ସଂଖ୍ୟା ବୃଦ୍ଧିରୁ ସମସ୍ୟା

ରତନ ନାୟାର
ଢେଙ୍କାନାଳ ଅଫିସ, ୨୧।୧୦: ଢେଙ୍କାନାଳ ଜିଲା କପିଳାସ ପ୍ରାଣୀ ଉଦ୍ୟାନରେ ହରିଣଙ୍କ ସଂଖ୍ୟା ବୃଦ୍ଧି ଯଦିଓ ସକାରାତ୍ମକ ବାର୍ତ୍ତା ଦେଉଛି, ତେବେ ସୀମିତ ଜାଗାରେ ଏମାନଙ୍କୁ ରଖିବା ଏବେ ସବୁଠାରୁ ବଡ଼ ପ୍ରଶ୍ନ ପାଲଟିଛି। ହରିଣଙ୍କୁ ପର୍ଯ୍ୟାୟକ୍ରମେ ଅଭୟାରଣ୍ୟରେ ଛାଡିବା ପାଇଁ ଜିଲା ବନ ବିଭାଗ ପକ୍ଷରୁ ପିସିସିଏଫ୍‌ଙ୍କୁ ପ୍ରସ୍ତାବ ଦିଆଯିବା ସହ ଅନୁମତି ଲୋଡ଼ାଯାଇଛି।
୧୯୭୯ ଜାନୁୟାରୀ ୨୬ରେ କପିଳାସ ପାହାଡ଼ ପାଦଦେଶରେ ୫ ହେକ୍ଟର ଜମିରେ ପ୍ରତିଷ୍ଠା ହୋଇଥିଲା ଡିଅର ପାର୍କ। ଶୈବପୀଠ କପିଳାସକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଏହା ଦୀର୍ଘଦିନରୁ ସାଜିଛି ଆକର୍ଷଣର କେନ୍ଦ୍ରବିନ୍ଦୁ। ଏହାପରେ ଡିଅର ପାର୍କର ନବକଳେବର କରାଯାଇ ୨୬.୬୪ ହେକ୍ଟର ପରିମିତ ଅଞ୍ଚଳରେ ପ୍ରତିଷ୍ଠା କରାଯାଇଥିଲା କପିଳାସ ପ୍ରାଣୀଉଦ୍ୟାନ। ୧୯୮୬ ଏପ୍ରିଲ ୧ରେ ଏହାକୁ ମିନି ଚିଡ଼ିଆଖାନା ଏବଂ ୧୯୯୫ ଏପ୍ରିଲ ୧ରେ ଏହା ସେଣ୍ଟ୍ରାଲ ଜୁ’ ଅଥରିଟି ଅଫ୍‌ ଇଣ୍ଡିଆର ମାନ୍ୟତା ଲାଭ କରିଥିଲା। ଏବେ ପ୍ରାଣୀ ଉଦ୍ୟାନରେ ହରିଣ, ଶମ୍ବର, ହାତୀ, ଭାଲୁ, ମିଥୁନ ଗାଈ, କୁମ୍ଭୀର, ବିଭିନ୍ନ ପ୍ରକାର ପକ୍ଷୀ, ସରୀସୃପ ସମେତ ପ୍ରାୟ ୩୦୦ ଜୀବଜନ୍ତୁ ରହିଛନ୍ତି। ତେବେ ଡିଅର ପାର୍କରେ ଥିବା ହରିଣଙ୍କ ସଂଖ୍ୟା ବୃଦ୍ଧି ବନ ବିଭାଗର ମୁଣ୍ଡବ୍ୟଥା ବଢ଼ାଇଛି।
ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୧୯ରେ ପ୍ରାଣୀ ଉଦ୍ୟାନରେ ୧୬୦ ହରିଣ (୬୫ ଅଣ୍ଡିରା, ୯୫ ମାଈ) ଥିଲେ। ସେହିପରି ୪ଟି ଶମ୍ବର ମଧ୍ୟ ରଖାଯାଇଥିଲା। ଅଦ୍ୟାବଧି ହରିଣ ସଂଖ୍ୟା ୨୦୦ ଏବଂ ଶମ୍ବରଙ୍କ ସଂଖ୍ୟା ୫କୁ ବୃଦ୍ଧି ପାଇଛି। ପ୍ରାଣୀ ଉଦ୍ୟାନରେ ହରିଣଙ୍କ ପାଇଁ ଉଦ୍ଦିଷ୍ଟ କେଜ୍‌ରେ ମାଈ ହରିଣମାନେ ପ୍ରସବ କରିଥାନ୍ତି। ଆନିମଲ କିପରମାନେ ଏହା ଉପରେ ପ୍ରତିଦିନ ନଜର ରଖୁଛନ୍ତି। ଏଥିସହ ହରିଣ ସଂଖ୍ୟା ଏବଂ ସବିଶେଷ ତଥ୍ୟ ଦୈନିକ ରେଞ୍ଜ୍‌ କାର୍ଯ୍ୟାଳୟକୁ ଅବଗତ କରାଉଛନ୍ତି। ନିୟମ ଅନୁଯାୟୀ କପିଳାସ ଭଳି ଛୋଟ ଚିଡ଼ିଆଖାନାରେ ସର୍ବମୋଟ ୩୦ ହରିଣ ରହିପାରିବେ। କିନ୍ତୁ ଏବେ ଅଛନ୍ତି ପାଖାପାଖି ୭ଗୁଣା। ପୂର୍ବରୁ ବର୍ଷକୁ ରୋଗାକ୍ରାନ୍ତ ହୋଇ ୨ରୁ ୩ଟି ହରିଣଙ୍କ ମୃତ୍ୟୁ ଘଟୁଥିଲା। ହେଲେ ଏବେ ସେମାନଙ୍କ ସ୍ବାସ୍ଥ୍ୟ ତଦାରଖ ଲାଗି ସ୍ବତନ୍ତ୍ର ଭାବେ ଜଣେ ପ୍ରାଣୀ ଚିକିତ୍ସକଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ମୃତ୍ୟୁହାର ମଧ୍ୟ କମିଛି। ତେଣୁ ହରିଣଙ୍କ ସଂଖ୍ୟା ବଢୁଛି। ଅନ୍ୟପଟେ ପରସ୍ପର ମଧ୍ୟରେ ଆକ୍ରମଣ, ସୀମିତ ସ୍ଥାନରେ କ୍ଷମତା ତୁଳନାରେ ଅଧିକ ସଂଖ୍ୟାରେ ରହୁଥିବା ହରିଣଙ୍କ ପାଇଁ ସମସ୍ୟା ବଢ଼ିବାରେ ଲାଗିଛି। ତେଣୁ ୧୫୦ରୁ ଊର୍ଦ୍ଧ୍ୱ ହରିଣଙ୍କୁ ଅଭୟାରଣ୍ୟରେ ଛାଡ଼ିବା ଲାଗି ବନ ବିଭାଗ ଯୋଜନା କରୁଛି। ତେବେ କୃତ୍ରିମ ପରିବେଶରେ ବଢ଼ିଥିବା ହରିଣଙ୍କୁ ହଠାତ୍‌ ଅଭୟାରଣ୍ୟରେ ଛାଡ଼ିବା ଠିକ୍‌ ହେବ ନାହିଁ। ଏଥିଲାଗି ପୂର୍ବପ୍ରସ୍ତୁତି ଏବଂ ସୁଚିନ୍ତିତ ଯୋଜନା କରାଯିବା ଆବଶ୍ୟକ ବୋଲି ପ୍ରାଣୀପ୍ରେମୀମାନେ କହିଛନ୍ତି।
ଏ ସଂକ୍ରାନ୍ତରେ ଜିଲା ବନଖଣ୍ଡ ଅଧିକାରୀ ଡା. ପ୍ରକାଶଚାନ୍ଦ ଗୋଗିନେନି କୁହନ୍ତି, ଜୁ’ ନିୟମ

ସଂଖ୍ୟା ବୃଦ୍ଧିରୁ…
ଅନୁଯାୟୀ ପ୍ରାୟ ୩୦ ହରିଣ ରହିପାରିବେ। କିନ୍ତୁ ହରିଣ ସଂଖ୍ୟା ୨୦୦ରେ ପହଞ୍ଚତ୍ଲାଣି। ସୀମିତ ସ୍ଥାନରେ ଏତେ ସଂଖ୍ୟକ ହରିଣଙ୍କୁ ରଖିବା କାଠିକର ପାଠ ହେଉଛି। ସମସ୍ୟାର ସମାଧାନ ଲାଗି ୧୫୦ରୁ ଊର୍ଦ୍ଧ୍ୱ ହରିଣଙ୍କୁ କପିଳାସ ଅଭୟାରଣ୍ୟରେ ଛାଡିବା ପାଇଁ ପିସିସିଏଫ୍‌ଙ୍କୁ ପ୍ରସ୍ତାବ ଦେବା ସହ ଅନୁମତି ଲୋଡ଼ାଯାଇଛି। ଏ ସମ୍ପର୍କିତ ନିର୍ଦ୍ଦେଶନାମା ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri