ଭୂମିହୀନଙ୍କୁ ମିଳୁନି ବାସୋପଯୋଗୀ ଜମି

ବାଲେଶ୍ୱର ଅଫିସ, ୧୨।୪: ବାଲେଶ୍ୱର ସହର ତଥା ଆଖପାଖ ଅଞ୍ଚଳରେ ବସବାସ କରୁଥିବା ଭୂମିହୀନଙ୍କୁ ବାସ ଉପଯୋଗୀ ଜମିର ପଟ୍ଟା ଯୋଗାଇ ଦେବା ପାଇଁ ଜିଲା ପ୍ରଶାସନ ବାରମ୍ବାର ପ୍ରତିଶ୍ରୁତି ଦେଉଥିଲେ ମଧ୍ୟ ତାହା ପାଣିର ଗାର ପାଲଟିଛି। ଜିଲାପାଳଙ୍କ ପ୍ର୍ରତିଶ୍ରୁତିକୁ ଭରସା ନ କରି ଜାଗ୍ରତ ନାରୀ ସଙ୍ଗଠନ ପକ୍ଷରୁ ଆସନ୍ତା ଜୁଲାଇ ୩ରୁ ହିତାଧିକାରୀଙ୍କୁ ନେଇ ଆମରଣ ଅନଶନ କରାଯିବ ବୋଲି ଚେତାବନୀ ଦିଆଯାଇଛି।
ଭୂମିହୀନ ଗରିବ ପରିବାରଙ୍କୁ ଘରବାଡ଼ି ପଟ୍ଟା ପ୍ରଦାନରେ ଜିଲା ପ୍ରଶାସନର କାଳକ୍ଷେପଣନୀତି ଗ୍ରହଣ କରୁଛି। ଜାଗ୍ରତ ନାରୀ ସଙ୍ଗଠନ ସମ୍ପାଦିକା ମମତା ଦାସଙ୍କ ନେତୃତ୍ୱରେ ସଙ୍ଗଠନ ସଦସ୍ୟାଙ୍କ ସମେତ ବହୁ ଗରିବ ପରିବାର ସୋମବାର ଜିଲାପାଳଙ୍କୁ ସାକ୍ଷାତ୍‌ ସହ ଜମିପଟ୍ଟା ପ୍ରଦାନରେ ବିଳମ୍ବ ଯୋଗୁ ଭୂମିହୀନ ଲୋକେ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ କରିଥିଲେ। ସରକାରୀ ନିୟମ ଭିତ୍ତିରେ ଭୂମିହୀନ ପରିବାରଙ୍କ ପକ୍ଷରୁ ଜିଲାର ବିଭିନ୍ନ ତହସିଲରେ ଘରବାଡ଼ି ପଟ୍ଟା ଆବେଦନ କରାଯାଇଥିଲା। ମାତ୍ର ତହସିଲଦାର ତଥା ତାଙ୍କ ଅଧୀନ କର୍ମଚାରୀ ଏବଂ ଅଧିକାରୀଙ୍କ ଉଦାସୀନତା ଯୋଗୁ ଲୋକେ ଦୀର୍ଘଦିନ ପରେ ବି ପଟ୍ଟା ପାଇପାରିନାହାନ୍ତି। ଏହାକୁ ନେଇ ସଙ୍ଗଠନ ଗତ ୨୦୨୨ ଜୁଲାଇ ୨୬ତାରିଖରେ ଅନଶନ କରିବା ପାଇଁ ଚେତାବନୀ ଦେଇଥିଲେ। ତେବେ ଖୁବ୍‌ଶୀଘ୍ର ଆବେଦନକାରୀ ଭୂମିହୀନ ପରିବାରଙ୍କୁ ଜମିପଟ୍ଟା ପ୍ରଦାନ ନେଇ ଜିଲାପାଳଙ୍କ ପ୍ରତିଶ୍ରୁତି ପରେ ସଙ୍ଗଠନ ଆନ୍ଦୋଳନ ନିଷ୍ପତ୍ତି ପ୍ରତ୍ୟାହୃତ କରିଥିଲେ। ମାତ୍ର ଜିଲାପାଳଙ୍କ ପ୍ରତିଶ୍ରୁତିକୁ ଦୀର୍ଘଦିନ ବିତିଯିବା ପରେ ମଧ୍ୟ ପ୍ରଶାସନ ପକ୍ଷରୁ ଭୂମିହୀନଙ୍କୁ ପଟ୍ଟା ପ୍ରଦାନ ବାବଦରେ କାର୍ଯ୍ୟ ଆଗକୁ ନ ଯିବା ଦୁର୍ଭାଗ୍ୟର ବିଷୟ ବୋଲି ସଙ୍ଗଠନ ସମ୍ପାଦିକା ଦାସ ଅଭିଯୋଗ କରିଛନ୍ତି। ତୁରନ୍ତ ଏ ବାବଦରେ ଉଚିତ୍‌ ପଦକ୍ଷେପ ନିଆ ନ ଗଲେ ଆସନ୍ତା ଜୁଲାଇ ୩ ତାରିଖରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଙ୍ଗଠନ ପକ୍ଷରୁ ହିତାଧିକାରୀଙ୍କୁ ନେଇ ଅନଶନ ଆରମ୍ଭ କରିବେ ବୋଲି କର୍ମକର୍ତ୍ତାମାନେ ଚେତାବନୀ ଦେଇଛନ୍ତି।
ସେହିପରି ସଦର ବ୍ଲକ ଅଧୀନ ପରିଖୀ ପଞ୍ଚାୟତର ଭୂମିହୀନମାନେ ସୋମବାର ସଦର ତହସିଲଦାରଙ୍କୁ ଭେଟି ଜମି ପଟ୍ଟା ଯୋଗାଇ ଦେବା ପାଇଁ ଦାବି କରିଛନ୍ତି। ଯୁବନେତା ବିକ୍ରମ ପଣ୍ଡାଙ୍କ ନେତୃତ୍ୱରେ ଭୂମିହୀନ ପରିବାର ଏକ ଶୋଭାଯାତ୍ରା ମାଧ୍ୟମରେ ସଦର ତହସିଲରେ ପହଞ୍ଚତ୍ ତହସିଲଦାରଙ୍କ ମାଧ୍ୟମରେ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଘରବାଡ଼ି ପଟ୍ଟା ନ ରହିବା ଯୋଗୁ ଆବାସ ଯୋଜନାରେ ସେମାନେ ସାମିଲ ହୋଇପାରୁ ନ ଥିବା ବେଳେ ଆବଶ୍ୟକ ପ୍ରମାଣପତ୍ର ଅଭାବରୁ ସେମାନଙ୍କ ପୁଅ ଝିଅ ଶିକ୍ଷାରୁ ବଞ୍ଚତ୍ତ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆହୁରି ୩ ଦିନ ଶୀତରେ ଥରିବେ ରାଜ୍ୟବାସୀ, ଏସବୁ ଜିଲାକୁ ଓ୍ବାର୍ନିଂ

ଭୁବନେଶ୍ୱର,୨୯ା୧୨: ରାଜ୍ୟରେ ଶୀତ ଲହରି ଜାରି ରହିଥିବାବେଳେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ପାଣିପାଗରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ପରବର୍ତ୍ତୀ ସମୟରେ ତାପମାତ୍ରା ୨ରୁ...

ମା’ ସୁରେଶ୍ଵରୀଙ୍କ ଐତିହାସିକ ଘାଟ ଯାତ୍ରାରେ ଜନସମାଗମ, ବଳି ଦେଲେ ମାନସିକ ପୂରଣ ହୋଇଥିବା ବ୍ୟକ୍ତି

ରିଷିଡା ୨୯/୧୨(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ତେରେସିଂହା କେଉଁଟ କୈବର୍ତ୍ତ ଆଞ୍ଚଳିକ ସମାଜ ତରଫରୁ ତେରେସିଂହା ଆମପାଲି ନଦୀ ଘାଟ ଠାରେ ଐତିହାସିକ...

ଅତୀତର ସ୍ମୃତିକୁ ମନେ ପକାଇଲେ ପୁରାତନ ଛାତ୍ରୀଛାତ୍ର

ଦିଗପହଣ୍ଡି,୨୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ରାଧାଶ୍ୟାମ ଉଚ୍ଚ ବିଦ୍ୟାଳୟ ଏବଂ ରାଧାଦାମୋଦର ବାଳିକା ଉଚ୍ଚ ବିଦ୍ୟାଳୟ ୧୯୯୧ ମାଟ୍ରିକ...

ଆରାବଳି ମାମଲା: ରାୟ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ

ନୂଆଦିଲ୍ଲୀ,୨୯ା୧୨: ଆରାବଳି ମାମଲା ରାୟ ଉପରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଛନ୍ତି। ନଭେମ୍ବର ୨୦ ରାୟ ଉପରେ ଏହି ରହିତାଦେଶ ଦେଇଛନ୍ତି ମାନ୍ୟବର କୋର୍ଟ। ପରିବେଶବିତ୍‌ଙ୍କୁ...

ନର୍ସିଂହୋମରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ୧୬ ଜଣ ବୃଦ୍ଧାବୃଦ୍ଧ

ନୂଆଦିଲ୍ଲୀ,୨୯।୧୨: ଇଣ୍ଡୋନେସିଆର ଏକ ନର୍ସିଂହୋମରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି, ଯେଉଁଥିରେ ୧୬ ଜଣଙ୍କର ମୃତ୍ୟୁ ହୋଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଖବରପାଇ...

ବିମାନବନ୍ଦରରେ ୨ଯୁବକଙ୍କୁ ବାଂଲାଦେଶୀ କହି ମାଡ଼ିବସିଲେ, ପରେ…

ଭୁବନେଶ୍ୱର,୨୯।୧୨: ବାଂଲାଦେଶୀ ଭାଭିଲେ ଆଉ ମାଡ଼ିବସିଲେ। ଆମ ହିନ୍ଦୁ ମାନଙ୍କୁ ବାଂଲାଦେଶରେ ଅମାନୁଷିକ ଭାବେ ହତ୍ୟା କରୁଛ କହି ଦୁଇ ଯୁବକଙ୍କୁ ବାଂଲାଦେଶୀ ସନ୍ଦେହରେ ଭୁବନେଶ୍ୱର...

ଆକ୍ସନ ମୋଡରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ, ବାଲି ବୋଝେଇ ଟ୍ରାକ୍ଟର ଧରି ପୋଲିସକୁ ଜିମା ଦେଲେ

ଦିଗପହଣ୍ଡି,୨୯|୧୨(ଅଶେଷ ନାଥ ମିଶ୍ର): ରାଜ୍ୟ ଖଣି, ଇସ୍ପାତ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ଗ୍ରାମ...

ରାଜ୍ୟ ଭାଜପାର ୪ ସାଧାରଣ ସମ୍ପାଦକଙ୍କୁ ନେଇ ବସିଲା ବଡ଼ ବୈଠକ: ଆସିପାରେ…

ଭୁବନେଶ୍ୱର,୨୯।୧୨: ଭାଜପା ରାଜ୍ୟ କାର୍ଯ୍ୟାଳୟରେ ସାଙ୍ଗଠନିକ ସ୍ଥିତିକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି। ରାଜ୍ୟ ଭାଜପାର ୪ ସାଧାରଣ ସମ୍ପାଦକଙ୍କୁ ନେଇ ଏହି ବୈଠକ ବସିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri