Posted inଖେଳ

୫୦୦୦ ମିଟରରେ ନମିତା, ତାରକଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ୱର, ୨୪।୬, (ତପନ ସ୍ବାଇଁ): ଓଡ଼ିଶା ରାଜ୍ୟ ଆଥ୍‌ଲେଟିକ୍ସ ମିଟ୍‌ର ୬୯ତମ ସଂସ୍କରଣ କିଟ୍‌ ଓ କିସ୍‌ ପରିସରରେ ଥିବା ଦୂତୀ ଚାନ୍ଦ ଆଥ୍‌ଲେଟିକ୍ସ ଷ୍ଟାଡିୟମରେ ଆରମ୍ଭ ହୋଇଛି। କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ତଥା ଏମ୍‌ପି ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥିଭାବେ ଯୋଗଦେଇ ବିଜୁ ପଟ୍ଟନାୟକ ଇନ୍‌ଡୋର ହଲ୍‌ରେ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲେ। ରାଜ୍ୟ କ୍ରୀଡ଼ା ବିଭାଗର ସୋନାଲି ଚାନ୍ଦ, ଅଲିମ୍ପିଆନ ଅନୁରାଧା ବିଶ୍ୱାଳ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ। ଓଡ଼ିଶା ଆଥ୍‌ଲେଟିକ ଆସୋସିଏଶନ ସଭାପତି ଜି.ଏସ୍‌. ପଟ୍ଟନାୟକ, ସମ୍ପାଦକ ଆଶୀର୍ବାଦ ବେହେରା, ଯୁଗ୍ମ ସମ୍ପାଦକ ଅଶୋକ ସାହୁ, ରବି ନାୟକ, ସହଯୋଗୀ ସମ୍ପାଦକ ବିଭୂତି ଭୂଷଣ ପଣ୍ଡା ଏବଂ ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ। ବୈଷୟିକ ନିର୍ଦ୍ଦେଶକ ଲ୍ୟୁଟନାଣ୍ଟ କଲୋନେଲ ଏ. ରାଜେଶ, ଚିଫ୍‌ ଅପରେଟିଂ ଅଫିସର କ୍ୟାପ୍‌ଟେନ ଦୀନେଶ ସୁରୀ ପ୍ରମୁଖ ସ୍ବତନ୍ତ୍ରଭାବେ ଆମନ୍ତ୍ରିତ ହୋଇଥିଲେ। ବିଭିନ୍ନ ବୟସ ବର୍ଗ (ଉଭୟ ମହିଳା ଓ ପୁରୁଷ)ରେ ୧୫୦୦ରୁ ଊର୍ଦ୍ଧ୍ୱ ଆଥ୍‌ଲେଟ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି। ଏହା ବ୍ୟତୀତ ୧୦୦ ଟିମ୍‌ ଅଫିସିଆଲ, ୨୦୦ ଟେକ୍ନିକାଲ ଅଫିସିଆଲ ପରିଚାଳନା ଦାୟିତ୍ୱରେ ରହିଛନ୍ତି। ୨୨ ତାରିଖରୁ ଆରମ୍ଭ ହୋଇଥିବା ପ୍ରତିଯୋଗିତା ୨୫ ପର୍ଯ୍ୟନ୍ତ ଚାଲିବ।
ପ୍ରତିଯୋଗିତାର ପ୍ରଥମ ଦିବସରେ ଅନୁଷ୍ଠିତ ପୁରୁଷ ୫୦୦୦ ମିଟର ରେସ୍‌ରେ ମୟୂରଭଞ୍ଜର ତାରକ ମାଣ୍ଡି, ମହିଳା ୫୦୦୦ ମିଟର ରେସ୍‌ରେ ବରଗଡ଼ର ନମିତା ପ୍ରଧାନ ଏବଂ ମହିଳା ଜାଭେଲିନ ଥ୍ରୋରେ ଓଡ଼ିଶା ପୋଲିସର ସସ୍ମିତା ବେହେରା ସ୍ବର୍ଣ୍ଣ ପଦକ ପାଇଛନ୍ତି। ସେହିପରି ୧୪ ବର୍ଷରୁ କମ୍‌ ବାଳକ ୬୦୦ ମିଟର ରନ୍‌ରେ କେନ୍ଦୁଝରର ସଞ୍ଜୟ ହାଁସଦା, ହାଇଜମ୍ପରେ କିଟ୍‌ର ଲଳିତ ଲାଗୁରି, ଶଟ୍‌ପୁଟ୍‌ରେ କଟକର ସତ୍ୟଜିତ ତ୍ରିପାଠୀ, ୧୬ ବର୍ଷରୁ କମ୍‌ ବାଳକ ହାଇଜମ୍ପରେ ସୋନପୁରର ଉମେଶ ବେହେରା, ଶଟ୍‌ପୁଟ୍‌ରେ ଜଗତ୍‌ସିଂହପୁରର ମାନସ ଖଟୁଆ, ୧୮ ବର୍ଷରୁ କମ୍‌ ବାଳକ ହାଇଜମ୍ପରେ ପାରାଦୀପ ପୋର୍ଟର ଅମିତ ଅମନ ରାଉତ, ଶଟ୍‌ପୁଟ୍‌ରେ କଟକର ଓଁକାର ପ୍ରସାଦ ନନ୍ଦ, ୨୦ ବର୍ଷରୁ କମ୍‌ ୫୦୦୦ ମିଟର ରେସ୍‌ରେ କିଟ୍‌ର ପଙ୍କଜ ସୋରେନ, ହାଇଜମ୍ପରେ ଜଗତ୍‌ସିଂହପୁରର ଅନନ୍ତ କୁମାର ସ୍ବାଇଁ, ଶଟ୍‌ପୁଟ୍‌ରେ ସମୀର କୁମାର ଲେଙ୍କା ଓ ୨୩ ବର୍ଷରୁ କମ୍‌ ବାଳକ ୫୦୦୦ ମିଟର ରେସ୍‌ରେ ନୂଆପଡ଼ାର ରଶ୍ମି ରଞ୍ଜନ ନାୟକ ସ୍ବର୍ଣ୍ଣ ପଦକ ପାଇଛନ୍ତି। ୧୪ ବର୍ଷରୁ କମ୍‌ ବାଳିକା ଲଙ୍ଗଜମ୍ପରେ ବରଗଡ଼ର ଅରୁଣା ବାରିକ, ୬୦୦ ମିଟର ରେସ୍‌ରେ ଭୁବନେଶ୍ୱରର ସୁନୀତା ପିଙ୍ଗୁଆ, ୧୬ ବର୍ଷରୁ କମ୍‌ ବାଳିକା ଲଙ୍ଗଜମ୍ପରେ ଭୁବନେଶ୍ୱରର ପାର୍ବତୀ ହାଁସଦା, ଜାଭେଲିନ୍‌ ଥ୍ରୋରେ ଯାଜପୁରର ତେଜସ୍ବିନୀ ଧଳ, ୧୮ ବର୍ଷରୁ କମ୍‌ ବାଳିକା ଲଙ୍ଗଜମ୍ପରେ କୋରାପୁଟର ସଞ୍ଜୁ ହାନ୍ତାଳ, ଜାଭେଲିନ ଥ୍ରୋରେ ସୁନ୍ଦରଗଡ଼ର ଅମ୍ରିତା ଡୁଙ୍ଗଡୁଙ୍ଗ, ୨୦ ବର୍ଷରୁ କମ୍‌ ବାଳିକା ୫୦୦୦ ମିଟର ରେସ୍‌ରେ କଟକର ସ୍ବର୍ଣ୍ଣଲତା ଶର୍ମା, ଜାଭେଲିନ୍‌ ଥ୍ରୋରେ କିଟ୍‌ର ପି. ଅର୍ପିତା ଅର୍ଚ୍ଚନା ସାହୁ, ୨୩ ବର୍ଷରୁ କମ୍‌ ବାଳିକା ୫୦୦୦ ମିଟର ରେସ୍‌ରେ ନୂଆପଡ଼ାର ଗୁଲାପ ରାଉତ, ଜାଭେଲିନ୍‌ ଥ୍ରୋରେ ସୁନ୍ଦରଗଡ଼ର ଦମୟନ୍ତୀ ଖେସ୍‌ ସ୍ବର୍ଣ୍ଣିମ ସଫଳତା ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ୫ ରାଶିଙ୍କୁ କ୍ୟାରିୟର-ବ୍ୟବସାୟରୁ ପ୍ରଚୁର ଧନଲାଭ; ପ୍ରବଳ ଇନକମ୍‌କୁ ଚାକିରିରେ ବଡ଼ ପଦବୀର ଅଫର୍‌

୧୨ ସେପ୍ଟେମ୍ୱର, ୨୦୨୬ରେ ଭାଦ୍ରବ ମାସ ଶୁକ୍ଳ ପକ୍ଷ ପ୍ରତିପଦା ତିଥି ଏବଂ ଶନିବାର ଦିନ ପଡୁଛି। ପଞ୍ଚାଙ୍ଗ ଅନୁଯାୟୀ, ଏହି ତିଥିରେ ତ୍ରିପୁଷ୍କର ଯୋଗର ଶୁଭ…

ଯୁବକଙ୍କୁ ୧୭ଥର ଛୁରି ଭୁସିଲେ ସହଯୋଗୀ: ଆଉ ତା’ପରେ ଘଟିଲା…

ନୂଆଦିଲ୍ଲୀ,୧୨ା୯ :ପୂର୍ବ ଦିଲ୍ଲୀର ମାଣ୍ଡଓ୍ବାଲି ଅଞ୍ଚଳରେ ଜଣେ ୨୨ ବର୍ଷୀୟ ଯୁବକଙ୍କୁ ୧୭ ଥର ଛୁରାମାଡ଼ ହେବାରୁ ତାଙ୍କର ମୃତ୍ୟୁ ଘଟିଥିବା ଶୁକ୍ରବାର ପୋଲିସ କହିଛି। ପୋଲିସ…

ଆଲୁମିନି କନେକ୍ଟ କ୍ୟାମ୍ପେନ ଉଦ୍‌ଘାଟିତ: ପୁରାତନ ଛାତ୍ରୀଙ୍କୁ ଦୃଢ଼ ନେଟୱର୍କରେ ଯୋଡ଼ିବା ଲକ୍ଷ୍ୟ

ଭଞ୍ଜନଗର,୧୧।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ନିର୍ଦ୍ଦେଶକ୍ରମେ ‘ଆମ ଗୌରବ ଆମ କଲେଜ ପରିଚାଳନା ସଂଗଠନ’ ଆନୁକୂଲ୍ୟରେ ଆଲୁମିନି…

ମହେନ୍ଦ୍ରତନୟା ଗାଧୋଇବାକୁ ଯାଇଥିଲେ ଦୁର୍ଗା: ହଠାତ୍‌ ଘଟିଲା…

ପାରଳାଖେମୁଣ୍ଡି,୧୨।୯(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଅମରା ନିକଟ ମହେନ୍ଦ୍ରତନୟା ନଦୀରେ ଗାଧୋଇବାବେଳେ ଜଣେ ବୃଦ୍ଧ ଭାସିଯାଇ ନିଖୋଜ ହୋଇଛନ୍ତି। ସେ ହେଲେ ଦୁର୍ଗା ପ୍ରସାଦ ପାଣିଗ୍ରାହୀ…

ଭାରତରେ ନିଜ ଟଏଲଟ୍‌ ଧରି ବୁଲୁଛନ୍ତି ସି ଜିନପିଙ୍ଗ୍‌, କାରଣ ଜାଣିଲେ ହୋସ୍‌ ଉଡିବ

ନୂଆଦିଲ୍‌ଲୀ,୧୨।୯: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଯେତେବେଳେ କୌଣସି ବିଦେଶ ଗସ୍ତରେ ଯାଆନ୍ତି, ସେତେବେଳେ ତାଙ୍କର ସୁରକ୍ଷା ବ୍ୟବସ୍ଥା ତାଙ୍କ ଦୈନନ୍ଦିନ ଜୀବନର ସବୁଠାରୁ ବ୍ୟକ୍ତିଗତ ଦିଗ…

ଅଦେଖା ଚାପ

ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ରାକେଶ ମେହେଟ୍ଟାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। କିନ୍ତୁ ଜଣେ ପ୍ରତିଷ୍ଠିତ ପୂର୍ବତନ ସରକାରୀ ଅଧିକାରୀ ଏଭଳି ଏକ ଚରମ ପଦକ୍ଷେପ…

BRICSରେ ସାମିଲ ହେବାକୁ ବାଡେଇଛାଟି ହେଉଛି ପାକିସ୍ତାନ: ବାଟ ଓଗାଳିଛି ଭାରତ!

ନୂଆଦିଲ୍ଲୀ,୧୨।୯: BRICSରେ ସାମିଲ ହେବା ପାଇଁ ଦୀର୍ଘଦିନ ଧରି ପାକିସ୍ତାନ ଉଦ୍ୟମ କରିଆସୁଛି। ୨୦୨୩ରେ ଇସଲାମାବାଦ ଏହି ଗୋଷ୍ଠୀର ସଦସ୍ୟତା ପାଇଁ ଔପଚାରିକ ଭାବେ ଆବେଦନ କରିଥିଲା।…

ରୋଗ ଯନ୍ତ୍ରଣାଠୁ ବଳିଯାଉଛି ଧାଡ଼ି ଯନ୍ତ୍ରଣା: ଡାକ୍ତରଖାନାରେ ବିକଳ ଚିତ୍ର

ପଦ୍ମପୁର,୧୨ା୯(ପ୍ରଦୀପ୍ତ ଦାଶ):କିଏ କାଖେଇ ଧରିଛି, କିଏ ଆଣ୍ଠେଇ ପଡ଼ିଛି, ଆଉ କିଏ ଯନ୍ତ୍ରଣାରେ ଭୂଇଁରେ ଲୋଟୁଛି। ବୃଦ୍ଧାବୃଦ୍ଧମାନେ ବାଡ଼ି ସାହାଯ୍ୟରେ ଘଣ୍ଟା ଘଣ୍ଟା ଧରି ଡାକ୍ତରଙ୍କୁ ଅପେକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?