ସହାୟତା ଟଙ୍କାରେ ଘର ମରାମତି

ଲୋଇସିଂହା,୨୪।୬(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଯୋଗୀସର୍ଡା ପଞ୍ଚାୟତ ଅନ୍ତର୍ଗତ କେଉଁଟିପାଲି ଗ୍ରାମର ଫୁଲ ମୁଦୁଲି(୭୭)ଙ୍କ ଘରନାହିଁ। ଆବାସ ଯୋଜନାରେ ସେ ଯୋଗ୍ୟ ବିବେଚିତ ହେଉନାହାନ୍ତି। ସ୍ବଚ୍ଛ ଭାରତ ପାଇଖାନାରେ ସେ ଆଶ୍ରୟ ନେଇଛନ୍ତି। ଏ ସଂକ୍ରାନ୍ତ ଖବର ଗଣମାଧ୍ୟମରେ ପ୍ରକାଶ ପରେ ଜିଲାପାଳ ଚଞ୍ଚଳ ରାଣାଙ୍କ ନିର୍ଦ୍ଦେଶରେ ରେଡକ୍ରସରୁ ୫ ହଜାର ଟଙ୍କା ତାଙ୍କୁ ସହାୟତା ମିଳିଛି ା ସହାୟତା ଟଙ୍କାକୁ କାର୍ଯ୍ୟରେ ଲଗାଉଛନ୍ତି ଫୁଲ। ସମ୍ପର୍କୀୟଙ୍କ ସହାୟତାରେ ଭାଙ୍ଗି ଯାଇଥିବା ମାଟି ଘରକୁ ଏବେ ସେ ମରାମତି କରୁଛନ୍ତି।
ସ୍ବାମୀ ଏବଂ ଦୁଇପୁଅଙ୍କ ମୃତ୍ୟୁ ପରେ ଫୁଲ ଏକୁଟିଆ ହୋଇଯାଇଛନ୍ତି। ବର୍ଷାରେ ମାଟିଘର ଭାଙ୍ଗିଗଲା ା ଆର୍ଥିକ ସ୍ଥିତି ଭଲ ନ ଥିବାରୁ ମରାମତି କରିବାକୁ ଅସମର୍ଥ ହେଲେ। ୨୦୨୧ରୁ ସ୍ବଚ୍ଛ ଭାରତ ଯୋଜନାରେ ପାଇଥିବା ପାଇଖାନରେ ଆଶ୍ରୟ ନେଇଛନ୍ତି ଫୁଲ। ଏହା ଲୋକଲୋଚନକୁ ଆସିବା ପରେ ଜିଲା ପ୍ରଶାସନ ତପତ୍ରତା ଦେଖାଇଥିଲା। ବୃଦ୍ଧାଙ୍କୁ ଉଦ୍ଧାର କରି ଏକ ଆଶ୍ରମରେ ରଖିବାକୁ ଜିଲା ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯାଇଥିଲା ା ହେଲେ ସେ ଆଶ୍ରମକୁ ଯିବାକୁ ମନା କରି ଦେଇଥିଲେ। ବିଧବା ଭତ୍ତା ବାବଦକୁ ୫ଶହ ଟଙ୍କା ଏବଂ ଅନ୍ତ୍ୟୋଦୟ ଯୋଜନାରେ ସାମିଲ କରି ୩୫କେଜି ଚାଉଳ ସେବେଠୁ ଦିଆଯାଉଛି। ସେତେବେଳର ଏହି ଘଟଣାକୁ ଆଧାର କରି ରାଜ୍ୟ ଆଇନସେବା ପ୍ରାଧିକରଣ ସହ ସମ୍ପାଦକ ରୁଦ୍ରପ୍ରକାଶ ନାୟକ ବଲାଙ୍ଗୀର ଜିଲା ସମ୍ପାଦକଙ୍କୁ ପତ୍ର ଲେଖି ଜିଲା ପ୍ରଶାସନ ସହ ସମନ୍ବୟ ରକ୍ଷା କରି ଫୁଲଙ୍କୁ ଆବାସ ଯୋଜନାରେ ଘର ଯୋଗାଇଦେବାକୁ ଅନୁରୋଧ କରିଥିଲେ। ଲୋଇସିଂହା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ କାର୍ଯ୍ୟାଳୟ ପକ୍ଷରୁ ବୃଦ୍ଧାଙ୍କ ସହ ଯୋଗାଯୋଗ କରାଯାଇଥିଲା। ନ୍ୟାୟାଳୟ ହସ୍ତକ୍ଷେପ ପରେ ଘର ପାଇବା ଆଶାସୃଷ୍ଟି ହୋଇଥିଲା। ହେଲେ ୨୦୨୩ ଜାନୁୟାରୀରେ ପ୍ରକାଶିତ ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀଙ୍କ ତାଲିକାରେ ତାଙ୍କ ନାମ ନ ଥିବାରୁ ସାଧାରଣରେ ବିସ୍ମୟ ପ୍ରକାଶ ପାଇଥିଲା। ଏହାକୁ ନେଇ ତାଲୁକ ଆଇନ ସେବା ସମିତି ଅଧ୍ୟକ୍ଷା ସ୍ବଜାଳି ମହାନ୍ତି ଚିନ୍ତାବ୍ୟକ୍ତ କରିଥିଲେ। ତହସିଲଦାର ସଂଘମିତ୍ରା କାଲୋ, ଏବିଡିଓ ବିଜୟ କୁମାର ହୋତା ଓ ସରପଞ୍ଚ ବିଜୁଳି ପଧାନ ପ୍ରମୁଖଙ୍କୁ କାର୍ଯ୍ୟାଳୟକୁ ଡାକି ଆଲୋଚନା କରିଥିଲେ। କ ଫର୍ମ ଆବେଦନ କରୁ ନ ଥିବାରୁ ଫୁଲଙ୍କୁ ଘର ମିଳିବାରେ ସମସ୍ୟା ହେଉଥିବା କହିଥିଲେ। ଜିଲାପାଳ ଏବଂ ଜିଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସହ ଆଲୋଚନା କରି ଯେ କୌଣସି ପରିସ୍ଥିତିରେ ଆବାସ ଯୋଜନାରେ ଘର ଯୋଗାଇ ଦେବା ବ୍ୟବସ୍ଥା କରାଯିବ ବୋଲି ଅଧିକାରୀ ସେତେବେଳେ କହିଥିଲେ। ଅନ୍ୟପକ୍ଷରେ ଅଧ୍ୟକ୍ଷା ମହାନ୍ତି ଏବଂ ଅଧିକାରୀଙ୍କ ବହୁ ବୁଝାସୁଝା ପରେ ମଧ୍ୟ ଫୁଲ ବୃଦ୍ଧାଶ୍ରମକୁ ଯିବାକୁ ମନା କରି ଦେଇଥିଲେ। ଗାଁକୁ ଫେରି ଯାଇ ପୁଣି ପାଇଖାନାରେ ଆଶ୍ରୟ ନେଇଥିଲେ। ଗତ ମାର୍ଚ୍ଚ ମାସରେ ଜିଲାପାଳ ଫୁଲଙ୍କୁ ରେଡକ୍ରସରୁ ସହାୟତା ଦେଇଛନ୍ତି। ଏତିକି ସହାୟତାରେ ଘର ମରାମତି ଅସମ୍ଭବ। ତେଣୁ ସମ୍ପର୍କୀୟଙ୍କୁ ସହାୟତା ମାଗି ମରାମତି କରୁଥିବା ଫୁଲ କହିଛନ୍ତି। ପକ୍କାଘର ମିଳୁ ନ ମିଳୁ ଏଇ ଘରେ ବଞ୍ଚତ୍ଥିବା ଯାଏ ସ୍ବାଭିମାନ ଏବଂ ସମ୍ମାନର ସହ ବଞ୍ଚତ୍ବି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri