ପରିଚୟ ହରାଇବ ହୋମିଓପ୍ୟାଥିକ ମେଡିକାଲ କଲେଜ

ବାରିପଦା ଅଫିସ,୧।୧୦-କେନ୍ଦ୍ର ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଭିତ୍ତିଭୂମିର ଅଭାବ ଥିବା ଦର୍ଶାଇ ବେସରକାରୀ ହୋମିଓପ୍ୟାଥିକ ଭେଷଜ ମହାବିଦ୍ୟାଳୟରେ ଆଡମିଶନ ବନ୍ଦ କରି ଦିଆଯାଇଛି। ଏହାକୁ ପୁନର୍ବାର ଚାଲୁ ରଖିବା ପାଇଁ ରାଜ୍ୟ ସରକାରଙ୍କୁ ଅଣ୍ଡଟେକିଙ୍ଗ ଦେବା ପାଇଁ ଆୟୁଷ ମନ୍ତ୍ରଣାଳୟ ସୁପାରିସ କରିଥିଲେ। ମାତ୍ର ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଉକ୍ତ କଲେଜ ପାଇଁ ଅଣ୍ଡରଟେକିଂ ବାବଦରେ କୌଣସି ବିଚାର କରାଯାଇପାରିବ ନାହିଁ ବୋଲି ଆୟୁଷ ମନ୍ତ୍ରଣାଳୟକୁ ଜଣା ଯାଇଥିଲା। ଫଳରେ ସରକାରୀ ଅନୁଦାନରୁ ବଞ୍ଚିିତ ଥିବା ଉତ୍ତର ଓଡ଼ିଶାର ପୁରାତନ ହୋମିଓପ୍ୟାଥିକ ଭେଷଜ ମହାବିଦ୍ୟାଳୟ ଭିତ୍ତିଭୂମି ଅଭାବ ପାଇଁ ବନ୍ଦ ହେବାକୁ ବସିଛି। ସ୍ଥାନୀୟ ରାଜନୈତିକ ନେତୃବୃନ୍ଦ ଏହା ଜାଣି ମଧ୍ୟ ଆନ୍ତରିକତା ଦେଖାଉ ନ ଥିବାରୁ ଏହି ମହାବିଦ୍ୟାଳୟ ଏବେ ପରିଚୟ ହରାଇବାକୁ ଯାଉଛି।
୧୯୮୦ରେ ବେସରକାରୀ ଭାବେ ବାରିପଦାରେ ସ୍ଥାପିତ ହୋଇଥିଲା ହୋମିଓପ୍ୟାଥିକ ଭେଷଜ ମେଡିକାଲ କଲେଜ ା ୩୦ସିଟ୍‌ବିଶିଷ୍ଟ ଉକ୍ତ କଲେଜରେ ଜିଲା ତଥା ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ, ବିହାର ଓ ଝାଡଖଣ୍ଡରୁ ଛାତ୍ରୀଛାତ୍ରମାନେ ପାଠପଢି ଡାକ୍ତରୀ ଶିକ୍ଷା ଅର୍ଜନ କରିଛନ୍ତି। ସେମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ଆୟୁଷ ଡାକ୍ତର ଭାବେ ନିଯୁକ୍ତି ପାଇ ରୋଗୀ ସେବାରେ ନିୟୋଜିତ ରହିଛନ୍ତି। ମୟୂରଭଞ୍ଜ ଜିଲାରେ ଏହା ପ୍ରମୁଖ ରାଜନୈତିକ ଇସ୍ୟୁ ହୋଇଥିବା ବେଳେ ରାଜନେତାଙ୍କ ଦୂରଦୃଷ୍ଟି ଏବଂ ଅବହେଳା ପାଇଁ ଏହି କଲେଜରେ ସବୁଦିନ ତାଲା ଝୁଲିବା ଭଳି ଆଶଙ୍କା ସୃଷ୍ଟି ହୋଇଛି।
୨୦୧୬-୧୭ରେ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଭିତ୍ତିଭୂମି ଅଭାବ ଥିବା ଦର୍ଶାଇ ବାରିପଦା ହୋମିଓପ୍ୟାଥିକ କଲେଜରେ ନାମଲେଖା ଉପରେ କଟକଣା ଜାରି କରାଯାଇଥିଲା। ଗୋଟିଏ ପଟେ ମୂଳରୁ ସରକାରୀ ଅନୁଦାନରୁ ବଞ୍ଚିତ ଏହି କଲେଜ ନିଜସ୍ବ ଖର୍ଚ୍ଚରେ ମୁଣ୍ଡ ଟେକିଥିବା ବେଳେ ଆୟୁଷ ବିଭାଗ ପକ୍ଷରୁ କଟକଣା ଜାରି ହେବା ଦ୍ୱାରା ୪୦ବର୍ଷର ଏହି କଲେଜର ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ କଲେଜ କର୍ତ୍ତୃପକ୍ଷ ୨୦୧୮-୧୯ ଶିକ୍ଷାବର୍ଷରେ ଆଡମିଶନ କରାଇବା ପାଇଁ ପୁନଃ ଆବେଦନ କରିବାରୁ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ଅଣ୍ଡରଟେକିଂ ଦେବା ପାଇଁ କୁହାଯାଇଥିଲା। ଏସଂକ୍ରାନ୍ତରେ ଡାକ୍ତର ଉତ୍ତମ କୁମାର ଦାସ କୁହନ୍ତି, କଲେଜରୁ ଅଦ୍ୟାବଧି ୫ଶହରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ପାସ୍‌ ହୋଇ ବିଭିନ୍ନ ଡାକ୍ତରଖାନାରେ ସେବା ଯୋଗାଇ ଆସୁଛନ୍ତି। ବାରିପଦା ହୋମିଓପ୍ୟାଥିକ ମହାବିଦ୍ୟାଳୟରେ ଏକ ବହିର୍ବିଭାଗ ମଧ୍ୟ ରହିଛି। ଯେଉଁଠି ପ୍ରତିଦିନ ୫୦ରୁ ଊର୍ଦ୍ଧ୍ୱ ରୋଗୀଙ୍କ ଚିକିତ୍ସା କରାଯାଉଛି। ପୂର୍ବରୁ ଆଡମିଶନ ହୋଇ ପଢୁଥିବା ଛାତ୍ରୀଛାତ୍ରମାନେ ଚଳିତ ବର୍ଷ ପାସ୍‌ ହେବା ପରେ ଏହି କଲେଜ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ ବୋଲି ସେ କହିଥିଲେ।
ଏପରିସ୍ଥଳେ ହୋମିଓପ୍ୟାଥିକ କଲେଜ ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତାର ଅଭାବ ରହିଛି ବୋଲି ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। କଲେଜ ଅଧ୍ୟକ୍ଷ ଡା. ଦେବ କୁମାର ଦାସ କୁହନ୍ତି, ବାରିପଦା ହୋମିଓପ୍ୟାଥିକ କଲେଜକୁ ସରକାରୀ ମାନ୍ୟତା ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ପୂର୍ବରୁ ନିର୍ବାଚନୀ ପ୍ରତିଶ୍ରୁତି ଦେଇଥିଲେ। ଏହାକୁ ନେଇ ୨୦୧୮ରେ ମୟୂରଭଞ୍ଜ ସିଟିଜେନ ଫୋରମ୍‌ ପକ୍ଷରୁ ନବୀନ ନିବାସରେ ମଧ୍ୟ ଆଲୋଚନା କରାଯାଇଥିଲା। ତେବେ ମୟୂରଭଞ୍ଜ ଜିଲା ରାଜନୀତି ପାଇଁ ଏହା ମୁଖ୍ୟ ଏଜେଣ୍ଡା ହୋଇଥିବାରୁ ରାଜ୍ୟ ସରକାର ଏଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେଲେ ଏହି କଲେଜ ପୁଣିଥରେ ସ୍ବତନ୍ତ୍ରତା ବଜାୟ ରଖିବ ବୋଲି ପୂର୍ବତନ ଛାତ୍ର ଡା.ସରୋଜ କୁମାର ନାଥ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ, ୪ ଗୁରୁତର

ଖଜୁରିପଡ଼ା,୧୪ା୯(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ପିରିକୁଡ଼ି ପଞ୍ଚାୟତ ନିକଟସ୍ଥ ବିଲାବାଡ଼ି ବୁଲାଣିଠାରେ ସୋମବାର ସନ୍ଧ୍ୟାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ୨ଟି ବାଇକ୍‌…

ପୂଜା ମଣ୍ଡପରେ ଭୟଙ୍କର ଅଗ୍ନିକାଣ୍ଡ

ସମ୍ବଲପୁର,୧୪।୯: ସମ୍ବଲପୁର ବୁଢାରଜା ଅଞ୍ଚଳରେ ଏକ ଗଣେଶ ପୂଜା ମଣ୍ଡପରେ ସୋମବାର ସନ୍ଧ୍ୟାରେ ନିଆଁ ଲାଗିଯାଇଛି। ନିଆଁ ଏତେ ଯୋର ଥିଲା ଯେ, ଅଳ୍ପ ସମୟ ମଧ୍ୟରେ…

ପୋଷ୍ଟ ଅଫିସରେ ଜମାକାରୀଙ୍କ ଟଙ୍କା ହଡ଼ପ ଅଭିଯୋଗ: ପୂର୍ବତନ ପୋଷ୍ଟମାଷ୍ଟର ଫେରାର

ପାଟଣା, ୧୪।୯ (ବୀର କିଶୋର ଦାଶ): ପୋଷ୍ଟ ଅଫିସ ଉପରେ ଭରସା କରି ନିଜର କଷ୍ଟାର୍ଜିତ ଟଙ୍କା ଜମା ରଖିଥିଲେ ଜମାକାରୀ। ହେଲେ ଏବେ ସେହି ଜମା…

ଦୁର୍ଗାପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ

ଦାରିଙ୍ଗବାଡ଼ି, ୧୪।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଗଣେଶ ଚତୁର୍ଥୀ ଅବସରରେ ଆସନ୍ତା ଦଶହରା ପୂଜା ପାଇଁ…

ନୂଆଁଖାଇ ଲାଗି ପାଟଣେଶ୍ୱରୀ ମନ୍ଦିରରେ ପହଞ୍ଚିଲା ନୂଆ ଧାନ

ବଲାଙ୍ଗୀର, ୧୪।୯ (ସୁନିଲ କୁମାର ମହାନ୍ତି): ଦିନକ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ବଲାଙ୍ଗୀର ସହର ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ପାଟଣା ରାଜ୍ୟର ଇଷ୍ଟଦେବୀ…

ଚାମ୍ପିୟନ ପୁରୁଷ, ମହିଳା ଦଳକୁ ରାଷ୍ଟ୍ରପତିଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ,୧୪ା୯: ଜବରଦସ୍ତ ପ୍ରଦର୍ଶନ ସହ ଉଭୟ ଜୁନିୟର ପୁରୁଷ ଓ ମହିଳା ହକି ଏସିଆ କପ୍‌ ଜିତିଥିବା ଭାରତୀୟ ଦଳକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଅଭିନନ୍ଦନ…

ଗଣେଶ ଚତୁର୍ଥୀରେ ଚଳଚଞ୍ଚଳ ଛତ୍ରପୁର ସହର: ଝଲସୁଛି ବିଭିନ୍ନ ପୂଜାମଣ୍ଡପ

ଛତ୍ରପୁର, ୧୪।୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଆଜି ପବିତ୍ର ଶ୍ରୀଗଣେଶ ଚତୁର୍ଥୀ। ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀଗଣେଶଙ୍କ ଆବାହନରେ ଚଳଚଞ୍ଚଳ ହୋଇଉଠିଛି ଛତ୍ରପୁର ସହର। ଶ୍ରଦ୍ଧା, ଭକ୍ତି ଓ…

ଗଞ୍ଜାମ ସହରରେ ଧୂମଧାମରେ ଗଣେଶ ପୂଜା: ପୁଇଁତୋଳା ପୂଜା କମିଟି ପକ୍ଷରୁ….

ଗଞ୍ଜାମ, ୧୪/୯ (ବିଦ୍ୟାଧର ସାହୁ): ଗଞ୍ଜାମ ସହରର ବିଭିନ୍ନ ସ୍ଥାନରେ ମହାବିନାୟକ, ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ଚତୁର୍ଥୀ ପୂଜା ମହାଆଡ଼ମ୍ବରରେ ପାଳିତ ହେଉଛି। ଏଥିପାଇଁ ଗାଁଠାରୁ ସହର ପର୍ଯ୍ୟନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?