ସହାୟତା ଟଙ୍କାରେ ଘର ମରାମତି

ଲୋଇସିଂହା,୨୪।୬(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଯୋଗୀସର୍ଡା ପଞ୍ଚାୟତ ଅନ୍ତର୍ଗତ କେଉଁଟିପାଲି ଗ୍ରାମର ଫୁଲ ମୁଦୁଲି(୭୭)ଙ୍କ ଘରନାହିଁ। ଆବାସ ଯୋଜନାରେ ସେ ଯୋଗ୍ୟ ବିବେଚିତ ହେଉନାହାନ୍ତି। ସ୍ବଚ୍ଛ ଭାରତ ପାଇଖାନାରେ ସେ ଆଶ୍ରୟ ନେଇଛନ୍ତି। ଏ ସଂକ୍ରାନ୍ତ ଖବର ଗଣମାଧ୍ୟମରେ ପ୍ରକାଶ ପରେ ଜିଲାପାଳ ଚଞ୍ଚଳ ରାଣାଙ୍କ ନିର୍ଦ୍ଦେଶରେ ରେଡକ୍ରସରୁ ୫ ହଜାର ଟଙ୍କା ତାଙ୍କୁ ସହାୟତା ମିଳିଛି ା ସହାୟତା ଟଙ୍କାକୁ କାର୍ଯ୍ୟରେ ଲଗାଉଛନ୍ତି ଫୁଲ। ସମ୍ପର୍କୀୟଙ୍କ ସହାୟତାରେ ଭାଙ୍ଗି ଯାଇଥିବା ମାଟି ଘରକୁ ଏବେ ସେ ମରାମତି କରୁଛନ୍ତି।
ସ୍ବାମୀ ଏବଂ ଦୁଇପୁଅଙ୍କ ମୃତ୍ୟୁ ପରେ ଫୁଲ ଏକୁଟିଆ ହୋଇଯାଇଛନ୍ତି। ବର୍ଷାରେ ମାଟିଘର ଭାଙ୍ଗିଗଲା ା ଆର୍ଥିକ ସ୍ଥିତି ଭଲ ନ ଥିବାରୁ ମରାମତି କରିବାକୁ ଅସମର୍ଥ ହେଲେ। ୨୦୨୧ରୁ ସ୍ବଚ୍ଛ ଭାରତ ଯୋଜନାରେ ପାଇଥିବା ପାଇଖାନରେ ଆଶ୍ରୟ ନେଇଛନ୍ତି ଫୁଲ। ଏହା ଲୋକଲୋଚନକୁ ଆସିବା ପରେ ଜିଲା ପ୍ରଶାସନ ତପତ୍ରତା ଦେଖାଇଥିଲା। ବୃଦ୍ଧାଙ୍କୁ ଉଦ୍ଧାର କରି ଏକ ଆଶ୍ରମରେ ରଖିବାକୁ ଜିଲା ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯାଇଥିଲା ା ହେଲେ ସେ ଆଶ୍ରମକୁ ଯିବାକୁ ମନା କରି ଦେଇଥିଲେ। ବିଧବା ଭତ୍ତା ବାବଦକୁ ୫ଶହ ଟଙ୍କା ଏବଂ ଅନ୍ତ୍ୟୋଦୟ ଯୋଜନାରେ ସାମିଲ କରି ୩୫କେଜି ଚାଉଳ ସେବେଠୁ ଦିଆଯାଉଛି। ସେତେବେଳର ଏହି ଘଟଣାକୁ ଆଧାର କରି ରାଜ୍ୟ ଆଇନସେବା ପ୍ରାଧିକରଣ ସହ ସମ୍ପାଦକ ରୁଦ୍ରପ୍ରକାଶ ନାୟକ ବଲାଙ୍ଗୀର ଜିଲା ସମ୍ପାଦକଙ୍କୁ ପତ୍ର ଲେଖି ଜିଲା ପ୍ରଶାସନ ସହ ସମନ୍ବୟ ରକ୍ଷା କରି ଫୁଲଙ୍କୁ ଆବାସ ଯୋଜନାରେ ଘର ଯୋଗାଇଦେବାକୁ ଅନୁରୋଧ କରିଥିଲେ। ଲୋଇସିଂହା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ କାର୍ଯ୍ୟାଳୟ ପକ୍ଷରୁ ବୃଦ୍ଧାଙ୍କ ସହ ଯୋଗାଯୋଗ କରାଯାଇଥିଲା। ନ୍ୟାୟାଳୟ ହସ୍ତକ୍ଷେପ ପରେ ଘର ପାଇବା ଆଶାସୃଷ୍ଟି ହୋଇଥିଲା। ହେଲେ ୨୦୨୩ ଜାନୁୟାରୀରେ ପ୍ରକାଶିତ ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀଙ୍କ ତାଲିକାରେ ତାଙ୍କ ନାମ ନ ଥିବାରୁ ସାଧାରଣରେ ବିସ୍ମୟ ପ୍ରକାଶ ପାଇଥିଲା। ଏହାକୁ ନେଇ ତାଲୁକ ଆଇନ ସେବା ସମିତି ଅଧ୍ୟକ୍ଷା ସ୍ବଜାଳି ମହାନ୍ତି ଚିନ୍ତାବ୍ୟକ୍ତ କରିଥିଲେ। ତହସିଲଦାର ସଂଘମିତ୍ରା କାଲୋ, ଏବିଡିଓ ବିଜୟ କୁମାର ହୋତା ଓ ସରପଞ୍ଚ ବିଜୁଳି ପଧାନ ପ୍ରମୁଖଙ୍କୁ କାର୍ଯ୍ୟାଳୟକୁ ଡାକି ଆଲୋଚନା କରିଥିଲେ। କ ଫର୍ମ ଆବେଦନ କରୁ ନ ଥିବାରୁ ଫୁଲଙ୍କୁ ଘର ମିଳିବାରେ ସମସ୍ୟା ହେଉଥିବା କହିଥିଲେ। ଜିଲାପାଳ ଏବଂ ଜିଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସହ ଆଲୋଚନା କରି ଯେ କୌଣସି ପରିସ୍ଥିତିରେ ଆବାସ ଯୋଜନାରେ ଘର ଯୋଗାଇ ଦେବା ବ୍ୟବସ୍ଥା କରାଯିବ ବୋଲି ଅଧିକାରୀ ସେତେବେଳେ କହିଥିଲେ। ଅନ୍ୟପକ୍ଷରେ ଅଧ୍ୟକ୍ଷା ମହାନ୍ତି ଏବଂ ଅଧିକାରୀଙ୍କ ବହୁ ବୁଝାସୁଝା ପରେ ମଧ୍ୟ ଫୁଲ ବୃଦ୍ଧାଶ୍ରମକୁ ଯିବାକୁ ମନା କରି ଦେଇଥିଲେ। ଗାଁକୁ ଫେରି ଯାଇ ପୁଣି ପାଇଖାନାରେ ଆଶ୍ରୟ ନେଇଥିଲେ। ଗତ ମାର୍ଚ୍ଚ ମାସରେ ଜିଲାପାଳ ଫୁଲଙ୍କୁ ରେଡକ୍ରସରୁ ସହାୟତା ଦେଇଛନ୍ତି। ଏତିକି ସହାୟତାରେ ଘର ମରାମତି ଅସମ୍ଭବ। ତେଣୁ ସମ୍ପର୍କୀୟଙ୍କୁ ସହାୟତା ମାଗି ମରାମତି କରୁଥିବା ଫୁଲ କହିଛନ୍ତି। ପକ୍କାଘର ମିଳୁ ନ ମିଳୁ ଏଇ ଘରେ ବଞ୍ଚତ୍ଥିବା ଯାଏ ସ୍ବାଭିମାନ ଏବଂ ସମ୍ମାନର ସହ ବଞ୍ଚତ୍ବି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri