ସହସ୍ର ରୂପରେ, ସହସ୍ର କ୍ଷେତ୍ରରେ ମଧୁସୂଦନ

ଉତ୍କଳଗୌରବ ମଧୁସୂଦନ ଏବଂ ଉକତ୍ଳମଣି ଗୋପବନ୍ଧୁ ଉଭୟ ଥିଲେ ସ୍ବତନ୍ତ୍ର ଉକତ୍ଳ ପ୍ରଦେଶ ଗଠନ ପାଇଁ ଉତ୍ସର୍ଗୀକୃତ ପ୍ରାଣ। ଓଡ଼ିଆ ଭାଷା ଅଞ୍ଚଳକୁ ନେଇ ଏକ ନୂତନ ଓଡ଼ିଶା ପ୍ରଦେଶ ଗଠନ ହୋଇପାରିଲେ ଓଡ଼ିଆ ଜାତି ଓ ଓଡ଼ିଆ ଭାଷାର ସର୍ବାଙ୍ଗୀନ ଉନ୍ନତି ହୋଇପାରିବ। ଏହି ଲକ୍ଷ୍ୟରେ ମଧୁସୂଦନ ଓ ଗୋପବନ୍ଧୁ ଉକତ୍ଳ ସମ୍ମିଳନୀ ଜରିଆରେ ମଧ୍ୟପ୍ରଦେଶ, ବଙ୍ଗ ଏବଂ ମାନ୍ଦ୍ରାଜ ସହିତ ଯୋଡ଼ି ହୋଇ ରହିଥିବା ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ନେଇ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ଲଢ଼େଇ କରିଥିଲେ।
ପ୍ରଖ୍ୟାତ ଜାତୀୟବାଦୀ ନେତା ତଥା ଜଣେ ବିଶିଷ୍ଟ ଆଇନଜ୍ଞ ଓ ଦେଶବତ୍ସଳ ନାୟକ ରୂପେ ମଧୁସୂଦନ ଦାସଙ୍କର ଓଡ଼ିଶା ପାଇଁ ସର୍ବଶ୍ରେଷ୍ଠ ଅବଦାନ ରହିଥିଲା। ଜାଗ୍ରତ ପ୍ରହରୀ ମଧୁସୂଦନଙ୍କର ଓଡ଼ିଶା ପ୍ରତି ଅତୁଳନୀୟ ଅବଦାନ ଥିଲେ ମଧ୍ୟ ରାଷ୍ଟ୍ରମର୍ଯ୍ୟାଦା ପାଇବାରୁ ସେ ବଞ୍ଚତ୍ତ ହୋଇଛନ୍ତି। ସେଥିପାଇଁ ସମସ୍ତେ ମଧୁବାବୁଙ୍କ ଜନ୍ମଦିବସକୁ ଓକିଲ ଦିବସରେ ସୀମିତ ନ ରଖି ତାକୁ ରାଷ୍ଟ୍ର ଦିବସ ରୂପେ ପାଳନ କଲେ ତାଙ୍କ ପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ। ମଧୁବାବୁ ଥିଲେ ଏକାଧାରରେ ଜଣେ ସମାଜ ସଂସ୍କାରକ, ସାହିତ୍ୟ ସାଧକ, ଉକତ୍ଳ ସମ୍ମିଳନୀର ପ୍ରତିଷ୍ଠାତା, ଶିଳ୍ପୋଦ୍ୟୋଗୀ, କଳାପ୍ରେମୀ, ଶିକ୍ଷାବିତ୍‌, ଦାର୍ଶନିକ, ବ୍ୟବସ୍ଥାପକ, ଜନନାୟକ ଏବଂ ରାଷ୍ଟ୍ରନାୟକ। ମଧୁବାବୁ ପ୍ରଥମ ଓଡ଼ିଆ ଗ୍ରାଜୁଏଟ୍‌, ପ୍ରଥମ ଓଡ଼ିଆ ଏମ୍‌.ଏ.। ସେ ଥିଲେ ପ୍ରଥମ ବିଲାତ ଯାତ୍ରୀ, ପ୍ରଥମ ଓଡ଼ିଆ ଓକିଲ। ସେ ଥିଲେ ପ୍ରଥମ ଓଡ଼ିଆ ମନ୍ତ୍ରୀ ଏବଂ ମନ୍ତ୍ରୀପଦ ଅବୈତନିକ ଦାବି କରି ଇସ୍ତଫା ଦେବାରେ ଭାରତର ପ୍ରଥମ ମନ୍ତ୍ରୀ। ଛୋଟଲାଟ୍‌ ସଭା ଏବଂ ବଡ଼ଲାଟ୍‌ ସଭାରେ ସେ ଥିଲେ ପ୍ରଥମ ଓଡ଼ିଆ ସଦସ୍ୟ। ସେ ଥିଲେ ପ୍ରଥମ ଭାରତୀୟ ଖ୍ରୀଷ୍ଟିଆନ୍‌ ମଣ୍ଡଳର ସଭାପତି।
ମଧୁସୂଦନ ଯେଉଁସବୁ ଅନୁଷ୍ଠାନଗୁଡ଼ିକର ପ୍ରତିଷ୍ଠାତା ଥିଲେ, ତାଙ୍କର ସୁଦୀର୍ଘ ତାଲିକାରେ ପ୍ରଥମ ହେଉଛି ଉକତ୍ଳ ସମ୍ମିଳନୀ (୧୯୦୩)। ଅନ୍ୟଗୁଡ଼ିକ ହେଲା ଓଡ଼ିଆ ସାହିତ୍ୟ ମଞ୍ଚ, ଉକତ୍ଳ ସାହିତ୍ୟ ସମାଜ (୧୯୦୩), କୃଷକମାନଙ୍କ ସୁରକ୍ଷାର ପ୍ରଥମ ଅନୁଷ୍ଠାନ ପ୍ରଜା ପରିଷଦ (୧୯୦୯), ଉକତ୍ଳ ଟ୍ୟାନେରୀ (୧୯୦୫), ତାଳଗୁଡ଼ ସଂସ୍ଥା (୧୯୦୪), ନାରୀ ଜାଗରଣ ପାଇଁ ବାଳିକା ଉଚ୍ଚ ବିଦ୍ୟାଳୟ (୧୯୦୮), ତନ୍ତଶିଳ୍ପ ପ୍ରଶିକ୍ଷଣ କେନ୍ଦ୍ର (୧୯୦୫), ତାରକସି ଶିଳ୍ପର ଉନ୍ନୟନ ପାଇଁ ଓଡ଼ିଶା ଆର୍ଟସ୍‌ର ପ୍ରତିଷ୍ଠାନ (୧୮୯୭), ପ୍ରାଦେଶିକ ସ୍ତରରେ କ୍ରୀଡ଼ାର ଉନ୍ନୟନ ଓ ସଂଗଠନ ପାଇଁ ଓଡ଼ିଶା ସ୍ଥାୟୀ ରଙ୍ଗମଞ୍ଚ (୧୮୮୭), ବିହାରୀବାଗରେ ପ୍ରଥମ ଶାସ୍ତ୍ରୀୟ ଓଡ଼ିଆ ସଙ୍ଗୀତ ଆସର (୧୮୮୨) ଇତ୍ୟାଦି। ଓଡ଼ିଶାବାସୀଙ୍କ ପାଇଁ ଆଇନଜୀବୀ ଭାବରେ ମଧୁସୂଦନ ଦାସଙ୍କ ଗୌରବୋଜ୍ଜ୍ୱଳ ଅବଦାନ ହେଲା ବ୍ରିଟିଶ୍‌ ସରକାରଙ୍କ ଲୁଟ୍‌ ଏବଂ ଚକ୍ରାନ୍ତମୂଳକ ଆକ୍ରମଣରୁ ଶ୍ରୀଜଗନ୍ନାଥ ମନ୍ଦିରକୁ ସୁରକ୍ଷା ପ୍ରଦାନ ସହିତ ଗଜପତି ପରମ୍ପରାକୁ ସ୍ବୀକୃତି ପ୍ରଦାନ ମହନୀୟ ବ୍ୟବସ୍ଥା ଗ୍ରହଣ। ଏହାଛଡ଼ା ମାନସିଂହ ପାଟଣା ଡକାୟତି ମୋକଦ୍ଦମା, ଖଣ୍ଡପଡ଼ା ଓ କେନ୍ଦୁଝର ରାଜାଙ୍କ ମୋକଦ୍ଦମା, ସୂର୍ଯ୍ୟମଣି ପାଟଦେଈ, ପଟିଆ ରାଜା, ପୁରୀ ରାଜା ରାମଚନ୍ଦ୍ର ଦେବ ପ୍ରମୁଖଙ୍କ ପୋଷ୍ୟପୁତ୍ର ଗ୍ରହଣ ମୋକଦ୍ଦମାରେ ମଧୁବାବୁ ବିଜ୍ଞତା ଏବଂ କାର୍ଯ୍ୟ ଦକ୍ଷତାର ପରିଚୟ ଦେଇଛନ୍ତି। ମଧୁସୂଦନଙ୍କଠାରୁ ଆରମ୍ଭ ହୋଇଛି ଓଡ଼ିଆମାନଙ୍କ ରାଜନୈତିକ ପରମ୍ପରା ଓ ପ୍ରଥମେ ଓଡ଼ିଆମାନଙ୍କୁ ମିଳିଥିଲା ରାଜନୈତିକ କ୍ଷେତ୍ରରେ ପ୍ରବେଶ କରିବାର ମୁକ୍ତ ଅଧିକାର। ଓଡ଼ିଶାର ପ୍ରାଣ ପ୍ରତିଷ୍ଠାତା, କୁଳବୃଦ୍ଧ ମଧୁସୂଦନଙ୍କର ସମଗ୍ର ଭାରତବର୍ଷରେ ଅନେକ ଭାବଗ୍ରାହୀ ପ୍ରଶଂସକ ଥିଲେ। ସେମାନଙ୍କ ମଧ୍ୟରେ ଜାତିର ଜନକ ମହାମତ୍ା ଗାନ୍ଧୀ, ପଣ୍ଡିତ ମୋତିଲାଲ ନେହରୁ, ଦେଶବନ୍ଧୁ ଚିତ୍ତ ରଞ୍ଜନ ଦାସ, ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁ, ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋର ଅଗ୍ରଗଣ୍ୟ। ଦେଶମାତୃକାର ସେବାରେ ନିୟୋଜିତ କରିବାରେ ତାଙ୍କ ଅବଦାନ ଅତୁଳନୀୟ।
୧୯୦୩ରେ ମଧୁବାବୁ କଂଗ୍ରେସରୁ ଅଲଗା ହୋଇ ଉକତ୍ଳ ସମ୍ମିଳନୀ ଗଠନ କରିଥିଲେ। ଓଡ଼ିଆ ଭାଷା ଅଞ୍ଚଳକୁ ଏକତ୍ର କରି ନୂତନ ଓଡ଼ିଶା ରାଜ୍ୟ ଗଠନ ନିମନ୍ତେ ଆପ୍ରାଣ ଚେଷ୍ଟା କରିଥିଲେ। ସେତେବେଳେ ଓଡ଼ିଶାର କିଛି ଅଂଶ ପଶ୍ଚିମବଙ୍ଗ ସହିତ ଏବଂ ଆଉ କିଛି ଅଂଶ ବିହାର ଓ ମଧ୍ୟପ୍ରଦେଶ ସହିତ ମିଶି ରହିଥିଲା। ମଧୁସୂଦନଙ୍କ ବ୍ୟକ୍ତିତ୍ୱରେ ପ୍ରଭାବିତ ହୋଇ ଇଂରେଜ ସରକାର ୧୯୦୪ରେ ତାଙ୍କୁ ‘ଭାରତ ସାମ୍ରାଜ୍ୟର ସଖା’ ଉପାଧିରେ ଭୂଷିତ କରିଥିଲେ। ବଙ୍ଗ, ବିହାର, ମଧ୍ୟପ୍ରଦେଶ ଓ ମାନ୍ଦ୍ରାଜ ସହିତ ମିଶି ରହିଥିବା ଉକତ୍ଳର ବିଭିନ୍ନ ଅଞ୍ଚଳକୁ ମିଶାଇବା ଲାଗି ଯେଉଁ ଆନ୍ଦୋଳନ ହୋଇଆସୁଥିଲା, ତାହା ଓଡ଼ିଆ ଆନ୍ଦୋଳନ ନାମରେ ପରିଚିତ। ୧୮୮୫ରେ ସାର୍‌ ଜନ୍‌ ଉଡ୍‌ କର୍ଣ୍ଣ ସମ୍ବଲପୁରରୁ ଓଡ଼ିଶା ଭାଷା ଉଠାଇ ହିନ୍ଦୀଭାଷା ପ୍ରଚଳନ ପାଇଁ ଆଦେଶ ଦେଇଥିଲେ। ମଧୁବାବୁଙ୍କ ଅଦମ୍ୟ ପ୍ରଚେଷ୍ଟା ଫଳରେ ୧୯୦୬ରେ ସମ୍ବଲପୁର ଉକତ୍ଳ ସହିତ ମିଶ୍ରଣ ହୋଇଥିଲା। ଉତ୍କଳ ସମ୍ମିଳନୀ ଓ ଓଡ଼ିଆ ପତ୍ରିକା ମାଧ୍ୟମରେ ଅବହେଳିତ ଉକତ୍ଳର ସ୍ବାଭିମାନ ଫେରାଇ ଆଣିବା ପାଇଁ ସେ ଆନ୍ଦୋଳନ ଚଳାଇ ଆସିଥିଲେ। ମଧୁବାବୁ ମଧ୍ୟ ସାଇମନ୍‌ କମିଶନ, ଓଡନେଲ କମିଟି ଓ ହବାକ୍‌ କମିଟି ଆଗରେ ସାକ୍ଷ୍ୟ ଦେଇଥିଲେ। ୧୯୨୭ରେ ସାଇମନ୍‌ କମିଶନ ଆଗରେ ମଧୁବାବୁ ତାଙ୍କର ଅନ୍ୟ ସହଯୋଗୀ ବନ୍ଧୁମାନଙ୍କ ସହିତ ସ୍ବତନ୍ତ୍ର ଉକତ୍ଳ ପ୍ରଦେଶ ଗଠନର ଯଥାର୍ଥତା ଜଣାଇଥିଲେ। ୧୯୩୧ରେ ସରକାର ‘ଓଡନେଲ କମିଟି’ ମାଧ୍ୟମରେ ଓଡ଼ିଶାର ନ୍ୟାଯ୍ୟ ଦାବି ସମ୍ପର୍କରେ ଅନୁସନ୍ଧାନ କଲେ। ଏହି କମିଟି ସୁପାରିସ ଅନୁଯାୟୀ ଏକ ସ୍ବତନ୍ତ୍ର ପ୍ରଦେଶ ଗଠନ ହୋଇପାରିଲା। ୧୯୩୬ ଏପ୍ରିଲ ପହିଲାରେ ମଧୁବାବୁଙ୍କର ସ୍ବପ୍ନର ଓଡ଼ିଶା ଏକ ସ୍ବତନ୍ତ୍ର ରାଜ୍ୟର ସମ୍ମାନ ହାସଲ କଲା। କିନ୍ତୁ ତା’ ପୂର୍ବରୁ ମଧୁବାବୁ ମୃତ୍ୟୁବରଣ କରିଥିଲେ।
ମଧୁସୂଦନ ଥିଲେ ସ୍ବଦେଶୀ ଶିଳ୍ପୀ ଆନ୍ଦୋଳନର ପ୍ରଥମ ପ୍ରବର୍ତ୍ତକ। ତେଣୁ ସେ ତାରକସି ଶିଳ୍ପର ବିକାଶ ପ୍ରତି ଯଥେଷ୍ଟ ଦୃଷ୍ଟି ଦେଇଥିଲେ। ମଧୁବାବୁ ଓଡ଼ିଶାର ଚମଡ଼ା କାରିଗରମାନଙ୍କର ମାନରେ ଉନ୍ନତି ଆଣିବା ପାଇଁ କଟକରେ ୧୯୦୫ରେ ‘ଉକତ୍ଳ ଟ୍ୟାନେରୀ’ ନାମରେ ଚମଡ଼ା ଶିଳ୍ପ କାରଖାନା ଗଢ଼ିଥିଲେ । ସେ ନିଜେ ସେହି ଚମଡ଼ା କାରଖାନାରେ ଅନ୍ୟାନ୍ୟ କାରିଗରଙ୍କ ସହ ଶାରୀରିକ ପରିଶ୍ରମ କରୁଥିଲେ। ମଧୁବାବୁ ମନେକରିଥିଲେ ଯେ, ଯଦି ଓଡ଼ିଶା ନିର୍ମିତ ଜୋତା ଉଚ୍ଚମାନ ରକ୍ଷା ନ କରେ, ତା’ହେଲେ ତାହା ଓଡ଼ିଆ ଜାତି ପ୍ରତି ଲଜ୍ଜାକର ହେବ। ମଧୁବାବୁ ହେଉଛନ୍ତି ଓଡ଼ିଶାର ଚିରକାଳର ବର୍ତ୍ତମାନ, ଯାହାଙ୍କର ନିରବଚ୍ଛିନ୍ନ ଅବଦାନ ଓଡ଼ିଶାକୁ ମହିମାମଣ୍ଡିତ କରିଛି। ଯେତେ ଦିନ ପର୍ଯ୍ୟନ୍ତ ଓଡ଼ିଶା ତିଷ୍ଠି ରହିଥିବ, ମୁକୁଟବିହୀନ ସମ୍ରାଟ ଉକତ୍ଳ ଗୌରବ ମଧୁବାବୁ ମୃତ୍ୟୁଞ୍ଜୟ ହୋଇ ରହିଥିବେ। ମଧୁବାବୁଙ୍କ ପ୍ରଚେଷ୍ଠା ଯୋଗୁ ଭାରତୀୟ ନାରୀମାନେ ପାଇଥିଲେ ଆଇନଜୀବୀ ବୃତ୍ତି ଗ୍ରହଣର ଯୁଗାନ୍ତକାରୀ ଅଧିକାର ୧୯୨୩ ସାଲରେ।
ଓଡ଼ିଶାର ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନାରେ ଇଂରେଜ ସରକାରଙ୍କର ଅଧିକାରକୁ ପ୍ରତିହତ କରିଥିଲେ ମଧୁସୂଦନ ଆଇନଗତ ସଂଗ୍ରାମରେ, ଯେଉଁଥିପାଇ ସମଗ୍ର ଓଡ଼ିଆ ଜାତି ତାଙ୍କ ନିକଟରେ କୃତଜ୍ଞ ରହିବ। ଏହାଛଡ଼ା ମଧୁସୂଦନ ଥିଲେ ଗଡ଼ଜାତ ଶାସନ ବ୍ୟବସ୍ଥାର ଦୃଢ଼ ସମାଲୋଚକ। ଭାରତର ପ୍ରଖ୍ୟାତ ଜାତୀୟବାଦୀ ନେତା ମଧୁବାବୁଙ୍କର ଜଣେ ଦେଶବତ୍ସଳ ନାୟକ ରୂପେ ସର୍ବଶ୍ରେଷ୍ଠ ଅବଦାନ ଥିଲା। ଜଣେ ଆଇନଜୀବୀ ଭାବେ ତାଙ୍କ ଭୂମିକା ଅତ୍ୟନ୍ତ ପ୍ରେରଣାଦାୟକ ତଥା ଗରିମାମୟ, ଯାହା ଦେଶବାସୀଙ୍କୁ କାଳକାଳକୁ ମାର୍ଗଦର୍ଶନ କରୁଥିବ।

ସୀତାଂଶୁ ମୋହନ ଦ୍ୱିବେଦୀ

ମୋ: ୯୯୩୭୦୮୦୦୦୧


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?