ସଂଖ୍ୟା ବୃଦ୍ଧିରୁ ସମସ୍ୟା

ରତନ ନାୟାର
ଢେଙ୍କାନାଳ ଅଫିସ, ୨୧।୧୦: ଢେଙ୍କାନାଳ ଜିଲା କପିଳାସ ପ୍ରାଣୀ ଉଦ୍ୟାନରେ ହରିଣଙ୍କ ସଂଖ୍ୟା ବୃଦ୍ଧି ଯଦିଓ ସକାରାତ୍ମକ ବାର୍ତ୍ତା ଦେଉଛି, ତେବେ ସୀମିତ ଜାଗାରେ ଏମାନଙ୍କୁ ରଖିବା ଏବେ ସବୁଠାରୁ ବଡ଼ ପ୍ରଶ୍ନ ପାଲଟିଛି। ହରିଣଙ୍କୁ ପର୍ଯ୍ୟାୟକ୍ରମେ ଅଭୟାରଣ୍ୟରେ ଛାଡିବା ପାଇଁ ଜିଲା ବନ ବିଭାଗ ପକ୍ଷରୁ ପିସିସିଏଫ୍‌ଙ୍କୁ ପ୍ରସ୍ତାବ ଦିଆଯିବା ସହ ଅନୁମତି ଲୋଡ଼ାଯାଇଛି।
୧୯୭୯ ଜାନୁୟାରୀ ୨୬ରେ କପିଳାସ ପାହାଡ଼ ପାଦଦେଶରେ ୫ ହେକ୍ଟର ଜମିରେ ପ୍ରତିଷ୍ଠା ହୋଇଥିଲା ଡିଅର ପାର୍କ। ଶୈବପୀଠ କପିଳାସକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଏହା ଦୀର୍ଘଦିନରୁ ସାଜିଛି ଆକର୍ଷଣର କେନ୍ଦ୍ରବିନ୍ଦୁ। ଏହାପରେ ଡିଅର ପାର୍କର ନବକଳେବର କରାଯାଇ ୨୬.୬୪ ହେକ୍ଟର ପରିମିତ ଅଞ୍ଚଳରେ ପ୍ରତିଷ୍ଠା କରାଯାଇଥିଲା କପିଳାସ ପ୍ରାଣୀଉଦ୍ୟାନ। ୧୯୮୬ ଏପ୍ରିଲ ୧ରେ ଏହାକୁ ମିନି ଚିଡ଼ିଆଖାନା ଏବଂ ୧୯୯୫ ଏପ୍ରିଲ ୧ରେ ଏହା ସେଣ୍ଟ୍ରାଲ ଜୁ’ ଅଥରିଟି ଅଫ୍‌ ଇଣ୍ଡିଆର ମାନ୍ୟତା ଲାଭ କରିଥିଲା। ଏବେ ପ୍ରାଣୀ ଉଦ୍ୟାନରେ ହରିଣ, ଶମ୍ବର, ହାତୀ, ଭାଲୁ, ମିଥୁନ ଗାଈ, କୁମ୍ଭୀର, ବିଭିନ୍ନ ପ୍ରକାର ପକ୍ଷୀ, ସରୀସୃପ ସମେତ ପ୍ରାୟ ୩୦୦ ଜୀବଜନ୍ତୁ ରହିଛନ୍ତି। ତେବେ ଡିଅର ପାର୍କରେ ଥିବା ହରିଣଙ୍କ ସଂଖ୍ୟା ବୃଦ୍ଧି ବନ ବିଭାଗର ମୁଣ୍ଡବ୍ୟଥା ବଢ଼ାଇଛି।
ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୧୯ରେ ପ୍ରାଣୀ ଉଦ୍ୟାନରେ ୧୬୦ ହରିଣ (୬୫ ଅଣ୍ଡିରା, ୯୫ ମାଈ) ଥିଲେ। ସେହିପରି ୪ଟି ଶମ୍ବର ମଧ୍ୟ ରଖାଯାଇଥିଲା। ଅଦ୍ୟାବଧି ହରିଣ ସଂଖ୍ୟା ୨୦୦ ଏବଂ ଶମ୍ବରଙ୍କ ସଂଖ୍ୟା ୫କୁ ବୃଦ୍ଧି ପାଇଛି। ପ୍ରାଣୀ ଉଦ୍ୟାନରେ ହରିଣଙ୍କ ପାଇଁ ଉଦ୍ଦିଷ୍ଟ କେଜ୍‌ରେ ମାଈ ହରିଣମାନେ ପ୍ରସବ କରିଥାନ୍ତି। ଆନିମଲ କିପରମାନେ ଏହା ଉପରେ ପ୍ରତିଦିନ ନଜର ରଖୁଛନ୍ତି। ଏଥିସହ ହରିଣ ସଂଖ୍ୟା ଏବଂ ସବିଶେଷ ତଥ୍ୟ ଦୈନିକ ରେଞ୍ଜ୍‌ କାର୍ଯ୍ୟାଳୟକୁ ଅବଗତ କରାଉଛନ୍ତି। ନିୟମ ଅନୁଯାୟୀ କପିଳାସ ଭଳି ଛୋଟ ଚିଡ଼ିଆଖାନାରେ ସର୍ବମୋଟ ୩୦ ହରିଣ ରହିପାରିବେ। କିନ୍ତୁ ଏବେ ଅଛନ୍ତି ପାଖାପାଖି ୭ଗୁଣା। ପୂର୍ବରୁ ବର୍ଷକୁ ରୋଗାକ୍ରାନ୍ତ ହୋଇ ୨ରୁ ୩ଟି ହରିଣଙ୍କ ମୃତ୍ୟୁ ଘଟୁଥିଲା। ହେଲେ ଏବେ ସେମାନଙ୍କ ସ୍ବାସ୍ଥ୍ୟ ତଦାରଖ ଲାଗି ସ୍ବତନ୍ତ୍ର ଭାବେ ଜଣେ ପ୍ରାଣୀ ଚିକିତ୍ସକଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ମୃତ୍ୟୁହାର ମଧ୍ୟ କମିଛି। ତେଣୁ ହରିଣଙ୍କ ସଂଖ୍ୟା ବଢୁଛି। ଅନ୍ୟପଟେ ପରସ୍ପର ମଧ୍ୟରେ ଆକ୍ରମଣ, ସୀମିତ ସ୍ଥାନରେ କ୍ଷମତା ତୁଳନାରେ ଅଧିକ ସଂଖ୍ୟାରେ ରହୁଥିବା ହରିଣଙ୍କ ପାଇଁ ସମସ୍ୟା ବଢ଼ିବାରେ ଲାଗିଛି। ତେଣୁ ୧୫୦ରୁ ଊର୍ଦ୍ଧ୍ୱ ହରିଣଙ୍କୁ ଅଭୟାରଣ୍ୟରେ ଛାଡ଼ିବା ଲାଗି ବନ ବିଭାଗ ଯୋଜନା କରୁଛି। ତେବେ କୃତ୍ରିମ ପରିବେଶରେ ବଢ଼ିଥିବା ହରିଣଙ୍କୁ ହଠାତ୍‌ ଅଭୟାରଣ୍ୟରେ ଛାଡ଼ିବା ଠିକ୍‌ ହେବ ନାହିଁ। ଏଥିଲାଗି ପୂର୍ବପ୍ରସ୍ତୁତି ଏବଂ ସୁଚିନ୍ତିତ ଯୋଜନା କରାଯିବା ଆବଶ୍ୟକ ବୋଲି ପ୍ରାଣୀପ୍ରେମୀମାନେ କହିଛନ୍ତି।
ଏ ସଂକ୍ରାନ୍ତରେ ଜିଲା ବନଖଣ୍ଡ ଅଧିକାରୀ ଡା. ପ୍ରକାଶଚାନ୍ଦ ଗୋଗିନେନି କୁହନ୍ତି, ଜୁ’ ନିୟମ

ସଂଖ୍ୟା ବୃଦ୍ଧିରୁ…
ଅନୁଯାୟୀ ପ୍ରାୟ ୩୦ ହରିଣ ରହିପାରିବେ। କିନ୍ତୁ ହରିଣ ସଂଖ୍ୟା ୨୦୦ରେ ପହଞ୍ଚତ୍ଲାଣି। ସୀମିତ ସ୍ଥାନରେ ଏତେ ସଂଖ୍ୟକ ହରିଣଙ୍କୁ ରଖିବା କାଠିକର ପାଠ ହେଉଛି। ସମସ୍ୟାର ସମାଧାନ ଲାଗି ୧୫୦ରୁ ଊର୍ଦ୍ଧ୍ୱ ହରିଣଙ୍କୁ କପିଳାସ ଅଭୟାରଣ୍ୟରେ ଛାଡିବା ପାଇଁ ପିସିସିଏଫ୍‌ଙ୍କୁ ପ୍ରସ୍ତାବ ଦେବା ସହ ଅନୁମତି ଲୋଡ଼ାଯାଇଛି। ଏ ସମ୍ପର୍କିତ ନିର୍ଦ୍ଦେଶନାମା ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?