ହୋମ୍‌ ମ୍ୟାନେଜର

କିଏ କହେ କଞ୍ଜୁସ୍‌ ତ କିଏ କହେ ମିତବ୍ୟୟୀ। କିନ୍ତୁ ସାମ୍ପ୍ରତିକ ବଜାର ସ୍ଥିତିକୁ ଦେଖି ଏବେ ସତର୍କ ହୋଇଛନ୍ତି ସେମାନେ। ଆବଶ୍ୟକତା ଦେଖି କିଣାକିଣି କରିବାକୁ ପଡୁଛି। ଏମିତି ବିଭିନ୍ନ କ୍ଷେତ୍ରରେ ଖର୍ଚ୍ଚକାଟ କରି ଘର ବଜେଟକୁ ସଜାଡ଼ି ସେମାନେ ହୋଇ ପାରିିଛନ୍ତି ପ୍ରକୃତ ହୋମ୍‌ ମ୍ୟାନେଜର…

ଦରବୃଦ୍ଧି ଏବେ ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି। ତେଣୁ ଘର ଚଳାଇବା ପାଇଁ ବହୁ କ୍ଷେତ୍ରରେ କମ୍ପ୍ରୋମାଇଜ୍‌ କରିବାକୁ ପଡୁଛି ଗୃହିଣୀମାନଙ୍କୁ। କେଉଁ ସ୍ଥାନରେ କିଣାକିଣି ନ କରି କିମ୍ବା କମ୍‌ କିଣି ଘର ଚଳାଇବାକୁ ଚେଷ୍ଟା କରୁଛନ୍ତି। ଯେଉଁଥିପାଇଁ ତାଙ୍କୁ ଦେଖିଚାହିଁ ହିସାବନିକାଶ କରିବାକୁ ପଡୁଛି। ଦେଖିବାକୁ ଗଲେ ଖର୍ଚ୍ଚ କରିବା ଯେତିକି ଜରୁରୀ, ସଞ୍ଚୟ କରିବା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଖର୍ଚ୍ଚ ଆଉ ସଞ୍ଚୟ ମଧ୍ୟରେ ତାଳମେଳ ରକ୍ଷା କରିବା ହେଉଛି ବଜେଟ ପରିଚାଳନା। ଏ କଥାକୁ ହୃଦୟଙ୍ଗମ କରି ଚଳିବା ପାଇଁ ହେଲେ କେଉଁ ସବୁ ଦିଗକୁ ଗୁରୁତ୍ୱ ଦେବାକୁ ହେବ ଜାଣିବା ନିହାତି ଦରକାର।
ଆବଶ୍ୟକତାକୁ ପ୍ରାଥମିକତା
ଘରଖର୍ଚ୍ଚ ପାଇଁ କେଉଁ ସବୁ କ୍ଷେତ୍ରରେ ଖର୍ଚ୍ଚ କରିବା ନିହାତି ଆବଶ୍ୟକ ସେସବୁର ତାଲିକା ତିଆରି କରନ୍ତୁ। ଏମିତିକି ଆବଶ୍ୟକତା ଅନୁସାରେ ଘରର ମାସିକ ଖର୍ଚ୍ଚ ହିସାବ କରି ବଳକା ଅର୍ଥକୁ ସେଭିଂ କରି ଦିଅନ୍ତୁ। ଖୁସିରେ କୌଣସି ଜିନିଷ କିଣାକିଣି କରିବାକୁ ଯାଉଥିଲେ ଆଉଥରେ ଭାବିବା ଦରକାର।
ଖର୍ଚ୍ଚକାଟକୁ ଗୁରୁତ୍ୱ
ଦରଦାମ ବୃଦ୍ଧି ସମୟରେ କିଭଳି ଖର୍ଚ୍ଚକାଟ କରିବେ ସେଥିପାଇଁ ଗୃହିଣୀମାନେ ହିଁ ସବୁବେଳେ ହିସାବନିକାଶ ଚଳାଇଥାନ୍ତି। ତେଣୁ ଏହି ଦୃଷ୍ଟିରୁ ବିଚାରକରି କେଉଁ ସବୁ ଜିନିଷକୁ ବାଦ୍‌ ଦେଇ ଚଳିହେବ ସେ ନେଇ ବିଚାର କରନ୍ତୁ। ବିଶେଷକରି କେଉଁ ଖର୍ଚ୍ଚକୁ ବାଦ୍‌ ଦେଲେ ପରିବାରରେ କାହା ଉପରେ ସେଭଳି ବିଶେଷ ପ୍ରଭାବ ପଡିବ ନାହିଁ ସେକଥା ବିଚାର କରିବାକୁ ହେବ। ତେଣୁ ଏଭଳି ପରିଚାଳନା କରି ନିଶ୍ଚିତଭାବେ ଖର୍ଚ୍ଚକାଟ କରିହେବ।
ସଞ୍ଚୟ ପାଇଁ ସାଲିସ୍‌
ଏବେକାର ବଜାରସ୍ଥିତିକୁ ଲକ୍ଷ୍ୟକଲେ ଖାଦ୍ୟସାମଗ୍ରୀରେ ଅତ୍ୟଧିକ ଦରବୃଦ୍ଧି ସମସ୍ତଙ୍କ ପାଇଁ ମୁଣ୍ଡବିନ୍ଧା ପାଲଟିଛି। ତେଣୁ ବାଧ୍ୟହୋଇ କେତେକ ଜିନିଷ କିଣିବା କ୍ଷେତ୍ରରେ ଶପିଂବେଳେ ସତର୍କତା ଅବଲମ୍ବନ କରିବା ଉଚିତ। ସାଧାରଣତଃ ମହିଳାମାନେ ଶପିଂ ପ୍ରିୟ। ଏମିତିକି ଅନେକ ସମୟରେ ମନ ଖୁସି କରିବା ପାଇଁ ଶପିଂ କରିବାକୁ ପସନ୍ଦ କରନ୍ତି। କିନ୍ତୁ କୌଣସି ଆବଶ୍ୟକତା ନ ଥିଲେ ମାର୍କେଟ ଯିବା ଉଚିତ ନୁହେଁ। ଆଉ ଯଦି ବି କୌଣସି କାମରେ ମାର୍କେଟ ଯିବାକୁ ହୁଏ ତେବେ କେବଳ ଜରୁରୀ ସାମଗ୍ରୀ କିଣିବା ନେଇ ସତର୍କ ରୁହନ୍ତୁ। ନିଜ ଶପିଂର ମୋହ ଉପରେ ସଂଯମତା ରକ୍ଷା କରିବାକୁ ହେବ।
ଲାଇଫ୍‌ ଷ୍ଟାଇଲ ପରିବର୍ତ୍ତନ
ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧି ସମୟରେ ପରିବାର ଉପରେ ଆର୍ଥିକ ବୋଝକୁ କମ୍‌ କରିବା ପାଇଁ ହେଲେ ନିଜ ଲାଇଫ ଷ୍ଟାଇଲ୍‌ରେ ପରିବର୍ତ୍ତନ ଆଣିବାକୁ ପଡ଼ିବ। ଅର୍ଥାତ୍‌ କେହି ଯଦି ଅନାବଶ୍ୟକ ଖର୍ଚ୍ଚ ଅଧିକ କରୁଥିବେ ତେବେ ନିୟନ୍ତ୍ରଣ କରିବାକୁ ହେବ। ନଚେତ୍‌ ଏହି ଲାଇଫ୍‌ ଷ୍ଟାଇଲ୍‌ ପାଇଁ ବଜେଟ ପୂରା ବିଗିଡ଼ିଯିବ।

 


Enter your email to get our daily news in your inbox.

All Right Reserved By Dharitri.Com

‘We Will Kill Trump…’,ପ୍ରତିଶୋଧର ନିଆଁ! ଖାମେନେଇଙ୍କ ଅନ୍ତିମ ସଂସ୍କାର ଭୂମିରୁ ଟ୍ରମ୍ପଙ୍କୁ ମୃତ୍ୟୁ ଧମକ

ତେହରାନ,୯ା୭: ଆମେରିକା ଇରାନର ଆଠଟି ସହର ଉପରେ ଆକ୍ରମଣ କରିଛି । ପ୍ରତିଶୋଧ ସ୍ୱରୂପ, ତେହରାନ ବାହାରିନ ଏବଂ କୁୱେତରେ ଥିବା ଅନେକ ସାମରିକ ଘାଟିକୁ ଟାର୍ଗେଟ…

ଝିଆରୀଙ୍କୁ ବଳାତ୍କାର କଲେ ଦାଦା: ଘରେ କେହି ନ ଥିବାବେଳେ…

ଭଦ୍ରକ,୯ା୭(ସନାତନ ରାଉତ): ନାବାଳିକା ଝିଆରୀଙ୍କୁ ବଳାତ୍କାର ଅଭିଯୋଗରେ ସମ୍ପର୍କୀୟ ଦାଦାଙ୍କୁ ପୋଲିସ ଗିରଫ କରିଛି। ଏପରି ଘଟଣା ଘଟିଛି ଭଦ୍ରକ ଟାଉନ ଥାନା ଅଞ୍ଚଳରେ। ରଜ ସମୟରେ…

ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟା ଜଳ ନିଷ୍କାସନ: ଖୋଲିଲା ୪ ସ୍ଲୁଇସ ଗେଟ

ସମ୍ବଲପୁର,୯।୭(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ ପ୍ରକ୍ରିୟା ଆରମ୍ଭ ହୋଇଛି। ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା…

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ବଡ଼ ଡିଲ୍‌: ଚାଇନା-ପାକିସ୍ତାନ ଛାନିଆ

ମେଲବୋର୍ନ,୯।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆଣ୍ଟୋନି ଆଲବାନିଜଙ୍କ ଉପସ୍ଥିତିରେ ମେଲବୋର୍ନରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ବାକ୍ଷରିତ ହୋଇଛି।…

ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି! ଶସ୍ତା ହେବ ମୋବାଇଲ୍-ଲାପ୍‌ଟପ୍‌, ସରକାର ନେଲେ ଏହି ପଦକ୍ଷେପ

ନୂଆଦିଲ୍ଲୀ,୯।୭: କେନ୍ଦ୍ର ସରକାର ସ୍ମାର୍ଟଫୋନ୍, ୱାୟାରଲେସ୍ ଚାର୍ଜର୍, କମ୍ପ୍ୟୁଟର, ଲାପଟପ୍, ସ୍ମାର୍ଟ ଟିଭି, ସ୍ମାର୍ଟୱାଚ୍ ଏବଂ ଫିଟନେସ୍ ବ୍ୟାଣ୍ଡ ଭଳି ଇଲେକ୍ଟ୍ରୋନିକ୍ ଜିନିଷରେ ବ୍ୟବହୃତ ଉପାଦାନଗୁଡ଼ିକ ଉପରେ…

ଦୃଷ୍ଟି ଦେଉନି ଜାତୀୟ ରାଜପଥ ବିଭାଗ: ଖାଲଖମାରେ ଫସିରହୁଛି ଗାଡି, ଯାତାୟାତ ବାଧାପ୍ରାପ୍ତ

ପଟ୍ଟାଙ୍ଗି,୯।୭(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ଠାରୁ ଅଳ୍ପ କିଛି ଦୂରରେ ଜାତୀୟ ରାଜପଥ ବିଭାଗ ପକ୍ଷରୁ ନୂତନ କରି ନିର୍ମାଣ…

ପାଠ ପଢ଼ିବାକୁ ଭୁବନେଶ୍ବର ଆସିଥିଲେ ଝିଆରୀ; ବଳାତ୍କାର କରୁଥିଲେ ମଉସା, ସହଯୋଗ କରୁଥିଲେ ମାଉସୀ

ଭୁବନେଶ୍ୱର,୯।୭(ପ୍ରସନଜିତ୍‌ ସାହୁ): ରାଜଧାନୀ ଭୁବନେଶ୍ୱରରେ ଏକ ବଳାତ୍କାର ଘଟଣା ସାମ୍ନାକୁ ଆସିଛି। ନୟାପଲ୍ଲୀ ଥାନା ଅନ୍ତର୍ଗତ ନୂଆସାହିସ୍ଥିତ ଏକ ଆପାର୍ଟମେଣ୍ଟରେ ଜଣେ ନାବାଳିକା ଝିଆରୀଙ୍କୁ ତାଙ୍କ ମଉସା…

ପିଏମ ମୋଦିଙ୍କ ସ୍ବାଗତ ପୂର୍ବରୁ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା: ସାରା ବିଶ୍ୱରେ ପଡିଗଲା ଚହଳ

ୱେଲିଂଟନ,୯।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ୩ଟି ଦେଶ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଏବେ ଅଷ୍ଟ୍ରେଲିଆରେ ପହଞ୍ଚିଛନ୍ତି। ଅଷ୍ଟ୍ରେଲିଆ ଗସ୍ତ ଶେଷ କରି ସେ ସେଠାରୁ ସିଧାସଳଖ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri