙ୍କୁ ବୁଝିବା କଠିନ। ଶାରାଙ୍କ ଶାସନରେ ସ୍ବଚ୍ଛତା ନାହିଁ। ଅନେକ ସିରିଆନ୍‌ ଭୟରେ ଅଛନ୍ତି । ଜଣେ ସ୍ବେଚ୍ଛାଚାରୀ ବଦଳରେ ଆଉ ଜଣେ ସ୍ବେଚ୍ଛାଚାରୀଙ୍କୁ (ଶାରା) ଆଣିଛନ୍ତି ଏବଂ ଜଣେ ଧର୍ମନିରପେକ୍ଷ ଏକଚ୍ଛତ୍ରବାଦୀଙ୍କୁ ବଦଳାଇ ଜଣେ ଇସ୍‌ଲାମିକ ଏକଚ୍ଛତ୍ରବାଦୀଙ୍କୁ ଆମନ୍ତ୍ରଣ କରଛନ୍ତି ବୋଲି ସେମାନେ ଭାବୁଛନ୍ତି। ଶାରାଙ୍କ ବିଚାରଧାରା ଓ ଆର୍ଥିିକ ନୀତିଗୁଡ଼ିକ ଅସ୍ପଷ୍ଟ ରହିଛି।
ଶାରାଙ୍କ ଏଜେଣ୍ଡା ସତ୍ତ୍ୱେ ସିରିଆର ଦକ୍ଷିଣରେ ସଂଖ୍ୟାଲଘୁ ଧର୍ମୀୟ ଗୋଷ୍ଠୀ ଡ୍ରୁଜେ ଏବଂ ଉପକୂଳରେ ଅସାଦଙ୍କ ଶାସନରେ ଦୃଢ଼ ସ୍ଥିତିରେ ଥିବା ଅଲଓ୍ବି ନୂଆ ସରକାରଙ୍କୁ ଗ୍ରହଣ କରିବାକୁ ମନାକରିବାରୁ ଗୋଷ୍ଠୀଗତ ବିଭାଜନ ଗୁରୁତ୍ୱପୂର୍ଣ୍ଣ ସରକାରୀ ପଦକ୍ଷେପକୁ ଲଗାତର ସମସ୍ୟାରେ ପ୍‌କାଇଛି। ଡ୍ରୁଜେର ଧର୍ମୀୟ ନେତା ହିକ୍‌ମତ ଅଲ-ହିଜ୍ରି କହିଛନ୍ତି, ସେମାନେ ହେଉଛନ୍ତି ହିପୋକ୍ରାଟି। ଆଲଓ୍ବିମାନେ ଏକ ଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ସିରିଆର ପୂର୍ବତନ ସଂଖ୍ୟାଲଘୁ ଶାସକ ଭାବେ ସେମାନଙ୍କର ଆମେରିକା ଦ୍ୱାରା ଇରାକ୍‌ରେ ପଦଚ୍ୟୁତ ହୋଇଥିବା ସୁନ୍ନି ନେତାଙ୍କ ସହ କମ୍‌ ସମ୍ପର୍କ ରହିଛି। ଦେଖିବାକୁ ଗଲେ ଆରବ ବାହାରେ ଇସ୍‌ଲାମିକ ଜଗତରେ ସୁନ୍ନିମାନେ ପ୍ରଭାବଶାଳୀ। ଇରାକର ସୁନ୍ନି ସଂଖ୍ୟାଲଘୁର ବିଶ୍ୱାସ ଥିଲା ଯେ, ତାହା ଦେଶର ସଂଖ୍ୟାଧିକ ଶିୟାଙ୍କ ଉପରେ ଶାସନ କରିବାକୁ ଯୋଗ୍ୟ ଏବଂ ତାହାର ସ୍ଥିତିକୁ ପୁନଃ ସ୍ଥାପନ କରିବାକୁ ଲଢ଼େଇ କରୁଥିଲା। କିନ୍ତୁ ସିରିଆର ଅଲଓ୍ବିଙ୍କ ମାନସିକତାରେ ଏଭଳି ସମାନ ପ୍ରକାର ଆକାଂକ୍ଷା ନାହିଁ। ତେବେ ନିକଟରେ ସରକାରଙ୍କ ସହ ଏହି ସଂଖ୍ୟାଲଘୁ ଗୋଷ୍ଠୀଗୁଡ଼ିକର ସଂଘର୍ଷ ସିରିଆକୁ ଦୋହଲାଇଦେଇଛି ଏବଂ ନୂଆ ସରକାର ଉପରେ ଜନସାଧାରଣଙ୍କ ବିଶ୍ୱାସ କମିଛି। କିନ୍ତୁ ଗୋଷ୍ଠୀଗତ ସଂଘର୍ଷ ସତ୍ତ୍ୱେ ଶାରା ଅଧିକାଂଶ ଆରବ ସୁନ୍ନିଙ୍କ ସମର୍ଥନ ହାସଲ କରିଛନ୍ତି। ବାଥ୍‌ ପାର୍ଟିର ପତନ ପରେ ତାହାର ନେତାମାନେ ତାଙ୍କୁ ସମର୍ଥନ କରୁଛନ୍ତି ।
ଆମେରିକା ଓ ଇସ୍ରାଏଲ ବିରୋଧୀ ଭାବନା ଥିଲା ଅସାଦଙ୍କ ଶାସନରେ ଥିବା ବାଥ୍‌ପାର୍ଟି ସଦସ୍ୟଙ୍କ ବିଶ୍ୱାସର କେନ୍ଦ୍ରବିନ୍ଦୁ। ଅସାଦ ଏବଂ ତାଙ୍କ ପିତା ଦେଶରେ ଶାସନର ବିଫଳତାକୁ ଆଢୁଆଳରେ ରଖିବା ଓ ସଂଖ୍ୟାଲଘୁ ଶାସନ ଜାରି ରଖିବା ପାଇଁ ଏହି ସିଦ୍ଧାନ୍ତକୁ ଗ୍ରହଣ କରିଥିଲେ। ଅସାଦଙ୍କ ଶାସନ କାଳରେ ଇରାନ୍‌ ଉପରେ ଇସ୍ରାଏଲ ଆକ୍ରମଣକୁ ପ୍ରଥମେ ସିରିଆ ନିନ୍ଦା କରିଥାନ୍ତା ଏବଂ ଇରାନ୍‌ ସପକ୍ଷରେ କହିବା ସହ ଯୁଦ୍ଧ ସାମଗ୍ରୀ ମଧ୍ୟ ଯୋଗାଇଦେଇଥାଆନ୍ତା। କିନ୍ତୁ ଏବେ ସିରିଆନ୍‌ମାନଙ୍କ ମନୋଭାବ ସଂକୀର୍ଣ୍ଣ ହୋଇଯାଇଛି। ସେମାନେ ଆଞ୍ଚଳିକ ଘଟଣାକୁ କମ୍‌ ଗୁରୁତ୍ୱ ଦେଉଛନ୍ତି। ଅସାଦଙ୍କ ପତନ ପରେ ଇସ୍ରାଏଲ ଲଗାତର ସିରିଆର ଅଞ୍ଚଳକୁ ଦଖଲ କରିଚାଲିଥିବାବେଳେ ସାମାନ୍ୟ ପଡ଼ୋଶୀ ସମ୍ପର୍କକୁ ନେଇ ଖୁସି ହେଉଛନ୍ତି।
ବଡ଼ କଥା ହେଉଛି, ଅଭାବକୁ ସାମ୍ନା କରୁଥିବା ସମାଜରେ ସିରିଆବାସୀ ଆଶା ହରାଇନାହାନ୍ତି । ଆଶା ବିନା ଆମେ ବଞ୍ଚିପାରିବୁ ନାହିଁ- ଏହା ହେଉଛି ଜଣେ ମଧ୍ୟମ ବୟସ୍କ ବ୍ୟକ୍ତିଙ୍କ କଥା, ଯାହା ସେ ମୋତେ କହିଛନ୍ତି। ସେ ତାଙ୍କ ସ୍ବଳ୍ପ ସଞ୍ଚୟକୁ ପିଲାଙ୍କ ଜୋତା ପାଇଁ ଖର୍ଚ୍ଚ କରିବେ ନା ଆପାର୍ଟମେଣ୍ଟର ତ୍ରୁଟିପୂର୍ଣ୍ଣ ଓ୍ବେୟାରିଂ ମରାମତିରେ ବ୍ୟୟ କରିବେ ତାହାକୁ ନେଇ ଚିନ୍ତାରେ ପଡ଼ିଥିବା ବିଷୟ ପ୍ରକାଶ କରିଥିଲେ। ଖର୍ଚ୍ଚକୁ ନେଇ ଏଭଳି ଅଧିକ ଦ୍ୱନ୍ଦ୍ୱମୟ ସ୍ଥିତିରେ ରହିଛନ୍ତି ସିରିଆବାସୀ । ଏବେ ଆମେରିକାର କଟକଣା କୋହଳ କରିବାରେ ଟ୍ରମ୍ପଙ୍କ ଅପ୍ରତ୍ୟାଶିତ ନିଷ୍ପତ୍ତି ଅନେକ ସିରିଆବାସୀଙ୍କୁ ଅଧିକ ଆଶାବାଦୀ କରିଛି। କିଛି ପଚା ଟମାଟୋ ଅତି କମ୍‌ ମୂଲ୍ୟରେ କିଣି ଧରିଥିବା ଜଣେ ବ୍ୟକ୍ତି ମୋତେ କହିଛନ୍ତି, ଆଲ୍ଲା ଟ୍ରମ୍ପଙ୍କ ହୃଦୟରେ ସିରିଆର ମଞ୍ଜି ରୋପଣ କରିଛନ୍ତି। ସିରିଆବାସୀ ବାସ୍ତବରେ ଚାହାନ୍ତି ଆମେରିକା ସେମାନଙ୍କ ଦେଶକୁ ପ୍ରଚୁର ପୁଞ୍ଜି ଯୋଗାଇଦେଉ ଓ ଅତ୍ୟଧିକ ନିବେଶ କରୁ।

ବାରାକ୍‌ ବର୍ଫି
ପୂର୍ବତନ ରିସର୍ଚ୍ଚ ଫେଲୋ, ନ୍ୟୁ ଆମେରିକା,
ପୂର୍ବତନ ଭିଜିଟିଂ ଫେଲୋ (ବ୍ରୁକିଙ୍ଗସ୍‌ ଇନ୍‌ଷ୍ଟିଚ୍ୟୁଶନ)


Enter your email to get our daily news in your inbox.

All Right Reserved By Dharitri.Com

ଜୁଲାଇ ୨୯ରୁ ବଦଳିଯିବ ଏହି ୫ ରାଶିଙ୍କ ଭାଗ୍ୟ: ହେବ ଧନ ବର୍ଷା, ବ୍ୟାପାର-କ୍ୟାରିୟରରେ…

ଜୁଲାଇ ୨୯ରେ ଧନ, ସୁଖ ଏବଂ ବୈଭବର କାରକ ଗ୍ରହ ଶୁକ୍ର ଏବଂ ସାହସ, ଶକ୍ତି ତଥା କର୍ମର କାରକ ଗ୍ରହ ମଙ୍ଗଳ ପରସ୍ପରଠାରୁ ୯୦ ଡିଗ୍ରୀ…

ଇରାନର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ ପରେ ଟ୍ରମ୍ପଙ୍କ କଡ଼ା ଚେତାବନୀ, ସବୁ ଶେଷ…

ଓ୍ବାଶିଂଟନ,୨୯।୭: ଆମେରିକା ଏବଂ ସାଉଦି ଆରବ ଦ୍ୱାରା ଇରାକ ଉପରେ ହୋଇଥିବା ଆକ୍ରମଣରେ ଛଅ ଜଣ ଇରାନୀ ପରାମର୍ଶଦାତାଙ୍କ ମୃତ୍ୟୁ ହୋଇଥିଲା । ଏହା ପୂର୍ବରୁ, ଇରାନ…

E20 ପେଟ୍ରୋଲକୁ ନେଇ ସରକାରଙ୍କ ବଡ଼ ବୟାନ! ପୁରୁଣା BS-3 ଗାଡ଼ିରେ ବଦଳାଇବାକୁ ପଡ଼ିପାରେ ଏସବୁ ପାର୍ଟସ୍

ନୂଆଦିଲ୍ଲୀ,୨୯।୭: ଯଦି ଆପଣଙ୍କ ପାଖରେ ୨୦୧୬ ମସିହା ପୂର୍ବରୁ ନିର୍ମିତ କୌଣସି BS-3 ମଡେଲର କାର୍ କିମ୍ବା ବାଇକ୍ ରହିଛି, ତେବେ ଏହି ଖବର ଆପଣଙ୍କ ପାଇଁ…

୨ ଗଞ୍ଜେଇ ଚୋରା ଚାଲାଣକାରୀଙ୍କୁ ଦାରିଙ୍ଗବାଡିରୁ ଉଠାଇଲା ମୁମ୍ବାଇ ପୋଲିସ

ଦାରିଙ୍ଗବାଡି,୨୯।୭(ଅରୁଣ ସାହୁ): କନ୍ଧମାଳ ଜିଲାରୁ ଗଞ୍ଜେଇ ଚୋରାଚାଲାଣ ଏବେ ଆଉ କେଵଳ ରାଜ୍ୟ ମଧ୍ୟରେ ସିମିତ ହୋଇ ରହିନାହିଁ । କନ୍ଧମାଳରୁ ବିଭିନ୍ନ ରାଜ୍ୟକୁ ଗଞ୍ଜେଇ ଚାଲାଣ…

କେଉଁ ବୋଲରଙ୍କୁ ଡରନ୍ତି ବୈଭବ ସୂର୍ଯ୍ୟବଂଶୀ? ଜାଡେଜା କରିଦେଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୨୯।୭: ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ସମ୍ପୂର୍ଣ୍ଣ ଫିଟ୍ ହୋଇ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦିନକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହି…

ଯୁବତୀଙ୍କୁ ବିବାହ କରିବା ପରେ ତଳକୁ ଓହ୍ଲାଇବି….ପ୍ରେମ ପାଇଁ ହାଇଡ୍ରାମା, ମନ୍ଦିର ଉପରକୁ ଚଢ଼ି ଦେଲେ ଧମକ

କେନ୍ଦୁଝର,୨୯।୭(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ଜିଲା ହରିଚନ୍ଦନପୁରରେ ଏକ ଅଭାବନୀୟ ଦେଖିବାକୁ ମିଳିଛି । ଜଣେ ୨୧ ବର୍ଷୀୟ ଯୁବକଙ୍କ ହାଇଡ୍ରାମା ବର୍ତ୍ତମାନ ଚର୍ଚ୍ଚାର ବିଷୟ…

କାଲିଠୁ ଶ୍ରାବଣ ଆରମ୍ଭ: ପ୍ରଥମ ଦିନରେ କରନ୍ତୁ ଏହି ୩ ସହଜ କାମ, ମହାଦେବଙ୍କ କୃପାରୁ ଚମକିବ ଭାଗ୍ୟ!

ହିନ୍ଦୁ ଧର୍ମରେ ଶ୍ରାବଣ ମାସକୁ ଦେବଦେବ ମହାଦେବଙ୍କ ଆରାଧନା ପାଇଁ ସବୁଠାରୁ ପବିତ୍ର ଓ ଗୁରୁତ୍ୱପୂର୍ଣ୍ଣ ମାସ ଭାବେ ବିବେଚନା କରାଯାଏ। ଚଳିତ ବର୍ଷ ଜୁଲାଇ ୩୦…

ଆଶ୍ଚର୍ଯ୍ୟ ହେଲେବି ସତ, ଏହି ରାଜ୍ୟରେ ୭ ହଜାର ଛାତ୍ରୀଛାତ୍ର HIV ପଜିଟିଭ୍

ବେଙ୍ଗାଲୁରୁ,୨୯।୭: କର୍ନାଟକରୁ ଏପରି ଏକ ରିପୋର୍ଟ ସାମ୍ନାକୁ ଆସିଛି, ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ୧୮ ରୁ ୨୫ ବର୍ଷ ବୟସର ପ୍ରାୟ ୭ ହଜାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri