ପରିଚୟ ହରାଇବ ହୋମିଓପ୍ୟାଥିକ ମେଡିକାଲ କଲେଜ

ବାରିପଦା ଅଫିସ,୧।୧୦-କେନ୍ଦ୍ର ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଭିତ୍ତିଭୂମିର ଅଭାବ ଥିବା ଦର୍ଶାଇ ବେସରକାରୀ ହୋମିଓପ୍ୟାଥିକ ଭେଷଜ ମହାବିଦ୍ୟାଳୟରେ ଆଡମିଶନ ବନ୍ଦ କରି ଦିଆଯାଇଛି। ଏହାକୁ ପୁନର୍ବାର ଚାଲୁ ରଖିବା ପାଇଁ ରାଜ୍ୟ ସରକାରଙ୍କୁ ଅଣ୍ଡଟେକିଙ୍ଗ ଦେବା ପାଇଁ ଆୟୁଷ ମନ୍ତ୍ରଣାଳୟ ସୁପାରିସ କରିଥିଲେ। ମାତ୍ର ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଉକ୍ତ କଲେଜ ପାଇଁ ଅଣ୍ଡରଟେକିଂ ବାବଦରେ କୌଣସି ବିଚାର କରାଯାଇପାରିବ ନାହିଁ ବୋଲି ଆୟୁଷ ମନ୍ତ୍ରଣାଳୟକୁ ଜଣା ଯାଇଥିଲା। ଫଳରେ ସରକାରୀ ଅନୁଦାନରୁ ବଞ୍ଚିିତ ଥିବା ଉତ୍ତର ଓଡ଼ିଶାର ପୁରାତନ ହୋମିଓପ୍ୟାଥିକ ଭେଷଜ ମହାବିଦ୍ୟାଳୟ ଭିତ୍ତିଭୂମି ଅଭାବ ପାଇଁ ବନ୍ଦ ହେବାକୁ ବସିଛି। ସ୍ଥାନୀୟ ରାଜନୈତିକ ନେତୃବୃନ୍ଦ ଏହା ଜାଣି ମଧ୍ୟ ଆନ୍ତରିକତା ଦେଖାଉ ନ ଥିବାରୁ ଏହି ମହାବିଦ୍ୟାଳୟ ଏବେ ପରିଚୟ ହରାଇବାକୁ ଯାଉଛି।
୧୯୮୦ରେ ବେସରକାରୀ ଭାବେ ବାରିପଦାରେ ସ୍ଥାପିତ ହୋଇଥିଲା ହୋମିଓପ୍ୟାଥିକ ଭେଷଜ ମେଡିକାଲ କଲେଜ ା ୩୦ସିଟ୍‌ବିଶିଷ୍ଟ ଉକ୍ତ କଲେଜରେ ଜିଲା ତଥା ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ, ବିହାର ଓ ଝାଡଖଣ୍ଡରୁ ଛାତ୍ରୀଛାତ୍ରମାନେ ପାଠପଢି ଡାକ୍ତରୀ ଶିକ୍ଷା ଅର୍ଜନ କରିଛନ୍ତି। ସେମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ଆୟୁଷ ଡାକ୍ତର ଭାବେ ନିଯୁକ୍ତି ପାଇ ରୋଗୀ ସେବାରେ ନିୟୋଜିତ ରହିଛନ୍ତି। ମୟୂରଭଞ୍ଜ ଜିଲାରେ ଏହା ପ୍ରମୁଖ ରାଜନୈତିକ ଇସ୍ୟୁ ହୋଇଥିବା ବେଳେ ରାଜନେତାଙ୍କ ଦୂରଦୃଷ୍ଟି ଏବଂ ଅବହେଳା ପାଇଁ ଏହି କଲେଜରେ ସବୁଦିନ ତାଲା ଝୁଲିବା ଭଳି ଆଶଙ୍କା ସୃଷ୍ଟି ହୋଇଛି।
୨୦୧୬-୧୭ରେ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଭିତ୍ତିଭୂମି ଅଭାବ ଥିବା ଦର୍ଶାଇ ବାରିପଦା ହୋମିଓପ୍ୟାଥିକ କଲେଜରେ ନାମଲେଖା ଉପରେ କଟକଣା ଜାରି କରାଯାଇଥିଲା। ଗୋଟିଏ ପଟେ ମୂଳରୁ ସରକାରୀ ଅନୁଦାନରୁ ବଞ୍ଚିତ ଏହି କଲେଜ ନିଜସ୍ବ ଖର୍ଚ୍ଚରେ ମୁଣ୍ଡ ଟେକିଥିବା ବେଳେ ଆୟୁଷ ବିଭାଗ ପକ୍ଷରୁ କଟକଣା ଜାରି ହେବା ଦ୍ୱାରା ୪୦ବର୍ଷର ଏହି କଲେଜର ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ କଲେଜ କର୍ତ୍ତୃପକ୍ଷ ୨୦୧୮-୧୯ ଶିକ୍ଷାବର୍ଷରେ ଆଡମିଶନ କରାଇବା ପାଇଁ ପୁନଃ ଆବେଦନ କରିବାରୁ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ଅଣ୍ଡରଟେକିଂ ଦେବା ପାଇଁ କୁହାଯାଇଥିଲା। ଏସଂକ୍ରାନ୍ତରେ ଡାକ୍ତର ଉତ୍ତମ କୁମାର ଦାସ କୁହନ୍ତି, କଲେଜରୁ ଅଦ୍ୟାବଧି ୫ଶହରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ପାସ୍‌ ହୋଇ ବିଭିନ୍ନ ଡାକ୍ତରଖାନାରେ ସେବା ଯୋଗାଇ ଆସୁଛନ୍ତି। ବାରିପଦା ହୋମିଓପ୍ୟାଥିକ ମହାବିଦ୍ୟାଳୟରେ ଏକ ବହିର୍ବିଭାଗ ମଧ୍ୟ ରହିଛି। ଯେଉଁଠି ପ୍ରତିଦିନ ୫୦ରୁ ଊର୍ଦ୍ଧ୍ୱ ରୋଗୀଙ୍କ ଚିକିତ୍ସା କରାଯାଉଛି। ପୂର୍ବରୁ ଆଡମିଶନ ହୋଇ ପଢୁଥିବା ଛାତ୍ରୀଛାତ୍ରମାନେ ଚଳିତ ବର୍ଷ ପାସ୍‌ ହେବା ପରେ ଏହି କଲେଜ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ ବୋଲି ସେ କହିଥିଲେ।
ଏପରିସ୍ଥଳେ ହୋମିଓପ୍ୟାଥିକ କଲେଜ ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତାର ଅଭାବ ରହିଛି ବୋଲି ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। କଲେଜ ଅଧ୍ୟକ୍ଷ ଡା. ଦେବ କୁମାର ଦାସ କୁହନ୍ତି, ବାରିପଦା ହୋମିଓପ୍ୟାଥିକ କଲେଜକୁ ସରକାରୀ ମାନ୍ୟତା ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ପୂର୍ବରୁ ନିର୍ବାଚନୀ ପ୍ରତିଶ୍ରୁତି ଦେଇଥିଲେ। ଏହାକୁ ନେଇ ୨୦୧୮ରେ ମୟୂରଭଞ୍ଜ ସିଟିଜେନ ଫୋରମ୍‌ ପକ୍ଷରୁ ନବୀନ ନିବାସରେ ମଧ୍ୟ ଆଲୋଚନା କରାଯାଇଥିଲା। ତେବେ ମୟୂରଭଞ୍ଜ ଜିଲା ରାଜନୀତି ପାଇଁ ଏହା ମୁଖ୍ୟ ଏଜେଣ୍ଡା ହୋଇଥିବାରୁ ରାଜ୍ୟ ସରକାର ଏଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେଲେ ଏହି କଲେଜ ପୁଣିଥରେ ସ୍ବତନ୍ତ୍ରତା ବଜାୟ ରଖିବ ବୋଲି ପୂର୍ବତନ ଛାତ୍ର ଡା.ସରୋଜ କୁମାର ନାଥ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୋଲାର ମାଧ୍ୟମରେ ଗ୍ରାମକୁ ହେବ ଜଳ ଯୋଗାଣ

ବଇଣ୍ଡା,୧୨।୬(ଡି.ଏନ.ଏ.): ଗ୍ରାମାଞ୍ଚଳ ଓ ଜଙ୍ଗଲ ଅଧ୍ୟୁଷିତ ଅଞ୍ଚଳରେ ବସବାସ କରୁଥିବା ଲୋକେ ପାନୀୟ ଜଳ ପାଇଁ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗ୍ରୀଷ୍ମଋତୁରେ ଏହି ସମସ୍ୟା...

୩ ବର୍ଷରେ ୧୫ ହଜାର ବଳାତ୍କାର ମାମଲା

ଭୁବନେଶ୍ୱର,୫ା୭(ବ୍ୟୁରୋ):ରାଜ୍ୟରେ ଚିନ୍ତାଜନକ ଭାବେ ବଳାତ୍କାର ମାମଲା ବଢ଼ିଚାଲିଛି । ଗତ ୩ ବର୍ଷରେ ୧୫ ହଜାର ୭୧୩ ଦୁଷ୍କର୍ମ ମାମଲା ରାଜ୍ୟର ବିଭିନ୍ନ ଥାନାରେ ରୁଜୁ...

ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ: ଅଗଷ୍ଟ ସୁଦ୍ଧା ସରିବ ଜମି ଅଧିଗ୍ରହଣ

ଭୁବନେଶ୍ୱର,୧୪।୨(ବ୍ୟୁରୋ): ଖୋର୍ଦ୍ଧାରୋଡ-ବଲାଙ୍ଗୀର ରେଳ ପ୍ରକଳ୍ପକୁ ୧୯୯୪-୯୫ ଆର୍ଥିକ ବର୍ଷରୁ ମଞ୍ଜୁରୀ ମିଳିଥିଲେ ବି ଏ ପର୍ଯନ୍ତ କାର୍ଯ୍ୟ ଶେଷ ହୋଇନାହିଁ। ଏହି ପ୍ରକଳ୍ପ କାମ ଯେପରି...

ଦୁଇ ଟ୍ରକ୍‌ ମଧ୍ୟରେ ମୁହାମୁହିଁ ଧକ୍କା: ଚାଲିଗଲା ୨ ଜୀବନ, ୨ ଗୁରୁତର

ନୂଆପଡ଼ା ଅଫିସ,୩୧।୭: ନୂଆପଡ଼ା ଜିଲା କୋମନା ଥାନା ତରବୋଡ କେନ୍ଦୁପତ୍ର ଗୋଦାମ ପାଖ ୩୫୩ ନମ୍ବର ଜାତୀୟ ରାଜପଥରେ ୨ ଟ୍ରକ୍‌ ମଧ୍ୟରେ ମୁହାମୁହିଁ ଧକ୍କା...

କେନ୍ଦୁପତ୍ର କର୍ମଚାରୀ ସଂଘର ଧାରଣା

ଫୁଲବାଣୀ ଅଫିସ/ ଫିରିଙ୍ଗିଆ,୩ା୩ କେନ୍ଦୁପତ୍ର ତୋଳାଳି, ଶ୍ରମିକ ଓ ସାମୟିକ କର୍ମଚାରୀଙ୍କ ୭ ଦଫା ଦାବି ନେଇ କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ସୋମବାରଠାରୁ ୨ଦିନିଆ...

ଦେଢ଼ଲକ୍ଷ ଟଙ୍କା, ସାଢ଼େ ୩ ଭରି ଗହଣା ନେଇଗଲେ ଦୁର୍ବୃତ୍ତ

ବ୍ରହ୍ମପୁର ଅଫିସ,୯ା୩: ବ୍ରହ୍ମପୁର ଗୋଷାଣୀ ନୂଆଗାଁ ଥାନା ଅଧୀନ ହିଲପାଟଣା ଗୋପବନ୍ଧୁନଗରରେ ଏକ ତାଲାବନ୍ଦ ଘରେ ଚୋର କଳାକନା ବୁଲାଇଛନ୍ତି। ଘର ମାଲିକ କୋରାମଣି ପାଣିଗ୍ରାହୀଙ୍କ...

ପାଏନ୍‌ ଲାଗି ଦହଗଁଜ୍‌ ୩୪ ପଁଚେତ୍‌ର ୧ ଲାଖ୍‌ ଲୋକ୍‌

ଭବାନୀପାଟଣା, ୪।୩ (ଡି.ଏନ୍‌.ଏ.)- କଳାହାଣ୍ଡି ଜିଲା ମଦନପୁର ରାମପୁର, ଲାଞ୍ଜିଗଡ଼ ଆର ଥୁଆମୂଳ ରାମପୁର ବ୍ଲକର ଅତଡ଼ିଆ ଅଂଚଲମାନକେ ଥିବାର ଗଁାଗଁଡ଼ାର ଲୋକ୍‌ ଏଭ୍‌ଠାନୁ ପିଇଲା...

ଉଚ୍ଛେଦ ପୂର୍ବରୁ ଦୋକାନ ହଟାଇଲେ ବ୍ୟବସାୟୀ, ଥଇଥାନ କରା ନ ଗଲେ ଆନ୍ଦୋଳନ ଚେତାବନୀ

ଗଞ୍ଜାମ,୧୨।୩(ଡି.ଏନ୍‌.ଏ.): ଗଞ୍ଜାମ ସହର ସାନବଜାରଠାରୁ ତ୍ରିବେଣୀ ମଠ ଛକ ଯାଏ ରାସ୍ତା ସମ୍ପ୍ରସାରଣ ପାଇଁ ଜବରଦଖଲ ଉଚ୍ଛେଦ କରାଯିବା ନେଇ ତହସିଲ ପ୍ରଶାସନ ପକ୍ଷରୁ ଗତ...

Advertisement
Archives

Model This Week