ସମଲିଙ୍ଗୀ ସମ୍ପର୍କ ବୈଧ

ଲୁଆଣ୍ଡା,୧୩ା୨: ଦକ୍ଷିଣ ଆଫ୍ରିକୀୟ ରାଷ୍ଟ୍ର ଆଙ୍ଗୋଲାରେ ସମଲିଙ୍ଗୀ ସମ୍ପର୍କକୁ ଅପରାଧ ମୁକ୍ତ କରାଯାଇଛି। ଏହାକୁ ବୈଧ କରିବା ଲାଗି ଦେଶରେ ପୂର୍ବ ପ୍ରଚଳିତ ଆଇନକୁ ଉଚ୍ଛେଦ କରି ଏକ ନୂଆ ଆଇନ ଅଣାଯାଇଛି। ସମଲିଙ୍ଗୀ ସମ୍ପର୍କକୁ ‘ପ୍ରକୃତି ବିରୋଧରେ ପାପ’ ବିବେଚନା କରୁଥିବା ପୁରୁଣାକାଳିଆ ଆଇନକୁ ୨୦୧୯ ଜାନୁୟାରୀରେ ହଟାଇ ଦିଆଯାଇଥିଲା। ତେବେ ଏଥିରେ ଅଣାଯାଇଥିବା ସଂଶୋଧନ ଉପରେ ୨୦୨୦ ନଭେମ୍ବର ପର୍ଯ୍ୟନ୍ତ ରାଷ୍ଟ୍ରପତି ଜୋଆଓ ଲୋଉରେନ୍‌କୋ ମୋହର ଦେଇ ନ ଥିଲେ। ଆକ୍ଟିଭିଷ୍ଟ ଜିନ୍‌-ଲୁକ୍‌ ରୋମେରୋ-ମିଶେଲ ନୂଆ ଆଇନକୁ ଏକ ମହାନ୍‌ ପଦକ୍ଷେପ ଭାବେ ଅଭିହିତ କରି ଟୁଇଟ୍‌ କରିଛନ୍ତି। ଏଲ୍‌ଜିବିଟିକ୍ୟୁ ସମୁଦାୟ ବିରୋଧରେ ସରକାରୀ ଭେଦଭାବ ବିରୋଧୀ ଲଢ଼େଇରେ ଏହା ସହାୟକ ହେବ ବୋଲି ସେ କହିଛନ୍ତି। ପ୍ରକାଶ ଯେ, ୨୦୧୯ରେ ଉଗାଣ୍ଡାର ନେତା ଅପ୍ରାକୃତିକ ଯୌନ ସମ୍ପର୍କ ରଖୁଥିବା ଲୋକଙ୍କୁ ଆତଙ୍କବାଦୀଙ୍କ ସହ ତୁଳନା କରିଥିଲେ। ଗତବର୍ଷ ଏହି ସମୁଦାୟର ନାଇଜେରୀୟମାନେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ଚଳାଇଥିବାବେଳେ ପୋଲିସ ବର୍ବରତାର ସୀମା ଲଂଘିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧରେ ୩୪ ହଜାର ରୁଷିଆ ସୈନ୍ୟଙ୍କ ମୃତ୍ୟୁ ଘଟିଲାଣି…

ମସ୍କୋ/କ୍ୱିଭ୍‌, ୨୨।୬ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧକୁ ୧୧୯ ଦିନ ବିତିଲାଣି। ୟୁକ୍ରେନର ବାୟୁସେନା ଦାବି କରିଛି ଯେ ରୁଷିଆର ଗୋଟିଏ କ୍ଷେପଣାସ୍ତ୍ର,...

ସାହିତ୍ୟ ପାଇଁ ଘୋଷଣା ହେଲା ନୋବେଲ ପୁରସ୍କାର ବିଜେତାଙ୍କ ନାମ

ଷ୍ଟକହୋମ,୧୦।୧୦: ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନୋବେଲ ବିଜେତାଙ୍କ ନାମ ଘୋଷଣା କରାଯାଇଛି। ୨୦୧୮ ପାଇଁ ପୋଲାଣ୍ଡର ଲେଖକ ଓଲାଗ ତୋକାର୍କଜୁକଙ୍କୁ ମିଳିଥିବା ବେଳେ...

ଆଇଏସଆଇ ମୁଖ୍ୟ ହେଲେ ଫୈଜ ଅହମ୍ମଦ

ଇସଲମାବାଦ, ୧୭।୬: ପାକିସ୍ତାନ ସେନାରେ ରବିବାର ଏକ ବଡଧରଣର ଅଦଳବଦଳ କରାଯାଇଛି। ଆଇଏସଆଇ ମୁଖ୍ୟ ଭାବେ ଲେଫ୍ଟନାଣ୍ଟ୍‌ ଜେନେରାଲ ଫୈଜ ହମିଦଙ୍କୁ ନିଯୁକ୍ତି ଦିଆଯାଇଛି। କଠୋରପନ୍ଥୀ...

ବିବାହ କଲେ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତିଙ୍କ ପୂର୍ବତନ ସ୍ତ୍ରୀ

ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ତଥା ଆମାଜନର ପ୍ରତିଷ୍ଠାତା ଜେଫ ବେଜୋସଙ୍କ ପୂର୍ବତନ ସ୍ତ୍ରୀ ମାକେଞ୍ଜି ସ୍କଟ ଜଣେ ଶିକ୍ଷକଙ୍କୁ ବିବାହ କରିଛନ୍ତି। ଆମେରିକାର ସିଏଟଲରେ...

ପଙ୍ଗୋଙ୍ଗ ହ୍ରଦ ନିକଟରୁ ସୈନ୍ୟ ହଟାଅ

ନୂଆଦିଲ୍ଲୀ,୭ା୬(ପି.ଟି./ଆଇଏଏନ୍‌ଏସ୍‌): ସୀମା ବିବାଦକୁ ନେଇ ପୂର୍ବ ଲଦାଖରେ ମାସେ ହେଲା ଅଚଳାବସ୍ଥା ଲାଗି ରହିଥିବାବେଳେ ଏହାର ସମାଧାନ ପାଇଁ ପ୍ରଥମ ବଡ଼ ପଦକ୍ଷେପ ସ୍ବରୂପ ଶନିବାର...

ଡବ୍ଲ୍ୟୁଏଚ୍‌ଓ ସହିତ ସମସ୍ତ ସମ୍ପର୍କ ଛିନ୍ନ କଲା ଆମେରିକା

ଓ୍ବାଶିଂଟନ,୩୦।୫: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ସହିତ ଆମେରିକା ସମସ୍ତ ସମ୍ପର୍କ ଛିନ୍ନ କରିଛି। ଏନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ୍‌ ଘୋଷଣା କରିଛନ୍ତି। ଡବ୍ଲ୍ୟୁଏଚ୍‌ଓ ଚାଇନା...

ଜନସନ୍‌ ଟିକାକୁ ଆମେରିକାରେ ବ୍ୟବହାର ପାଇଁ ଅନୁମତି

ଓ୍ବାଶିଂଟନ,୨୮।୨: ଜନସନ୍‌ ଆଣ୍ଡ ଜନସନ୍‌ ପକ୍ଷରୁ ପ୍ରସ୍ତୁତ ହୋଇଥିବା ସିଙ୍ଗଲ ଡୋଜ୍‌ କରୋନା ଟିକାକୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ସରକାର ବ୍ୟବହା ପାଇଁ ଅନୁମତି...

କରୋନାରୁ ସୁସ୍ଥ ହେବାର ୬ ମାସ ପରେ ବି ଗନ୍ଧ କି ସ୍ବାଦ ବାରି ପାରୁନାହାନ୍ତି ଏହି ଯୁବତୀ

ଓ୍ବାଶିଂଟନ,୧ା୮: କରୋନା ମହାମାରୀ ଯୋଗୁ ସମଗ୍ର ବିଶ୍ୱବାସୀ ଚିନ୍ତାରେ। ଏଥିରେ କୋଟି କୋଟି ଲୋକ ଆକ୍ରାନ୍ତ ହୋଇଥିବା ବେଳେ ଲକ୍ଷାଧିକ ଲୋକଙ୍କ ମୃତ୍ୟୁ ଘଟି ସାରିଛି।...

Advertisement
Archives

Model This Week